ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -199

ଜହ୍ନମାମୁଁ -199

2 mins
7.4K


ବୁଦ୍ଧି ପରୀକ୍ଷା 1

ବହୁ ପୂର୍ବରୁ ଅବନ୍ତି ରାଜ୍ୟକୁ ରାଜା ବୀରବର୍ମା ଶାସନ କରୁଥିଲେ, ତାଙ୍କର ପ୍ରଧାନ ପରାମର୍ଶଦାତା ଦୟାନନ୍ଦ ଥିଲେ । କ୍ରମେ ସେ ବୃଦ୍ଧ ହେଲେ ଓ ଅସୁସ୍ଥ ହୋଇ ପଡିଲେ । ତେଣୁ ତାଙ୍କ ସ୍ଥାନରେ ଏକ ନୂତନ ବ୍ୟକ୍ତିଙ୍କୁ ରଖିବାକୁ ରାଜା ସ୍ଥିର କଲେ । କିନ୍ତୁ ତାଙ୍କପରି ପ୍ରଖର ବୁଦ୍ଧି ଥିବା ବ୍ୟକ୍ତି ସେ ଆଉ ଦ୍ୱିତୀୟ ପାଇଲେ ନାହିଁ, ଯିଏକି ଅନେକ କଠିନ ସମସ୍ୟା ସବୁକୁ ଅତି ସହଜରେ ସମାଧାନ କରି ଦେଉଥିଲେ ।

ରାଜା ଦିନେ ଏ ବିଷୟରେ ତାଙ୍କ ମନ୍ତ୍ରୀ ସୁବୁଦ୍ଧିଙ୍କ ସହିତ ଆଳାପଆଲୋଚନା କଲେ । ମନ୍ତ୍ରୀ କହିଲେ, “ମହାରାଜ, ମୋ ମତରେ ରାଜନୀତି, ଅର୍ଥଶାସ୍ତ୍ର ଓ ନ୍ୟାୟ ଶାସ୍ତ୍ରରେ ଧୁରନ୍ଧର ଥିବା କେତେକ ବ୍ୟକ୍ତିଙ୍କୁ ଡାକି, ଆପଣ ସେମାନଙ୍କ ମଧ୍ୟରୁ ଆପଣଙ୍କ ମନମୁତାବକ ଜଣକୁ ହେଲେ କାହାକୁ ବାଛି ନିଅନ୍ତୁ । ଯଦି ଚାହାଁନ୍ତି ତ ଦୟାନନ୍ଦଙ୍କୁ ମଧ୍ୟ ଆପଣ ଆପଣଙ୍କ ସହିତ ରଖନ୍ତୁ । ଯୋଗ୍ୟ ପରାମର୍ଶଦାତା ବାଛିବାରେ ସେ ଆପଣଙ୍କୁ ବହୁତ ସାହାଯ୍ୟ କରିବେ ।” ରାଜା ଏଥିରେ ସମ୍ମତ ହେଲେ ଓ ରାଜ୍ୟର ଯୋଗ୍ୟ ଲୋକମାନଙ୍କୁ ନିମନ୍ତ୍ରଣ କରିବାକୁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ ।

ସେହି ସଭାକୁ ଅନେକ ପ୍ରତିଭାବାନ୍ ଯୁବକ ଆସିଲେ । ସମସ୍ତିଙ୍କ ମଧ୍ୟରେ ଜୟ ଓ ବିଜୟ ଏ ଦୁହେଁ ସବୁଦିଗରୁ ଯୋଗ୍ୟ ଥିଲେ । ଏସବୁ କଥା ଦୟାନନ୍ଦଙ୍କୁ କହିଦିଆଗଲା । ସବୁ ଶୁଣି ଦୟାନନ୍ଦ କହିଲେ, “ପରାମର୍ଶଦାତା ଶାସ୍ତ୍ରଜ୍ଞାନରେ ପ୍ରବୀଣ ହେବାର କୌଣସି ଆବଶ୍ୟକତା ନାହିଁ । ସେଥିପାଇଁ ଦରକାର କଠିନ ସମସ୍ୟାକୁ ନିଜ ବୁଦ୍ଧି ବଳରେ ଅତି ସହଜରେ ସମାଧାନ କରିବା । ଶାସ୍ତ୍ରଜ୍ଞାନରେ ସେ ଦୁହେଁ ସମାନ । କିନ୍ତୁ ପରାମର୍ଶଦାତା କିଏ ହୋଇ ପାରିବ ତାହା ତ ପରୀକ୍ଷା କଲେହିଁ ଜଣା ପଡିବ ।” ତା’ପରେ ସେ ମନ୍ତ୍ରୀଙ୍କୁ କିଛି ବୁଝାଇ କହିଲେ ।

ପରଦିନ ମନ୍ତ୍ରୀ ଜୟ ଓ ବିଜୟଙ୍କୁ ଡାକି କହିଲେ, “କିଛିଦିନ ହେବ ମୋର ଜଣେ ପ୍ରିୟ ମିତ୍ର ବଡ ଦୁଃଖପୂର୍ଣ୍ଣ ପରିସ୍ଥିତିରେ ପଡି ସ୍ୱର୍ଗବାସ କରିଛନ୍ତି । ସେହି ଦୁଃଖଦ ପରିସ୍ଥିତି ବିଷୟରେ ମୁଁ ତୁମ ଦୁହିଁଙ୍କୁ କହିବି ଓ ଜାଣିବାକୁ ଚାହେଁ ଯେ, ତୁମେ ଦୁହେଁ ଏହା ପରେ ହୋଇଥିବା ପରିସ୍ଥିତି ସମ୍ପର୍କରେ କି ପ୍ରକାରର ପରାମର୍ଶ ଦେଉଛ ।”

ମନ୍ତ୍ରୀ କହିଲେ “ମୋର ମିତ୍ରଙ୍କ ନାମ ଦୟାବାନ୍ ଥିଲା । ସେ ହୃଦୟରୋଗରେ ପୀଡିତ ଥିଲେ । ଦିନେ ରାତିରେ ସେ ଏକ ଭୟାନକ ସ୍ୱପ୍ନ ଦେଖିଲେ । ସେ ଦେଖିଲେ ସେ ଏକ ଭୟଙ୍କର ଜଙ୍ଗଲ ମଧ୍ୟରେ ଯାଉ ଯାଉ ରାସ୍ତା ପାଉ ନାହାଁନ୍ତି । ଅନ୍ଧକାର ମଧ୍ୟରେ ଅଣ୍ଡାଳି ଅଣ୍ଡାଳି ଗଛତଳେ ସେ ସେମିତି ଚାଲିଥା’ନ୍ତି । ଶେଷକୁ ସେ ଏକ ଖୋଲା ଜାଗାରେ ଆସି ପହଁଚିଲେ; ତାରାମାନଙ୍କ ଆଲୁଅରେ ସେ ଦେଖିଲେ ତାହା ଏକ ଚାରିମୁହାଣି ଛକ । ସେଠାରୁ ଚାରିଆଡକୁ ଚାରିଟି ରାସ୍ତା ପଡିଛି । ସେ ଗୋଟିଏ ରାସ୍ତା ଧରି ଆଗକୁ ଚାଲିଲେ । କିଛିବାଟ ଯାଇ ଦେଖିଲେ ଜଙ୍ଗଲି କଂଟାଗଛରେ ରାସ୍ତାଟି ବନ୍ଦ । ତେଣୁ ବାଧ୍ୟହୋଇ ସେ ସେଠାରୁ ଫେରିଲେ । ତା’ପରେ ଗର୍ଜ୍ଜନ ଶବ୍ଦ ସବୁ ଶୁଣି ଭୟରେ ପଛକୁ ଚାହିଁ ସେ ଦେଖିଲେ ପଛଆଡୁ ଦଳ ଦଳ ସିଂହ ତାଙ୍କ ଆଡକୁ ମାଡି ଆସୁଛନ୍ତି । ଗୋଟାଏ ସିଂହ ତାଙ୍କୁ ଗୋଡାଇଲା । ସେ ପ୍ରାଣ ବିକଳରେ ଧାଇଁଲେ ଓ ଆସି ପୁଣି ସେହି ଚଉମୁହାଣି ଛକରେ ପହଁଚି ଦେଖିଲେ, ସିଂହମାନେ କୁଆଡେ ପଳାଇଛନ୍ତି । ତେଣୁ ସେ ଆଉ ଏକ ରାସ୍ତା ଧରି ଚାଲିଲେ । କିଛିବାଟ ଯାଇ ଦେଖିଲେ ଦୂରରୁ ଆଲୋକ ରେଖା ଦିଶୁଛି ସେ ମନରେ ଟିକେ ଆଶ୍ୱାସନା ପାଇ ଆହୁରି ଆଗକୁ ଗଲେ । ଯାଇ ଯାଇ ଶେଷରେ ସେ ଦେଖିଲେ ରାସ୍ତା ଶେଷ, କିନ୍ତୁ ନାଗସାପମାନେ ସେଠାରେ ଭର୍ତ୍ତି ହୋଇଛନ୍ତି । ସେମାନେ ମଣିନାଗ ସମସ୍ତିଙ୍କ ଫଣାରେ ମଣି ଦପ୍ ଦପ୍ କରି ଜଳୁଛି । ତେଣୁ ସେମାନଙ୍କ ଫଣାରେ ଥିବା ମଣିସବୁର ଆଲୋକ ସେ ଦୂରରୁ ଦେଖିପାରୁଥିଲେ ।


Rate this content
Log in

Similar oriya story from Children