ଜୀବନ ଏକ ସଂଘର୍ଷ
ଜୀବନ ଏକ ସଂଘର୍ଷ
ସୁନିତା ଘର ଟା ସାରା ଖୋଜି ସାରିଲାଣି ହେଲେ ସେ ଟଙ୍କା ଟା ପାଉନି ,କାନ୍ଦୁଣୁ ମାନ୍ଦୁଣୁ ହୋଇ ଝିଅ କୁ ପଚାରୁ ଥାଏ କାଳେ ସେ ଦେଖିଥିବ ବୋଲି।
ଝିଅ ମନା କଲା।ନା ମୁଁ ଦେଖିନି ତୁ କେଉଁଠି ରଖିଥିଲୁ
କି ?
--ସୁନିତା କହିଲା ଏଇ ଆଲମିରା ରେ ରଖି ଥିଲି ହେଲେ ପାଉନି।ଚାବି ତ ପଡ଼ିଥିଲା କୁଆଡେ ଗଲା ମୁଁ ଜାଣି ପାରୁନି।
--ଆଚ୍ଛା ଝିଅ ବାବା କୁଆଡେ ଗଲେ କି?
କାହିଁ ଦେଖୁନି ତାଙ୍କୁ,ସୁନିତା ଝିଅ କୁ ପଚାରିଲା।
--ଝିଅ କହିଲା ମା ବାବା ତ ବାହାରକୁ ଗଲେ ।
କେତେ ବେଳେ?
--ଏଇ ଟିକେ ହେବ, ସୁନିତାର ସନ୍ଦେହ ହେଲା ଅମର ଏ
ସମୟରେ ବାହାର କୁ କାହିଁକି ଗଲେ।
--ଅମର ଏଠୁ ଟଙ୍କା ନେଇ ଯାଇ ନାହାନ୍ତି ତ!!!
ଏମିତି ଭାବିବା ଉଚିତ ନୁହେଁ।
--ଅମର ତ ନିଜେ ଆସି ତା ଠାରୁ କ୍ଷମା ମାଗିଥିଲେ।
ସେ ତାଙ୍କୁ ନେଇ ପୁଣି ଥରେ ନୂଆ ଜୀବନ ଆରମ୍ଭ କରି ବାକୁ ଚେଷ୍ଠା କରୁଛି।
ଅଥଚ ଆଜି ଆଲମିରା ରୁ ଟଙ୍କା ହଯିଜିବାଟା ତାକୁ ଆଶ୍ଚର୍ଯ୍ୟ କରି ଦେଇଥିଲା।
ଏମିତି ତ କେବେ ଟଙ୍କା ଟିଏ ଏପଟ ସେପଟ ହେଇନି।
ବ୍ୟବସାୟ ଆରମ୍ଭ କରିବା ଦିନ ଠାରୁ ପ୍ରଥମ ଥର ତାର
ଏତେ ଗୁଡିଏ ଟଙ୍କା ହଜିଲା।
ଏଇ ତକ ଟଙ୍କା କୁ ସେ କେତେ କଷ୍ଟ ରେ ରୋଜଗାର କରିରଖି ଥିଲା ମିନି ଅଟୋ କିଣିବବୋଲି।
କଣ କରିବ ଏବେ ମାଲିକ କୁ କଥା ଦେଇ ଆସିଛି, ଯେମିତି ହେଲେ ଆଜି ଗାଡି ପାଇଁ ବଇନା ଦେବ।
ଆଖି ଆଗରେ ପୂର୍ବର ସେଇ ଦିନ ଗୁଡ଼ିକ ନାଚି ଉଠିଲା।ଭାଲିଆ ମଞ୍ଜି ଛଡେଇବାକୁ ଯାଉ ଯାଉ ଦେଖା ହେଲା ଅମର ସହିତ।
ଅମରର ବ୍ୟବହାର, କଥାବାର୍ତ୍ତାରେ ମୁଗ୍ଧ ହୋଇ ତା ସହିତ ପ୍ରେମ କରି ବସିଲା ସୁନି ।
ଘରେ କେହି ଖୁସି ନ ଥିଲେ ସୁନିତା ଅମର କୁ ବାହା ହେବାରେ କାରଣ ସୁନି ର ରୋଜଗାର ରେ ଘର ଚଳେ।
ମା ଭାଇ ଆଉ ଭଉଣୀ କେହି ଚାହୁଁ ନ ଥିଲେ ସୁନି ବାହା ହୋଇ ଅନ୍ୟ ଘରକୁ ଯାଉ ବୋଲି।
ସୁନି ଭାରି ପରିଶ୍ରମୀ, ସବୁ କାମକୁ ନେଇ ଆଣିଥୋଇପାରେ ସେ।
ତାଙ୍କ ଘରର ସୁନା ଅଣ୍ଡା ଦିଆ କୁକୁଡ଼ା କୁ କିଏ କାହିଁକି ଅନ୍ୟ ଘରକୁ ଛାଡ଼ିବ।
ସୁନିତା କିନ୍ତୁ ଅମର ପାଇଁ ଘର ଛାଡିବାକୁ ନିଷ୍ପତି ନେଇ ସାରିଥିଲା।
ଦୁଇ ଜଣ ମନ୍ଦିର ରେ ବାହା ହୋଇ ବଜାର ଉପରେ ଘର ଭଡ଼ା ନେଇ ରହିଲେ।ଘର ଲୋକ ଙ୍କ ସହିତ ସମ୍ପର୍କ କାଟି ସୁନିତା ନିଜ ଘର ବସେଇଲା।
ଅମର ଆଉ ସିଏ ମିଶି ବିଭିନ୍ନ ପ୍ରକାର କାମ କରିବାକୁ ଲାଗିଲେ।ସୁନିତା ଭାରି ହିସାବୀ ଘର ସୁରୁଖୁରୁରେ ଚଳି ଯାଉଥାଏ।ବର୍ଷେ ପରେ ଝିଅଟିଏ ହେଲା।
ଧୀରେ ଧୀରେ ସୁନିତା ଜାଣିଲା ଅମର କାମ କରିବା ବଦଳ ରେ ଏଠି ସେଠି ବସି ସମୟ କାଟୁଛି।
ପରିଶ୍ରମ କରି ଯେତିକି ରୋଜଗାର କରୁଛି ତାକୁ ଜୁଆ ଖେଲୁଛି।ସାଙ୍ଗ ମାନଙ୍କ ସହିତ ଭୋଜି ଭାତ କରି ଟଙ୍କା ଖର୍ଚ୍ଚ କରି ଦେଉଛି।ଅମର ଯାହା ସହିତ ବନ୍ଧୁତା କରିଛି
ସେମାନେ ତାକୁ ଏଇ ରାସ୍ତା ରେ ନେଇ ଯାଉଥିଲେ କିନ୍ତୁ ଅମର ଜାଣି ପାରୁ ନ ଥିଲା ଯେ ସେମାନେ ତାକୁ ନଷ୍ଟ ହେବା ର ବାଟ ଦେଖାଉଛନ୍ତି ।
ସିଏ କିନ୍ତୁ ସେମାନଙ୍କୁ ବିଶ୍ୱାସ କରି ସୁନିତା କୁ ଭୁଲ ବୁଝୁଥିଲା।ଜୋର କରି ଜୁଆ ଖେଳିବା ପାଇଁ ଟଙ୍କା ସୁନିତା ଠାରୁ ନେଇ ଯାଉଥିଲା।
ଅନ୍ୟାୟରେ ଉପାର୍ଜିତ ଟଙ୍କା କେବେ ହାତରେ ରହେକି?
ଏଇ କଥାକୁ ନେଇ ଦୁଇ ଜଣଙ୍କ।ମଧ୍ୟରେ ଝଗଡା ଲାଗି ଯାଏ।
ଧୀରେ ଧୀରେ ଦୁଇଜଣଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା।ଅମର ଘରକୁ ଆସିବା ପାଇଁ ଆଗ୍ରହ କଲାନି।
ପ୍ରାୟ ସମୟ ବାହାରେ ରହିଲା, ଯଦି ଟଙ୍କା ଦରକାର ପଡିବ ତେବେ ଆସିବ ଆଉ ସୁନିତାକୁ ଟଙ୍କା ଦେବାପାଇଁ ବାଧ୍ୟ କରିବ।
ଏମିତି ସମୟ ଆସିଲା ସୁନିତା ବାଧ୍ୟ ହୋଇ ଅମର ଠାରୁ ଦୂରେଇ ଗଲା।
ଝିଅ କୁ ମଣିଷ କରିବା ପାଇଁ ସେ ଅକ୍ଲାନ୍ତପରିଶ୍ରମ କଲା
ଭାଲିଆ ବଗିଚା ଲିଜରେ ନେଲା ,ଅନେକ କଷ୍ଟ କରି ସେକାଜୁ ମଞ୍ଜି ଗୁଡ଼ିକ ଛଡାଇ ବିଭିନ୍ନ ପ୍ରକାର ପ୍ୟାକେଟ କରି ମାର୍କେଟରେ ଦୋକାନ ଦୋକାନ ବୁଲି ସେଲକଲା।
କିଛି ଟଙ୍କା ରଖିଲେ, ଗୋଟିଏ ଛୋଟ ଗାଡି କିଣି
ବ୍ୟବସାୟ କାମରେଲଗେଇବ ସେଇ ଚିନ୍ତା କରି ସଞ୍ଚୟ କରୁଥାଏ।ଏଇ ସମୟ ମଧ୍ୟରେ ସେ ଅନେକ ସଂଘର୍ଷ କରିଛି।
ଭାଇ ଭଉଣୀ ଆଉ ମା ଙ୍କୁ ଆଣି ପାଖରେ ରଖିଲା ଭାଇ ତାକୁ କାମ ରେ ସହଯୋଗ କରୁଥାଏ।ଭଉଣୀ କୁ ପାଖ ଗାଁ ରେ ବାହା ଦେଇଥିଲା।ଭିଣେଇର ଘର ନାହିଁ ବୋଲି ତାକୁ ନିଜ ପାଖରେ ରଖିଥାଏ।
ଝିଅ କୁ ଆଈ ପାଖରେ ଛାଡ଼ି ଦେଇ ବ୍ୟବସାୟ କାମରେ ବାହାର କୁ ଯାଏ।
ଝିଅଟି ମଧ୍ୟ ବହୁତ ଚାଲାକ ବୁଦ୍ଧିମତି, ପାଠ ଭଲ ପଢୁଥିବାରୁ ସ୍କୁଲ ରେ ସଭିଙ୍କର ଅତି ପ୍ରିୟ।
ସୁନିତାର ସ୍ୱଚ୍ଛଳ ଅବସ୍ଥା ଦେଖି ଅମର ଆଉ ଥରେ
ସୁନିତା ସହିତ ରହିବାକୁ ଭାବିଲା।
ତେଣୁ ତାକୁ କ୍ଷମା ମାଗି ତା ସହିତ ରହିବାକୁ ଲାଗିଲା।
ହେଲେ ଆଜି ଏ ଟଙ୍କା ସିଏ କଣ ଚୋରି କରି ନେଇଛି??
ସୁନି ଦୁଃଖରେ ଭାଙ୍ଗି ପଡ଼ିଲା କେତେ ପରିଶ୍ରମ କରି ସେ ଏଇ ଟଙ୍କା ତକ ରୋଜଗାର କରିଛି ସେଇ କଥା କଣ ଅମର ବୁଝି ପାରିବ!!!...
ତା ଦୁଃଖ ର ଦିନ, ସଂଘର୍ଷ ମୟ କାହାଣୀ କେବେ ବୁଝିଲା ଅମର।କେତେ ସ୍ୱାର୍ଥପର ,
ଆଖି ରୁ ଲୁହ ପୋଛି ଉଠିଲା ,ସିଏ ଭାଙ୍ଗି ପଡ଼ିଲେ
ହବନି ଏଇ ତକ ସଫଳତା ପାଇଁ ସେ ଅନେକ୍ସଂଘର୍ଷ କରିଛି, ଏଇ ଗୋଟିଏ ସମସ୍ୟା ତାକୁ ତା ଲକ୍ଷ୍ୟ ସ୍ଥଳ ରୁ ବିଚ୍ୟୁତ କରି ପାରିବ ନାହିଁ।
ଝିଅ ସ୍କୁଲ ର ଜଣେ ସାର ଙ୍କ କଥା ତାର ମନେ ପଡ଼ିଲା
ତାଙ୍କ ଠାରୁ କିଛି ଟଙ୍କା ଉଧାର ଆଣି ଆଗ ଗାଡି ଟାକୁ କିଣି ଦବ ତା ପରେ ଦେଖିବ ଅମର ସେ ଟଙ୍କା ନେଇ କୁଆଡେ ଗଲା।ତାକୁ ଏଥର ପୋଲିସ ରେ ଦବାକୁ ପଡ଼ିବ।
ସୁନିତା ଉଠି ଠିଆ ହେଲା, ମନଦୃଢ କରି ଗାଡିମାଲିକ ପାଖକୁ ଯିବାକୁ ବାହାରିଲା।
