jyotsna mayee panda

Tragedy

4  

jyotsna mayee panda

Tragedy

ଜୀବନ ପଥେ

ଜୀବନ ପଥେ

5 mins
233


ଏପ୍ରିଲ ମାସ । ଧୁ ଧୁ ଖରା। ବାହାରୁ ଘର କୁ ଆସିଲେ ମଣିଷ କୁ ଟିକେ ଶାନ୍ତି ମିଳେ। ଥଣ୍ଡା ପାଣି ଟିକେ ପିଇ ଟିକେ ଶୀତତାପ ନିୟନ୍ତିତ କୋଠରି ରେ ମଣିମ ନିଜ କୁ ଟିକେ ଆଶ୍ୱସ୍ତ ମନେକରେ l ହେଲେ ଆଜି ହଠାତ ମୋ ଫୋନ ଟା ରିଙ୍ଗ ହେଲା l ଦେଖିଲି ମୋ ଅଫିସର ଙ୍କ ନମ୍ବର ଆଉ ନ ଉଠାଇ କଣ ମୋର ବାଟ ଅଛି l ଅନିଚ୍ଛା ସତ୍ୱେ ମୁଁ ଫୋନ ଟା ଉଠେଇ ଲି l ସେ ମତେ କହିଲେ କୁଆଡେ ମୋ ସାରକିଲ ର ଜଣେ ଚାଷୀ ଗତ ରାତି ରେ କୀଟନାଶକ ପିଇ ଆତ୍ମହତ୍ୟା କରିଛି ଆଉ ଏବେ ମୋତେ ମିଡ଼ିଆ ଵାଲା ପହଁଚିବା ଆଗରୁ ସେଠି ପହଂଚି ବାକୁ ପଡିବ l ନହେଲେ ତିଳ ତୁ ତାଳ କରି ଛାପିବେ। ବ୍ରେକିଙ୍ଗ ନିୟୁଜ ରେ... ସେ କହିଲେ ସବ କଲେକ୍ଟର ଆଉ ରେଭୁନ୍ୟୁ ଷ୍ଟାଫ୍ଫ ବି ଯିବେ। ଆଉ ସାଙ୍ଗେ ସାଙ୍ଗେ ରିପୋର୍ଟ ମାଗିଛନ୍ତି... ସାଙ୍ଗେ ସାଙ୍ଗେ ବାହାରି ମୁଁ ପହଂଚି ଗଲି ତା ଘଋକୁ... ମୋ ପହଂଚିବା ଦି ଚାରି ମିନିଟ ପରେ ସବକଲେକ୍ଟର ପହଂଚି ଲେl ଘର ର ଚାଲ ନାହିଁ ଆଉ ସୂର୍ଯ୍ୟ ଙ୍କ ପ୍ରଖର ରୋୖଦ୍ର ପୁରା ଘର ଭିତରକୁ ଅବାଧ ରେ ପଡୁଛି ଆଉ ଏତେ ସବୁ ଲୋକ ଛିଡା ହେବା ପାଇଁ ଜାଗା ଖଣ୍ଡେ ବି ନାଈଁ ଦୁଖେ କଷ୍ଟେ ଇଏ ଦରଭଙ୍ଗା ଖଟ ବାହାର କରିଦେଲା ଚକରା ର କଲେଜ ପଢୁଆ ପୁଅ ଆମେ ବସିବା ପାଇଁ l ଇନ୍ଭେସଟିଗେସନ ଆରମ୍ଭ ହେଲା l ଆମେ ସମସ୍ତେ ତା ଆଧାର କାର୍ଡ ବ୍ୟାଙ୍କ ପାସ ବହି, l ଲୋନ ପାସ ବୁକ ସବୁ ର.... ଭେରିଫିକେସନ... ଆଉ ତା ଫିଲଡ ଭେରିଫିକେସନ ବି କଲୁ ଆଉ ଫସଲ ବି ଭଲ ହୋଇଥିବା ଦେଖିଲୁ........

ବ୍ୟାଙ୍କ ରେ ମାତ୍ର କୋଡିଏ ହଜାର ଜମା ଅଛି ଆଉ ଗତ ବର୍ଷ ର ଲୋନ ଷାଠିଏ ହଜାର ପରିଶୋଧ କରିଛି... ଜମି କହିଲେ ଦୁଇ ଏକର ଅଛି... ବାକି ସବୁ ଭାଗ ଚାଷ କରୁଥିଲା l ନା ଚକ୍ରଧର ବିଶ୍ୱାଳ... ଦୁଖେ ସୁଖେ ଚଳେଇ ନେଉଥିଲା ତା ସଂସାର ଦଦରା ନାଆ କୁ ଧୀରେ ଧୀରେ....

ଆଜି କିନ୍ତୁ ସେ ଏ ଜୀବନ ଯୁଦ୍ଧ ରେ ହରି ଯାଇଛି... ସେ କଣ ମାଲ୍ୟା ହେଇଛି ଯେ ସରକାର ଙ୍କ ପଇସା ଖାଇ କୋଉ ବିଦେଶ ରେ ଲୁଚିବ l ସେ ଏସନ ର ଋଣ ନଶୁଝିଲେ ଆଉ ଆସନ୍ତା ବର୍ଷ ଋଣ ନେଇ ପାରିବନି ସେ ତୁଛ ମଳିମୁଣ୍ଡିଆ ଚାଷୀ ଟେ... ସେ ସେଥିପାଇଁ ଗଲା ବର୍ଷ ଚକଡା ପୋକ ପାଇଁ ଫସଲ ଭଲ ଅମଳ ନ ହୋଇଥିଲେ ବି ଋଣ ଟା ପରିଶୋଧ କରିଦେଇଛି l ତା ସ୍ତ୍ରୀ ସେ ଚିରା ଶାଢ଼ୀ ଟା ବାରମ୍ବାର ସାଉଁଟିବାରେ ଲାଗିଛି କାଳେ ତା ପୁଙ୍ଗୁଳା ଦେହଟା ଦିସିଯିବ ସେ ବଡ଼ବାବୁଙ୍କୁ l କଣ ଭାବିବେ l ମନ ଟା ତାକୁ ଦେଖି ବୁଝିଲା ନି ବାହାରେ ତା ପୁଅ ସହିତ ସମସ୍ତେ କଥା ହେଉଥିଲେ ଆଉ ମୁଁ ଭିତର କୁ ପଶିଗଲି l ସେ ମତେ ଦେଖି କାନ୍ଦିବା ଆରମ୍ଭ କରିଦେଲା ତାକୁ ଟିକେ ସନ୍ତାନ ଦେଇ ବୁଝେଇଲି l ତାପରେ ସେ ଗତ ଦିନ ର ସବୁ କାହାଣୀ ମୋ ଆଗରେ କହିଲା ଆଉ ସେ କାହାଣୀ ଏମିତି "ସେଦିନ ତା ବଡ ଝିଅ ର ନିର୍ବନ୍ଧ ଥିଲା l ପୁଅ ଘରେ ଆସିଥିଲେ ଆଉ ଧାର ଉଧାର କରି କେମିତି ନିର୍ବନ୍ଧ ଟା ସୁରୁଖୁରୁରେ ସରିଗଲା l ସେମାନେ ଏବର୍ଷ ବାହାଘର ଟା କରିଦେବା କୁ କହିଲେ.. ଝିଅ ବାପ ଯହେତୁ କେମିତି ବା ମନା କରି ପାରିବ l ଏବର୍ଷ ପୁଣି ପୁଅ +2ସାରି ଆଗକୁ ପଢ଼ିବି କହୁଛି l ସନ୍ଧ୍ୟା ସମୟ ରେ ସାହୁକାର ଆସିଥିଲେ ପଇସା ମାଗିବା ପାଇଁ l ସେ ଗତ ବର୍ଷ ତାଙ୍କ ଠୁ ସତୁରି ହଜାର ହାତ ଉଧାରୀ ଆଣିଛି ଯାହା ଏବର୍ଷ ସେ ସୁଝି ପାରିନି l ସେଥିପାଇଁ ସନ୍ଧ୍ୟା ରେ ସ୍ୱାମୀ ସ୍ତ୍ରୀ ଦିଜଣ ଟିକେ କୁହା କୁହି ହେଇଗଲେ ଆଉ ସେ ସନ୍ଧ୍ୟା ରେ କ୍ଷେତ ଆଡୁ ବୁଲି ଆସୁଛି କହି ଆଉ ଘର କୁ ଫେରିଲା ନି l ନିଜ ମାଟି ମା ପାଖେ ବସି ବହେ କାନ୍ଦିଲା ଚକରା ସେ ଖରାବର୍ଷା ସବୁବେଳେ ଏଠି କାମ କରେ ସେଥିପାଇଁ ଏ କ୍ଷେତ ତାକୁ ତା ମା ଭଳି ଲାଗେ.. ଦୁଃଖ ଲାଗିଲେ ଏଇଠି ଟିକେ ବସେ ତାକୁ ଟିକେ ଶାନ୍ତି ମିଳେ ସେ ମା ର ସବୁଜ ପଣତ ତଳେ କିନ୍ତୁ ଆଜି ସେ ନିଜ କୁ ସମ୍ଭାଳି ପାରୁନି ଆଉ... ଏତେ ଦୁଃଖ ରେ ସେ ଆଜି ଭାଙ୍ଗି ପଡିଛି l କେମିତି ସମ୍ଭାଳି ନେବ ତା ପରିବାର କୁ... ଆଉ କେମିତି ହେବ ତା ଝିଅ ର ବାହାଘର.... ଏମିତି ଅନେକ କଥା ଭାବି ବ୍ୟସ୍ତ ହୋଇ ପଡୁଥିଲା ସେ... ଏମିତି ଲାଗୁଥିଲା ଯେମିତି ଏ ନିସଙ୍ଗ ଆକାଶ ଆଜି ନିଜ ବଳିଷ୍ଠ ବାହୁ ବଂଧନରେ ଆଲିଙ୍ଗନ କରିବାକୁ ଡାକୁଛି l ଆଉ କିଛି ଭାବି ପାରିଲା ନାହଁ l ସାଙ୍ଗରେ ଆଣିଥିବା କୀଟନାଶ ସେ କେମିତି ପିଇବ ସେ ଉକ୍ତଟ ଗନ୍ଧରେ ଅଣନିଶ୍ୱାସୀ ହୋଇଯାଉଛି l ସେଥିପାଇଁ ସେ ସାଥିରେ ଏକ ଛୋଟିଆ ମଦ ପାଉଚ ବି ଆଣିଛି ପ୍ରଥମେ ତାକୁ ପିଇ ତାପରେ ସେ ଏ ବିଷ କୁ ପିଇ ଦେଲା l ଆଉ ସବୁଦିନ ପାଇଁ ଶୋଇ ଗଲା ସେ ଅତି ଆପଣ ର ଧାନ କ୍ଷେତ ଉପରେ l ବହୁ ସମୟ ପରେ ସେ ଘର କୁ ନ ଫେରି ବାରୁ ସ୍ତ୍ରୀ ବ୍ୟସ୍ତ ହୋଇ ପୁଅ କୁ ଖୋଜିବାକୁ ପଠେଇଲା l ଆଉ ପୁଅ ତାକୁ ଖୋଜୁ ଖୋଜୁ ଧାନ ବିଲ ରେ ଅଚେତ ଅବସ୍ଥା ରେ ପାଇଲା l

ସାଙ୍ଗେ ସାଙ୍ଗେ ତାକୁ ଚିକିତ୍ସା ପାଇଁ ବୁର୍ଲା ସରକାରୀ ହସ୍ପିଟାଲ କୁ ନେଲା ଆଉ ଡାକ୍ତର ତାକୁ ମୃତ ଘୋଷଣା କଲେ l ଏ ଥିଲା ତା ଜୀବନ କାହାଣୀ..

ବାହାରେ ସବ କଲେକ୍ଟର ସାର ଆଉ ରେଭେନିୟୁ ଅଫିସର ଫାଇଲ ସବୁ ରେଡି କରି ସାଇନ ବି କରି ସାରିଥାନ୍ତି ଆଉ ମୋ ଟା ବାକି ଥାଏ l ସାର ମୋତେ କହିଲେ ମ୍ୟାଡାମ ସବୁ ସବୁ ଲେଖି ସାରିଛି ଆପଣ ଖାଲି ସାଇନ କଲେ ହେଲା l ମୁଁ ଦେଖିଲି ସାର ତା ମୃତ୍ୟୁ କୁ ମଦ ପିଇ ପାରିବାରିକ କଳହ ପାଇଁ ହୋଇଛି ଲେଖିଛନ୍ତି l ବଡ ଲୋକଙ୍କୁ ମୋର ଭଳି ଛୋଟିଆ କର୍ମଚାରୀ କଣ ବା ନିବେଦନ କରିପାରିବ l ମୁଁ ବି ଦସ୍ତଖତ ଟେ ମାରିଲି ଆଉ ସବୁଦିନ ପାଇଁ ସେ ଫାଇଲ ଟା ବନ୍ଦ କରିଦେଲେ l ଆର ଦିନ ସକାଳୁ ଚା ପିଉ ପିଉ ହଟାତ ଦେଖିଲି କାଲି ର ଫୋଟୋ 

ପେପେର ର ପ୍ରଥମ ପୃଷ୍ଠା ରେ... ଆଉ ସେଥିରେ ଲେଖା ଥିଲା ପାରିବାରିକ କଳହ ପାଇଁ ଚାଷୀ ଆତ୍ମହତ୍ୟା ଆଉ ଆମ ସବ କଲେକ୍ଟର ସାର ରେଡ କ୍ରସ ତରଫ ରୁ ଦଶ ହଜାର ର ଚେକ ଟେ ସସମ୍ମାନ ର ସହିତ ଧରାଇ ଦେଉଛନ୍ତି ଚକ୍ତ୍ରଧର ର ବିଧବା ସ୍ତ୍ରୀ କୁ..... ସତରେ ରେ କେତେ ମହାନ ଆମ ପ୍ରଶାସନ ଏ ଫୋଟୋ ରେ ମୁଁ ନିଜ କୁ ଦେଖି ଗର୍ବ କରିବା ପରିବର୍ତ୍ତେ ଦୋଷୀ ମନେ କଲି.. . ଆଉ ଆମ ସରକାରୀ କଲବି କେତେ ସ୍ୱଚ୍ଛ ଏ ସ୍ୱଚ୍ଛତାର ପୋଷାକ ଟେ ପିନ୍ଧିବା ପାଇଁ ସେମାନେ ଅନ୍ୟ ମୁଣ୍ଡ ରେ ଦୋଷ ଲଦିବା ପାଇଁ ଟିକେ ବି ପଛlନ୍ତିନି l ମୋତେ ଭାବିଲେ ବହୁତ ଖରାବ ଲାଗେ ଯୋଉଠି କୋଟି କୋଟି ଟଙ୍କା ନେତା ମନ୍ତ୍ରୀ ଙ୍କ ଗସ୍ତ ରେ ଖର୍ଚ୍ଚ ହୁଏ ସେଠି ଏ ମଳିମୁଣ୍ଡିଆ ଚକରl ର ଜୀବନ ର ମୂଲ୍ୟ ଦଶ ହଜାର ରୁ କେମିତି ବା ବେସି ହେବ.... ସେ କଣ ଟେ କରୁଛି ଏ ଦେଶ ପାଇଁ ଯେ ତା ଜୀବନ ର ମୂଲ୍ୟ ବେସି ହେବ ? ତା ଅକୁହା କାହାଣୀ ଟା କେମିତି ବା ଶୁଣିବ ଆମ ବଧିର ପ୍ରଶାସନ? ତା ଜୀବନ ର ଅକୁହା କଥା ସବୁ ଏଵେ ବି ମୁଁ ମୋ ହୃଦୟ ସିଂଦୁକରେ ସାଇତି ରଖିଥିଲି ମୋ ଅତି ପ୍ରିୟ ପାଠକ ପାଠିକା ମାନଙ୍କ ପାଇଁ.... କାହା ହୃଦୟ କୁ ମୋ କାହାଣୀ ଛୁଇଁ ବକି ନାହଁ ମୁଁ ଜାଣେନି.......ତଥାପି ମୁଁ ଚେଷ୍ଟିତ ଏକ ହୃଦୟ ସ୍ପର୍ଶି ଲେଖା ପାଇଁ.... ଆଜି ସେ ଚକ୍ରଧର କାହାଣୀ ରେ ଏକା ନୁହଁ ଏମିତି ହଜାର ହଜାର ଚକ୍ରଧର ଙ୍କ ଜୀବନ କାହାଣୀ ର ନାଲି ଫାଇଲ ସବୁ ଆମ ବଡ ବାବୁ ମାନଙ୍କ ଅଲୋଡ଼ା ଫାଇଲ ଗୁଚ୍ଛ ରେ ଧୂଳି ମାଟି ହୋଇ ପଡି ରହିଛି....



Rate this content
Log in

Similar oriya story from Tragedy