STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ଝିଅକୁ ଚିଠି

ଝିଅକୁ ଚିଠି

3 mins
942

ମୋ ଚାନ୍ଦିନୀ

  କଣ ଲେଖିବି ତୋ ପାଖକୁ?ତୁ ମୋ ମାତୃତ୍ୱର ଦ୍ୱିତୀୟ ସ୍ତବକ । ବହୁ ଝଡ଼ ଝଞ୍ଜା ,ଘାତ ,ପ୍ରତିଘାତ ଭିତରେ କିନ୍ତୁ ତୁ ମୋ ପୂର୍ଣ୍ଣମୀଶଶୀ ।ତୋ ବିନା ମୋ ମାତୃତ୍ୱ ,ଅଧା ଅଧୁରା ରହିଯାଇଥାନ୍ତା ।କାରଣ ପୁଅ ଆଉ ଝିଅର ମାଆ ହୋଇ ମୁଁ ସ୍ୱୟଂସମ୍ପର୍ଣ୍ଣା .ମୋ ସମସ୍ତ ଆଦର୍ଶ ଦେଇ ଗଢ଼ିଛି ତତେ ,ତୁ ଯୋଉଠି ଯୋଉ ପରିସ୍ଥିତିରେ ଥିଲେ ବି ଚଳିପାରିବୁ ,ଏ ଆତ୍ମବିଶ୍ୱାସ ମୋର ଅଛି ,ତୁ ତ ଜାଣୁ ମାଆ ,ଲେଖା ଲେଖି କରି ମୁଁ ଆତ୍ମସନ୍ତୋଷ ପାଉଛି ,ଆଉ ତୁ ବି ,ମୋ ପଛେ ପଛେ ଆସି ,କିଛି ଲେଖା ଲେଖି କରି ସାହିତ୍ୟକୁ କିଛି ପରିମାଣରେ ରୁଦ୍ଧିମନ୍ତ କର ଏହା ମୋର ଉଦେଶ୍ୟ .ମୁଁ ଜାଣେ ତୋ ଭିତରେ ଅନେକ ପ୍ରତିଭା ଲୁକ୍କାୟିତ ,ତାକୁ ଉଜ୍ଜିବିତ କରିବାକୁ ଭଲ ଭଲ ବହି ପଢିବା ସଙ୍ଗେ ସଙ୍ଗେ ମୋର କିଛି ଲେଖା ,କବିତା ,ଗଳ୍ପ ମଧ୍ୟ ପଢ଼ିବୁ ବୋଲି ମୋର ତୋ ଉପରେ ଦୃଢ଼ ବିଶ୍ୱାସ .ଏ ଗଳ୍ପ ଟି ପଢିଲେ ତୁ ସମାଜର କିଛି ନିଷ୍ପେସିତ ଦିବ୍ୟାଙ୍ଗଙ୍କ ବିଷୟରେ ଅନ୍ତତଃ କିଛି କରିପାରିବୁ ,କିଛି ନହେଲେ ସାମର୍ଥ୍ୟ ଅନୁଯାୟୀ କିଛି ସାହାଯ୍ୟ ସହଯୋଗ ସହ ,ସମାଜ ରେ ନାରୀଙ୍କ ପ୍ରତି ଘଟୁଥିବା ଦୁଷ୍କର୍ମ କୁ ନିଜେ ହୁସିଆର ରହି ଏଡାଇ ଚଳିବା ସହ ତୋ ଛାତ୍ରୀ ମାନଙ୍କୁ ମଧ୍ୟ କରାଟେ ,ଜୁଡୋ ,ଶିକ୍ଷା ଦେଇ ସେମାନଙ୍କୁ ସବୁ କ୍ଷେତ୍ରରେ ସମର୍ଥ କରିବାକୁ ଉଦ୍ୟମ କରିବୁ ମାଆ ,ତା ସହ ଭାଗବତ ବିଶ୍ୱାସ ରଖିବାକୁ ପଡିବ ,ସେହିସବୁ କଥା ମୁଁ ଏ ଗଳ୍ପଟିରେ ଲେଖିଆଜି ପୋଷ୍ଟ କରିଛି     କିଛି ତ କରିପାରିନି ମାଆ ମୋ ଜୀବନକାଳ ଭିତରେ ,ତେଣୁ ସାହିତ୍ୟ ସମୃଦ୍ଧି କରି ମୋ ଲେଖାରେ କିଛି ,ପର ପିଢ଼ି ପାଇଁ ବାର୍ତ୍ତା ଦେଇଯିବାକୁ ମୁଁ ଚେଷ୍ଟା କରୁଛି .କାଳଜୟୀ ନହେଲେ ବି ମୋ ସନ୍ତାନ ଦୁହେଁ ଶିଖିଲେ ବି କେତେକଥା .ହଁ ମାଆ ତୁ ସବୁ ଜାଣୁ ,ତଥାପି ତତେ କିଛି କହିବି ,ପରଘରୀ ବୋଲି ନଭାବି ନିଜ ଶାଶୁଘର ଲୋକମାନଙ୍କୁ ତୁ ନିଜର କରି ପାରିଛୁ ଶୁଣି ମୁଁ ବହୁତ ଖୁସି .ମାଆ ମୋର ନାରୀ ଯେତେ ଉଚ୍ଚକୁ ଗଲେ ମଧ୍ୟ ଅର୍ଥାତ ରୋଜଗାରକ୍ଷମ ,ସୁନ୍ଦର୍ୟମୟୀ ,ବୁଦ୍ଧିମତୀ ,ସାହାସୀ ,ସୁରୁଚିସମ୍ପର୍ଣ୍ଣା ହେଲେ ମଧ୍ୟ ଦାୟିତ୍ବ ,କର୍ତ୍ତବ୍ୟ ,ପାଳନ ସହ ଶାହନଶୀଳତା ଓ ତ୍ୟାଗ ଓ ନିସ୍ଵାର୍ଥପରତା ଦିନେ ନା ଦିନେ ତାକୁ ଗୌରବ ମଣ୍ଡିତ କରାଇବା ସହ ବିଜୟର ଟୀକା ପିନ୍ଧେଇଦେବ .ଆଉ ଗୋଟିଏ ବଡ କଥା ସମାୟାନୁ ବର୍ତ୍ତିତା ,ମଧ୍ୟ ଜୀବନର ବଡ଼ ସଫଳତା ଆଣି ଦିଏ ,ଡର ଭୟ ବିପଦ ର ଆଶୁ ପ୍ରତିକାର କରେ .ତୁ ସବୁ ଜାଣିଛୁ ବୁଝିଛୁ ତଥାପି କାଳେ ଝୁଣ୍ଟି ପଡ଼ିବୁ,ମନ ହୃଦୟ ଓ ବିବେକର ସଂଘର୍ଷ ଭିତରେ ସନ୍ତୁଳିତ ହେବୁ , ସେଇଥିପାଇଁ ତତେ କହୁଛି ମାଆ ,ମନେ ରଖିବୁ .ଝିଅଟିଏ ପରା ଦୁଇ କୁଳର ହିତା ,ଦୁଇ କୂଳକୁ ଜିତା .ସମସ୍ତଙ୍କୁ ଭଲପାଇବା କଳା ଟି ଗୋଟିଏ ନାରୀ ପ୍ରତି ବରଦାନ ସଦୃଶ ବିଶେଷ ଗୁଣଟିଏ ,ପ୍ରତ୍ୟେକଙ୍କୁ ତାଙ୍କ ସ୍ଥାନ କାଳ ପାତ୍ର ନେଇ ଭଲପାଇ ,ଆମ ଚାରିପାଖ ମଣିଷ ପ୍ରତ୍ୟକ କହୁଥିବା କଥା ଓ କରୁଥିବା କାମ କୁ ନାରୀଟି ଯଦି ସହୃଦୟତାର ସହ ବିଚାର କରି ,ସେଥିରୁ ସବୁ ଅସ୍ତିସୂଚକ ଅର୍ଥର ସଦୁପଯୋଗ କରେ ତେବେ ନିଶ୍ଚୟ ପରିବାର ,ସମାଜ ରାଷ୍ଟ୍ର ,ରାଜ୍ୟ ତଥା ଦେଶର ମଙ୍ଗଳ ହୁଏ .ନାରୀ ପରା ନାରାୟଣୀ .ସେ ଗଢି ପାରେ ,ସେ ବି ଭାଙ୍ଗି ପାରେ .ମହାଭାରତ ଓ ରାମାୟଣରେ ଥିବା ପ୍ରତ୍ୟକ ନାରୀ ଚରିତ୍ର ବିସ୍ଲେସଣ କଲେ ବୁଝିପାରିବୁ ମାଆ .ସେଇଥିପାଇଁ ପରା ସରକାର ଓ ବୁଦ୍ଧିଜୀବୀମାନେ ରାମାୟଣ ଓ ମହାଭାରତ ର ବିଷୟ ବସ୍ତୁକୁ ପିଲାଙ୍କ ପାଠ୍ୟ ଖସଡାରେ ସାମିଲ କରିବା ଲକ୍ଷ ରଖି କାର୍ଯ୍ୟକାରୀ କରିବା ପ୍ରସ୍ତାବ ଅନୁମୋଦନ ପାଇଁ ଚେଷ୍ଟା କରୁଛନ୍ତି .ପ୍ରକୃତରେ ମାଆ ସେସବୁ ଗ୍ରନ୍ଥ କାବ୍ୟ ନଥିଲେ ଆମେ ସାହିତ୍ୟର ଅର୍ଥ ବୁଝନ୍ତେ କେମିତି .ଭାଷା ଆଞ୍ଚଳିକ ହେଲେ ବି ସାହିତ୍ୟ ପରା ସାର୍ବଜନୀନ .

ମାଆ ମ ଗୋଟେ କଥା କହିବି ,ଖରାପ ଭାବିବୁନି ,ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଅନ୍ତ ସୌର୍ଯ୍ୟକରଣକୁ ପ୍ରାଧାନ୍ୟ ଦେବୁ ମୋ ଚାନ୍ଦିନୀ .ସେଗୁଡିକ ଦୟା ,କ୍ଷମା ,ସେବା ଭଳି ଗୁଣ .ମୁଁ ଦିଖିଛି ପିଲାଦିନେ ତୁ ପଶୁ ପକ୍ଷୀଙ୍କର ବହୁ ଯତ୍ନ ନେଉଥିଲୁ ,ଆଜିବି ସେମିତି ନବୁ ମାଆ ,ଆମେ ଫିଙ୍ଗିଦେଉଥିବା ବହୁତ ଖାଦ୍ୟରେ ଅନ୍ୟ ବହୁ ପ୍ରାଣୀଙ୍କର ପେଟର କ୍ଷୁଧା ଦୂର ହୋଇପାରିବ ,ତେଣୁ ପେଜ ,ତୋରାଣି ,ପରିବା ଚୋପା ଗାଈ ଙ୍କୁ ଦେବା ସହ ବଳକା ଭାତ ରୁଟି ବୁଲା କୁକୁର ବିଲେଇ ଙ୍କ ପାଇଁ ଥୋଇଦେବୁ ,ଆଉ ଗୋଟେ କଥା ମାଆ ,ଛାତ ଉପରେ ମାଙ୍କଡ଼ ,ଚଢେଇ ମାନଙ୍କ ପାଇଁ ଅନ୍ତତଃ ପାଣି ମୁନ୍ଦେ ରଖିନେବୁ ଧନ ,ସମସ୍ତଙ୍କ ପ୍ରାଣ ସମାନ ,ସମସ୍ତଙ୍କ ରୋଗ ,କଷ୍ଟ ,ଦୁଃଖଓ ବିଶେଷ କରି ଭୋକ ସମାନ .ଅନେକଙ୍କୁ ଭଗବାନ ଆଶ୍ରୟ ଦେଇନାହାଁନ୍ତି ,ଅନେକଙ୍କୁ ପ୍ରାରବ୍ଧ କର୍ମ ଫଳ ଭୋଗିବାକୁ ଯାଇ ଦିବ୍ୟାଙ୍ଗ ,ଭିକାରୀ ହେବାକୁ ପଡୁଛି ,ତ ସେମାନଙ୍କ ପ୍ରତି ଘୃଣା ନରଖି ଦୟା ଦେଖେଇବୁ ସାମର୍ଥ୍ୟ ଭିତରେ .ନାତୁଣୀ ଟିକୁ ମୋର ଏ ସମସ୍ତ ସଂସ୍କାର ଦେଇ ବଡ଼ କରିବୁ ନିଶ୍ଚୟ ,ସର୍ବୋପରି ,ସର୍ବନିୟନ୍ତା ଭଗବାନଙ୍କୁ ଏକମନ ଏକ ପ୍ରାଣରେ ଧ୍ୟାୟି ପ୍ରତ୍ୟେକ ଦିନର କର୍ମ କରିଯିବା ସହ ଜୀବନ କାଳ ଭିତରେ କର୍ତ୍ତବ୍ୟ କର୍ମ କରିବୁ ମା ,ତୋ ମୁଣ୍ଡରେ ମୋ ଆଶୀର୍ବାଦର ହାତ ସର୍ବଦା ରହିଛି .ଆୟୁଷ ଆଶିଷ ନିରୋଗୀ ରହି ସୌନ୍ଦର୍ଯ୍ୟ ,ବଳ ,ବୁଦ୍ଧି ,ବିଦ୍ୟା ପାଇ ଅନେଶତ ବର୍ଷ ଯାଏଁ ସୌଭାଗ୍ୟବତୀ ହୋଇଥା ମା .

ସନ୍ତାନ ସ୍ୱାମୀଙ୍କ ସହ ଶାଶୁ ଶଶୁରଙ୍କ ଇଛାକୁ ସମ୍ମାନ ଦେଇ ଲଘୁଜନମାନଙ୍କୁ ସ୍ନେହ ପୂର୍ଣ୍ଣ ବ୍ୟବହାର ଦେଖାଇ ଜସ୍ବସୀ ହୁଅ ,ଏତିକି ମୋର ତୋ ପାଇଁ ମାଗୁଣି .ଶେଷରେ କହିବି ମାଆ ମନକଥା ରୁ ଟିକେ .ବିପଦ ଆପଦ ସଂଘର୍ଷ ପୂର୍ଣ୍ଣ ,ଏ ମଣିଷ ଜନ୍ମ ମାଆ ,ତେଣୁ ନିରାପଦ ରାହିବାକୁ ହେଲେ ଭଗବାନଙ୍କୁ ଅନ୍ତରର କୋହ ଓ ଆଖିର ଲୁହ ଟୋପେ ଦେଇ ଡାକିଲେ ସେ ନିଶ୍ଚୟ ପାଖେ ପାଖେ ରହି ସବୁ ବିପଦରୁ ପାରି କରି ଅନେଶତ ବର୍ଷ ଯାଏଁ ତୋ ସଂସାର ନାଵ ବହିବାରେ ତତେ ସହାୟ ହେଉଥିବେ ମାଆ ,ରହିଲି .ଇତି

                         ମମି          

 



Rate this content
Log in

Similar oriya story from Abstract