Suresh chandra Padhy

Inspirational

3  

Suresh chandra Padhy

Inspirational

ଜୀବନ ସଙ୍ଘର୍ଷ

ଜୀବନ ସଙ୍ଘର୍ଷ

2 mins
173


ଜୀବନରେ ଅନେକ ଘାଟଣା ଘଟେ l କିଛି ସୃତି ହୋଇ ରହି ଯାଏ ମାନସରେ ଚିର ଦିନ ପାଇଁ l ଏମିତି କିଛି ଘଟଣାକୁ ନେଇ କାହାଣିର ଅୟମାରମ୍ଭ l ମେଦିନି ପୁର ଗାଆଁରେ ଗୋଟିଏ ଦୁଃଖୀ ପରିବାରଟିଏ ରହୁଥାନ୍ତି l ପରିବାର କହିଲେ ପାଞ୍ଚ ପ୍ରାଣୀ l ବାପା ମୂଲ ଲାଗି ପରିବାର ଚଳାନ୍ତି l ଦୁଃଖ ସୁଖରେ ସଂସାର ଚଳେ l କିନ୍ତୁ ଦୁଃଖୀର ଜୀବନରେ ଦୁଃଖ କେବେ ସରେ ନାହିଁ l ବାପା ଦିନେ ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲିଗଲେ l ପୁଅମାନେ ଘରେ ଛୋଟ ପିଲା l ଝିଅଟି ପନ୍ଦର ବର୍ଷର ହୋଇଥାଏ l ମାଆର ଦେହ ବି ଖରାପ ହେବାକୁ ଲାଗିଲା l ପରିବାରକୁ ଚଳେଇବା ପାଇଁ ନିଜ ପାଠ ଛାଡି ଝିଅ ମାଳତି ଆଗକୁ ଆସିଲା l ପର ଘରେ ବାସନ ମାଜି କେତେ କଥା ଶୁଣି ଯାହା ଆଣେ ପରିବାର ଚଳାଏ l କିଛି ଦିନ ପରେ ମାଆ ବି ଚାଲିଗଲେ l ବିଚରା ଝିଅଟି ଭାଇମାନଙ୍କୁ ପାଠ ପଢାଇ ମଣିଷ କରିଲା l ବଡ଼ ଭାଇ ସହରରେ ଚାକିରୀଟିଏ ପାଇଲା l ହେଲେ ସେଠି ଗୋଟିଏ ଝିଅକୁ ପ୍ରେମ ବିବାହ କରି ମାଳତିକୁ ପର କରିଦେଲା l ସାନ ଭାଇ ସାଙ୍ଗମାନଙ୍କ ସହ ବୁଲୁଥିବା ବେଳେ ଦିନେ ଗାଡି ଦୁର୍ଘଟଣାରେ ସେ ବି ଚାଲିଗଲା l ଓଃ କେତେ ଦୁଃଖ ମାଳତି ଜୀବନରେ l ମାଳତି ପରି ଗୋଟେ ସୁନ୍ଦର ସରଳ ଝିଅଟିକୁ ଗାଆଁ ଲୋକେ ବିବାହ କରିଦେଲେ ଜଣେ ବେପାରୀ ସହ l ଭାବିଥିଲା ନୂଆଁ ସଂସାରରେ ଟିକେ ସୁଖ ପାଇବ l ହେଲେ ଗରିବ ଝିଅ ବୋଲି ଶାଶୁ ନଣନ୍ଦ ପ୍ରତି ଦିନ ନିର୍ଯ୍ୟାତନା ଦିଅନ୍ତି l ଯାହାକୁ ସେ ବିବାହ କରିଲା ସେ ବିଥିଲା ଜଣେ ମଦୁଆ ଲୋକ l ଦିନେ ରୋଗରେ ପଡି ମାଳତିର ସ୍ୱାମୀ ଚାଲିଗଲା l ପୁଣି ଅସହ୍ୟ ଦୁଃଖ ତା ଜୀବନକୁ ଆସିଲା l ଶାଶୁଘର ଲୋକେ ମାଳତିକୁ ଘରୁ ତଡିଦେଲେ l ଦୁଃଖିନୀ ମାଳତି ପୁଣି ସଂଘର୍ଷ କରିଲା ନିଜେ ବଞ୍ଚିବା ପାଇଁ l ଏଥର ସେ ସିଲେଇ ଶିଖି ନିଜ ପାଇଁ ବଞ୍ଚିଲା l ହେଲେ ବିଧିର ବିଧାନ ଭିନ୍ନ ଥିଲା ତା ପାଇଁ l ଦିନେ ଏକ ଅଜଣା ଗାଡି ତାକୁ ଧକା ଦେଇ ସବୁ ଦିନ ପାଇଁ ପଙ୍ଗୁ କରିଦେଲା l ତଥାପି ହୁଇଲ୍ ଚେୟାରରେ ବସି ସେ ନିଜେ ଏକା ଏକା ରହିଲା l କିଛି ଦିନ ପରେ ରୋଗରେ ପଡି ଝୁରିଲା ନିଜ ଭାଇକୁ l ନିର୍ଦ୍ଦୟ ଭାଇ ତା ମୁଖରେ ପାଣି ଟୋପାଏ ବି ଦେବାକୁ ଆସିଲାନି l ତଥାପି ସଭିଙ୍କ ମଙ୍ଗଳ ଚିନ୍ତା କରି ସେ ଆରପାରି ଚାଲିଗଲା l ଗାଆଁର ଲୋକେ ତାର ଅନ୍ତିମ ସଂସ୍କାର କଲେ l ଜୀବନ ସାରା ଦୁଃଖ ଭୋଗୀ ସେ ହସି ହସି ଚାଲିଗଲା ଜଗତରୁ l ଜୀବନରେ ଦୁଃଖ ଏମିତି ବି ଆସେ l



Rate this content
Log in

Similar oriya story from Inspirational