STORYMIRROR

Trushna Das

Drama Others

3  

Trushna Das

Drama Others

ଜୀବନ ସଂଘର୍ଷ ( ଭାଗ: 2)

ଜୀବନ ସଂଘର୍ଷ ( ଭାଗ: 2)

5 mins
218

ଦ୍ୱିତୀୟ ଭାଗ : ( ଦେବ ଓ ମୀରାଙ୍କ ବିବାହ )


ପ୍ରଥମ ଭାଗରେ ଆମେ ପଢି ଥିଲେ ମୀରା ଝିଅ ରିନି ଓ ପୁଅ ଦୀପୁ ସହ ଆସି ସହରରେ ରହିଲେ।ସହରରେ ଗୋଟିଏ କମ୍ପାନୀରେ କାମ କଲେ ଏବଂ ସେଠାକାର ମାଲିକ ଶଙ୍କର ବାବୁ ପୁଅ ଦେବ ପାଇଁ ମନେ ମନେ ମୀରାଙ୍କୁ ପସନ୍ଦ କରୁଥିଲେ...... ହେଲେ କିଛି କହି ପାରୁ ନ ଥିଲେ । ହେଲେ ଦେବେ ସବୁବେଳେ ମୀରାଙ୍କୁ ରାଗି ହେଉଥିଲେ। ସମସ୍ତଙ୍କ ସାମ୍ନାରେ ମୀରାଙ୍କୁ ଅପମାନ କରୁଥିଲେ। ପରେ ମୀରା ଶଙ୍କର ବାବୁଙ୍କ ଠାରୁ ଜାଣିଲେ ଯେ ଦେବଙ୍କ ସ୍ତ୍ରୀ ଶୁଭ୍ରା ଓ ଝିଅ ଖୁସିର ଦୁର୍ଘଟଣାରେ ମୃତ୍ୟୁ ହେଲା ପରେ ଦେବ ଏ ପରି ହୋଇ ଯାଇଛନ୍ତି।ତାପରେ ଶଙ୍କର ବାବୁଙ୍କ ଦେହ ଖରାପ ହେବାରୁ ମୀରାଙ୍କ ଶଙ୍କର ବାବୁଙ୍କ ପ୍ରତି ସେବା ଯତ୍ନ ଦେଖି ଦେବଙ୍କ ମନରେ ମୀରାଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ସୃଷ୍ଟି ହେଲାଣି। ସେ ମୀରାଙ୍କ ପାଇଁ ଯତ୍ନଶୀଳ ହେଲେଣି। ହେଲେ ଦେବ ଆଶ୍ଚର୍ଯ୍ୟ ହେଲେ ଯେ ମୀରା ଡାକ୍ତରଖାନାରେ କିନ୍ନରମାନଙ୍କୁ ଦେଖି କଣ ପାଇଁ ଭୟଭୀତ ହେଲେ। ତାପରେ :


ଦେବ ଆଉ ମୀରାଙ୍କ ଅପମାନ କରନ୍ତି ନାହିଁ। ସେ ଏବେ ମୀରାଙ୍କୁ ମନେ ମନେ ଭଲ ପାଆନ୍ତି। ହେଲେ ମୀରା ଓ ଅଭୟଙ୍କ ବନ୍ଧୁତା ଦେବଙ୍କୁ ଆଦୌ ଭଲ ଲାଗେ ନାହିଁ। 


ଦିନେ ଦେବ ବଜାରରେ ମୀରାଙ୍କୁ ଛୁଆ ଦୁଇଟି ସହ ଦେଖି ଆଶ୍ଚର୍ଯ୍ୟ ହେଲେ ଯେ ମୀରା କଣ ବିବାହିତା ପୁଣି ଦୁଇଟି ଛୁଆର ମାଆ। ମୀରାଙ୍କୁ ଅଫିସରେ ଦେବ ସେ ବିଷୟରେ ପଚାରିବା ପାଇଁ ଚେଷ୍ଟା କରିଛନ୍ତି। ହେଲେ କିଛି ଉତ୍ତର ପାଇ ନାହାନ୍ତି। ଦିନେ ଅଫିସ କାମ ସାରି ଘରକୁ ଫେରିବା ସମୟରେ ବହୁତ ରାତି ହୋଇଗଲା ଏବଂ ବର୍ଷା ପ୍ରବଳ ହେଉଥାଏ। ମୀରା ଛତା ଧରି ଅଟୋ ପାଇଁ ଅପେକ୍ଷା କରି ଥାଆନ୍ତି। ଏତେ ଜୋରରେ ପବନ ବହୁଥାଏ ଯେ ମୀରାଙ୍କ ଛଟା ଓଲଟି ଗଲା।ସେ ବର୍ଷାରେ ଭିଜି ଗଲେ। ଠିକ ସେହି ସମୟରେ ଦେବ ଗାଡି ନେଇ ଆସିଲେ ଏବଂ ମୀରାଙ୍କୁ ଗାଡିରେ ବସିବାକୁ କହିଲେ। ମୀରା ପ୍ରଥମେ ମନା କରୁ ଥାଆନ୍ତି। ହେଲେ ଦେବ ବାଧ୍ୟ କରିବାରୁ ମୀରା ଗାଡିରେ ବସିଲେ। ମୀରା ବର୍ଷାରେ ଭିଜି ଥରୁ ଥାଆନ୍ତି। ଦେବ ନିଜ କୋର୍ଟ ଖୋଲି ମୀରାଙ୍କୁ ପିନ୍ଧିବାକୁ କହିଲେ। ବର୍ଷା ପାଇଁ ରାସ୍ତା ଠିକ କି ଦେଖା ଯାଉ ନ ଥାଏ। ଟ୍ରାଫିକ ବି ବହୁତ। ଧୀର ସଙ୍ଗୀତ ଚାଳି ଥାଏ। ଦେବ ମନେ ମନେ ମୀରାଙ୍କୁ ଭଲ ପାଇଲେଣି। ସେ ମୀରା ସହ କଥା ହେବା ପାଇଁ ଚାହୁଁ ଥାଆନ୍ତି। ହେଲେ ମନ କଥା କହି ପାରୁ ନ ଥାଆନ୍ତି। ସେପଟେ ମୀରା ବି ଦେବଙ୍କ ବିଷୟରେ ଜାଣିବା ଠାରୁ ତାଙ୍କୁ ପସନ୍ଦ କରୁ ଥାଆନ୍ତି। ହେଲେ ନିଜର ଜୀବନର ସତ୍ୟତା ପାଇଁ ଦେବଙ୍କ ମନ କଥା ବୁଝି ମଧ୍ୟ ଚୁପ ଥାଆନ୍ତି।ଦୁହେଁ ଦୁହିଁଙ୍କୁ କଣେଇ କଣେଇ ଦେଖୁଥାଆନ୍ତି।


ରାତିରେ ଡେରିରେ ଯିବା ହେବାରୁ ମୀରା ଛୁଆ ଦୁଇଟିକୁ ଚାକରାଣୀକୁ ତା ଘରକୁ ନେଇ ଯିବା ପାଇଁ କହିଥିଲେ। ଟ୍ରାଫିକ ବହୁତ ଭିଡ଼ ଥିବାରୁ ଆଉ ବହୁତ ରାତି ହେବାରୁ ସେ ଆଉ ଛୁଆମାନଙ୍କୁ ଆଣିବା ପାଇଁ ଯାଇ ପାରିଲେ ନାହିଁ। ଘରେ ପହଞ୍ଚୁ ପହଞ୍ଚୁ ରାତି ବାରଟା ହୋଇ ଯାଇଥିଲା। ଦେବ ମୀରାଙ୍କୁ ଛାଡି ନିଜ ଘର ଅଭିମୁଖେ ବାହାରିଲେ। ହେଲେ ରାସ୍ତାରେ ଖାଲି ମୀରାଙ୍କ କଥା ମନେ ପଡୁଥାଏ। ଅଧା ରାସ୍ତା ହେବ ସେ ଯାଇଥାଆନ୍ତି ଦେଖିଲେ ଯେ ମୀରାଙ୍କ ମୋବାଇଲ ଆଉ କିଛି ଔଷଧ ମଧ୍ୟ ଗାଡିରେ ରହି ଯାଇଛି। କାଳେ ଔଷଧ ରାତିରେ ଦରକାର ଥିବ ଭାବି ସେ ମୀରାଙ୍କ ଘର ଅଭିମୁଖେ ଫେରିଲେ। ପହଞ୍ଚିଲା ବେଳକୁ ସେ ମୀରାଙ୍କ ଚିତ୍କାର ଶୁଣିଲେ ଯେ ମଉସା ଏ କଣ କରୁଛନ୍ତି। ମୁଁ ଆପଣଙ୍କ ଝିଅ ପରି।ମୋତେ ଛାଡି ଦିଅନ୍ତୁ। 


ସେପଟେ ଘର ମାଲିକଙ୍କ କଥା ଶୁଣା ଯାଉଥାଏ ଆଲୋ ତୁ ଡରୁଛୁ କାହିଁକି। ଆଜି କେତେ ଭଲ ସମୟ ଆଉ ପାଗ। ଘରେ ବି ତ ମାଉସୀ କି ଆଉ କେହି ବି ନାହାଁନ୍ତି। କେବଳ ତୁ ଆଉ ମୁଁ। ତୁ ବି ଏକା ମୁଁ ବି ଏକା। ଯାହା ହେବ ଆମ ଭିତରେ କେହି ଜାଣି ପାରିବେ ନାହିଁ। ମୀରା ନା ମଉସା ନା କହି ଚିଳାଉ ଥାଆନ୍ତି। 


ଦେବ ଏତିକି ଶୁଣି ଦୌଡି ଗଲେ। ମୀରାଙ୍କ ରୁମର କବାଟ ଭାଙ୍ଗି ସେ ଦେଖିଲେ ଯେ ଘର ମାଲିକ ମୀରା ସହ ଜବରଦସ୍ତି କରିବାକୁ ଚେଷ୍ଟା କରୁଛନ୍ତି। ସେ ଘର ମାଲିକଙ୍କୁ ମାଡ ମାରି ମୀରାଙ୍କୁ ବଞ୍ଚାଇଲେ। ମୀରା ଡରି ଯାଇ ଦେବଙ୍କୁ ଜାବୁଡି ଛୋଟ ପିଲା ପରି କାନ୍ଦୁ ଥାଆନ୍ତି। ଦେବ ସାଙ୍ଗେ ସାଙ୍ଗ ପୋଲିସକୁ ଡାକି ଘର ମାଲିକଙ୍କୁ ଗିରଫ କରାଇଲେ। 


ଏତେ ରାତିରେ ଦେବ ମୀରାଙ୍କୁ ଏକୁଟିଆ କେଉଁଠି ଛାଡିବେ। ଶେଷରେ ସେ ତାଙ୍କ ନିଜ ଘରକୁ ନେଇ କରି ଗଲେ। ମୀରାଙ୍କୁ ଦେଖି ଦେବଙ୍କ ମାଆ ଆଶା ଅସନ୍ତୋଷ ପ୍ରକାଶ କଲେ। ଶ୍ରେଣୀ ତାପର ଦିନ ସକାଳୁ ଗାଡି ପଠାଇ ମୀରାଙ୍କ ଛୁଆମାନଙ୍କୁ ଘରକୁ ଅଣା କଲେ। 


ସେହିଦିନ ହିଁ ହଠାତ ବିଦେଶରେ ଗୋଟିଏ ପ୍ରୋଜେକ୍ଟ କାମରେ ଦେବ, ମୀରା ଓ ଅଭୟଙ୍କୁ ଯିବା ପାଇଁ ପଡିଲା। ଦେବ ଆଶାଙ୍କୁ ବୁଝାଇ କହିଲେ ଯେ ଦୀପୁ ଓ ରିନିଙ୍କୁ ସେମାନେ ଫେରିବା ପର୍ଯ୍ୟନ୍ତ ଘରେ ରଖିବା ପାଇଁ। 


ବିଦେଶରେ କାମ ଚାଳିଥିବା ସମରେ ଦେବ ଦେଖିଲେ ଯେ ଅଭୟ ମୀରାଙ୍କୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି। ସେ ମୀରାଙ୍କୁ ଏ ବିଷୟରେ ଜଣାଇବାକୁ ଚେଷ୍ଟା କରିଛନ୍ତି। ହେଲେ ମୀରା ବୁଝି ପାରି ନାହାଁନ୍ତି। 


ଦିନେ ରାତିରେ ଅଭୟ ମୀରାଙ୍କ କ୍ଷୀରରେ ୱେଟରକୁ ଟଙ୍କା ଦେଇ ନିଶା ଔଷଧ ମିଶାଇଲେ। ତାପରେ କ୍ଷୀର ପିଇବା ସମୟରେ ଅଭୟ ବାହାନା କରି ମୀରାଙ୍କ ରୁମକୁ ଗଲେ। ମୀରା କ୍ଷୀର ପିଇ ନିଶାରେ ଥିବା ସମୟରେ ଅଭୟ ତାଙ୍କୁ ନିଜ ରୁମକୁ ମନ୍ଦ ଉଦ୍ଦେଶ୍ୟରେ ନେଇ ଯାଉଥିବା ସମୟରେ ଦେବ ଦେଖିଲେ ଏବଂ ଅଭୟଙ୍କୁ ମାଡ ମାରି ମୀରାଙ୍କୁ ନେଇ ମୀରାଙ୍କ ରୁମକୁ ନେଲେ। ନିଜ ଅପମାନର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଅଭୟ ଦେବ ମୀରାଙ୍କୁ ରୁମରେ ନେଇ ଛାଡିବା ସମୟରେ ଫୋଟୋ ଉଠାଇ ଏଡିଟ କଲେ। ତାପର ଦିନ ସକାଳୁ ଦେବ ଅଭୟଙ୍କୁ ଖୋଜିବାରୁ ଜାଣିଲେ ଯେ ଦେବ ଲୁଚି ପଳାଇଛନ୍ତି। ଆଉ କିଛି ଦିନ ମୀରା ଓ ଦେବ ଅଫିସ କାମ ସାରି ପ୍ରୋଜେକ୍ଟର ସଫଳତା ସହ ଫେରିଲେ।ହେଲେ ଫେରିବା ପରେ ଅଫିସରେ ମୀରା ଓ ଦେବଙ୍କ ସମ୍ପର୍କକୁ ନେଇ ଫୁସୁରଫାସୁର ଆରମ୍ଭ ହୋଇ ଯାଇଥିଲା। ସମସ୍ତେ ମୀରାଙ୍କୁ ଖରାପ ନଜରରେ ଦେଖୁଥାଆନ୍ତି। ହେଲେ କେହି ସିଧା ମୀରାଙ୍କୁ କିଛି କହୁ ନ ଥାଆନ୍ତି।ଦେବ ଏତିକି ଜାଣିଲେ ଯେ ଅଭୟ ଆସି କି ମଝିରେ ମୀରା ଓ ଦେବଙ୍କ ସମ୍ପର୍କ ବିଷୟରେ ମିଛ କଥା ଅଫିସରେ କହିଛନ୍ତି।ସେ କହିଲେ ଏ ବିଷୟରେ ଜାଣିବାରୁ ଦେବ ତାଙ୍କୁ ଚାକିରୀରୁ ବାହାର କରି ଦେଲେ। ମୀରା ଏ ସବୁ ଜାଣି ଚାକିରୀ ଛାଡି ଦେବେ ବୋଲି ମନେ ମନେ ଭାବିଛନ୍ତି। 


ଇତି ମଧ୍ୟରେ କମ୍ପାନୀର 25 ତମ ବାର୍ଷିକ ଉତ୍ସବ ଓ ପ୍ରୋଜେକ୍ଟ ସଫଳତା ପାଳନ କରାଗଲା। ବହୁତ ବଡ ଭାବରେ ପାର୍ଟି ଆୟୋଜିତ ହୋଇଥାଏ। ଠିକ ସେହି ପାର୍ଟିରେ ଅଭୟ ଆସି ସମସ୍ତଙ୍କ ସାମ୍ନାରେ ଦେବ ଓ ମୀରାଙ୍କ ସେହି ରାତିର ଏଡିଟିଂ ଫୋଟୋ ପ୍ରୋଜେକ୍ଟୟରେ ଦେଖାଇଲେ। ସବୁ ମୀରାଙ୍କୁ ଅପମାନ କରି ବହୁତ କଥା କହିଲେ। ମୀରା ବହୁତ ବୁଝାଇବାକୁ ଚେଷ୍ଟା କଲେ। ଦେବ କିଛି ଉପାୟ ନ ପାଇ କହିଲେ ଆମ ଭିତରେ ସେମିତି କିଛି ଖରାପ ସମ୍ପର୍କ ନାହିଁ। ତଥାପି ମୁଁ ମୀରାଙ୍କୁ ଭଲ ପାଏ। ତାଙ୍କୁ ମୁଁ ସମସ୍ତଙ୍କ ସାମ୍ନାରେ ନିଜ ସ୍ତ୍ରୀ ରୂପେ ସ୍ୱୀକାର କରୁଛି କହିକି ଅଫିସରେ ଭଗବାନଙ୍କ ପାଖରେ ଥିବା ସିନ୍ଦୁର ଆଣି ମୀରାଙ୍କ ମଥାରେ ଦେଲେ। 


ମୀରା ପୁରା ଆଶ୍ଚର୍ଯ୍ୟ। 


ମୀରା କହିଲେ ସାର ଏ ଆପଣ କଣ କଲେ!


ଦେବ ମୁଁ ଠିକ କରିଛି କହିଲେ। 


ମୀରା କହିଲେ ସାର କିନ୍ତୁ ଥରୁଟିଏ ମୋ କଥା ଶୁଣନ୍ତୁ.....ମୋ ବିଷୟରେ ଜାଣନ୍ତୁ। 


ଦେବ କହିଲେ ମୁଁ ଜାଣେ ତୁମର ଦୁଇଟି ଛୁଆ ଅଛନ୍ତି। ଆଉ ମୁଁ ସେମାନଙ୍କୁ ନିଜର ଛୁଆ ବୋଲି ଗ୍ରହଣ କରୁଛି। ଆଉ କିଛି ଶୁଣିବାକୁ ଚାହେଁ ନାହିଁ। 


ମୀରା ଟିକିଏ ଶୁଣନ୍ତୁ କହୁ ଥାଆନ୍ତି.... ।


ଆଶା ରାଗି ଯାଇ କହିଲେ ଦେବ ତୁ ପାଗଳ ହେଲୁ କି। ମୀରା ସହ ତୋ ବାହାଘର ମୁଁ କେବେ ଗ୍ରହଣ କରି ପାରିବି ନାହିଁ। 


ଶଙ୍କର ବାବୁ କହିଲେ ଆଶା ପୁରା ଚୁପ.... ହୁଅ। ଦେବ ଯାହା କରିଛି ପୁରା ଠିକ କରିଛି। ଆଉ ପାଟି କର ନାହିଁ। ମୁଁ ବ୍ରାହ୍ମଣକୁ ଡାକି ଦେଇଛି। ଏବେ ପୁରା ରୀତି ନୀତି ସହ ଏ ବାହାଘର ଏଇଠି ହେବ। କହି ଶଙ୍କର ବାବୁ ଛାତି ଧରି ବସି ଗଲେ.....ଆଃ ଆଃ କହି। 


ଶଙ୍କର ବାବୁଙ୍କ ଦେହ ଭଲ ନାହିଁ। ଡାକ୍ତର କହିଛନ୍ତି ଶଙ୍କର ବାବୁଙ୍କୁ ଯେମିତି କିଛି ଚିନ୍ତା ନ ଦିଆଯାଉ। କାରଣ ତାଙ୍କର ଅବସ୍ଥା ଭଲ ନାହିଁ। ଯଦି ଆଉ ଥରେ ହାର୍ଟ ଆଟାକ୍ ହୁଏ ତେବେ ତାଙ୍କୁ ବଞ୍ଚାଇବା କଷ୍ଟ। ତେଣୁ ମୀରା ବି କିଛି କହି ନ ପାରି ଚୁପ ହୋଇ ଗଲେ। 


ଆଶା ବି ସ୍ୱାମୀଙ୍କ ଅବସ୍ଥା ଦେଖି ଚୁପ ହୋଇ ଗଲେ। 


ବ୍ରାହ୍ମଣ ଆସିବାରୁ ଦେବ ଓ ମୀରାଙ୍କ ରୀତିନୀତି ଅନୁଯାୟୀ ବିବାହ ହୋଇ ଗଲା।


ବିବାହ ଖବର ପାଇ କିଛି କିନ୍ନର ଆସି ପହଞ୍ଚିଲେ ବିବାହ ସ୍ଥଳରେ। ସେମାନଙ୍କୁ ଦୂରରୁ ଦେଖି ହଠାତ୍ ମୀରା ଅଚେତ ହୋଇ ଦେବଙ୍କ ହାତ ଉପରେ ପଡି ଗଲେ।


କ୍ରମଶଃ....... 


Rate this content
Log in

Similar oriya story from Drama