Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Shanti Mishra

Tragedy Inspirational


3  

Shanti Mishra

Tragedy Inspirational


ଝରା ଫୁଲର ସକାଳ

ଝରା ଫୁଲର ସକାଳ

4 mins 478 4 mins 478


ଅସ୍ବାଭାବିକ ଏକ ଶବ୍ଦରେ ତାର ନିଦ ଭାଙ୍ଗି ଯାଇଥିଲା । ଆଖି ଖୋଲି ଯାହା ଦେଖିଲା ଭୀଷଣ ଭାବେ ଡରିଗଲା । ଘର ସାରା ନିଆଁ । ଚିତ୍କାର କରି ବାପ ମା’ଙ୍କୁ ଡାକିଥିଲା କେହି କିଛି ଉତ୍ତର ଦେଇ ନଥିଲେ ସତ କିନ୍ତୁ ଝରକା ବାହାରେ କିଏ ଜଣେ ଲିସୁଣିରେ ଚଢି ଝରକା ରେଲିଂଗ୍ ଭାଙ୍ଗି ଭିତରକୁ ଆସି ତାକୁ ଟେକି ନେଇଗଲେ । ତାପରେ ଗୋଟେ ହାତରେ ତାକୁ ଜାବୁଡି ଧରି ଅନ୍ୟ ହାତରେ ଲିସୁଣି ଧରି ତଳକୁ ଓଲ୍ହେଇ ଗଲେ । ତା ପରର ଘଟଣା ସେ କିଛି ଜାଣେନା ।


ଆଖି ଖୋଲିଲା ବେଳକୁ, ଜେଜେ ମା’ ଯେମିତି ବେଳେ ବେଳେ ଦେହ ଖରାପ ହେଲେ ଅଲଗା ପ୍ରକାର ଖଟରେ ଶୋଇଥାଏ, ସେ ସେମିତି ସେହିପରି ଏକ ଶେଯରେ ଶୋଇଛି । ସେ ଜାଣି ପାରୁ ନଥାଏ ସେ କୋଉଠି । ତା ନିଜ ଘରର ନିଜ ଖଟରେ ତ ନିଶ୍ଚୟ ନୁହେଁ । ସବୁ ଅଲଗା ଅଲଗା ଦିଶୁଛି । ହଠାତ୍ କିଛି ଲୋକଙ୍କ କଥାବାର୍ତ୍ତା ଓ ପାଦ ଶବ୍ଦ ଶୁଣି ସେ ଡରରେ ପୁଣି ଆଖି ବୁଜିଦେଲା ।

ସେମାନେ ଭିତରକୁ ଆସିଲେ ସବୁ । ଜଣେ କହୁଥିଲେ ବିଚାରା ଝିଅଟା ଏବେ କରିବ କଣ ! ତାର ପୁରା ପରିବାର ନିଆଁରେ ପୋଡି ଧ୍ବଂସ ହୋଇ ଯାଇଛନ୍ତି । ସାତ ଆଠ ବର୍ଷର ଝିଅଟା କୋଉଠି କେମିତି ରହିବ । ଏମାନେ କଣ ସବୁ ଗପୁଛନ୍ତି, କିଛି ବୁଝି ହେଉଥାଏ, କିଛି ବୁଝି ହେଉ ନଥାଏ । ଡରରେ ଝିଅଟା ଆଖିକୁ ଖୁବ୍ ଜୋରରେ ବନ୍ଦ କରିଦେଇ ଚାଦର ଟାକୁ ମୁହଁ ଉପରକୁ ଟାଣି ଆଣି ଜାବୁଡି ଧରିଲା ।


ଖବର କାଗଜରେ ତା ଫଟ ଛପେଇବା ପରେ ବି କେହି ଆତ୍ମିୟ ଆଗେଇ ଆସିଲେନି ତାକୁ ଆପଣେଇ ନେବାକୁ । ସେତେବେଳେ ବାଧ୍ୟ ହୋଇ ମିଷ୍ଟର ଦାସ୍ ପୋଲିସ୍ ଡିପାର୍ଟମେଣ୍ଟର ମୁଖ୍ୟ ହିସାବରେ ତାକୁ ନିଜ ଘରେ କିଛି ଦିନ ପାଇଁ ଆଶ୍ରୟ ଦେବାକୁ ମନସ୍ଥ କରିନେଲେ ।

ଝିଅଟି ଅଜଣା ଅଶୁଣା ଲୋକ ମାନଙ୍କ ମଧ୍ୟରେ ପୁରା ଜଡ଼ ପାଲଟି ଯାଇଥିଲା । ଯାହା ପଚାରିଲେ ବି କିଛି ଉତ୍ତର ଦଉ ନଥାଏ । ଦୁଇ ତିନି ଥର ସୁଯୋଗ ଦେଖି ଘରୁ ବାହାରି ଯିବାକୁ ଚେଷ୍ଟା ମଧ୍ୟ କରି ସାରିଲାଣି ।

ମିଷ୍ଟର ଦାସ୍ ତାକୁ ବାରମ୍ବାର ଘରକୁ ଫେରେଇ ଆଣୁଥାନ୍ତି ନିଜ ସହକର୍ମୀଙ୍କ ସହାୟତାରେ । ଶେଷରେ ବାଧ୍ୟ ହୋଇ କିଛି ଦିନ ପରେ ନେଇ ଏକ ଅନାଥ ଆଶ୍ରମରେ ଛାଡି ଆସିଲେ । ଯେ ପର୍ଯ୍ୟନ୍ତ କେହି ନିଜର ଲୋକ ତାର ଆସି ତାକୁ ନେଇ ନ ଯାଆନ୍ତି । ଝିଅଟିର ନିରିହ, ଡରୁଆ, ଅସହାୟ ଚାହାଣୀ ଦେଖି ବହୁତ ଦୟା ଲାଗୁଥାଏ କିନ୍ତୁ ସେ କିଂ କର୍ତ୍ତବ୍ୟ ବିମୁଢ ।


ପ୍ରତ୍ୟେକ ଦିନ ସେ ଅନେକ ଲୋକଙ୍କୁ ଏପରି କେତେ କେତେ ବିପଦରୁ ଉଧାର କରୁଛନ୍ତି ସମସ୍ତଙ୍କୁ ଆଣି ଘରେ ରଖିବା ସମ୍ଭବ ନୁହେଁ । ସେ ତାଙ୍କ ଏହିପରି ଦୁଃସାହାସିକ କାମ ପାଇଁ ଅନେକ ଥର ପୁରଷ୍କୃତ ହୋଇଛନ୍ତି ସରକାରଙ୍କ ତରଫରୁ । କିନ୍ତୁ ଝିଅଟି ପ୍ରତି କାହିଁକି କେଜାଣି ଏକ ମାୟା ଲାଗିଗଲା । ତାକୁ ଅନାଥ ଆଶ୍ରମରେ ଛାଡିଦେଇ ଆସିଲା ପରେ ବି ତା ଲୁହ ଢଳ ଢଳ ଆଖି ଉଦାସ ଅସହାୟ ମୁହଁ ଟା ଅନେକ ଦିନ ଯାଏ ତାଙ୍କ ଆଖି ଆଗରେ ଭାଷି ଉଠିଲା ।


ତାଙ୍କୁ ଏସବୁ ପ୍ରକାର ଭାବପ୍ରବଣତା ଶୋଭା ଦିଏନା ଯଦିଓ, ତଥାପି ପ୍ରଥମେ ସେ ଜଣେ ମଣିଷ ଓ ଦୁଇଟି ପୁଅର ବାପ । ତେଣୁ କେଉଁଠି ନା କୋଉଠି ତାଙ୍କ ଭିତରେ ଜଣେ ଦୟାପ୍ରବଣ ପିତୃତ୍ବ ସହିତ ମାନବିକତା ବି ବାସ କରୁଛି । ଥରେ ଅଧେ ଯାଇ ଝିଅ ଟିକୁ ଦେଖି ଆସିଥିଲେ । ତାର ପାଠ ପଢାର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶୃତି ଦେଇ ଏକ ବଡ ରକମର ଅର୍ଥରାଶି ବି ଅନାଥ ଆଶ୍ରମକୁ ଦାନ କରି ଦେଇଥିଲେ ।


ସମୟ କ୍ରମେ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ଭୁଲିଗଲେ ଝିଅଟିକୁ । ସେ ଏବେ ଅବସର ପ୍ରାପ୍ତ ଜଣେ ନାମକରା ପୋଲିସ୍ ଅଫିସର । ଆଜି ହଠାତ୍ ଖବର କାଗଜରୁ ଜଣେ ମହିଳା ପୋଲିସ୍ ଅଫିସରଙ୍କ ଦୁଃସାହାସିକ କାମର ଖବର ପଢି ମନେ ପଡିଗଲା ସେଇ ଝିଅଟିର କଥା । ସେ ତ ଏବେ ବେଶ୍ ବଡ ହୋଇ ଯିବଣି । ଏକା ପରି ଘଟଣା ସେ ଯେପରି ଯାଇ ଝିଅଟିକୁ ଉଦ୍ଧାର କରିଥିଲେ ଏଇ ମହିଳା କର୍ମୀ ମଧ୍ୟ ଯାଇ ଗୋଟିଏ ପୁରା ପରିବାରକୁ ଅଗ୍ନି ମଧ୍ୟରୁ ଉଦ୍ଧାର କରିଛନ୍ତି ।


ସାନ ପୁଅ ତା ପରଦିନ ଫୋନ୍ କରି କହିଥିଲା ସେଇ ମହିଳାଙ୍କ ବିଷୟରେ । ତାଙ୍କ ନାମ ରତ୍ନା ଓ ସେ ତାର ମହିଳା ବନ୍ଧୁ ଓ ଖୁବ୍ ଶୀଘ୍ର ସେମାନେ ବିବାହ କରିବାକୁ ଚାହୁଁଛନ୍ତି । ଭଲକଥା, ସାନ ପୁଅ ବିବେକ୍ ତାଙ୍କର ସେଇ ପୋଲିସ୍ ବିଭାଗରେ କାମ କରେ । ବଡ଼ ପୁଅ ଏୟାର ଫୋର୍ସରେ । ସ୍ତ୍ରୀ ତାଙ୍କର ବନ୍ଚିଥିଲେ ନିଶ୍ଚୟ ଖୁସି ହୋଇଥାନ୍ତେ । ବିବେକ୍ ଇ ମେଲ୍ ପଠେଇଛି ସେ ରତ୍ନାକୁ ଧରି ଘରକୁ ଆସିବ କିଛି ଦିନ ପାଇଁ ଆର ମାସରେ । ଅଗଷ୍ଟ ପନ୍ଦର ଦିନ ରତ୍ନା ସରକାରଙ୍କ ତରଫରୁ ପୁରଷ୍କୃତ କରାଯିବ ତା ସାହସିକ କାର୍ଯ୍ୟପାଇଁ । ପୁରଷ୍କାର ସଭା ପରେ ସେମାନେ ଘରକୁ ଆସିବେ ।


ମିଷ୍ଟର ଦାସ୍ ଖୁସି ବି ହେଲେ, ସ୍ତ୍ରୀ ଙ୍କ ପାଇଁ ଦୁଃଖ ବି କଲେ କିନ୍ତୁ ଆଗ୍ରହର ସହିତ ଅଗଷ୍ଟ ପନ୍ଦର ଦିନକୁ ଅପେକ୍ଷା କଲେ । ପ୍ରତ୍ୟେକ ବର୍ଷ ତାଙ୍କୁ ଏଇ ପୁରଷ୍କାର ବିତରଣୀ ସଭାକୁ ନିମନ୍ତ୍ରଣ କରାଯାଏ । ଏ ବର୍ଷ ବି କରା ଯାଇଛି ।

ସଭାରେ ଥିବା ସମସ୍ତ ଅତିଥୀଙ୍କ କର ତାଳିରେ, ରତ୍ନାକୁ ଯେତେବେଳେ ପୁରଷ୍କୃତ କରାଗଲା ସ୍ଟେଜ୍ ରେ , ସେ ପ୍ରଥମ ଥର ପାଇଁ ରତ୍ନାକୁ ଦେଖି ଚମକି ପଡିଲେ । ଆରେ ଏ ତ ସେଇ ଝିଅ, ଯାହାକୁ ସେ ଉଦ୍ଧାର କରି ଅନାଥ ଆଶ୍ରମରେ ଛାଡ଼ି ଆସିଥିଲେ । ସମୟ ଓ ବୟସ ଅନେକ ବାଟ ଆଗେଇ ଯାଇଥିଲେ ବି ତା ମୁହଁ ଓ ଆଖିର ଖୁବ୍ କମ୍ ପରିବର୍ତ୍ତନ ଘଟିଛି । ଏବେବି ତାଙ୍କ ଆଖି ଓ ସ୍ମରଣ ଶକ୍ତି ଭଲ କାମ କରୁଛନ୍ତି ଜାଣି ଖୁସି ହେଲେ ।


ପରେ ତା ଠାରୁ ତା ଜୀବନୀ ବିଷୟରେ ଶୁଣି ସାରିଲା ପରେ ସେ ସନ୍ଦେହ ମୁକ୍ତ ହୋଇଥିଲେ, ହଁ ଏ ସେଇ ଝିଅ । ସେ କିଛି କହିବା ପୂର୍ବରୁ ରତ୍ନା କହିଥିଲା -“ସେହି ଦେବତାଙ୍କ ସହିତ ଯଦି କେବେ ମୋର ଦେଖା ହୋଇଯାଏ ଯିଏ ତାଙ୍କ ନିଜ ଜୀବନକୁ ବିପଦରେ ପକେଇ ମତେ ଉଦ୍ଧାର କରିଥିଲେ, ତାଙ୍କ ଚରଣ ସ୍ପର୍ଶ ନିଶ୍ଚୟ କରି ନିଜକୁ ଭାଗ୍ୟବତୀ ମନେ କରନ୍ତି । ସେ କିନ୍ତୁ ଏ ସଂସାରରେ ଅଛନ୍ତି କି ନାହିଁ ମୁଁ ଜାଣେନା । ତେଣୁ ତାଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରି ଏବେ ସେଇ ମାର୍ଗରେ ସେ ବି ଯାଇ ନିଜର ସକ୍ଷମ ମତେ ଅନ୍ୟକୁ ସାହାଯ୍ୟ କରି ଚାଲିଛି । ” ଏଇ ହେବ ତାର କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ।


ମିଷ୍ଟର ଦାସ୍ ଙ୍କର ମନେ ପଡିଲା ଯେତେବେଳେ ସେ ରତ୍ନାକୁ ଉଦ୍ଧାର କରିଥିଲେ ତାର ଫୋଟୋ ଉଠେଇ ତାଙ୍କ ସଙ୍ଗେ ଖବର କାଗଜରେ ବାହର କରିଥିଲେ ତାର ଆତ୍ମିୟ ମାନଙ୍କ ଉଦେଶ୍ୟରେ । ଯେତେବେଳେ ସେ ଫୋଟୋ ଆଣି ଦେଖେଇଲେ ରତ୍ନା ଅବିଶ୍ବାସ ଓ ଆଶ୍ଚର୍ଯ୍ୟରେ ତାଙ୍କ ମୁହଁକୁ କିଛି ସମୟ ଚାହିଁ ରହିଲା ପରେ, ତା ପରେ ଲୁହ ବର୍ଷଣ କରିବାକୁ ଲାଗିଥିଲା । ତାଙ୍କ ପାଦ ତଳେ ଲୋଟି ଯାଇଥିଲା । ବିବେକ ଉଦେଶ୍ୟରେ କହିଥିଲା -“ବିବେକ୍ ତମେ ମତେ ଦେବତାଙ୍କ ଦର୍ଶନ କରେଇ ଦେଇ ଥିବାରୁ ମୁଁ ଚିର କୃତଜ୍ଞ ନୁହେଁ କେବଳ, ଆଜୀବନ ତୁମର ସହଧର୍ମିଣୀ, ସହକର୍ମିଣୀ ହେବାକୁ ଶପଥ କଲି । ସକଳ ତୀର୍ଥ ମୋର ଏବେଠୁ ଏଇଠୁ ଆରମ୍ଭ ହେବ ।” ମନେ ମନେ ମିଷ୍ଟର ଦାସ୍ କିନ୍ତୁ ଭାବୁଥିଲେ ସେଦିନର ତାଙ୍କର ସେ ଦୁଃସାହାସିକ ପଦକ୍ଷେପର ଏ ହେଉଛି ଏକ ବିରାଟ ପୁରଷ୍କାର ।



Rate this content
Log in

More oriya story from Shanti Mishra

Similar oriya story from Tragedy