Sasmita Mohapatra

Tragedy

3  

Sasmita Mohapatra

Tragedy

ଜୀବନ ଏକ ଖେଳ

ଜୀବନ ଏକ ଖେଳ

4 mins
631



ସେଦିନ ଅଫିସରୁ ଫେରି ରିତିମା ରାଗରେ ଗରଗର ହୋଇ ଶଶୁରଙ୍କ ପାଖେ "ଚା"କପ୍ ଥୋଇ ଦେଇ ଆସିଲା । ଅଫିସରୁ ଆସି ଏତେ ବଡ ମୁହଁ, ସତେ ଯେପରି ସ୍ବାମୀ ସୁଧାକରକୁ ଲାଗୁଥିଲା ବହୁତ ବଡ ଭୁଲ କରି ଦେଇଛି । ଏହି ସମୟରେ ଭିତର ଘରୁ ଶଶୁରଙ୍କ ଡାକ ବୋହୂ ଏ "ଚା"ଆଉଥରେ ଗରମ କରି ଆଣିଲୁ ।  ପୁରା ଥଣ୍ଡା ହୋଇଗଲାଣି । କେତେବେଳେ "ଚା"ଦେଇ ଗଲୁ ମୋତେ ଜଣା ନାହିଁ । ରିତିମା ବିରକ୍ତ ଭାବ ପ୍ରକାଶ କରି କହିଲା ,ଆପଣ କଣ ଭାବୁଛନ୍ତି ମୁଁ ଖାଲିରେ ବସିଛି? ଦଶ ଦଶ ଥର ଆପଣଙ୍କ ପାଇଁ ଚା"ଗରମ କରି ଆଣୁଥିବି ଆପଣ କଣ ମୁଁ ଥୋଇଲା ବେଳେ ଦେଖିପାରିନଥିଲେ ।  ଏହି ସମୟରେ ସୁଧାକରଙ୍କର ଧୀର, ନମ୍ର କଣ୍ଠରେ କହିଲେ ,ଓଃ ଏଥିରେ ବିରକ୍ତ ହେବାର କଣ ଅଛି । ବାପାଙ୍କର ଧ୍ୟାନ ନାହିଁ ।  ଆଉ ଥରେ ଗରମ କରି ନେଇଆସ ।  ଏଥିରେ ଏତେ Hyper ହେବାର କଣ ଅଛି ।


     ହଠାତ ଶଶୁରଙ୍କ ମୁହଁ ଶୁଖି ଆସିଲା । ହଁ ଥଣ୍ଡା "ଚା"ପିଇଦେଇଥିଲେ ଚଳି ଯାଇଥାନ୍ତା । କାହିଁକି ବୋହୂ ଦି ପଦ ଶୁଣାଇଥାନ୍ତା । ସବୁ ଦୋଷ ମୋର  ।  ଏ ଇଣ୍ଡିଆ, ପାକିସ୍ତାନ କ୍ରିକେଟ ମ୍ୟାଚଟାରେ ମୋର ଧ୍ୟାନ ଅଟକିଥିଲ । ସେଥିପାଇଁ "ଚା"ଉପରେ ନଜର ନାହିଁ । ନାରାୟଣ କହି ହୃଦାନନ୍ଦ ବାବୁ ରହିଲେ ।


    କିନ୍ତୁ ରିତିମାର ମୁଣ୍ଡ ସକାଳୁ ଖରାପ । ରାତି ଡେରି ଯାଏଁ ପାଖ ରୁମରେ ଶଶୁର TV ଟିକୁ ଲଗେଇ ଘଁ ଘଁ କରି ବାରମ୍ବାର ନିଦ ଭାଙ୍ଗୁଛନ୍ତି । ପୁଣି ଆଫିସରୁ ଫେରିବା ପରେ ସେହି ଶବ୍ଦ । ତା ମୁଣ୍ଡ ଭିତରଟା ଝିମଝିମ ହୋଇ ଯାଉଥିଲା  । ଆଜି ଯା ହେଲେ ବି ଗୋଟେ ଫଇସଲା ହେବା ଦରକାର । ଗାଁ ରୁ ଆସି ଏ ସହରରେ ଏତେ ଛୋଟିଆ ଭଡା ଘରେ ଚଳିବା ବହୁତ କଷ୍ଟ । ଗୋଟିଏ ବଡ ଘର ନନେଇ ତ୍ରାହି ନାହିଁ । ସବୁ ଦୋଷ ଯେପରି ସୁଧାକର ଉପରେ ଲଦି ଦେଉଥିଲା । ବଡ ମୁହଁ ଲଦି ଗାରୁଗାରୁ ହୋଇ ରୋଷେଇ ସାରି ପୁଅ ମୁନାକୁ ପାଠ ପଢାଇବା ବେଳେ କିଛି କାରଣ ନ ଥାଇ ନିଜର ରାଗ ପୁଅ ଉପରେ ଦୁଇ/ଚାରିଟା ମାରି ଶୂଝାଇଲା । କାନ୍ଦି ଉଠିଲା ମୁନାବିରକ୍ତରେ ସୁଧାକର ଗର୍ଜିଉଠିଲେ । ପିଲାଟିକୁ ମାରିଦେବ ନା କ'ଣ ?କାହିଁକି ଏମିତି ହେଉଛ କହିଲ । ମୁଁ ଦେଖୁଛି ଆସିବା ପରଠାରୁ ବାପାଙ୍କ ଉପରେ, ମୋ ଉପରେ, ମୁନା ଉପରେ ଶୁଝାଇ ଚାଲିଛ  । ଏତେ ଉଦ୍ଧତ ।


    ରାଗରେ ଜଳି ଉଠିଲା ରିତିମା ,ସବୁ ରାଗ ଯେମିତି ଠୁଳ ହେଲା ତା ସ୍ବାମୀ ଉପରେ ।  ଗାଁ ରୁ ବାପାଙ୍କୁ ନେଇଆସି ଏଠି ରଖିବା କେତେ ଅସୁବିଧା ସୁଧାକର ବୁଝୁ ନ ଥିଲେ ।  ତେଣୁ ସେ ରାଗି କହି ଉଠିଲା ହଁ ସବୁ ମୋର ତ ଭୁଲ୍ ।  ମୁଁ ଖାଲି ଏ ଘରେ ଚାକରାଣୀ ,ମୋର କିଛି ସୁଖ ନାହିଁ ଖାଲି ଖଟିବି  । ଯାହାକୁ ପଦେ କହିଦେଲେ ତୁମକୁ ଭାରି ବାଧିବ ।  ତୁ ତୁ ମେଁ ମେଁ ରେ କଥା କୁଆଡେ ଯାଇ କୁଆଡେ ପହଞ୍ଚିଲା ।

   ଆରପଟ ଘରୁ ଉଠି ଆସିଲେ ବାପା । ଆରେ କଥା କଣ  । ଦୁହେଁ ଏପରି ଲଢୁଛ କାହିଁକି ?ମୁନା କାଇଁ କାନ୍ଦୁଛି । ତିକ୍ତ ସ୍ବରରେ କହିଲା ରିତିମା ଆପଣଙ୍କର ବୁଝିବା ଦରକାର ନାହିଁ । ଭିତରକୁ ଯାଆନ୍ତୁ କ୍ରିକେଟ ମ୍ୟାଚ ଦେଖିବେ ।


  ଫେରିଆସିଲେ ହୃଦାନନ୍ଦ ବାବୁ, ଆରେ ମୋ ମ୍ୟାଚ ଦେଖିବାରେ ଅସୁବିଧା କ'ଣ ? ମୁଁ ବି ଏତେ ବ୍ୟସ୍ତ ହୋଇଯାଏ ଦେଶ ହାରିବା ଆଉ ଜିତିବା ନେଇ । ମୋ ଯୋଗୁଁ ଘରେ ଅଶାନ୍ତି । ସୁଧା ବୋଉ ଗଲା ଦିନଠାରୁ ଶୁନଶାନ୍ ଘରଟିରେ ମୁଁ ଏକେଲା,ଏଇ TV ଟି ମୋର ସାଥି ।  ସେ କହେ ମୁଁ ଶୁଣେ । News ଟିକେ ଦେଖେ ଆଉ କ୍ରିକେଟ ତ ମୋର ନିଶା । TV ନଥିଲା ବେଳେ କାନରେ ରେଡ଼ିଓ ଦେଇ ଗାଁ ଭାଇଙ୍କ ସଙ୍ଗେ ଶୁଣୁ । ଆଉ ଦେଶ ଜିତିଗଲେ ଘରେ ଘରେ ମଉଜ ।  ଦିନେ ଭାରତ ,ନିଉଜଲ୍ୟୀଣ୍ଡ଼ ଠାରୁ ହାରିଗଲା ବୋଲି ରାଗରେ ରେଡ଼ିଓ ଫିଙ୍ଗି ଦେଇଥିଲି । ଅଫିସରୁ ଫେରିଲା ବେଳେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ଘଣ୍ଟା ଘଣ୍ଟା ବଜାର ଦୋକାନ ସାମ୍ନାରେ ଭିଡ ଲଗାଇ ଦେଖୁ ଆଉ ସୁଧା ବୋଉ ବିରକ୍ତ ହୁଅନ୍ତି । ମୋ ନିଶା ତ ଛାଡେନି ବଂର ବଢେ । ଛୋଟ ଠୁ ବଡ ସମସ୍ତେ କ୍ରିକେଟ ମ୍ୟାଚ ଦିନ କେତେ ଓଭର,କେତେ ରନ୍ , କିଏ ବ୍ୟାଟିଂ କରୁଛି କିଏ ଆଉଟ୍ କହି ଗାଁ ରେ ମୋତେ ପଚାରନ୍ତି । ଆଉ ସବୁ ଖବର ମୋ ପାଖେ ଥାଏ । ଯେଉଁ ଦିନ ମୋତେ ବୋନସ୍ ପଇସା ମିଳିଥିଲା ସେହି ଦିନ କୋଣାର୍କର କଳାଧଳା ଟିଭି ଟିକେ କିଣି ଆଣିଥିଲି । ଆଉ ମ୍ୟାଚ ଦିନ ସାଙ୍ଗମାନଙ୍କୁ ଧରି ଖୁବ୍ ଆନନ୍ଦରେ ଦେଖୁ ।  ସୁଧା ବୋଉ"ଚା"ଦେଇ ଦେଇ ଥକନ୍ତିନି । ବନ୍ଧୁ ଆପାୟିତ ଲୋକଟିଏ ଥିଲା । କିଛି କହେନା ।


  କିନ୍ତୁ ଯେତେବେଳେ ଘରେ TV ଖରାପ ହୋଇଯାଏ । ଅନ୍ୟ ଘରେ ଯାଇ ମ୍ୟାଚ ଦେଖିଲେ ବିରକ୍ତ ହୁଅନ୍ତି । ଏତେ କ'ଣ ଆଗ୍ରହ  । ଅନ୍ୟ ଘରେ ଦିନ ଯାକ ଯାଇ Disturb କରିବା ପସନ୍ଦ ନ ଥାଏ । ପୁଣି ମୁଁ ବୁଝାଇ କହିଦିଏ , ତୁମେ କ'ଣ ଜାଣିଛ ,ଆମ ଦେଶ ଆଉ ଦୁଇ ରନରେ ଜିତିବାର ଥିଲା । ଆଉ ଇଂଲଣ୍ଡ କୁ ହରାଇ, ଭାରତ ତାଙ୍କ ଦେଶରୁ WORLD CUP ଜିତି ଆଣିଲା କ୍ରିକେଟ ତାଙ୍କର ପୁଣ ଜାତୀୟ କ୍ରିଡା ।  ଗର୍ବରେ ମୋ ଛାତି ଫାଟି ପଡୁଥାଏ । ସାରା ଗାଁ କୁ ଭୋଜି ଦେବାକୁ ଇଛା ହେଉଥାଏ ।  ଛାଡ ସେ ସବୁ ସମୟ ବଦଳି ଯାଇଛି ।


  ଆଉ ମୋ ସଉକ ବଦଳାଇବାକୁ ହେବ । ମୋ ଯୋଗୁଁ ପୁଅ ବୋହୂ ଘରେ ଏହା କହି ରୁମ ବାହାରକୁ ଗଲାବେଳକୁ ବନ୍ଦ ରୁମ୍ ଭିତରୁ ବୋହୂର ପାଟି ଶୁଣି ସ୍ତବ୍ଧ ହୋଇ ଯାଇଥିଲେ ହୃଦାନନ୍ଦ ବାବୁ  ।  ସେ ଶୁଣୁଥିଲେ ମୁନା ବଡ଼ ହେଲାଣି । ତାର ପାଠପଢା  । ତୁମ ବାପାଙ୍କୁ ଟିକେ କମ ଶୁଣା ଯାଉଛି ବୋଲି ଏତେ ବଡ ଶବ୍ଦରେ ଟିଭି ଲଗାଇ ଦିନରାତି କ୍ରିକେଟ ଖେଳ । ନ ହେଲେ ପୁରୁଣା ଖେଳକୁ ପୁଣି ବାରମ୍ବାର ଦେଖୁଛନ୍ତି । ତା ଛଡା ମୋର ବି ଶାନ୍ତି ଆଉ ବିଶ୍ରାମ ଦରକାର । ପାଖ ଘର ଦାଶବାବୁଙ୍କ ବାପା ତ ପୁଣି ବୁଢା ଲୋକ, ସେ କେତେ ହଇରାଣ କରୁଛନ୍ତି?ଦିନଯାକ ଟିଭି ଲଗାଇ ଇଲେକ୍ଟ୍ରି ବିଲ୍ ,କେବୁଲ ଖର୍ଚ୍ଚ, । ତା ଛଡା ସହରରେ ସବୁ କିଣା  । ଛୋଟ ଘର  । ଘଁଘଁ ଶବ୍ଦରେ ରହିପାରିବିନି । ମୁଁ ଇଛା କଲେ ମଧ୍ୟ ସିରିୟଲ ଦେଖି ପାରୁନାହିଁ । ମ୍ୟାଚ ଦେଖି ଦେଶ ହାରିଲେ କି ଜିତିଲେ ତାଙ୍କୁ କଣ ସୁନା ମେଡାଲ୍ ମିଳିଯିବ ।

  ହୃଦାନନ୍ଦ ବାବୁ ଧୀରେ ଧୀରେ ରୁମକୁ ଫେରି ଆସି ସୁଧା ବୋଉ ଫଟୋ ପାଖରେ ଠିଆ ହୋଇ କହୁଥିଲେ ଭୁଲ କାହାର ମୋ ସଉକର, ଟିଭିର ନା କ୍ରିକେଟ ମ୍ୟାଚର ନା ମୋ ବୁଢା ବୟସର ।


  ହଁ ଜୀବନ ତ ଏକ ଖେଳ  । କ୍ରିକେଟ ମ୍ୟାଚ ପରି ।  ଝିଅ, ପୁଅ,ପରିବାର ସମସ୍ତେ ଥିଲେ । ସମସ୍ତେ ଧାଉଁଥିଲେ  । ହାରିବା ଆଉ ଜିତିବା ନେଇ । ପିଚ୍ ପରି ଘର କୋଳାହଳରେ ପୁରି ଉଠୁଥିଲା । ତାପରେ ହାରିଗଲା ପରି ସବୁ ଏକା ଜୀବନରେ ମ୍ୟାଚ ରେ ଆଜି ପରାଜିତ  । ସେ କୋଳାହଳ, ପିଚ୍,ଫିଲିଙ୍ଗ ଆଉ ହାରିବା, ଜିତିବା ସବୁ ସମାନ ।


  ସୁଧା ବୋଉ ସ୍ବର୍ଗରେ ଥାଇ ମୋ ପାଇଁ ଟିକେ ଟିକେଟ୍ କାଟିବାର ବ୍ୟବସ୍ଥା କରନ୍ତନି? ମୋ ପାଇଁ ସମସ୍ତେ ହଇରାଣ ହେଉଛନ୍ତି । ଅଜାଣତରେ ହୃଦାନନ୍ଦ ବାବୁଙ୍କ ଆଖିରୁ ଲୁହ ଦୁଇ ଧାର ଗଡି ଯାଇଥିଲା, ଯାହା ସେ ସୁଧା ବୋଉ ଫଟୋରେ ଦେଖି ପାରୁଥିଲେ ।



Rate this content
Log in

Similar oriya story from Tragedy