STORYMIRROR

Trushna Das

Drama Inspirational Others

3  

Trushna Das

Drama Inspirational Others

ଜୀବନ ସଂଘର୍ଷ - ଅନ୍ତିମ ଭାଗ

ଜୀବନ ସଂଘର୍ଷ - ଅନ୍ତିମ ଭାଗ

5 mins
171


କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି ପୂର୍ବ ଭାଗଗୁଡିକୁ ପଢନ୍ତୁ। ଆଗରୁ ପଢିଥିଲେ ଯେ ଶୁଭ୍ରା ଓ ଖୁସିର ପ୍ରତ୍ୟାବର୍ତ୍ତନ ପରେ ମୀରାଙ୍କ ପ୍ରତି ଆଶାଙ୍କ ବ୍ୟବହାର ପୁରା ବଦଳି ଗଲା। ସେ କିନ୍ନର ବୋଲି ତାଙ୍କୁ ସବୁବେଳେ ବିରକ୍ତ ହେଲେ। ଦିନେ ବାଧ୍ୟ ହୋଇ ମୀରା ଘର ଛାଡ଼ି ପଳାଇଲେ। ପରିସ୍ଥିତିରେ ପଡି ସେ କିନ୍ନରମାନଙ୍କ ପାଖରେ ରହିଲେ। ପୋଲିସ ସହ ଦେବ ନେବାପାଇଁ ଆସିବାରୁ ମୀରା ଯିବା ପାଇଁ ମନା କଲେ। ଦେବ ଦୁଃଖୀ ହୋଇ ଘରକୁ ଫେରିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଛି। ଏ ବିଷୟରେ ମୀରା ଜାଣି ନାହାନ୍ତି। କାଳେ ଦେବ ଆଉ ଥରେ ତାଙ୍କୁ ନେବା ପାଇଁ ଆସିବେ ଭାବି ସେ ରାଣୀ ନାନୀ, ମଧୁ ନାନୀ ସହ ଆଉ ଗୋଟାଏ ଗୋଟିଏ ସହରକୁ ପଳାଇଛନ୍ତି। ସେଠାରେ ସେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ କରିବାକୁ ପଡିଛି। ଦିନେ ସେ ଶୁଭ୍ରା ଓ ଡାକ୍ତର ରମେଶଙ୍କୁ ପିଛା କରି ଜାଣିବାକୁ ପାଇଲେ ଯେ ସେମାନେ ଦେବଙ୍କ ସମ୍ପତ୍ତି ସବୁକୁ ବିକ୍ରି କରି ଦେବଙ୍କୁ ନିଜ ରାସ୍ତାରୁ ହଟାଇ ଦେବେ। ଏ ବିଷୟରେ ସେ ଚିନ୍ତିତ ଥିବା ସମୟରେ ମଧୁ ନାନୀ ଆସି ମୀରାଙ୍କୁ କହିଲେ କାଲି ଯେଉଁ ଫୋଟୋ ଉଠା ହେବା କଥା ରାଣୀ ନାନୀ କହୁଥିଲେ ତୁ ଯିବୁ ନାହିଁ। ସେଠି ତୋର ଅଶୀଳ ଫୋଟୋ ଓ ଭିଡିଓ କରା ହେବ। ଏହା ଶୁଣି ମୀରା ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇ ଗଲେ। ତାପରେ:


ମୀରା କହିଲେ ମଧୁ ନାନୀ ମୁଁ କଣ କରିବି? ସେ ପଟେ ସେ ଶୁଭ୍ରାର କଥା ଏପଟେ ରାଣୀ ନାନୀର ଚକ୍ରାନ୍ତ! 


ମଧୁ ନାନୀ କିଛି ସମୟ ଚୁପ୍ ରହି କହିଲେ ମୀରା ତୁ ଏଠାରୁ ପଳେଇ ଯାଆ। ତୋ ଘରକୁ ପଳା। ତୁ ଏବେ ବି ଦେବର ସ୍ତ୍ରୀ। ଦେବ ସହ କଣ ହୋଇଛି ଯାଇ କି ଦେଖ। ଆଉ ଦେବଙ୍କୁ ଏ ବିପଦରୁ କେବଳ ତୁ ବଞ୍ଚାଇ ପାରିବୁ। 


ମୀରା ହେଲେ ମୁଁ ଯିବି କେମିତି। ମୋ ପାଖରେ ତ ଟଙ୍କା ନାହିଁ। ଆଉ ପୁଣି ରାତିରେ ତ ଏଠି କବାଟରେ ଚାବି ପଡିଥାଏ। 


ମଧୁ ନାନୀ କହିଲେ ତୁ ବ୍ୟସ୍ତ ନ ହୋଇ ଧିର କି ରହ। ମୋ ପାଖରେ କିଛି ଟଙ୍କା ଅଛି। ତୁ ନେଇକି ଯାଆ। ଆଉ ମୁଁ ଏବେ ଯିବି ରାଣୀ ନାନୀର ଗୋଡ ଘଷିବା ପାଇଁ। ଚୁପ କରି ତାଙ୍କ ରୁମରୁ ଚାବି ନେଇ ଆସିବି। ରାତି ଏଗାରଟାରେ ବସ ଅଛି। ସକାଳୁ ତୁ ତୋ ଘରେ ପହଞ୍ଚି ଯିବୁ। ଯିଏ ଯାହା କହିଲେ ବି ତୁ କହିବୁ ମୁଁ ଦେବର ସ୍ତ୍ରୀ। ମୁଁ ତାଙ୍କ ସହ ରହିବି। 


ଯୋଜନା ଅନୁଯାୟୀ ମୀରା ସେଠାରୁ ବାହାରି ଗଲେ । ଯିବା ସମୟରେ ମଧୁ ନାନୀଙ୍କୁ ଧରି କାନ୍ଦିଲେ। ସକାଳୁ ସକାଳୁ ସେ ଯାଇ ଘରେ ପହଞ୍ଚି ଗଲେ। ଘରେ ପହଞ୍ଚିଲା ବେଳକୁ ସେ ଦେଖିଲେ ଯେ ଶୁଭ୍ରା ଘରକୁ ଫେରି ନାହାଁନ୍ତି। ଘରେ ଚାକର ନାହାଁନ୍ତି। ଆଶା ସବୁ କାମ କରୁଛନ୍ତି। ସେ ଯାଇ ଆଶାଙ୍କ ଅବସ୍ଥା ଦେଖି ପଚାରିଲେ ମାଆ ଆପଣଙ୍କର ଏ କି ଅବସ୍ଥା ? ଛୁଆମାନେ କାହାନ୍ତି ? ଆଉ ଦେବ କେମିତି ଏ ପରି ହେବାକୁ ଦେଉଛନ୍ତି ?


ଆଶା କାନ୍ଦି କାନ୍ଦି କହିଲେ ଏ ସବୁ ମୋର କର୍ମଫଳ। ତୋ ସହ ଯେଉଁ ଅନ୍ୟାୟ କରିଛି ମୁଁ କାନ୍ଦିବିନି ତ ଆଉ କିଏ କାନ୍ଦିବ। ତୁ ଗଲା ପରେ ଦେବ ଆସିକି ତୋତେ ଖୋଜିଲା ଏବଂ ରାଗି ଯାଇ ଶୁଭ୍ରା ବିଷୟରେ କହିଲେ ଯେ କେମିତି ଓ କଣ ପାଇଁ ସେ ରାତିରେ ଦୁର୍ଘଟଣା ଘଟି ଥିଲା। ତା ପରେ ତୋତେ ଖୋଜୁ ଖୋଜୁ ସେ ପୋଲିସ ସହ କିନ୍ନର ସାହିରେ ପହଞ୍ଚିଲା। ତୁ ତାକୁ ଆସିବୁ ନାହିଁ ବୋଲି କହି ନାନା କଥା କହିଲୁ। ତୁ ନ ଆସିବା ଦୁଃଖରେ ଗାଡି ଚଳାଉ ଥିବା ସମୟରେ ତାର ଦୁର୍ଘଟଣା ହେଲା। ଆଉ ତାପରେ କହି ସେ କାନ୍ଦିବା ପାଇଁ ଲାଗିଲେ। 


ମୀରା କହିଲେ ମାଆ କୁହନ୍ତୁ କଣ ହେଲା ମୋ ଦେବଙ୍କର। ସେ ଠିକ୍ ଅଛନ୍ତି ତ! 


ଆଶା ମୀରାଙ୍କ ହାତ ଟାଣି ଟାଣି ଦେବଙ୍କ ପାଖକୁ ନେଇ ଗଲେ। 


ମୀରା ଦେଖିଲେ ଦେବ ଖଟରେ ଚାହିଁ ଶୋଇ ରହିଛନ୍ତି। 


ମୀରା ପଚାରିଲେ ମାଆ କୁହନ୍ତୁ ନା ମୋ ଦେବର କଣ ହୋଇଛି? 


ଆଶା କହିଲେ ତାର ପାରାଲିସିସ୍ ହୋଇ। ସେ ଜୀବନ୍ତ ଲାସ ପାଲଟି ଯାଇଛି। 


ମୀରା ଦେବଙ୍କୁ ଧରି କାନ୍ଦିବା ପାଇଁ ଲାଗିଲେ ଏବଂ ନିଜକୁ ଧିକ୍କାର କରି କହିଲେ ଏ ସବୁ ତାଙ୍କ ପାଇଁ ହୋଇଛି। ଯଦି ସେ ଦେବଙ୍କୁ ତିକ୍ତ କଥା କହି ନ ଥାଆନ୍ତେ ତେବେ ଏମିତି ହୋଇ ନ ଥାନ୍ତା। ସେ କେବଳ ଘରର ସୁଖ ପାଇଁ ଦେବ ଠାରୁ ଦୂରକୁ ଯିବା ପାଇଁ ଏମିତି କହିଥିଲେ କହି କାନ୍ଦିବାକୁ ଲାଗିଲେ। 


ମୀରାଙ୍କ କାନ୍ଦ ଦେଖି ଦେବଙ୍କ ଆଖିରୁ ଲୁହ ବହିବାରେ ଲାଗିଲା।


 ଆଶା ଦେଖି କହିଲେ ଦେଖ ଆଜି ଛଅ ମାସ ପରେ ତା ଶରୀରରେ ତୋତେ ଦେଖି ପ୍ରତିକ୍ରିୟା ହୋଇଛି। 


ମୀରା କହିଲେ ହଁ ମାଆ.... ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଆସିଗଲି ନା ସବୁ ଠିକ ହୋଇ ଯିବ। 


ଆଶା କହିଲେ ତୁ ଜାଣି ନାହୁଁ ଶୁଭ୍ରା ଜମାରୁ ଭଲ ନୁହେଁ। ସେ ଆଉ ଡାକ୍ତର ରମେଶ ଦେବର ଏମିତି ହେବା ପରେ ଏବେ ଏଇଠି ଗୋଟିଏ ରୁମରେ ରହୁଛନ୍ତି। ଆଉ ଶୁଭ୍ରାର ସ୍ମୃତି କେବେ ଯାଇ ନ ଥିଲା। ସେ ସବୁ ସେ ଦୁହିଁଙ୍କର ନାଟକ ଥିଲା। 


ମୀରା କହିଲେ ଶୁଭ୍ରା କରିବା ଟା ବୁଝି ପାରୁଛି ହେଲେ ଡାକ୍ତର ରମେଶ କଣ ପାଇଁ ଏମିତି କଲେ।?


ଆଶା କହିଲେ ଡାକ୍ତର ରମେଶ ହେଉଛି ସେଇ ବଦମାସ ଲିଙ୍କନର ସାନ ଭାଇ। ସେ ତା ଭାଇର ମୃତ୍ୟୁ ବଦଲା ନେବା ପାଇଁ ଏମିତି କରିଛି। ସେଦିନ ଦୁର୍ଘଟଣା ଯାଗାରେ ପୋଲିସ ପହଞ୍ଚିବା ଆଗରୁ ସେ ସେଠି ପହଞ୍ଚି ସାରିଥିଲା। ଲିଙ୍କନ ମରି ସାରିଥିଲା ତେଣୁ ତାକୁ ଛାଡ଼ି ସେ ଶୁଭ୍ରା ଓ ଖୁସିକୁ ନିଜ ସହ ନେଇଗଲା। ଶୁଭ୍ରା ଦୁର୍ଘଟଣା ଯୋଗୁଁ ସେ ଚାଲି ପାରୁନଥିଲା। ତାକୁ ଚାଲିବା ପାଇଁ ସମୟ ଲାଗିଲା। ଶୁଭ୍ରା ଠିକ ହେବା ପରେ ସହରକୁ ଆସି ଏ ସବୁ ନାଟକ କରିଛନ୍ତି। 


ମୀରା ପଚାରିଲେ ଆପଣ କେମିତି ଜାଣିଲେ ଏ ବିଷୟରେ? 


ଆଶା କହିଲେ ଯେ ଦେବର ଏପରି ହେବା ପରେ ଶୁଭ୍ରା ଦିନେ କିଛି କାଗଜରେ ଦେବଙ୍କ ଆଙ୍ଗୁଠି ଟିପ ନେଇ ସବୁ ସମ୍ପତ୍ତି ନିଜ ନାମକୁ କରି ଦେଲା। ଆଉ ଦୁହେଁ କଥା ହେଉଥିବା ସମୟରେ ମୁଁ ଏ ସବୁ ଶୁଣିଲି। 


ସେହି ସମୟରେ ଆସ୍ଥାର କାନ୍ଦିବା ଶୁଣା ଗଲା। ମୀରା ଯାଇ ଦେଖିଲେ ଆସ୍ଥା ଶୋଇ କରି ଉଠିଲା। ଆସ୍ଥା ମୀରାକୁ ଦେଖି ଖୁସିରେ ଆସି ମୀରା ଉପରେ ଚଢିଗଲା। ମୀରା ତାକୁ ବହୁତ ଗେଲ୍ହ କଲେ। 


ମୀରା ପଚାରିଲେ ରିନି, ଦୀପୁ ଓ ଖୁସି ବିଦ୍ୟାଳୟ ଯାଇଛନ୍ତି କି? 


ଆଶା କହିଲେ ଖୁସି ଯାଇଛି। କିନ୍ତୁ ରିନି ଓ ଦୀପୁକୁ ଶୁଭ୍ରା ହଷ୍ଟେଲ ପଠେଇ ଦେଇଛି। ଆସ୍ଥା ଛୋଟ ଥିବାରୁ ତାକୁ ହଷ୍ଟେଲ ପଠେଇ ନାହିଁ। 


ଆଶା ଆହୁରି କହିଲେ ଜାଣିଛୁ କାଲି ଘରର ନିଲାମ ହେବ। ଆମକୁ ଏ ଘରରୁ ବାହାର କରି ଦିଆ ହେବ। 


ମୀରା କହିଲେ ମାଆ ବ୍ୟସ୍ତ ହୁଅ ନାହିଁ। ମୁଁ ସବୁ ଠିକ କରି ଦେବି। 


ତାପରେ ସେ ଦେବଙ୍କ ରୁମକୁ ଯାଇ କିଛି କାଗଜ ଧରି ଘରୁ ବାହାରି ଗଲେ। ଯିବା ସମୟରେ କହିଲେ ମାଆ ବ୍ୟସ୍ତ ହୁଅନ୍ତୁ ନାହିଁ..... ମୁଁ ସବୁ ଠିକ କରି ଦେବି ହେଲେ ମୁଁ ଫେରି ଆସିଛି ବୋଲି କାହାକୁ କିଛି କହିବେ ନାହିଁ। 


ତାପର ଦିନ ସକାଳୁ ଘର ନିଲାମ କାମ ଆରମ୍ଭ ହେଲା। ଆଶା ମୀରାକୁ ଅପେକ୍ଷା କରି କରି ଶେଷରେ ମନ ବୁଝାଇ ଜିନିଷ ବାନ୍ଧିବାକୁ ଲାଗିଲେ। 


ନିଲାମ ଡକା ଚାଲି ଥାଏ ହଠାତ୍ ସବୁ ଚମକି ଗଲେ। ପଛ ପଟୁ ଶୁଣା ଗଲା ନିଲାମ ହୋଇ ପାରିବ ନାହିଁ। ସବୁ ଘରୁ ଦେଖିଲା ବେଳକୁ ଦେବଙ୍କ ଓକିଲ ଛିଡା ହୋଇଛନ୍ତି।


ଶୁଭ୍ରା କହିଲେ କଣ ପାଇଁ ହେବ ନାହିଁ।ଦେବଙ୍କ ଏମିତି ଅବସ୍ଥାରେ ମୁଁ ଏବେ ତାଙ୍କ ସମ୍ପତ୍ତିର ମାଲିକ। ମୁଁ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିବାରୁ ବିକ୍ରି କରୁଛି। 


ଓକିଲ କହିଲେ ଆପଣ ମିଲିକ ନୁହନ୍ତି। ଦେବଙ୍କ ସ୍ତ୍ରୀ ଓ ତାଙ୍କ ଛୁଆମାନେ ଏ ସମ୍ପତ୍ତିର ମିଲିକ। 


ଶୁଭ୍ରା କହିଲେ ଦେବଙ୍କ ସ୍ତ୍ରୀ ତ ମୁଁ। 


ଓକିଲ କହିଲେ ନା ଆପଣଙ୍କୁ ପୋଲିସ ମୃତ୍ୟୁ ଘୋଷଣା କଲା ପରେ ଦେବ ମୀରାଙ୍କୁ ବିବାହ କଲେ।ଆଇନ ଅନୁଯାୟୀ ମୀରା ତାଙ୍କ ସ୍ତ୍ରୀ। ଆଉ ମୀରା ଫେରି ଆସିଛନ୍ତି। ସେ ଏ ନିଲାମ ପାଇଁ ମନା କଲେ। 


ମୀରା ନିଜ ଦୀପୁ ଓ ରିନିକୁ ନେଇ ପୋଲିସ ସହ ଭିତରକୁ ପ୍ରବେଶ କଲେ। 


ମୀରାଙ୍କୁ ଦେଖି ଶୁଭ୍ରା କହିଲେ ଗୋଟିଏ କିନ୍ନର ପୁଣି ସ୍ତ୍ରୀ କେମିତି ହେବ। 


ଓକିଲ କହିଲେ ଦେବ ସବୁ ଜାଣି ମୀରାଙ୍କୁ ନିଜ ସ୍ତ୍ରୀର ପରିଚୟ ଦେଇଛନ୍ତି। ତେଣୁ ମୀରା ଦେବଙ୍କ ଧର୍ମପତ୍ନୀ। 


ସେହି ସମୟରେ କିନ୍ନରମାନେ ମଧ୍ୟ ଆସି ପହଞ୍ଚିଲେ ମୀରାଙ୍କୁ ନେବା ପାଇଁ। ପୋଲିସ କହିଲେ ମୀରା ନିଜ ଇଚ୍ଛାରେ ଦେବ ସହ ରହିବା ପାଇଁ ଚାହାଁନ୍ତି। ତେଣୁ ତାଙ୍କୁ ଏଠାରୁ କେହି ନେଇ ପାରିବେ ନାହିଁ। 


ମୀରା ପୋଲିସକୁ ଶୁଭ୍ରା ଓ ଡାକ୍ତର ରମେଶଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ଦେଲେ ଯେ ଏ ସବୁ ତାଙ୍କର ଚକ୍ରାନ୍ତ। ଆଉ ସେ ଦୁହେଁ ମିଶି କରି ଦେବଙ୍କୁ ପାରାଲିସିସ୍ ରେ ରହିବା ପାଇଁ ଔଷଧ ଦେଉଛନ୍ତି ।ତାହା ଲାବ୍ ରିପୋର୍ଟ ବି ଦେଲେ। ପୋଲିସ ଶୁଭ୍ରା ଓ ଡାକ୍ତର ରମେଶଙ୍କୁ ଗିରଫ କଲା। 


ନିଲାମ ଅଟକି ଗଲା। ଏବେ ମୀରା ଶାଶୁ ଶଶୁର, ରିନି, ଦୀପୁ, ଖୁସି, ଆସ୍ଥା ଓ ଦେବଙ୍କ ସହ ଖୁସିରେ ରହିଲେ। ସେ ଦେବଙ୍କ ଚିକିତ୍ସା ଭଲ ଡାକ୍ତରଙ୍କ ପାଖରେ କରାଇଲେ। କିଛି ମାସ ଭିତରେ ଦେବ ପୁରା ଠିକ ହୋଇ ଗଲେ। ଜୀବନର ସଂଘର୍ଷକୁ ମୀରା ନିଜ ଧୈର୍ଯ୍ୟ,ବୁଦ୍ଧି ଓ ସାହସର ସହ ମୁକାବିଲା କଲେ। 


ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବୋହୂ ହେବ ତ ମୀରା ପରି ହେବ। କିନ୍ନର ହୋଇ ମଧ୍ୟ ନିଜ ଦାୟିତ୍ଵ ଭଲ ଭାବରେ ତୁଲାଇଛନ୍ତି।


ସମାପ୍ତ



Rate this content
Log in

Similar oriya story from Drama