STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -136

ଜହ୍ନମାମୁଁ -136

2 mins
14.5K


ବଡ ବୋକା

ଚିତ୍ରପୁର ଗ୍ରାମର ଜମିଦାର ଭାନୁ ଚୌଧୁରୀଙ୍କର ସଉକ ହେଲା ସେ ଲୋକଙ୍କୁ ଡାକି ଛୋଟ ଛୋଟ ପ୍ରଶ୍ନ ପଚାରନ୍ତି ଓ ସେଥିରେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଲୋକଙ୍କୁ ପୁରସ୍କାର ଦିଅନ୍ତି । ଥରେ ସେ ଜାଣିବାକୁ ଚାହିଁଲେ ଗ୍ରାମରେ ସବୁଠାରୁ ବୋକା କିଏ?

ଦିନେ ଚୌଧୁରୀ କେତେକ ଲୋକଙ୍କୁ ଡାକି ପଚାରିଲେ ଯେ ତାଙ୍କ ଗ୍ରାମରେ ସବୁଠାରୁ ବୋକା କିଏ । ସମସ୍ତେ ଉତ୍ତରରେ କହିଲେ, “ଆମ ଗ୍ରାମରେ ରାମ ଭୀମ ଓ ସୋମ ନାମକ ତିନିଜଣ ଅଛନ୍ତି; ସେମାନେ ବୋକାମିରେ ଏକକୁ ଆରେକ ବଳି ।” ଏକଥା ଶୁଣି ଚୌଧୁରୀ ଭାରି ଖୁସି କାରଣ ତାଙ୍କ କାମ ସହଜ ହୋଇଗଲା ।

ଦିନେ ଚୌଧୁରୀ ସେ ତିନିଜଣଙ୍କୁ ଡାକି କହିଲେ, “ମୁଁ ଗ୍ରାମର ଲୋକମାନଙ୍କଠାରୁ ଶୁଣିଛି କି ତମେ ତିନିଜଣ ଖୁବ୍ ବୋକା । କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ଯେ ତୁମମାନଙ୍କ ମଧ୍ୟରୁ ସବୁଠାରୁ ବୋକା କିଏ? ମୁଁ ତୁମମାନଙ୍କ ପାଇଁ ଏକ ଛୋଟ ପରୀକ୍ଷା ରଖିଛି । କ’ଣ ତମେମାନେ ପ୍ରସ୍ତୁତ ତ?”

ଚୌଧୁରୀଙ୍କ ମୁହଁରୁ ଏକଥା ଶୁଣି ସେମାନେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । କାରଣ ସେମାନେ ବୁଝିପାରିଲେ ନାହିଁ ଯେ ଏପରି “ବଡ ବୋକା” ନିର୍ଣ୍ଣୟ କରିବାର ଆବଶ୍ୟକତା କେଉଁଠାରୁ ଆସି ତାଙ୍କ ଉପରେ ପଡିଲା । ପୁଣି ସେମାନେ ଭାବିଲେ କି ପ୍ରକାର ପରୀକ୍ଷା ହେବ ସେ ବିଷୟରେ କିଛି ନ ଜାଣି ନ ଶୁଣି ସ୍ୱୀକୃତି କିପରି ବା ଦେବେ । ତେଣୁ ତିନିଜଣ ଏକ ସ୍ୱରରେ କହିଲେ, “କୁହନ୍ତୁ ତ ପରୀକ୍ଷାଟି କ’ଣ?”

ଚୌଧୁରୀ କହିଲେ, “ତୁମ ତିନିଜଣକୁ କୌଣସି ସାହାଯ୍ୟ ବିନା ମରୁଭୂମିରେ ଛାଡି ଦିଆଯିବ । ଯିଏ ପ୍ରଥମେ ଲେଉଟି ଆସିବ ସେ ଦଶଟଙ୍କା ପୁରସ୍କାର ପାଇବ ।”

ରାମ ଉତ୍ତର ଦେଲା “ବୋକା ଲୋକ ସବୁ ପାଇଁ ପ୍ରସ୍ତୁତ । ଆପଣ ଯଦି ମୋ ପାଇଁ ସ୍ୱତନ୍ତ୍ର ଯୋତା ବନାଇ ଦେବେ ତେବେ ମୁଁ ଆପଣଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ହେବି ।”

ଭୀମ କହିଲା “ମୁଁ ସେପରି କଠିନ ପରୀକ୍ଷାରେ ଉତୀର୍ଣ୍ଣ ହେବାର ରହସ୍ୟ ଏବେ କହିବି ନାହିଁ । କିନ୍ତୁ ଆପଣଙ୍କର ଜଣେ ବିଶ୍ୱାସୀ ଲୋକକୁ ମୋ ସହିତ ପଠାନ୍ତୁ ।”

ଚୌଧୁରୀ ପଚାରିଲେ “ସଫା ସଫା କରି କୁହ ତୁମର ଉଦ୍ଧେଶ୍ୟ କ’ଣ?”

ଭୀମ କହିଲା “ବୋକା ଲୋକ ନିଜ ପାଖରେ ସବୁବେଳେ ସହାୟତା ପାଇଁ ଜଣେ ଚାଲାକ୍ ଲୋକକୁ ରଖିଥାଏ । ତା’ଛଡା ନିଜର ବିଶ୍ୱାସୀ ବ୍ୟକ୍ତିକୁ କେବେ ବି ଇଚ୍ଛା କରି ଆପଣ ବେଶି ବିପଦରେ ପକାଇବେ ନାହିଁ । ତେଣୁ ଏ ପରୀକ୍ଷା ପାଇଁ ମୁଁ ଏପରି ସର୍ତ୍ତ ଦେଲି ।”

ଏବେ ଚୌଧୁରୀ ସୋମକୁ ଚାହିଁ କହିଲେ, “କୁହ ତୁମର ବିଚାର କ’ଣ?”

ସୋମ କହିଲା, “ଏକଥା ସତ ଯେ ବୋକାମାନେ ବେଶି କଷ୍ଟ ପାଆନ୍ତି । କିନ୍ତୁ ମୁଁ ବୋକା ହେଲେ ମଧ୍ୟ ଦୁଃଖ ଓ ବିପଦ ପାଖକୁ ଯିବାର ମୋର ଆଦୌ ସାହସ ନାହିଁ । ତା’ ପୁଣି ମାତ୍ର ଦଶଟଙ୍କାର ପ୍ରଲୋଭନରେ । ତେଣୁ ମୁଁ ସେ ପରୀକ୍ଷା ପାଇଁ ଯମାରୁ ପ୍ରସ୍ତୁତ ନୁହେଁ ।

ଏଭଳି ଉତ୍ତର ଶୁଣି ଚୌଧୁରୀ ନିଜେ ବୁଝିଗଲେ ଯେ ବୋକାମୀର ଅର୍ଥ କ’ଣ? ସେ ଭାବିଲେ ବଡ ବୋକା ବାହାର କରିବାରେ ଦଶଟଙ୍କା ପୁରସ୍କାର ଘୋଷଣା କରିବା ଆଉ ଏକ ବୋକାମୀ । ତେଣୁ ସେସବୁ ପରୀକ୍ଷା କରିବା କଥା ସେ ତାଙ୍କ ମନରୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଦେଲେ । ତାଙ୍କର ଟଙ୍କା ରହିଗଲା । ସେ ଏପରି ଏକ ପରୀକ୍ଷା କରିବାକୁ ଯାଉଥିଲେ ବୋଲି ନିଜେ ଭାବିଲେ ଯେ ସେହିଁ ସବୁଠାରୁ ଜଣେ ବଡ ବୋକା ।


Rate this content
Log in

Similar oriya story from Children