STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଜଗନ୍ନାଥ ପରମ ଦୟାଳୁ

ଜଗନ୍ନାଥ ପରମ ଦୟାଳୁ

2 mins
136

ସ୍ଵପ୍ନ ପ୍ରତିଦିନ ନିଦରେ ଆସେ ,ପୁଣି ଦିନରେ ଅନେକ ସ୍ଵପ୍ନ ଦେଖା ଯାଇପାରେ। ଦିନର ସ୍ଵପ୍ନକୁ ମୋ ମତରେ କାମନାର ଆଖ୍ୟା ଦିଆଯାଇପାରେ। ସେମିତି ଏକ ସ୍ଵପ୍ନ ମୋର ଘରଟିଏ କରିବି, ଉପଯୁକ୍ତ ସମାୟରେ ପୁଅ ଝିଅଙ୍କର ଚାକିରୀ ଓ ବିବାହ କରାଇବି ଇତ୍ୟାଦି ବ୍ୟକ୍ତିଗତ ସ୍ଵପ୍ନ ମୋର ପୁରଣ ହୋଇଥିବାରୁ, ଜଗନ୍ନାଥଙ୍କୁ ଅଶେଷ କୃତଜ୍ଞତା ଜଣାଏ। ସେମିତି ଆଉ କେତେଗୁଡ଼ିଏ ସାମାଜିକ ସ୍ଵପ୍ନ ଭିତରୁ ଜଗନ୍ନାଥଙ୍କ ମନ୍ଦିର ପାଖରେ ଖୁଲମ ଖୁଲା ବୁଲୁଥିବା କୁଷ୍ଠ ରୋଗୀ ମାନଙ୍କର ଥଇଥାନ ମଧ୍ୟ ହୋଇସାରିଛି ଏଭିତରେ, ବାକି ଏ ବୁଲା ଗୋରୁ ଗାଇ ଓ ବୁଲା କୁକୁର ମାନଙ୍କର କିଛି ଗୋଟେ ବ୍ୟବସ୍ଥା ପତ୍ର କରିବାକୁ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟମ ଦରକାର ବୋଲି ଅନେକ ସ୍ୱପ୍ନ ଦେଖୁଦେଖୁ ସେଦିନ ରାତିରେ ସ୍ୱପ୍ନଟିଏ ଦେଖିଲି।

ମୁଖ୍ୟମନ୍ତ୍ରୀ ପଦପାଇ ସେଇ ପୂର୍ବ ବର୍ଣ୍ଣିତ ବୁଲା ଗୋରୁଗାଈମାନଙ୍କୁ ଓ କୁକୁରଙ୍କୁ ଥଇଥାନ କରିବାକୁ ସଭାଟିଏ ଡକାଇଲି, ହେଲେ ସଭାରେ ସେସବୁ ବିଷବସ୍ତୁକୁ କେହି ଗୁରୁତ୍ଵ ନଦେଇ , ଜଗନ୍ନାଥ ମନ୍ଦିରର ଖନନ କାର୍ଯ୍ୟ ରୋକିବା ଉପରେ ଗୁରୁତ୍ଵ ଦେଉଥିଲେ। ଏମାର ମଠ ପରିସରରୁ ବାହାରିଥିବା ସିଂହ ମୂର୍ତ୍ତି ବିଷୟ ଉପସ୍ଥାପନ କରି ହୋ ହାଲ୍ଲା କରୁଥିଲେ ତ ବଡ ବିରକ୍ତିକର ମନେହେଲା। ଶୃଙ୍ଖଳିତ ବିଚାର, ଧୀଶକ୍ତି ସମ୍ପର୍ନ୍ନ ମତ, ସୁଚିନ୍ତିତ ପ୍ରସ୍ତାବ, ସୁସଂଗଠିତ କାର୍ଯ୍ୟଧାରା ଭିତରେ ବିରୋଧୀ, ବିଜ୍ଞ ଗୁଣୀ ଜନ ଓ ସରକାରଙ୍କ ସମନ୍ଵୟ ରକ୍ଷା କରାଗଲେ ଯେ କୌଣସି କାର୍ଯ୍ୟ ବା ପ୍ରସଙ୍ଗ ବା ପ୍ରସ୍ତାବ କାର୍ଯ୍ୟକାରୀ ତଥା ପରିଚାଳନା ଠିକ ଠାକ ରହିପାରିବ ବୋଲି ହୃଦୟଙ୍ଗମ କରି ସେଦିନ ସଭା ଭଙ୍ଗ କଲି କିନ୍ତୁ ତା ଆରଦିନ , ମନ୍ଦିର ଚତୁପାଶ୍ୱରେ ଖୋଳାଯାଇଥିବା ଗାତରେ ବୁଲା ଷଣ୍ଢ ଓ ବୁଲା କୁକୁର ଖସି ମାରିପଡ଼ିବା ଘଟଣାରେ ତୀବ୍ର ବିରୋଧ ପ୍ରକାଶ ପାଇ ହୋ ହାଲ୍ଲା ହରତାଳ , ଗଣମାଧ୍ୟମରେ ପ୍ରଚାର ପ୍ରସାରରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ ବୋଲି କହି ଏକ ରାଲି ଆମ ବାସଭବନ ଯାଏଁ ମାଡିଆସିଥିଲା, ତ ସ୍ୱପ୍ନ ସରି ନିଦ ଭାଙ୍ଗି ଯାଇଥିଲା।

ମୁଖ୍ୟମନ୍ତ୍ରୀ ହେବା କେଡେ କଷ୍ଟାଦାୟକ ଭାବି ଦେହରୁ ଗମ୍ ଗମ୍ ଝାଳ ବୋହି ଯାଉଥିଲା। ଟିଭି ଖୋଲି ଦେଖିଲି, ବିଦେଶରେ ଓଡିଆ ଭଜନ, ଜଗନ୍ନାଥ ସ୍ଵାମୀ ..... ନୟନ ପଥଗାମୀ... ଭବ ତୁମେ। ମୋ ପାଟିରୁ ବି ବାହାରି ଆସିଥିଲା ଜଗନ୍ନାଥ ପରମ ଦୟାଳୁ... ସାରା ସୃଷ୍ଟି ତୁମ୍ଭ ଆଦେଶ ନିର୍ଦ୍ଦେଶେ ଆମ୍ଭେ ପାଳୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract