Trushna Das

Drama Tragedy

4  

Trushna Das

Drama Tragedy

ଜୀବନ ସଂଘର୍ଷ ( ଭାଗ : 7)

ଜୀବନ ସଂଘର୍ଷ ( ଭାଗ : 7)

6 mins
162


ଭାଗ : 7 ( ଶୁଭ୍ରା ଓ ଖୁସିର ପ୍ରତ୍ୟାବର୍ତ୍ତନ) 


କାହାଣୀଟିକୁ ବୁଝିବା ପାଇଁ ଦୟା କରି ଜୀବନ ସଂଘର୍ଷର ପୂର୍ବ ଭାଗଗୁଡିକୁ ପଢନ୍ତୁ। ଆଗରୁ ପଢି ଥିଲେ ଯେ ମୀରା ଗୋଟିଏ କିନ୍ନର ହୋଇ ଥିଲେ ମଧ୍ୟ ଦେବଙ୍କୁ ବିବାହ କରିଥିଲେ। ଦେବ ମୀରାଙ୍କ ବିଷୟରେ ସବୁ ଜାଣି ବିବାହ କରିଥିଲେ। ବାସର ରାତିରେ ଦେବ ନିଜ ଜୀବନର ସବୁଠାରୁ ବଡ଼ ସତ୍ୟତା ବିଷୟରେ ମୀରାଙ୍କୁ କହିଲେ ଯେ ତାଙ୍କର ପ୍ରଥମ ସ୍ତ୍ରୀ ଶୁଭ୍ରା ତାଙ୍କ ଅଫିସରେ କାମ କରୁଥିବା ଲିଙ୍କନଙ୍କୁ ଭଲ ପାଇ ତାଙ୍କ ସହ ଅନୈତିକ ସମ୍ପର୍କ ରଖି ଥିଲେ। ଏ ବିଷୟରେ ଦେବଙ୍କ ସନ୍ଦେହ ହେବାରୁ ସେ ଯୋଜନା କରି ଶୁଭ୍ରାଙ୍କୁ ପ୍ରମାଣ ସହ ଧରିଲେ ଏବଂ ଶୁଭ୍ରାଙ୍କୁ ନିଜ ସହ ଘରକୁ ନେଇ ଆସୁଥିବା ସମୟରେ ଏକ ଭୟଙ୍କର ଦୁର୍ଘଟଣାରେ ଶୁଭ୍ରା ସହ ନିଜର ଏକ ମାତ୍ର ଝିଅ ଖୁସିକୁ ମଧ୍ୟ ହରାଇ ବସିଲେ। ସେଇ ଦୁର୍ଘଟଣାରେ ଲିଙ୍କନ ମୃତ୍ୟୁବରଣ କଲେ ଏବଂ ଦେବ ବାପା ହେବାର ଶାରୀରିକ କ୍ଷମତା ହରାଇଲେ।ଦେବ କହିଲେ ଶାରୀରିକ ଅକ୍ଷମ ବିଷୟରେ ଘରେ କେହି ବି ଜାଣି ନାହାନ୍ତି ଏବଂ ମୀରା ଓ ସେ ପରିପୂରକ। ତେଣୁ ଦୁହେଁ ଦୁନିଆକୁ ନିଜର ଅସ୍ତିତ୍ୱ ଲୁଚାଇ ସ୍ୱାମୀ ସ୍ତ୍ରୀ ପରି ରହିବେ। ଏଥିରେ ମୀରା ମଧ୍ୟ ଏକମତ ହେଲେ।ସେମାନେ ରିନି ଓ ଦୀପୁକୁ ଆଇନତ୍ୱ ଏଡପଟ୍ କଲେ। ପ୍ରଥମେ ଦେବଙ୍କ ମାଆ ଆଶା ମୀରାଙ୍କୁ ପସନ୍ଦ କରୁ ନ ଥିଲେ। କିନ୍ତୁ ପରେ ଆସ୍ତେ ଆସ୍ତେ ଆଶା ମୀରାଙ୍କୁ ବୋହୂ ରୂପରେ ଗ୍ରହଣ କଲେ।ତା ପରେ ନିଜର ଅସ୍ତିତ୍ୱ ଲୁଚାଇବା ପାଇଁ ଦେବ ଓ ମୀରା ଯୋଜନା ଅନୁଯାୟୀ ବିଦେଶରୁ ଆସ୍ଥାକୁ ଏଡପଟ କରି ନିଜ ଝିଅ କହି ସମସ୍ତଙ୍କ ସାମ୍ନାରେ ରଖିଲେ। ହସ ଖୁସିରେ ଚାଲିଥାଏ ଜୀବନ। ହେଲେ ହଠାତ୍ ଆସିଲା ଦୁଃଖର ଲହରୀ। ଆଶା ଜାଣିଗଲେ ଯେ ମୀରା ଗୋଟିଏ କିନ୍ନର।ସେ କିନ୍ନରମାନଙ୍କୁ ଡାକିଲେ ମୀରାକୁ ନେଇ ଯିବା ପାଇଁ। କିନ୍ତୁ ଦେବ କିନ୍ନରମାନଙ୍କୁ ମୀରାଙ୍କୁ ନେବା ପାଇଁ ମନା କଲେ। କିନ୍ନରମାନେ ସେଥିପାଇଁ କେସ ମଧ୍ୟ କଲେ। କେସ ଚାଲିଥାଏ। ଆଶା ମୀରାଙ୍କୁ ଜମାରୁ ସହି ପାରୁ ନ ଥିଲେ। ଇତି ମଧ୍ୟରେ ଆଉ ଗୋଟିଏ ଝଡ ପରିବାର ଉପରକୁ ଆସିଲା ଯେ ଶଙ୍କର ବାବୁଙ୍କ କିଡନି ଟ୍ରାନ୍ସଫର ହେବା ଦରକାର। ମୀରା କାହାକୁ କିଛି ନ କହି ନିଜେ କିଡନି ଦେଲେ। ଏ କଥା ପରେ ଆଶା ଜାଣି ନିଜେ କରିଥିବା ବ୍ୟବହାର ମୀରା ପାଇଁ ସେ ଅନୁତାପ କଲେ ଏବଂ ମୀରାକୁ ଆପଣେଇ ନେଲେ। ତାପରେ ଦିନେ ମୀରାଙ୍କୁ ବିଦ୍ୟାଳୟରୁ ଫୋନ ଆସିଲା ଯେ ରିନି ଓ ତା ସାଙ୍ଗର ଜୋରରେ ଝଗଡା ହୋଇଛି। ମୀରା ଯାଇ ବିଦ୍ୟାଳୟରୁ ବୁଝା ବୁଝି କରି ଆସିଲେ। ଆସିଲା ପରେ ସେ ରିନି ଡ୍ରେସରୁ ସୁନା ହାର ସହ ଖୁସି ଲେଖା ହୋଇଥିବା ଲୋକେଟ ପାଇ ଜାଣିଲେ ଯେ ଏ ଲୋକେଟ ଟି ରିନିର ସେଇ ଝଗଡା ହୋଇ ଥିବା ସାଙ୍ଗର। ସେ ତାକୁ ଦେଖା କରିବେ ବୋଲି କହିଲେ। ରାତିରେ ଲୋକେଟ ଦେଖି ଦେବ ଆଶ୍ଚର୍ଯ୍ୟ ହୋଇ କହିଲେ ଏଇଟା ମୋ ଖୁସିର ଲୋକେଟ..... ମାନେ ସେ ବଞ୍ଚିଛି। ତାପରେ..... 


ମୀରା ଓ ଦେବ ଦୁଇଜଣ ତାପର ଦିନ ବିଦ୍ୟାଳୟକୁ ଯାଇ ଖୁସି ବିଷୟରେ ବୁଝା ବୁଝି କରିବେ ବୋଲି ଭାବିଲେ। ତାପର ଦିନ ସକାଳୁ ସେମାନେ ବିଦ୍ୟାଳୟକୁ ଗଲେ। ବିଦ୍ୟାଳୟରେ ସେମାନେ ବଝି ଦେଖିଲେ ଯେ ଖୁସିର ମାଆ ବାପା ମାଆ ଅଲଗା ଲେଖା ହୋଇଛି। ସେମାନେ ବିଦ୍ୟାଳୟ ଛୁଟି ହେବା ପରେ ଖୁସି ଓ ତା ପରିବାର ଲୋକଙ୍କୁ ଦେଖା କରିବା ପାଇଁ ଅପେକ୍ଷା କଲେ। ବିଦ୍ୟାଳୟ ଛୁଟି ହେଲା ପରେ ଖୁସି ସହ ଦେବ ଓ ମୀରା କଥା ହେଉ ଥାଆନ୍ତି। ସେତିକିବେଳେ ଖୁସିର ମାଆ ଆସିଲେ। 


ଖୁସିର ମାଆଙ୍କୁ ଦେଖି ଦେବ ପୁରା ଚୁପ ହୋଇ ରହିଗଲେ। ଆଖିରୁ ଲୁହ ବହି ଗଲା। କାରଣ ସେ ଆଉ କେହି ନୁହେଁ। ସେ ହେଉଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ ଶୁଭ୍ରା। ହେଲେ ବିଦ୍ୟାଳୟରେ ତ ଖୁସିର ମାଆ ନାମ ଶ୍ରେୟା ଲେଖା ହୋଇଛି। 


ଖୁସି ମାଆ ପଛେ ପଛେ ଖୁସିର ବାପା ଡାକ୍ତର ରମେଶ ଆସି ପହଞ୍ଚିଲେ। ଖୁସି ମାଆ ବାବା କହି ଦୁହିଁଙ୍କ ପାଖକୁ ଦୌଡ଼ି ଗଲା। 


ଦେବ ପୁରା ନୀରବ ହୋଇ ଛିଡ଼ା ହୋଇ ଥାଆନ୍ତି। ସେ କିଛି କହିଲେ ନାହିଁ। ମୀରା କିଛି ବୁଝି ପାରିଲେ ନାହିଁ। ଦେବ ଏମିତି ଛିଡା ହୋଇଛନ୍ତି କଣ ପାଇଁ? 


ଖୁସି ତା ମାଆ ବାପା ସହ ପଳାଇଲା। ମୀରା ଦେବଙ୍କୁ ପଚାରିଲେ କଣ ହେଲା ତୁମେ ଏମିତି ଛିଡା ହୋଇଛ କଣ ପାଇଁ? ଏ ଖୁସି ଆମର ଖୁସିତ! 


ଦେବ କହିଲେ ହଁ ସେ ଆମ ଖୁସି। ହେଲେ ଶୁଭ୍ରା ର ନାମ ଶ୍ରେୟା କଣ ପାଇଁ ଲେଖା ହୋଇଛି ।ଆଉ ଡାକ୍ତର ରମେଶ ସହ ଶୁଭ୍ରାଙ୍କ କଣ ସମ୍ପର୍କ? ଶୁଭ୍ରା କଣ ମୋତେ ଚାହିଁ ପାରିଲେ ନାହିଁ? 


ମୀରା କହିଲେ ଏ ବିଷୟରେ ଆମେ ଶୁଭ୍ରା ଓ ଡାକ୍ତର ରମେଶ ସହ କଥା ହେଲେ ଜାଣିବା। ଆଜି ସନ୍ଧ୍ୟାରେ ଡାକ୍ତର ରମେଶଙ୍କ କ୍ଲିନିକକୁ ଯିବା। 


ସନ୍ଧ୍ୟାରେ ଦେବ ଓ ମୀରା ଯାଇ ଡାକ୍ତର ରମେଶଙ୍କୁ ଦେଖା କଲେ। ସେମାନେ କେମିତି ହଠାତ୍ ଏ ବିଷୟରେ ପଚାରିବେ ବୋଲି ଭାବୁ ଥାଆନ୍ତି।


ଡାକ୍ତର ରମେଶ କହିଲେ କଣ ହେଲା? କାହାର ଦେହ ଖରାପ ଅଛି କୁହନ୍ତୁ?


ମୀରା କହିଲେ ଆମେ ଆପଣଙ୍କ ସହ ଖୁସି ବିଷୟରେ କଥା ହେବାକୁ ଆସିଛୁ। 


ଡାକ୍ତର ରମେଶ ଟିକିଏ ଚୁପ ହୋଇ ଗଲେ ଏବଂ କହିଲେ ହଁ କୁହନ୍ତୁ କଣ କହିବେ ।


ମୀରା ଟିକିଏ ଖୁସିର ପ୍ରଶଂସା କରିଲେ।ତାପରେ ଖୁସିର ହାର ଓ ଲୋକେଟ କାଢି ପଚାରିଲେ ଏଇଟା ଆପଣ କେଉଁଠାରୁ କିଣିଛନ୍ତି। 


ଡାକ୍ତର ରମେଶ କହିଲେ ମୁଁ କିଣି ନାହିଁ। ତା ମାଆ ଶ୍ରେୟା କିଣିଛନ୍ତି। ମୁଁ ଜାଣିନି କେଉଁ ଠାରୁ ସେ ଆଣିଛନ୍ତି। ଡାକ୍ତର ରମେଶଙ୍କ ଟେବୁଲରେ ସେମାନେ ଖୁସିର ଛୋଟ ବେଳର ଫୋଟୋ ଦେଖିଲେ। 


ଦେବ କହିଲେ ଆପଣ ଖୁସିର ଜନ୍ମ କଣ ଏଇଠି ହୋଇ ଥିଲା। 


ଡାକ୍ତର ରମେଶ ଟିକିଏ ଅଟକି ଯାଇ କହିଲେ ମୁଁ ଖୁସି ଜନ୍ମ ସମୟରେ ତା ପାଖରେ ନ ଥିଲି କାମରେ ବାହାରେ ଥିଲି। ହେଲେ ବୁଝି ପାରୁ ନାହିଁ ଆପଣ ଏତେ ଖୁସି ଓ ମୋ ପରିବାର ବିଷୟରେ କଣ ପାଇଁ ପଚାରୁଛନ୍ତି? 


ଦେବ କହିଲେ କାରଣ ଆପଣ ଆମକୁ ମିଛ କହୁଛନ୍ତି। ଖୁସି ଆପଣଙ୍କ ନୁହଁ ମୋ ଝିଅ। ତା ମାଆ ନାମ ଶ୍ରେୟା ନୁହେଁ। ସେ ହେଉଛି ଶୁଭ୍ରା। 


ଡାକ୍ତର ରମେଶ କହିଲେ ଦେଖନ୍ତୁ ମୁଁ ଆପଣଙ୍କୁ କିଛି ମିଛ କହି ନାହିଁ। ମୁଁ ଆପଣଙ୍କ ଆଉ ଖୁସି ବିଷୟରେ କିଛି ଜାଣି ନ ଥିଲି ତ ? କେମିତି ବି ସତ କହି ଥାଆନ୍ତି।?


ଦେବ ଓ ମୀରା ଆଶ୍ଚର୍ଯ୍ୟ ହୋ ଚାହିଁ ଥାଆନ୍ତି। 


ଡାକ୍ତର ରମେଶ କହିଲେ ଶୁଣନ୍ତୁ ମୁଁ କିଛି ବର୍ଷ ତଳେ ଏଠାରୁ ପଚାଶ କି. ମି ଦୂରରେ ହରିପୁର ଗ୍ରାମରେ ଡାକ୍ତର ଭାବରେ ନିଯୁକ୍ତି ପାଇଲି। ଆପଣଙ୍କ ଶୁଭ୍ରା ହେଉଛି ମୋ ଜୀବନର ପ୍ରଥମ ରୋଗୀ। ଗାଁ ଲୋକମାନେ ଶୁଭ୍ରା ଓ ଖୁସିକୁ ଅଚେତ ଅବସ୍ଥାରେ ମୋ ପାଖକୁ ଆଣିଲେ। ଦୁହେଁ ନଦୀ କୂଳରେ ସେମାନଙ୍କୁ ପାଇଲେ। ଶୁଭ୍ରାଙ୍କ ମୁଣ୍ଡରେ ମାଡ ବାଜି ଥିଲା। ତାଙ୍କ ଅବସ୍ଥା ଖରାପ ଥିଲା। ସେ କିଏ କାହାକୁ ଜଣା ନ ଥିଲା। ଖବରକାଗଜରେ ଫୋଟୋ ବି ଦୁଇଜଣଙ୍କର ଦେଲି। ହେଲେ କେହି ଆସିଲେ ନାହିଁ।ଖୁସିର ତ କିଛି ସମୟ ପରେ ଚେତା ଆସିଲା। ହେଲେ ଶୁଭ୍ରାଙ୍କ ଚେତା ପାଖାପାଖି ଦୁଇ ମାସ ପରେ ଆସିଲା। ହେଲେ ସେ ସବୁ ଭୁଲି ଯାଇଥିଲେ। ଖୁସି ଲୋକେଟରୁ ମୁଁ ଜାଣିଲି ଯେ ତା ନାମ ଖୁସି। ହେଲେ ଶୁଭ୍ରା ହାତରେ Sh ଲେଖା ହୋଇ ଥିବାରୁ ତାଙ୍କୁ ମୁଁ ଶ୍ରେୟା ଡାକିଲି।


ଶୁଭ୍ରାର କେହି ନିଜର ନ ଥିଲେ। ସେ ମୋ ପାଖରେ ରହିଲେ। ଖୁସିକୁ ବିଦ୍ୟାଳୟରେ ଦାଖଲ କରିବାକୁ ସମୟରେ ବାପା ନାମ ଦରକାର ହେବାରୁ ମୁଁ ତା ବାପା ନାମରେ ନିଜ ନାମ ଦେଲି। ମୁଁ ଶୁଭ୍ରାଙ୍କୁ ପସନ୍ଦ କରେ। ହେଲେ ସେ ମୋର ଭଲ ବନ୍ଧୁ। କିନ୍ତୁ ଖୁସି ପାଖରେ ଆମେ ବାପା ମାଆର ଅଭିନୟ କରୁ। 


ଦେବ କହିଲେ ମୁଁ ମୋ ଝିଅକୁ ନେବା ପାଇଁ ଚାହୁଁଛି। 


ଡାକ୍ତର ରମେଶ କହିଲେ ମୁଁ ତ ତାକୁ ଅଟକାଇ ପାରିବି ନାହିଁ। ହେଲେ ସେ ମୋ ଜୀବନ। ଆପଣ କଣ ତାକୁ ମୋ ପାଖରେ ଛାଡି ପାରିବେ ନାହିଁ? ଆପଣ ତ ମୀରା ମ୍ୟାଡମଙ୍କ ସହ ଆଗେଇ ସାରିଛନ୍ତି। ପୁଣି ଆପଣଙ୍କ ଝିଅ ବି ଅଛି। ଆଜି ମୁଁ ବିଦ୍ୟାଳୟରେ ଦେଖି ଥିଲି। 


ଦେବ କହିଲେ ଦେଖନ୍ତୁ ରିନି ମୋର ଝିଅ କିନ୍ତୁ ଆମେ ତାକୁ ଏଡପଟ୍ କରିଛୁ। ଯେଉଁ ଦୁର୍ଘଟଣାରେ ଶୁଭ୍ରାଙ୍କ ଏପରି ଅବସ୍ଥା ସେହି ଦୁର୍ଘଟଣାରେ ମୁଁ ବି ମୋ ପିତୃତ ହେବାର ଶାରୀରିକ କ୍ଷମତା ହରାଇଛି। ଏବେ ଏଇ ଖୁସି ହିଁ କେବଳ ମୋର ଅଂଶ। 


ଡାକ୍ତର ରମେଶ କହିଲେ ହେଲେ ଆପଣ ଭାବିଛନ୍ତି ଯଦି ଖୁସି ଯିବ ତା ସହ ଶୁଭ୍ରା ବି ଯିବେ। ସେତେବେଳେ ଆପଣଙ୍କ ସ୍ତ୍ରୀ କିଏ ହେବ ଶୁଭ୍ରା ନା ମୀରା?


ଦେବ ଟିକିଏ ଅଟକି ଗଲେ। କିଛି ସମୟ ପରେ କହିଲେ ଏଠିରେ ଭାବିବା କଣ ଅଛି? ଶୁଭ୍ରା ମୋର ସ୍ତ୍ରୀ ଥିଲେ। ପୋଲିସ ତାଙ୍କୁ ମୃତ୍ୟୁ ଘୋଷଣା କଲା ପରେ ମୁଁ ମୀରାଙ୍କୁ ବିବାହ କଲି। ଏବେ ମୀରା ମୋର ଆଇନତ୍ୱ ସ୍ତ୍ରୀ। 


ଡାକ୍ତର ରମେଶ ହା ହା ମାରି ହସିଲେ ଏବଂ କହିଲେ ବାଃ ଭଲ। ତେବେ ଶୁଭ୍ରା ଆପଣଙ୍କ ଘରେ କେଉଁ ଅଧିକାର ନେଇ ରହିବେ? 


ଦେବ କହିଲେ ଶୁଭ୍ରା ଖୁସିର ମାଆ ଭାବରେ ରହିବେ। 


ଡାକ୍ତର ରମେଶ କହିଲେ ଠିକ କହିଲେ। ହେଲେ ଗୋଟିଏ କଥା କହି ପାରିବେ ଏତେ କମ ବୟସରୁ ବିନା ସାଥୀରେ ନିଜ ସଉତୁଣୀ ସହ କଣ ଶୁଭ୍ରା ଏକା ରହି ପାରିବେ? 


ଦେବ କହିଲେ ଶୁଭ୍ରା ଯଦି ଆଉ କାହା ସହ ଆଗକୁ ବଢିବାକୁ ଚାହାଁନ୍ତି ମୋର ଆପତ୍ତି ନାହିଁ। ହେଲେ ଖୁସି ମୋ ପାଖରେ ରହିବ। 


ଏମିତି କଥା ହେଉ ହେଉ ହଠାତ୍ ଶୁଭ୍ରା ଆସି ସେଠାରେ ପହଞ୍ଚିଛନ୍ତି। ଦେବଙ୍କୁ ଦେଖି ଅଚେତ ହୋଇଗଲେ। 


ଡାକ୍ତର ରମେଶ ଶୁଭ୍ରାର ଚିକିତ୍ସା କଲେ। ପାଖାପାଖି ଦୁଇ ଘଣ୍ଟା ପରେ ଶୁଭ୍ରାଙ୍କ ଚେତା ଆସାଲା। ସେ କିଛି ସମୟ ଚୁପ୍ ରହିଲେ ଏବଂ ଦେବଙ୍କୁ ଖୋଜିବା ପାଇଁ ଲାଗିଲେ। କହିଲେ ତାଙ୍କର ଖୁସି ଜନ୍ମ ହେବା ପର୍ଯ୍ୟନ୍ତ କଥା ମନେ ଅଛି। 


ଡାକ୍ତର ରମେଶ କହିଲେ ତୁମର ଦୁର୍ଘଟଣାରେ ମେମୋରି ଚାଳି ଯାଇ ଥିଲା। ସେ ଖୁସିକୁ ଆଣି ଶୁଭ୍ରା ପାଖରେ ଛିଡ଼ା କରି କହିଲେ ଇଏ ତୁମ ଖୁସି। 


ଦେବ ରୁମ ବାହାରେ ଥାଆନ୍ତି।ଶୁଭ୍ରା ବ୍ୟସ୍ତ ହୋଇ ଦେବଙ୍କୁ ଖୋଜିବାରୁ ଡାକ୍ତର ରମେଶ ଯାଇ ଦେବଙ୍କୁ କହିଲେ ଯେ ଶୁଭ୍ରା ଖୁସିର ଜନ୍ମ ହେବା ପର୍ଯ୍ୟନ୍ତ କଥା ମନେ ରଖିଛନ୍ତି।ତାଙ୍କର କେମିତି ଦୁର୍ଘଟଣା ହେଲା ତାଙ୍କର ମନେ ନାହିଁ। ଏବେ ତୁମେ ହିଁ ତାଙ୍କର ସ୍ୱାମୀ ତାଙ୍କ ନଜରରେ। ଆମେ ବେଶୀ କିଛି କହିଲେ ତାଙ୍କ ମନେ ପଡିବା ବଦଳରେ କିଛି ଅଘଟଣ ଘଟି ପାରେ। ତୁମେ ତାଙ୍କୁ ତୁମ ଘରକୁ ନେଇ ଯାଅ। ତାଙ୍କ ସ୍ୱାମୀ ହେବାର ଅଭିନୟ କର ତାଙ୍କର ସବୁ ସ୍ମୃତି ଫେରିବା ଯାଏଁ।


ମୀରା ପରିସ୍ଥିତି ଦେଖି ଦେବଙ୍କୁ ଶୁଭ୍ରାଙ୍କ ସ୍ୱାମୀ ହେବାର ଅଭିନୟ କରିବା ପାଇଁ କହିଲେ। ମୀରା ଓ ଦେବ ଶୁଭ୍ରା ଏବଂ ଖୁସିକୁ ନେଇ ଘରକୁ ଗଲେ। 


କ୍ରମଶଃ........


Rate this content
Log in

Similar oriya story from Drama