STORYMIRROR

Sunanda Mohanty

Tragedy

2  

Sunanda Mohanty

Tragedy

ଜେଜେବାପା

ଜେଜେବାପା

1 min
41

   ଫ୍ଲାଇଟ ଛାଡିବାର ବହୁ ପୂର୍ବରୁ ଆସି ଏକୁଟିଆ ବସିଥିଲେ ପ୍ଲାବନ, ଆଉ ଭାବୁଥିଲେ ପିଲାଦିନେ ପଢିଥିବା, ଆମେ ତ ଭାଗ୍ୟବାନ ପିଲାରେ, ଆମ ପରି କେ ଆଉ ଅଛିରେ, ଆମେ ତ ଉଡୁ ଆଜି ଆକାଶେ ... ଇତ୍ୟାଦି ପିଲାଦିନେ ଗାଉଥିବା ଗୀତଟି, ଯେଉଁଟା ସେ ତାଙ୍କ ଜେଜେଙ୍କଠାରୁ ଶିଖିଥିଲେ। ଜେଜେ ରାମାୟଣ ମହାଭାରତ କାହାଣୀ ସବୁ କହିଲା ବେଳେ ପ୍ଲାବନ ପଚାରନ୍ତି, ହନୁମାନ ତାଙ୍କ ହାତମୁଠାରେ ଗିରି ଗୋବର୍ଦ୍ଧନ ପାହାଡ ଟେକିଆଣିଲେ ଯଦି ତାଙ୍କ ହାତମୁଠା କେତେ ବଡ ଥିବ??, ଆଉ ତାଙ୍କ ଶରୀର ସେହି ତୁଳନାରେ କେତେ ବଡ ହେଇଥିବ?, ଜେଜେ ହସିଦିଅନ୍ତି, କହନ୍ତି ତୁ ବିଜ୍ଞାନ ଯୁଗର ପିଲା, ବଡ ହେଲେ ସବୁ ବୁଝିଯିବୁ, ତଥାପି ଆହୁରି ଛୋଟ ଥିଲାବେଳେ ହନୁମାନଙ୍କ ପାଟିଟା ଯଦି ଏମିତି ହୋଇଛି ତେବେ ସେ କେମିତି ଖାଉଥିବେ ବୋଲି ଜେଜେଙ୍କୁ ପଚାରିଥିବା ପ୍ରଶ୍ନଟି ମନକୁ ମନ ବୁଝିଗଲେଣି ପ୍ଲାବନ, କିନ୍ତୁ ଅନେକ ଗୁଡ଼ିଏ ଅବୁଝା ପ୍ରଶ୍ନ ଏବେବି ବାକି ଅଛି ବୁଝିବାକୁ ତ ଜେଜେଙ୍କ ପାଖରେ ବସି ପାଲା ଓ ଦାସକାଠିଆ ଦେଖି ସେସବୁ ବୁଝୁ ବୁଝୁ ଇଞ୍ଜିନିୟର ହୋଇ ଗଲେ ସତ ହେଲେ ଜେଜେ ହୋଇଗଲେ ରୋଗାକ୍ରାନ୍ତ।

ଆଜି ହଠାତ୍ ଜେଜେ ଅସୁସ୍ଥ ଶୁଣି ସେ ବାହାରିଛନ୍ତି ଘରକୁ, ଠାକୁରଙ୍କୁ ଡାକୁଛନ୍ତି ଭଲ ଥାନ୍ତୁ ଜେଜେ ତାଙ୍କର, ପ୍ଲାଇଟ ଉଡାଣ ପୂର୍ବରୁ ଜେଜେ ଶିଖାଇଥିବା ହନୁମାନ ଚାଳିଶା ବୋଲି ବୋଲି ଘରେ ପହଞ୍ଚିଲା ବେଳକୁ ଜେଜେ ନଥିଲେ, ଭୋ ଭୋ କାନ୍ଦୁଥିଲେ ପ୍ଲାବନ କିନ୍ତୁ ଜେଜେଙ୍କ ପସନ୍ଦର ପାଲା ଦେଉଥିଲା ଟିଭିରେ ତ ପ୍ରଥମ ଥର ନଶୁଣି ବନ୍ଦ କରିଦେଲେ କାହିଁକି ପ୍ଲାବନ ସେ କଥା ନିଜେ ବି ବୁଝିପାରୁନଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy