STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଝିଅ ଦେଖିବାକୁ ନଯାଇ ବି ମିଳିଗଲା ବୋହୁ

ଝିଅ ଦେଖିବାକୁ ନଯାଇ ବି ମିଳିଗଲା ବୋହୁ

1 min
266

ବାଟ ଖୋଜି ଖୋଜି ହାଲିଆ, ଯାହାକୁ ପଚାରିଲେ, ସେ କହୁଛି ଆଗକୁ, ଆଗକୁ ଗଲେ, ପୁରା ସିଧା, ସିଧା ଯାଉ ଯାଉ ପୁଣି ଆଗକୁ, ତ ଝିଅଟିଏ ଯାଉଥିଲା, ଆକାଶରେ ସୂର୍ଯ୍ୟ ଳୁଥିଲେ, ଅସରନ୍ତି ବାଟ ସରୁନଥିବା ବେଳେ, ଝିଅଟି ପାଖରେ ଗାଡି ଲାଗିଲା, ପୁଅ ମୋର ଗାଡି ଭିତରୁ ପଚାରିଲା, ନୟନପୁର ଆଉ କେତେବାଟ??, ଏଇ ଟିକିଏ ଆଗକୁ କହି ହସିଦେଲା, ବିନମ୍ର ଭାବେ ଆପଣମାନେ ଆମରି ଘରକୁ ଯାଉଛନ୍ତି କହିଲା, ତ ପୁଅ ଡ୍ରାଇଭିଙ୍ଗ କରୁଥିଲା ଆଉ ବଳିପଡିଥିବା ଗୋଟେ ସିଟ ତା ପାଖରେ ଖାଲି ପଡିଥିଲା, ସେଇ ଆଡକୁ ଆଙ୍ଗୁଳି ଦେଖାଇ, ଝିଅ ବସିପଡ଼ କହିବାରେ, ଡୋର ଖୋଲି ବିନା ଦ୍ଵିଧାରେ ବସି ପଛକୁ ଚାହିଁ ଆମ ତିନିଜଣଙ୍କୁ ବିନମ୍ର ନମସ୍କାର କରୁଥିଲା l

  ଏତେ ବାଟ କୁଆଡେ ଆସିଥିଲ ଝିଅ?? , ଖେଳ ପ୍ରାକଟିସ ଚାଲିଥିଲା କହିଲା, ଝିଅଟି ଟେକିଟାକି ଚୁଟି ବାନ୍ଧି ବେଣୀ ପଛକୁ ଛାଡି ଦେଇଥିଲା ଝିଅଟି, ଆଉ ଟ୍ରାକ ସୁଟରେ ସ୍ମାର୍ଟ ଓ ସରଳ ଝିଅଟି ସୁନ୍ଦର ଦିଶୁଥିଲା, l

 ଗାଡି ଲକ୍ଷ୍ୟ ସ୍ଥଳରେ ପହଂଚିବା ପୁର୍ବରୁ ଝିଅଟି ଘରକୁ ନେଇ ଚେୟାର ଦେଇ ଜଳଯୋଗର ବ୍ୟବସ୍ଥା କରି କହୁଥିଲା କାର୍ଯ୍ୟକ୍ରମର ଆୟୋଜକ ମୋ ବଡବାପା ହେବେ, ଏଇ ଆଗରେ ଟେଣ୍ଟ ବନ୍ଧା ଯାଇଛି, ଆମେ ତ ସିଆଡେ ଯାଇଥାନ୍ତୁ ଝିଅ, ତମେ କାହିଁ ହଇରାଣ ହେଲ, ନାନା ହଇରାଣ କଣ, ଆପଣ ତ ଅତିଥି, ପାଣି ପାଇଁ ଭିତରକୁ ଗଲା, ତ ମୋ ଦୁଇ ସଂଗୀ ମତେ ଚିମୁଟି ବୋହୁ ଖୋଜୁଥିଲେ ପାଇଗଲେ କହୁଥିଲା ବେଳେ, ପୁଅ ଲାଜେଇ ଯାଉଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational