STORYMIRROR

Trushna Das

Drama Tragedy Others

3  

Trushna Das

Drama Tragedy Others

ଜୀବନ ସଂଘର୍ଷ ଭାଗ : 8 ବିଚ୍ଛେଦ

ଜୀବନ ସଂଘର୍ଷ ଭାଗ : 8 ବିଚ୍ଛେଦ

6 mins
164


କାହାଣୀଟିକୁ ବୁଝିବା ପାଇଁ ଦୟା କରି ଜୀବନ ସଂଘର୍ଷର ପୂର୍ବ ଭାଗଗୁଡିକୁ ପଢନ୍ତୁ। ମୀରା କିନ୍ନର ବୋଲି ଜାଣିଲା ପରେ ପରିସ୍ଥିତିରେ ପଡି ଆନ୍ତରିକତା ସହ ଆଶା ମୀରାକୁ ନିଜ ବୋହୂ ରୂପରେ ଗ୍ରହଣ କରି ନେଇଛନ୍ତି।ଦିନେ ହଠାତ୍ ଦେବ ଓ ମୀରା ଜାଣିବା ପାଇଁ ପାଇଲେ ଯେ ଦେବଙ୍କ ପ୍ରଥମ ସ୍ତ୍ରୀ ଶୁଭ୍ରା ଓ ଖୁସି ଡାକ୍ତର ରମେଶଙ୍କ ସହ ଅଛନ୍ତି। ସେମାନେ ଡାକ୍ତର ରମେଶଙ୍କ ସହ କଥା ହେଉଥିବା ସମୟରେ ଜାଣିବାକୁ ପାଇଲେ ଯେ ଶୁଭ୍ରା ନିଜ ସ୍ମୃତି ହରାଇଛନ୍ତି। ଏହି ସମୟରେ ଶୁଭ୍ରା ସେଠାରେ ପହଞ୍ଚି ଦେବଙ୍କୁ ଦେଖି ଅଚେତ ହୋଇଗଲେ। ଚେତା ଫେରିଲା ପରେ ଡାକ୍ତର ରମେଶ ଆସି କହିଲେ ଶୁଭ୍ରାଙ୍କର ଖୁସି ଜନ୍ମ ହେବା ପର୍ଯ୍ୟନ୍ତ କଥା ମନେ ଅଛି। ଏମିତି ପରିସ୍ଥିତିରେ ଦେବଙ୍କୁ ସେ ନିଜ ସ୍ୱାମୀ ରୂପରେ ଖୋଜୁଛନ୍ତି। ତେଣୁ ଦେବଙ୍କୁ ଶୁଭ୍ରାଙ୍କ ପୁରା ସ୍ମୃତି ନ ଫେରିବା ପର୍ଯ୍ୟନ୍ତ ତାଙ୍କ ସ୍ୱାମୀର ଭାବେ ଅଭିନୟ କରିବା ପାଇଁ ପଡିବ ନ ହେଲେ କିଛି ବି ହୋଇ ପାରେ। ମୀରା ଦେବଙ୍କୁ ବୁଝାଇ ଖୁସି ଓ ଶୁଭ୍ରାଙ୍କୁ ନିଜ ଘରକୁ ନେଇ ଗଲେ। ତାପରେ :


ଶୁଭ୍ରା ଓ ଖୁସିଙ୍କୁ ବଞ୍ଚିଥିବା ଦେଖି ଘରେ ସମସ୍ତେ ଖୁସି ହୋଇ ଗଲେ। ଆଶା ସାଙ୍ଗେ ସାଙ୍ଗ ଦୁଇ ଜଣଙ୍କ ଆଳତି କରି ଘର ଭିତରକୁ ପାଛୋଟି ନେଲେ। 


ମୀରା ଘର ଭିତରକୁ ଯାଇ ଦେବଙ୍କ ସହ ତାଙ୍କର ସବୁ ଫୋଟୋକୁ କାଢି ନେଲେ। ଦେବଙ୍କ ରୁମରୁ ନିଜର ସମସ୍ତ ଜିନିଷ କାଢି ନେଲେ। ଶୁଭ୍ରା ନିଜ ସବୁ ଜିନିଷ ନେଇ ଦେବଙ୍କ ରୁମକୁ ଗଲେ। 


ଦେବଙ୍କ ପାଇଁ ଶୁଭ୍ରାଙ୍କ ପାଖରେ ସ୍ୱାମୀ ହେବାର ଅଭିନୟ କରିବା ବହୁତ କଷ୍ଟ ଥିଲା। ସେ ରାଜି ହେଉ ନ ଥିଲେ। କିନ୍ତୁ ମୀରା ତାଙ୍କୁ ବହୁତ ବୁଝାଇ ରାଜି କଲେ। 


ଶୁଭ୍ରା ଶାଶୁ ଆଶାଙ୍କୁ ମୀରା କିଏ ପଚାରିବାରୁ ଆଶାଙ୍କ ପାଟିରୁ ବାହାରି ଗଲା ଯେ ସେ ଦେବଙ୍କ ଅଫିସରେ କାମ କରେ ଓ ଶଙ୍କର ବାବୁଙ୍କ ଦେହ ଭଲ ନ ଥିବାରୁ ତାଙ୍କର ଯତ୍ନ ନିଏ। 


ଶୁଭ୍ରା ଓ ଖୁସିକୁ ପାଇ ଆଶା ପୁରା ଖୁସିରେ ପାଗଳୀ। 


ହେଲେ ଶଙ୍କର ବାବୁ ମୀରା ପାଇଁ ଚିନ୍ତିତ ଥାଆନ୍ତି। 


ରିନି, ଦୀପୁ ଓ ଆସ୍ଥା ଦେବଙ୍କୁ କଣ ପାଇଁ ବାପା ଡାକୁଛନ୍ତି ପଚାରିବାରୁ ଆଶା କହିଲେ ଦେବ ଶୁଭ୍ରା ଓ ଖୁସିଙ୍କୁ ହରାଇବା ପରେ ଏକୁଟିଆ ହୋଇ ଯାଇଥିଲେ। ନିଜର ଏକୁଟିଆ ପଣ ଦୂର କରିବା ପାଇଁ ସେ ଛୁଆମାନଙ୍କୁ ଏଡପଟ କରିଥିଲେ। ମୀରା ସେମାନଙ୍କ ମାଆ ହେବାର ଅଭିନୟ କରୁଛନ୍ତି। 


ଏ କଥା ଶୁଣି ମୀରାଙ୍କ ଆଖି ଛଳ ଛଳ ହୋଇଗଲା। ଦେବଙ୍କୁ ଏ ସବୁ କିଛି ଭଲ ଲାଗୁ ନ ଥିଲା। ସେ ବିରକ୍ତ ହୋଇ ଅଫିସ ପଳାଇଲେ।


ମୀରା ଶୁଭ୍ରାଙ୍କ ଜିନିଷ ସବୁ ଦେବଙ୍କ ରୁମରେ ରଖିବାରେ ସାହାଯ୍ୟ କଲେ। କିନ୍ତୁ ମନରେ ଅକୁହା କଥା। ଦେବଙ୍କ ପ୍ରକୃତ ସ୍ତ୍ରୀ ଆସିଗଲା। ଏବେ ତାଙ୍କର ଏ ଘରେ କଣ ସ୍ଥାନ। ଯଦି ଶୁଭ୍ରାଙ୍କ ପୁରା ସ୍ମୃତି ନ ଫେରେ ତେବେ କଣ ଦେବ ସବୁ ଦିନ ତାଙ୍କର ସ୍ୱାମୀ ଭାବରେ ଅଭିନୟ କରିବେ? 


ମୀରା ଅତିଥି ରୁମରେ ବସି ଅନ୍ଧାର କରି ଏକା କାନ୍ଦୁ ଥାଆନ୍ତି। 


ଦେବ ଘରକୁ ରାତିରେ ଫେରିଲେ। ମୀରାଙ୍କୁ ଦେଖିବା ପାଇଁ ପାଇଲେ ନାହିଁ। ଶୁଭ୍ରା ସାମ୍ନାରେ ମୀରାଙ୍କ କଥା ପଚାରି ବି ପାରୁ ନାହାଁନ୍ତି।ସେ ଗୋଡ ହାତ ଧୋଇ ଖାଇବା ପାଇଁ ଆସିଲେ। ଦେଖିଲେ ଯେ ମୀରା ସମସ୍ତଙ୍କ ପାଇଁ ଖାଇବା ବାଢୁଛନ୍ତି। ତାଙ୍କ ବସିବା ଚେୟାରରେ ଶୁଭ୍ରା ଆସି ବସିଛନ୍ତି। ମୀରାଙ୍କ ଆଖି କାନ୍ଦି କାନ୍ଦି ଲାଲ ପଡି ଯାଇଛି। ସମସ୍ତେ ଖାଇବା ସମୟରେ ଦେବ ମୀରାଙ୍କୁ ଖାଇବା ପାଇଁ କହିବାରୁ ମୀରା କହିଲେ ସେ ଖାଇ ସାରିଛନ୍ତି। ଦେବ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ କାରଣ ମୀରା ଆଜି ପର୍ଯ୍ୟନ୍ତ କେବେ ବି ଅନ୍ୟମାନେ ଖାଇବା ଆଗରୁ କେବେ ଖାଇ ନାହାଁନ୍ତି। 


ଖାଇ ସାରି ଦେବ ମୀରା ସହ କଥା ହେବା ପାଇଁ ଚାହୁଁ ଥାଆନ୍ତି। ହେଲେ ଶୁଭ୍ରାଙ୍କ ସାମ୍ନାରେ କେମିତି କଥା ହେବେ। ଶେଷରେ ବାହାନା କରି ସେ ଛୁଆମାନଙ୍କ ରୁମକୁ ଗଲେ। କାରଣ ଶୋଇବା ଆଗରୁ ମୀରା ଛୁଆମାନଙ୍କ ରୁମକୁ ଯାଆନ୍ତି। 


ମୀରା ବି ଛୁଆମାନଙ୍କ ରୁମକୁ ଗଲେ। ହେଲେ ସେ ଜାଣି ନ ଥିଲେ ଯେ ଦେବ ସେଠି ତାଙ୍କୁ ଅପେକ୍ଷା କରିଛନ୍ତି ବୋଲି। ଦେବଙ୍କୁ ଦେଖି ତାଙ୍କ ଆଖିରୁ ଲୁହ ଝର ଝର ହୋଇ ବହି ଯାଉଥାଏ। କିଛି କହିବା ଆଗରୁ ଶୁଭ୍ରା ପହଞ୍ଚି ଗଲେ ଏବଂ ଦେବଙ୍କୁ ନିଜ ସାଙ୍ଗରେ ନେଇ ଗଲେ। 


ମୀରା ନିଜ କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ ଅତିଥି ରୁମରେ କାନ୍ଦୁ ଥାଆନ୍ତି। ସେ ଦେବଙ୍କୁ ଶୁଭ୍ରାଙ୍କ ସହ ଦେଖି ସହି ପାରୁ ନ ଥିଲେ। ମନରେ ଅଜଣା ଭୟ। କାରଣ ସେ କିନ୍ନର ହେଲେ ବି ଏତେ ବର୍ଷ ହେଲାଣି ଦେବଙ୍କ ସ୍ତ୍ରୀ ଓ ଏ ଘରର ବୋହୂ ରୂପରେ ରହି ଆସିଛନ୍ତି। ଆଜି ଗୋଟିଏ ଦିନରେ ତାଙ୍କର ଦୁନିଆ ଓଲଟି ଗଲା। ଖୁସି ଆଶାଙ୍କ ସହ ଶୋଇ ଥାଆନ୍ତି। ଦେବଙ୍କୁ ବି ଏକୁଟିଆ ଶୁଭ୍ରା ସହ ଗୋଟିଏ ରୁମରେ ଶୋଇବାକୁ ଭଲ ଲାଗୁ ନ ଥିଲା। ଶୁଭ୍ରା ପୁଣି ଦେବଙ୍କୁ ସ୍ୱାମୀ ପରି ବ୍ୟବହାର କଲା ବେଳକୁ ଦେବଙ୍କୁ ଅଡୁଆ ଲାଗୁଥାଏ। କାରଣ ତାଙ୍କ ପାଇଁ ତାଙ୍କର ସ୍ତ୍ରୀ ହେଉଛନ୍ତି ମୀରା। 


ଦେବ ଶୁଭ୍ରାଙ୍କୁ କହିଲେ ତୁମ ଦେହ ଭଲ ନାହିଁ। ତୁମେ ଶୋଇ ଯାଅ। ମୁଁ ଟିକିଏ ଅଫିସର କାମ ସାରି କି ଶୋଇବି। 


ଶୁଭ୍ରା ଶୋଇବା ପରେ ଦେବ ଲୁଚି ଲୁଚି ମୀରାଙ୍କ ରୁମକୁ ଗଲେ। ଦେଖିଲେ ମୀରା ରୁମକୁ ଅନ୍ଧାର କରି ଏକୁଟିଆ କାନ୍ଦୁଛନ୍ତି। ଦେବ ଧିର କି ରୁମର କବାଟ ବନ୍ଦ କରି ଯାଇ ମୀରାଙ୍କ ହାତ ଟାଣି କହିଲେ ଏ ପାଗଳୀ..... ତୁମେ ଏମିତି କାନ୍ଦିବ..... ତ ମୁଁ କେମିତି ରହିବି। ତୁମେ ପରା ମୋ ଜୀବନ। ତୁମ ଆଖିରେ ଲୁହ ମୁଁ ଦେଖି ପାରିବି ନାହିଁ। ତୁମେ ଚୁପ୍ ହୁଅନା। ମୁଁ ତ ଅଭିନୟ କରିବା ପାଇଁ ମନା କରୁ ଥିଲି। ହେଲେ ତୁମେ ତ ମଧ୍ୟ ବାଧ୍ୟ କଲ। 


ମୀରା କହିଲେ ମୁଁ ଆଉ କଣ କରିଥାଆନ୍ତି କୁହ। ଶୁଭ୍ରାଙ୍କ ଅବସ୍ଥା ଆଉ ଖୁସିର ଫେରି ଆସିବା ପାଇଁ ଏହା ଥିଲା ଏକ ମାତ୍ର ଉପାୟ। ହେଲେ ସତ କହୁଛି ମୁଁ ତୁମକୁ ଶୁଭ୍ରା ସହ ଦେଖି ସହି ପାରୁ ନାହିଁ। 


ଦେବ କହିଲେ ହଁ ମୁଁ ଜାଣିଛି ତୁମ ମନ କଥା। ସେଥିପାଇଁ ତ ପଳେଇ ଆସିଲି ତୁମ ପାଖକୁ। ସକାଳୁ ଜଳଦି ଉଠି ମୁଁ ମୋ ରୁମକୁ ପଳାଇବି। 


ଏପରି କିଛି ଦିନ ଦେବ ଓ ମୀରା କଲେ। 


ଆଶା ଏବେ ପୁରା ବଦଳି ଗଲେ। ସେ ମୀରାଙ୍କୁ କିନ୍ନର ବୋଲି ନୀଚ ନଜରରେ ପୁଣି ଦେଖିବାକୁ ଲାଗିଲେ। ମୀରାଙ୍କୁ ସବୁବେଳେ ବିରକ୍ତ ହେଲେ। ସବୁବେଳେ ମୀରାଙ୍କୁ ଶୁଭ୍ରା ସହ ତୁଳନା କଲେ। ଦିନେ ଆଶା ଶୁଭ୍ରାଙ୍କୁ ମୀରାଙ୍କ ଅସ୍ତିତ୍ୱ ସମସ୍ତଙ୍କ ସାମ୍ନାରେ କହି ଦେଲେ। 


ତାପରେ ଶୁଭ୍ରା ଆଉ ମୀରାଙ୍କୁ ରୋଷେଇ ଘରେ କି ଠାକୁର ଘରେ ପ୍ରବେଶ କରିବାକୁ ଦେଲେ ନାହିଁ। ଯେଉଁ ଘର ମୀରାଙ୍କ ନିଜର ଥିଲା ଆଜି ସେ ଘର ତାଙ୍କୁ ପର ଘର ପରି ଲାଗିଲା। 


ତାପରେ ମୀରାଙ୍କ ଜୀବନରେ ଆସିଲା ଆଉ ଗୋଟିଏ ବଡ ଝଡ। ଦିନେ ରାତିରେ ଦେବ ମୀରା ସହ ଶୋଇବାର ଶୁଭ୍ରା ଦେଖି ଘରକୁ ପାଟି କରି ଉଠାଇଲେ ପକାଇଲେ। ଖରାପ କଥା କହି ଗାଳି ଦେଲେ ଏବଂ କାନ୍ଦି କାନ୍ଦି ଆଚେତ ହୋଇ ଗଲେ। 


ଡାକ୍ତର ରମେଶ ଆସି ଚିକିତ୍ସା କଲେ ଏବଂ କହିଲେ ଏମିତି ଚିନ୍ତାରେ ରହିଲେ ଶୁଭ୍ରାଙ୍କର କିଛି ବି ଅଘଟଣ ଘଟି ପାରେ। ତାଙ୍କୁ ଖୁସିରେ ରଖ। 


ସକାଳୁ ଶୁଭ୍ରା ଉଠିବା ଆଗରୁ ଦେବ ଅଫିସ ପଳାଇଲେ। ତାପରେ ଆଶାଙ୍କ ରାଗର ତାଣ୍ଡବଲୀଳା ଚାଲିଲା। ସେ ବହୁତ କଟୁ କଥା କହି ମୀରାଙ୍କ ଅସ୍ତିତ୍ୱକୁ ନେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କଲେ। ମୀରାଙ୍କୁ କହିଲେ ତୋ ପରି କିନ୍ନର ପାଇଁ ମୋ ବୋହୂର ଏମିତି ଅବସ୍ଥା। ତୁ ଏଠାରୁ ପଳେଇ ଯା। ଆମ ଜୀବନକୁ ଆଉ ନର୍କ କର ନାହିଁ। ମୋ ପରିବାର ଆଜି ପରିପୂର୍ଣ୍ଣ। ମୋ ପୁଅ ବୋହୂ ନାତୁଣୀ ମଝିରେ ତୁ ଆଜି ପାଚେରୀ ହୋଇଛୁ। ଯଦି ପୁଣି ମୋ ଘର ଭାଙ୍ଗେ ନା ସେଠି ପାଇଁ କେବଳ ତୁ ହିଁ ଦାୟୀ। ତୁ ପରା କିନ୍ନର। ଜାଣିବୁ ବି ବା କେମିତି ଘର ଭାଙ୍ଗି ଗଲେ ଦୁଃଖ କଣ....... ଏ ସବୁ ସହ ବହୁ ଅସଭ୍ୟ ଶବ୍ଦ ମଧ୍ୟ ବ୍ୟବହାର କଲେ। 


ମୀରା ଦିନ ଯାକ ବହୁତ କାନ୍ଦିଲେ। ଶେଷରେ ନିଷ୍ପତ୍ତି ନେଲେ ସେ ଏ ଘର ଛାଡ଼ି ପଳାଇବେ। ସନ୍ଧ୍ୟା ହୋଇ ଯାଇଥାଏ। ଦେବ ଆସିବା ଆଗରୁ ସେ ସେଠାରୁ ଯିବା ପାଇଁ ନିଷ୍ପତ୍ତି ନେଲେ। କାରଣ ସେ ଜାଣିଛନ୍ତି ଯେ ଦେବ ତାଙ୍କୁ କେବେ ବି ଯିବା ପାଇଁ ଦେବେ ନାହିଁ। ଯିବା ଆଗରୁ ଛୁଆମାନଙ୍କୁ ଧରି ବହୁତ କାନ୍ଦିଛନ୍ତି। ଆଶାଙ୍କୁ କହିଲେ ମୁଁ ପଳେଇ ଯିବି ମାଆ। କିନ୍ତୁ ମୋତେ ପ୍ରତିଶ୍ରୁତି ଦିଅନ୍ତୁ ଯେ ମୋ ଛୁଆମାନେ ଯେମିତି ଅବହେଳା ନ ହୁଅନ୍ତୁ। ଆଶା ମୀରାଙ୍କ କଥାରେ ରାଜି ହୋଇଛନ୍ତି। ଦେବଙ୍କ ପାଇଁ ଗୋଟିଏ ଚିଠି ସେ ଆଶାଙ୍କୁ ଦେଇ ଘରୁ ବାହାରି ଯାଇଛନ୍ତି। ବର୍ଷା ଜୋରରେ ହେଉଥାଏ। ଘରୁ ସିନା ମୀରା ବାହାରି ଆସିଲେ ହେଲେ ଯିବେ କୁଆଡେ ତାଙ୍କୁ ଜଣା ନ ଥାଏ।


ବର୍ଷା ପ୍ରବଳ ଜୋରରେ ହେଉଥାଏ। ମୀରା ଏକା ଶୂନଶାନ ରାସ୍ତାରେ ଓଦା ହୋଇ ବ୍ୟାଗ ଗୋଟିଏ ସାଙ୍ଗରେ ଧରି ଚାଳି ଥାଆନ୍ତି।ଆଖିରୁ ଲୁହର ଝର ବହି ଯାଉଥାଏ। ନିଜକୁ ମୀରା ପ୍ରଶ୍ନ କରୁଥାଆନ୍ତି ଏଥିରେ ତାଙ୍କର କଣ ଭୂଲ ? କିନ୍ନର ବୋଲି କଣ ତାଙ୍କର ହୃଦୟ ନାହିଁ ? ସେ କଣ ମଣିଷ ନୁହଁନ୍ତି ? ସେ କଣ ପଥର ? ପିଲାଦିନେ ବାପା ମାଆ ତାଙ୍କୁ ମନ୍ଦିର ପାଖରେ ଛାଡି ପଳାଇଲେ। ତାପରେ ଯିଏ ତାଙ୍କୁ ପାଳିଥିଲେ ସିଏ ମରିଗଲା ପରେ ତାଙ୍କ ଘର ଲୋକ ତାଙ୍କୁ ଘରୁ ବାହାର କରି ଦେଲେ।କିନ୍ନରମାନଙ୍କ ସହ ରହିବାକୁ ଚାହୁଁ ନ ଥିଲେ ତେଣୁ ଲୁଚି ଲୁଚି ରହୁଥିଲେ। ଯାହା ବି ହେଉ ଦେବ ତାଙ୍କ ଜୀବନକୁ ଆସିଲା ପରେ ଯଦି ସବୁ ଠିକ ହୋଇ ଯାଇଥିଲା ପୁଣି ଏବେ ତାଙ୍କୁ ଘର ଛାଡ଼ିବାକୁ ପଡିଲା। ଏବେ ସେ କରିବେ କଣ..... କୁଆଡ଼େ ବା ଯିବେ ସେ ? ଏମିତି ପ୍ରଶ୍ନ କରୁ କରୁ କରୁ ଆଗକୁ ବଢୁ ଥାଆନ୍ତି ମୀରା। 


ଏତିକିବେଳେ ସେହି ରାସ୍ତାରେ କିଛି ମଦୁଆ ମୀରାଙ୍କୁ ଦେଖିଲେ। ସେମାନେ ମୀରାଙ୍କ ଉପରେ ଖରାପ ଦୃଷ୍ଟି ପକାଇ ମୀରାଙ୍କ ଜିନିଷ ସବୁ ଛଡାଇ ନେଇ ତାଙ୍କ ସହ ଖରାପ ବ୍ୟବହାର କରିବାକୁ ଲାଗିଲେ।


ସେପଟେ ଦେବ ଘରେ ପହଞ୍ଚି ମୀରାଙ୍କୁ ନ ପାଇ ପାଗଳ ପରି ଖୋଜିବାକୁ ଲାଗିଲେ। ମାଆ ଆଶାଙ୍କ ଉପରେ ରାଗି ଘରୁ ବାହାରି ଆସିଲେ ମୀରାଙ୍କୁ ଖୋଜିବା ପାଇଁ।


ମୀରା କେମିତି ମଦୁଆଙ୍କ କବଳରୁ ବଞ୍ଚିବେ?କଣ ଦେବ ମୀରାଙ୍କୁ ପୁଣି ଫେରି ପାଇ ପାରିବେ? ଏହା ଜାଣିବା ପାଇଁ ଜୀବନ ସଂଘର୍ଷର ପରବର୍ତ୍ତୀ ଭାଗ ପଢନ୍ତୁ। 


କ୍ରମଶଃ.......


Rate this content
Log in

Similar oriya story from Drama