STORYMIRROR

Gitanjali Pujapanda

Tragedy Classics Inspirational

3  

Gitanjali Pujapanda

Tragedy Classics Inspirational

ଝିଅ ଜନ୍ମ ପର ଘରକୁ

ଝିଅ ଜନ୍ମ ପର ଘରକୁ

6 mins
239


ଝିଅ ଜନ୍ମ ପର ଘର କୁ ଶୁଣି ଶୁଣି ବିରକ୍ତ ଲାଗିଲାଣି ଜେଜେ ମାଆ ,ନା ମୁଁ ପର ଘର କୁ ଯିବିନି !!!


ଲିତା ରାଗିକି ମୁହଁ କୁ ଫୁଲେଇ ବସିଥାଏ କବାଟ କିଳି ଆଜି ତା ବାହାଘର କଥା ଘରେ ପଡିଥିଲା ।ହଠାତ ତା କାନ ରେ ପଡିଗଲା ,ଜେଜେମା କହୁଥିଲା ବୋଉ କୁ ଆଲୋ ରଜନୀ ଝିଅ ବଡ଼ ହେଲାଣି ହାତ କୁ ଦୁଇ ହାତ କଲେ ପୁଅ କୁ ବାହା କରି ବୋହୁ ଆଣିବୁ ଆଉ କଣ ଅଭିଆଡ଼ି ଝିଅ ଥାଉ ଥାଉ ତୋ ଘରେ କିଏ ଝିଅ ଦେବ ରଘୁନାଥ ଟା ମୋର ବାହା ହେଇପାରିବନି !!


ଓଃ !!ମାଆ ଜମାରୁ ଷୋହଳ ପୁରି ସତର ଚାଲୁଛି ଝିଅ କୁ ଏତେ କମ ବୟସ ରେ ତାକୁ କଣ ବାହା କରିବି ।ଆଲୋ ଏତେ ନେଥେ ଇ ଫୁଲେଇ ହେଲେ ଚାଳିବନି ମନେ ପକଉନୁ ତୋ କଥା ତତେ କେତେ ବୟସ ହେଇଥିଲା କି ପୁଆଣୀ ଘର ହେଲା ବେଳ କୁ !! ହଁ ଯେ ଆଜିକାଲିକା ଝିଅ ମାନେ କ'ଣ ଏତେ ଶୀଘ୍ର ବାହା ହେଉଛନ୍ତି କି? କାହିଁକି ? ବାହା ହେବେ ମୋ ପରି ମୁଁ କଣ ପାଇଲି କି ଜୀବନ ରେ ଷୋହଳ ବର୍ଷ ରେ ବାହାହୋଇ ।ଯେଉଁସମୟ ରେ ମୁଁ ବାହାଘର ର ମତଲବ କ'ଣ ଜାଣିନ ଥିଲି ତା ସାଂଗ କୁ ପାଠ ବି ପଢିନି ଆଉ କେତେ କଷ୍ଟ ସହିଛି ମୋ ଛଡା ଆଉ କେ ଜାଣିବ ମୁଁ ଚାହୁଁନି ମୋ ଝିଅ ମୋ ପରି କଷ୍ଟ ସହୁ ବୋଲି ବୋଉ ତମେ ସେକାଳ କଥା ଆଉ କୁହନି ଆଲୋ ଆଲୋ ଝିଅ ପିଲା ମାନଙ୍କ ପାଇଁ ପାଠ ସହିତ ଶାଠ ର ଅଧିକ ଆବଶ୍ୟକତା ।


ହଁ ...ହଁ ଲୋ ରଜନୀ ତୋ ଝିଅ ଏଇନେ ପାଠ ପଢି କଲେକ୍ଟର ହେବ କହି ରଜନୀ ର ଶାଶୂ ମୁହଁ କୁ ମୋଡି ଚାଲିଗଲେ ପାନ ବଟୁଆ ଧରି ।ରଜନୀ ଜାଣି ପାରିଲା ଶାଶୂ ତାର ଖୁଶି ନୁହଁନ୍ତି ତା ର ଏସବୁ କଥା ଶୁଣି ମାତ୍ର ସେ ଯାହା କହିଲା ସେ କଣ କରିପାରିବ ତା ଝିଅ କୁ ପାଠଶାଠ ପଢେଇ କଲେକ୍ଟର କରିପାରିବ ଏତେ ସ୍ବପ୍ନ କୁ ରାତି ଯେ ନିଅଣ୍ଟ।


ଲତା ର ମୁହଁ ଫୁଲେଇ ବସିବା ଦେଖି ରଜନୀ ତାକୁ କୁହେ କିଏ କଣ କହିଲା ତୁ କାହିଁକି ??ମୁହଁ କୁ ସୁଖେଇ ବସିଛୁ ତୁ ଯଦି ଭଲ ପାଠପଢ଼ିବୁ ତତେ କେହି ପାଠପଢିବାକୁ ଅଟକେଇ ପାରିବେନି ଖାଲି ଭଲ ମାର୍କ ଆଣିଲେ ଚାଳିବାନି ଭଲ ପୋଜିସନ ଆଣିବାକୁ ପଡିବ ତତେ ରାଜ୍ୟ ଭିତରେ ପଢା ରେ ।


ଲତା ର ମନ ରେ ଏକ ସାହସ ସହିତ ଆତ୍ମବିଶ୍ବାସ ଭାରି ଆସିଲା ଆଉ ସେ ଭାବିଲା ନିଶ୍ଚିତ ସେ ପାଠପଢା ରେ ପୋଜିସନ ରେ ଆସିବ ରାଜ୍ୟ ଭିତରେ। ଦିନ ରାତି ଏକ କଲା ଭଲ ପାଠପଢିବା ପାଇଁ ମାତ୍ର ଏ କଣ ଘରେ ସମସ୍ତେ ବିବାହ କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଏକ ଯୋଗ୍ୟ ର ପାତ୍ର ଲତା ପାଇଁ ଠିକ କଲେ ତା ମାମୁଁ। ପୁଅ ଟି ଡାକ୍ତର ଅଛି ସରକାରୀ ଡାକ୍ତରଖାନା ରେ ।ଏମିତି ପ୍ରସ୍ତାବ ଛାଡେ ବା କିଏ ଚଟ ମଗ୍ନି ଆଉ ପଟ ବିବାହ ପରେ ଲତା ପାଠ ଆଉ କଣ ପଢିବ ଶାଶୂଘର କୁ ଚାଲିଗଲା ।ପିଲା ଟି ଦିନ ରୁ ବୋଉ ଖାଲି ପାଠପଢା ଛଡା ଆଉ କିଛି ବି କରିବାକୁ କୁହେନି ଆଉ ଜେଜେମା ସବୁବେଳେ ବୋଉ ଉପରେ କଟର କଟର ହୋଇ ଯାହା ଲତା କୁ ଚାହା କରିବା ଆଉ ମ୍ୟାଗି କରିବା ଶିଖେଇ ଥିଲା।ଲତା ଠାରୁ ତା ସ୍ବାମୀ ପ୍ରାୟ ଦଶ ବାର ବର୍ଷ ବଡ଼ ।ପୁଅ ଟିର ବାପା ସାଙ୍ଘାତିକ ଭାବେ ରୋଗ ଗ୍ରସ୍ତ ଥିଲେ ଲତା ସ୍ୱାମୀ ବିବେକ ଜଣେ ଭଲ ମଣିଷ ତା ସହିତ ଜଣେ ଭଲ ଡାକ୍ତର ଲତା ର ବିବାହ ଦଶମ ଶ୍ରେଣୀ ରୁ ହେଇଯାଇଥିଲା କାରଣ ଲତା ଘର ର ଏକୁଟିଆ ବୋହୁ ବିବେକ ଗୋଟେ ବୋଲି ପୁଅ ବାପା ଯେହେତୁ ବିମାର ବେଶୀ ଦିନ ବଞ୍ଚି ପାରିବେନି କାରଣ ସେ ବ୍ରେନ ଟିଉମର ରୋଗ ରେ ପୀଡିତ ।କିଛି ଦିନ ଅନ୍ତର ରେ ସେ ମୃତ୍ୟୁ ବରଣ କଲେ ।ମାସକ ଭିତରେ ବୋହୁ ଆସିବାର ସେଥିପାଇଁ ମଧ୍ୟ ଲତା ବହୁତ କଥା ସହିଛି ।


ମାତ୍ର ଷୋହଳ ସତର ବର୍ଷ ରେ କି କାମ କରିବ ଶାଶୂ ଘରେ ଶାଶୂ ଆଉ ଗୋସେଇଁ ଶାଶୂ ଙ୍କର ଦାଇତ୍ୱ ନଣଦ ବଡ଼ ବିବାହ କରିସାରିଛନ୍ତି। ।ଚଉଠି ରାତି ରେ ବିବେକ ତାକୁ ଗୋଟେ ଉପହାର ଦେବାକୁ କହିଥିଲେ ତେଣୁ ସେ କହିଥିଲେ ସେ ପରେ ମାଗି ନେବ ବୋଲି ।ପାଖପାଖ ଦୁଇ ବର୍ଷ ବିତିଗଲାଣି ଲତା ନିଜ ମନ କୁ ମାରିମାରି ରଖିଥାଏ କିଛି କହୁ ନ ଥାଏ କାହାକୁ ବିବେକ ପଚାରିଲେ କହୁଥାଏ କିଛି ନୁହେଁ ଝିଅ ଜନ୍ମ ତ ପର ଘରକୁ ବୋଉ ଫୋନ କଲେ ବି ସେହି କଥା ।ନିଜର ସବୁ ସ୍ବପ୍ନ ଉପରେ ଛକିଶୂନ ପଡିଯାଇଥାଏ ତାର ।ସବୁ ବେଳେ କିଛି ନା କିଛିକାମ ସରିବା ପରେ ଲେଖୁଥାଏ ସେ ଲେଖିବା ର ନିଶା ପିଲାଦିନୁ ଛାଡିବ କେମିତି ସମସ୍ତେ ଶୋଇ ଲା ପରେ ଲେଖା ଆରମ୍ଭ କରେ ସେ ।


ଦିନେ ସେ ଶୋଇ ଥିବା ଅବସ୍ଥାରେ ରେ ତା ଡାଇରୀ ଉପରେ ନଜର ବିବେକ ର ପଡ଼ିଯାଏ ଇସ କେତେ ସୁନ୍ଦର କବିତା ଗଳ୍ପ ସବୁ ଲେଖା ଅଛି ସୁନ୍ଦର ଅକ୍ଷର ରେ ।ସେ କିଛି ନକହି ଡାଏରି ଟିକୁ ନିଜେ ରଖି ନିଅନ୍ତି ସକାଳୁ ଲତା ର ନିଦ ଭାଙ୍ଗି ବା ସହିତ ତା ଡ଼ାଇରୀ ଟିକୁ ମନେମନେ ବହୁତ ଖୋଜେ ସିଏ କିଏ କାଳେ କ'ଣ କହିବ ଭାବି ଚୁପ ରହିଯାଏ ଆସୁଥିବା ପେପର ଉପରେ ନଜର ବୁଲାଇ ଆଣି ଏ କଣ ମୋ କବିତା ହଁ ସତେ ତ ମୋ କବିତା ଟି କଣ ଆଜି ର ପୃଷ୍ଠା ରେ ସ୍ଥାନ ପାଇଛି ତଳେ ତା ନାଁ ଦେଖି ସେ ଚମକି ଯାଏ ।ତାପରେ ଫୋନ ଉପରେ ଫୋନ ସେପଟେ ଶାଶୂ ଙ୍କର ଡାକ ଲତା କୁଆଡେ ଗଲୁ ଶାଶୂର ଙ୍କର ସ୍ଵର୍ଗ ବାସ ହେବା ପର ଠାରୁ ଶାଶୂ ଙ୍କର ଦେଖା ଶୁଣା ଦାୟିତ୍ୱ ସବୁ ଲତା ଉପରରେ ଲତା ଏକ ଭଲ ଝିଅ ହେଇଥିବାରୁ ସେ ସବୁ କାର୍ଯ୍ୟ କୁ ସୁଚାରୁ ରୂପର ତୁଲାଇ ଦେଉଛି ।ତେଣୁ ବିବେକ ପରିବାର ରେ ସମସ୍ତେ ଖୁଶି ଅଛନ୍ତି ତା ଉପରେ ବିବେକ ବି ଖୁସି।ମାତ୍ର ଲତା ନିଜ ଜୀବନରେ କିଛି କରିପାରିଲାନି ବୋଲି ଦୁଃଖ ପ୍ରକାଶ କରେ ନିରୋଳ ରେ ଆଖିରୁ ଲୁହ ଝରାଇ ।ତାର ବି ସ୍ବପ୍ନ ଥିଲା ସେ ବି ମଣିଷ ଖାଲି ଝିଅ ବୋଲି ସିନା ଜେଜେମା ସବୁ ବେଳେ କହୁଥିଲା ଝିଅ ଜନ୍ମ ପର ଘର କୁ ।ତା ମାନସିକ ଯନ୍ତ୍ରଣା ର ଉପଶମ ଥିଲା ତାର ଲେଖା !!ତା ମନ କୁ ଯାହା ଆସୁଥିଲା ସେ ଲେଖୁଥିଲେ ସେଗୁଡିକ କେତେବେଳେ କବିତା ର ତ କେତେବେଳେ ଗଳ୍ପ ର ରୂପ ନେଇ ଯାଉଥିଲା ତା ଡାଇରୀ ରେ କିନ୍ତୁ ବର୍ତ୍ତମାନ ତା ଡାଇରୀ ଆଉ ନାହିଁ ତା ପାଖ ରେ ସେ ଜାଣିନି କାହା ପାଖ ରେ ଅଛି ।ଫୋନ ରେ ଶୁଭେଚ୍ଛା ବାର୍ତ୍ତା ଶୁଣି ଶାଶୁ କିଏ ଫୋନ କରିଛିକି ? ମାଆ ।


ଲତା ଡ଼ରି ଡରି କେହି ନୁହେଁ ବୋଉ ଏମିତି ସେପଟୁ ଆବାଜ ଆସୁଛି ମାଡମ ଆପଣ ବହୁତ ସୁନ୍ଦର ଲେଖୁଛନ୍ତି ।ଆମେ ଗୋଟେ ବହି ବାହାର କରିବୁ ଆପଣ ଲେଖା ଦେବେ ଆଉ ଆପଣ ଙ୍କର ପରିଚୟ ମଧ୍ୟ ।ଲତା ପଛରେ ଫୋନ କରିବ କହି ଫୋନ ଟିକୁ ରଖିଦିଏ।କେମିତି ବିବେକ କୁ କହିବ ସେ କଣ ରାଜି ହେବେ ତାଙ୍କ ଘର ଲୋକ ତା ସହିତ ସମ୍ପର୍କୀୟ ମାନେ କଣ କହିବେ ପେପର ରେ ଯଦି ତାର ଲେଖା ଟି ପଢିବେ କେତେ ଭାବନା ତା ମନ ରେ ବସା ବନ୍ଧୁଥିଲା ।କଣ କରିବ କିଛି ବୁଝିପାରିଲା ନାହିଁ ସେ ।


ମାତ୍ର ବିବେକ ତାର ଡାଇରୀ ରୁ ଗୋଟି ଗୋଟି ଲେଖା ଦେଉଥାନ୍ତି ନିଉଜ ପେପର ରେ ।ଲତା ବିବେକ କୁ କିଛି କହିବାକୁ  ଡର ଲାଗେ ବିବେକ ବୁଝି ପାରନ୍ତି ଲତା କୁକାରଣ ବୟସ ର ତାରତମ୍ୟ ପ୍ରାୟ ଦଶ ବର୍ଷ ବଡ଼ । ପେପର ପଢି ଭାଇ ବାପା ରାଗବାଣ ଆରେ ଲତା ର ଲେଖା କଣ ପେପର ର କିଏ ଦେଲା ଶାଶୂଘର ଲୋକ ଯଦି ଦେଖିବେ ତାହେଲେ କଣ ଭାବିବେ ଏ ଝିଅ ଟା ମୋର ନାଁ ସହିତ ଗାଁ ବି ମାଟି ରେ ମିଶେଇ ଦେଲା ଫୋନ ରେ ଲତା କୁ ଗାଳି ଲତା ସୁନାଝିଅ ପରି ସବୁ କଥା ଗୋଟି ଗୋଟି କରି କହିଗଲା ଡାଇରୀ ହଜିବା ଠାରୁ ଲୋକ ଟି ଫୋନ କରିବା ପର୍ଯ୍ୟନ୍ତ ତା ଭିତରେ ବି ଗାଳି ଓଃ !!କାହିଁକି?? ଲେଖୁଥିଲୁ କିଏ ତତେ କହିଲା ଲେଖିବା କୁ ଏସବୁ ଶୁଣି ଲତାନିଜ କୁ ପ୍ରଶ୍ନ କରୁଥିଲା ସତେ ରେ ସେ କଣ ଭୂଲ୍ କରିଛି ନିଜ ମନକଥା ଲେଖିବା କଣ ଭୂଲ୍ ଝିଅ ହେବା କଣ ଭୂଲ୍ ସେ ଝିଅ ଜନ୍ମ ନେଇ କଣ ଭୂଲ୍ କରିଛି ତାର ଚାହିଁବା ନ ଚାହିଁବା ରେ କିଛି ସ୍ୱାଧୀନତା ନାହିଁ ତାର ପାଠପଢା ରେ ମନ ଥିଲା ଯାହା ଘରଲୋକ ପୂରଣ କରିବାକୁ ଦେଲେନି ସେ ପାଠଶାଠ ପଢି ଚାକିରୀ କରିବା ପରିବର୍ତ୍ତେ ଏକ ଗୃହିଣୀ ଭାବେ ଜୀବନ ଅତିବାହିତ କଲା ସତେ ରେ ଗୃହିଣୀ ଟିଏ ହେଉ ବା ଝିଅ ପିଲାଟି ଭଲ ଘରକାମ କରିବା ଏବଂ ପରିବାର ର ସମସ୍ତଙ୍କୁ ଆଦର ଯତ୍ନ ରେ ତା ଜୀବନ କୁ ସିମୀତ କରି ରଖିବ ??ନା ଗୃହିଣୀ ଏସବୁ କରିବା ରେ ସମର୍ଥ ବୋଲି ସେମାନଙ୍କର ସନ୍ଦେହ ??ଘର କାମ ପିଲାଙ୍କ କାମ, ବନ୍ଧୁବାନ୍ଧବ ,ଅତିଥି ଚର୍ଚ୍ଚା ରେ କୌଣସି ଅବହେଳା ନକରି ଯଦି ଗୃହିଣୀ ଟିଏ କିଛି କ୍ରିୟାତ୍ମକ କାର୍ଯ୍ୟ କରେ ସେଥିରେ ଭୂଲ୍ କେଉଁଠି ରହିଲା ।


ଲତା ସତେ ରେ ବଡ଼ ଭାଗ୍ୟବାନ ତା ସହିତ ତା ସ୍ବାମୀ ବିବେକ ଠିଆ ହୋଇଥିଲେ ଲତା ଆଡ଼କୁ ଆସୁଥିବା ସବୁ ଆଖି ଆଉ ଓଠ ର ପ୍ରଶ୍ନ ର ଉତ୍ତର ଦେବା କୁ ବିବେକ ଥିଲେ ଲତା ଏବେ ଜଣେ ସୁନାମ ଧାନ୍ୟ ଲେଖିକା ତା ସହିତ ଜଣେ ଗୃହିଣୀ ।ଗୃହିଣୀ ଟିଏ ପାଠପଢିଲେ ମଧ୍ୟ କେବେ କେବେ ପ୍ରଶ୍ନ ଆସେ ଆପଣ କେତେ ପଢ଼ିଛନ୍ତି ଆପଣ ଙ୍କର ଶିକ୍ଷଗତ ଯୋଗ୍ୟତା କେତେ ଯଦି ପାଠପଢିଲେ ଚାକିରୀବାକିରି କାହିଁକି?? କଲେନି ଗୃହିଣୀ କଣ ପାଇଁ ହେଲେ ସେ ପ୍ରଶ୍ନ ଟା ଝିଅ ମାନକୁ ନପଚାରି ତାଙ୍କ ଘରଲୋକ ତଥା ପରିବାର କୁ ପଚାରିଲେ ବେଶ ଭଲ ହେବ କାରଣ ଝିଅ ଜନ୍ମ ପର ଘର କୁ ଥିବା ମାନସିକ ତା ର ମଣିଷ ଙ୍କର ଦୁଷ୍ଟି ରେ ମହିଳା ହେଉ ବା ଝିଅ ଘର ଭିତରେ ରହି ଘରକାମ ଓ ପିଲାଛୁଆ କଥା ବୁଝିବା ବ୍ୟତୀତ ଆଉ କିଛି କଳ୍ପନା ବି କରିପାରିବେନି ।ପ୍ରକୃତ ରେ ସେମାନେ ମହିଳା ଭିତରେ ଥିବା ଆଖୋଜା କିମ୍ବା ସୁପ୍ତ ପ୍ରତିଭା କୁ ଚିହ୍ନଟ କରିବାରେ ସକ୍ଷମ ନୁହଁନ୍ତି।ଲେଖା ଲେଖି ଛାଡି ଦେଲେ କିଏ ଚିତ୍ର ଆଙ୍କିବା ,ରୋଷେଇ ,ସିଲେଇ, ଘର ସଜେଇବା ଜିନିଷ ପ୍ରସ୍ତୁତ କରିବା ଭଳି ଅନେକ କାମ ଗୃହିଣୀ ମାନଙ୍କ ପାଇଁ ସାଧାରଣ କଥା ।ସେ ଗୁଡିକ ଭୁଲି ଝିଅ ଜନ୍ମ ପର ଘର କୁ କହି ସେମାନଙ୍କର ଭବିଷ୍ୟତ ଅନ୍ଧାର ଆଡ଼ କୁ ଠେଲି ଦେବା କେତେ ଯୁକ୍ତା ଯୁକ୍ତ।


 ଝିଅ ବଞ୍ଚନ୍ତୁ ଝିଅ କୁ ପଢନ୍ତୁ ଆଉ ଝିଅ ଜନ୍ମପର ଘରକୁ ତ ନିଶ୍ଚିତ ମାତ୍ର ତା ଅଧିକାର କୁ ନ ଛଡାଇ ତାକୁ ଉପଯୁକ୍ତ ଶିକ୍ଷା ଦେଇ ପର ଘରକୁ ଛାଡ଼ନ୍ତୁ ହେଲେ ଭୁଲନ୍ତୁ ନାହିଁ ସେ ଆପଣ ଙ୍କର ଝିଅ ବୋଲି ।


Rate this content
Log in

Similar oriya story from Tragedy