STORYMIRROR

Sunanda Mohanty

Abstract Tragedy Others

3  

Sunanda Mohanty

Abstract Tragedy Others

ଝରକାର ଆରପାଖେ

ଝରକାର ଆରପାଖେ

1 min
115

   ଶବ୍ଦ ଟା କଣ ଓ କେଉଁଠୁ ଆସୁଛି ଜାଣି ହେଉନଥିଲା, ତ ଉପର ତଳ, ଏପଟ ସେପଟ ଅନୁଧ୍ୟାନ କରୁ କରୁ ଝରକାର ଆର ପାଖେ କାଠହଣା ଚଢେଇ ଦୁଇଟିଙ୍କୁ ଆବିଷ୍କାର କରାଗଲା, ଝରକାର କାଚ କୁ ଥଣ୍ଟ ରେ ହାଣିବାରୁ ସେଭଳି କ୍ରିଙ୍ଗ କ୍ରିଙ୍ଗ ଶବ୍ଦ ଶୁଭୁଥିଲା, ତ ଚାଉଳ ଗହମ ପକାଗଲା, ଗିନାରେ ପାଣି ଥୁଆଗଲା, ହେଲେ ସେମାନେ ଖାଇବା ପିଇବାରେ ଧ୍ୟାନ ନଦେଇ ହାଣି ଚାଲିଥିଲେ l

   କିଛି ଦିନ ପରେ ଦେଖାଗଲା ଦୁହେଁ ଖାଉଛନ୍ତି ଓ ପାଣି ପିଇ ପୁଣି ଶବ୍ଦ କରି ହାଣି ଚାଲିଛନ୍ତି, ଆଉ କିଛିଦିନ ପରେ ସେମାନେ ଆଉ ଆସୁନଥିଲେ, ତାଙ୍କ ବଦଳେ ଦଳେ ଘରଚଟିଆ ଆସି ଚାଉଳ ଗହମ ଖାଇ ପାଣି ପିଇ ଉଡିଯାଉଥିଲେ l

   ଝରକା କାଚ ଗୋଟେ ପଟକୁ କରିଦିଆଗଲା, ତଥାପି ସେମାନେ ଡରୁ ନଥିଲେ, ହେଲେ ଖାଦ୍ୟ ସାରୁନଥିଲେ, ସବୁଦିନ ଥରେ ଦୁଇଥର ଆସି ଦାନା ଟୁକିଂ ଦେଇ ପାଣି ପିଇ ଚାଲିଯାଉଥିଲେ, ଆଉ ଯଦି ସରି ଯାଉଥିଲା ଘର ଭିତରକୁ ପଶି କିଚିରି ମିଚିରି ହେଉଥିଲେ, ଏମିତିକି ଝାଡ଼ା କରୁଥିଲେ ତ ଧଡପଡ ରେ ଆଉ ଚାଉଳ ଗହମ ଦାନା ରଖାଯାଉଥିଲା l

  ସେଦିନ ଝରକା ସେପଟେ ନୂଆ ଇଲେକ୍ଟ୍ରି ଖୁଣ୍ଟି ପୋତା ଯାଇ ତାର ବନ୍ଧା ଯାଉଥିଲା, ଚଢେଇ ସବୁ ଆସୁନଥିଲେ, ଦିନେ ଝରକା ସେପଟେ କିଚିରି ମିଚିରି ଶବ୍ଦ ରେ ବ୍ୟତିବ୍ୟସ୍ତ ହୋଇ ଦେଖିଲା ବେଳକୁ ପକ୍ଷୀଟିଏ ମରି ପଡିଥିଲା, ଆଉ ତା ଚାରିପଟେ କିଚିରି ମିଚିରି କରି ଗହଳ ଲଗାଇଥିଲେ ଘରଚଟିଆ ମାନେ, ହେଲେ ଦାନା ପଡିରହିଥିଲା, ଇଲେକ୍ଟ୍ରି କରେଣ୍ଟ ଖାଇ ମାରିପଡିଥିବା ପକ୍ଷୀକୁ ଦେଖି ଏଣିକି ଆଉ ସେମାନଙ୍କ ସମାଗମ ହେଉ ନଥିଲା ତ ଶୂନ୍ୟ ଆଖିରେ ଝରକା ସେପଟେ ଇଲେକ୍ଟ୍ରି ଖୁଣ୍ଟି ପାର ହୋଇ ରହିଥିବା ବରଗଛ ଟିକୁ ଶୂନ୍ୟ ଦୃଷ୍ଟିରେ ଚାହିଁ ସେମାନଙ୍କୁ ଖୋଜୁଥିଲା ଦୁଇଯୋଡ଼ା ଆଖି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract