Trushna Das

Abstract Drama Inspirational

4  

Trushna Das

Abstract Drama Inspirational

ଜେଜେଙ୍କ ଚୌକି

ଜେଜେଙ୍କ ଚୌକି

3 mins
444



ବାଣୀଙ୍କର ବିବାହକୁ ତିନି ମାସ ହେଲାଣି। ଶାଶୁ ଘରେ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ସେ ଜେଜେମା ଶାଶୁଙ୍କର ସବୁଠାରୁ ପ୍ରିୟ ଥିଲେ। 


ଦିନକର କଥା ସକାଳୁ ସକାଳୁ ଫୁଲ ତୋଳି ଆସୁଥିବା ସମୟରେ ବୀଣାଙ୍କର ମୁଣ୍ଡ ବୁଲାଇଲା। ସେ ଯାଇ ବାହାର ପିଣ୍ଡାରେ ପଡିଥିବା ଚୌକି ଉପରେ ବସି ପଡିଲେ। ଏତିକିରେ କଣ ହେଲା କେଜାଣି ଜେଜେମା ଜୋରରେ ଚିତ୍କାର କରି ବାଣୀଙ୍କୁ ଗାଳି କଲେ। ସେ କହିଲେ ତୋତେ ମନା କରି ଥିଲି ନା ତୁ ସେ ଚୌକି ରେ କେବେ ବସିବୁ ନାହିଁ। ହେଲେ ତୋର ଏତେ ସାହସ। ତୁ ଯାଇ ସେ ଚୌକିରେ ବସିଛୁ। ଆଉ ଅନେକ କଥା କହିଲେ। ଘରର ସବୁ ଲୋକ ଆଉ ଚାକର ଚାକରାଣୀ ସମସ୍ତେ ବାଣୀଙ୍କୁ ଚାହିଁ ରହିଥାନ୍ତି। ବାଣୀ କିଛି ନ କହି ଘର ଭିତରକୁ ଆଖି ଛଳଛଳ କରି ପଳାଇଲେ। ସେହି ସମୟରେ ବାଣୀଙ୍କ ସ୍ୱାମୀ ବିନୟ ବଜାରରୁ ଆସିଲାରୁ ମାଆ ସବୁ କହି ତାଙ୍କୁ କହିଲେ ଯାଇକି ବାଣୀଙ୍କୁ ବୁଝାଇବା ପାଇଁ। 


ବାଣୀଙ୍କ ଆଖିରୁ ଲୁହ ଶ୍ରାବଣର ବର୍ଷା ପରି ଝର ଝର ହୋଇ ବହି ଯାଉଛି। ବିନୟ ଯାଇ ବସିଲେ ବାଣୀଙ୍କ ହାତକୁ ଧରି ଆଉ କହିଲେ ରାଗିଛ। ମାଆ ସବୁ କଥା ମୋତେ କହିଲେ। ବାଣୀ କିଛି ନ କହି ମୁଣ୍ଡ ତଳକୁ କରି ରହିଲେ। 


ବିନୟ କହିଲେ ଜାଣିଛ ସେ ଚୌକିଟି ହେଉଛି ମୋ ଜେଜେବାପାଙ୍କ ବାପାଙ୍କର ଚୌକି। ତୁମେ ଆମ ପରିବାର ହେଉଛି ଜମିଦାର ପରିବାର। ଏବେ ନୁହଁ ବହୁ କାଳରୁ ଆମ ପୂର୍ବ ପୁରୁଷ ଜମିଦାର ଅଛନ୍ତି। ମୋ ଜେଜେବାପାଙ୍କ ବାପାଙ୍କୁ ଏ ଚୌକି ସେ ସମୟରେ ତାଙ୍କୁ ରାଜା ତାଙ୍କ କାମରେ ରାଜି ହୋଇ ଉପହାର ଭାବରେ ଦେଇ ଥିଲେ। ମୋ ଜେଜେବାପାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଦେଶ ପାଇଁ ଜୀବନ ଦେଇ ଦେବା ପାଇଁ ପ୍ରସ୍ତୁତ ଥିଲେ। ସବୁବେଳେ ସେ କହୁ ଥାଆନ୍ତି ମୋ ଦେଶ ପାଇଁ ପଛେ ମୋ ମୁଣ୍ଡ କଟି ଯାଉ ତଥାପି ମୁଁ ଏ ଇଂରେଜମାନଙ୍କ ପାଖରେ ମୁଣ୍ଡ ନୁଆଁଇ ଗୁଲାମି କରିବି ନାହିଁ। ପରଦେଶୀ ଆସି ମୋ ଦେଶ ଉପରେ ରାଜୁତି କରିବେ ଆଉ ମୁଁ ଦେଖିବି, ତାହା ହେବ ନାହିଁ । ଥରକ କଥା ଇଂରେଜମାନେ ଆସି ଥିଲେ ଆମ ଇଲାକାରେ ରାଜୁତି କରିବା ପାଇଁ। ମୋ ଜେଜେବାପାଙ୍କ ବାପା ମନା କଲେ ତାଙ୍କ ଗୁଲାମି କରିବା ପାଇଁ। ଏ କଥା ସହି ନ ପାରି ଇଂରେଜମାନେ ସବୁ ଜିନିଷ ଭଙ୍ଗାରୁଜା କରିବା ଆରମ୍ଭ କଲେ । ମୋ ଜେଜେବାପାଙ୍କ ବାପାଙ୍କୁ ଡରାଇଲେ। ହେଲେ ମୋ ଜେଜେବାପା ନିଜ ଜିଦ ରେ ରହି ସେଇ ଚୌକି ଉପରେ ରାଜା ପରି ବସି କହିଲେ ମାରିବାର ଅଛି ପଛେ ମାରି ଦିଅ ହେଲେ ମୁଁ ତୁମମାନଙ୍କ ଉଠରେ ମୁଣ୍ଡ ନୁଆଁଇବି ନାହିଁ। ରାଜା ଏ ଖବର ପାଇ ସୈନ୍ୟମାନଙ୍କୁ ନେଇ ଆସୁ ଆସୁ ଡେରି ହୋଇ ଯାଇଥିଲା। ଇଂରେଜମାନେ ମୋ ଜେଜେବାପାଙ୍କ ବାପାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେଇ ସମୟରେ ଜେଜେବାପା ବି ଆହତ ହୋଇଥିଲେ। ରାଜା ଆସି ପରିସ୍ଥିତି ସମ୍ଭାଳି ଇଂରେଜମାନଙ୍କୁ ଆମ ଇଲାକାରୁ ବାହାର କରି ଦେଇଥିଲେ। ଜେଜେବାପାଙ୍କ ବାପା ସେଇ ଚୌକିରେ ଶେଷ ନିଃଶ୍ୱାସ ଛାଡିବା ଆଗରୁ ଜେଜବାପାଙ୍କୁ କହିଥିଲେ ଯେ ସେ ଚୌକିର ମାନ ରଖିବେ ଏବଂ ଇଂରେଜମାନଙ୍କ ପାଖରେ ଯେମିତି ଗୁଲାମ ନ ହେବେ। ତାପରେ ଜେଜେବାପା ସେଇ ଚୌକିରେ ଜମିଦାରଙ୍କ ଭାର ସମ୍ଭାଳିଲେ। ଆଉ ବାପା ଏକା ସମସ୍ତେ ସେଇ ଚୌକିକୁ ଜେଜେଙ୍କ ଚୌକି କହିବାରେ ଲାଗିଲେ। କିଛି ବର୍ଷ ପରେ ଆମ ଦେଶ ସ୍ୱାଧୀନ ହେଲା। ଜେଜେବାପା ଛୋଟ ବେଳେ ଆମକୁ ଏହି ଚୌକିରେ ବସି ତାଙ୍କ ବାପାଙ୍କର ବୀରତ୍ୱ କାହାଣୀ ସବୁ କୁହନ୍ତି।ଆଉ ତାଙ୍କ ବାପାଙ୍କ ନାମରେ ସେ ଗୋଟିଏ ପୁସ୍ତକ ବି ଲେଖି ଥିଲେ ସେଇ ଜେଜେଙ୍କ ଚୌକିରେ ବସି। ଜେଜେବାପା କାହାରିକୁ ସେଇ ଚୌକିରେ ବସିବା ପାଇଁ ଦେଉ ନ ଥିଲେ ଏବଂ କହୁ ଥିଲେ ଯେ ସେଇ ଚୌକିରେ କେବଳ ତାଙ୍କର ଅଣ ନାତି ମାନେ ଆମ ଛୁଆ ବସିବ। ଜେଜେବାପା ଗଲା ପରେ ମୋ ବାପା ଯେତେବେଳେ ବି କିଛି ଅସୁବିଧାରେ ପଡନ୍ତି ସେ ଯାଇ ସେଇ ଚୌକି ପାଖରେ ବସିଲେ ତାଙ୍କୁ ସମସ୍ୟାର ସମାଧାନ ମିଳି ଯାଏ। ଜେଜେମା ଆଉ ବାପା କୁହନ୍ତି ସେଇ ଚୌକିରେ ବୋଧେ ଜେଜେବାପା ଏବେ ବି ଅଛନ୍ତି। ତେଣୁ ସେଇ ଚୌକିରେ ସମସ୍ତଙ୍କୁ ବସିବା ପାଇଁ ବାରଣ କରା ଯାଇଛି।


ବିନୟ ଆହୁରି କହିଲେ ତୁମକୁ ବି ତ ଜେଜେମା ମନା କରି ଥିଲେ ଯେ ଜେଜେଙ୍କ ଚୌକିରେ ବସିବା ପାଇଁ।ତେଣୁ ଜେଜେମା ତୁମକୁ ଗାଳି କଲେ। ତାଙ୍କ କଥା ଧରିବ ନାହିଁ। 


ବାଣୀ : ହଁ। ତୁମେ ତ ଜାଣିଛ ଦୁଇ ଦିନ ହେଲାଣି ମୋତେ ବାନ୍ତି ହେଉଛି। ଆଜି ମୁଁ ଜାଣି ନାହିଁ ଫୁଲ ତୋଳି ଆସିଲା ବେଳକୁ ମୁଣ୍ଡ ବୁଲାଇଲା ଆଉ ମୁଁ ପଡି ଯାଉଥିଲି। ହଠାତ୍ ମୋତେ ଲାଗିଲା ଯେମିତି କେହି ଜଣେ ମୋତେ ଟାଣି ନେଇ ଜେଜେଙ୍କ ଚୌକିରେ ବସାଇ ଦେଲେ। ମୁଁ ବହୁତ ବଡ ଭୂଲ କରିଛି। ଯାଇକି ଜେଜେମାଙ୍କୁ କ୍ଷମା ମାଗି ନେବି। 


ବିନୟ ଓ ବାଣୀ ଜେଜେମାଙ୍କ ରୁମକୁ ଯାଇ କ୍ଷମା ମାଗିଲେ ଏବଂ ସବୁ କଥା କହୁ କହୁ ବାଣୀ ହଠାତ୍ ଚେତା ଶୂନ୍ୟ ହୋଇ ପଡି ଯାଉଥିବା ସମୟରେ ବିନୟଙ୍କ ଭଉଣୀ ଚାନ୍ଦିନୀ ଆସି ଧରି ପକାଇଲେ। 


ବିନୟ ଡାକ୍ତରଙ୍କୁ ସାଙ୍ଗେ ସାଙ୍ଗ ଡାକିଲେ। ଡାକ୍ତର ଆସି ଗୋଟିଏ ଇଞ୍ଜେକସନ ଦେଲା ପରେ ବାଣୀଙ୍କୁ ଗୋଟିଏ ଗର୍ଭନିର୍ଧାରିତ କିଟ ଦେଇ ପରୀକ୍ଷା କରିବା ପାଇଁ କହିଲେ। ଡାକ୍ତର ସେ କିଟ ଦେଖି ଖୁସି ଖବର ଦେଲେ ଯେ ବାଣୀ ମାଆ ହେବାକୁ ଯାଉଛନ୍ତି। ଜେଜେମା ଖୁସି ହୋଇ ବାଣୀଙ୍କୁ ଗେହ୍ଲ କଲେ। ଡାକ୍ତର ଯିବା ପରେ ଚାନ୍ଦିନୀ କହିଲେ ଯେ ଜେଜେବାପା ଜାଣି ସାରିଥିଲେ ଯେ ତାଙ୍କ ଅଣନାତି ଆସୁଛି। ତେଣୁ ଭାଉଜ ମୁଣ୍ଡ ବୁଲାଇ ପଡି ଯାଉ ଥିବା ସମୟରେ ଭାଉଜଙ୍କ ସହ ତାଙ୍କ ଅଣନାତିକୁ ନେଇ ଜେଜେଙ୍କ ଚୌକିରେ ବସାଇଲେ। ତାପରେ ଜେଜେମା ବାଣୀକୁ ନେଇ କହିଲେ ତୁ ଆଜି ଠାରୁ ଏଇ ଚୌକିରେ ବସି ପାରିବୁ। ତୋତେ ତୋ ଜେଜେବାପାଙ୍କ ଆଶୀର୍ବାଦ ମିଳିଛି। ଘରେ ଏବେ ଖୁସିର ଲହରୀ ଖେଳି ଉଠିଛି।


Rate this content
Log in

Similar oriya story from Abstract