STORYMIRROR

arun sahoo

Inspirational Others Children

3  

arun sahoo

Inspirational Others Children

ଜେଜେ ମା

ଜେଜେ ମା

1 min
420

ଏହି ଦୁଇ ଶବ୍ଦର ପରିକଳ୍ପନା ବୋଧେ ଭଗବାନଙ୍କ ନିକଟରେ କରିଥିଲେ। ସୃଷ୍ଟିର କେଉଁ ଆବାହନ କାଳରୁ ଶୁଣାଯାଏ । ଜେଜେମା ଶବ୍ଦରେ ପୁରି ରହିଛି ଆତ୍ମିକ ଭାବ। ଜେଜେମା କେହି କେହି ସାଆନ୍ତମା ବୋଲି ଡ଼ାକନ୍ତି। ନିଜର ନିଛକ କାହାଣୀ ଲେଖୁଛି। ବୋଉ କୁହେ ପିଲାଦିନେ ତୁ ଗୁଦୁଲ ଗାଦୁଲ ହେଇଥିଲୁ । ଡ଼ଉଲଡ଼ ଡ଼ାଉଲ ହେଇଥିଲୁ। ବାପା ବୋଉ ମୋତେ ଗାଁ କୁ ନେଇଛନ୍ତି ଜେଜେ ମା ମୋତେ ଦେଖି କୁଣ୍ଢେମୋଟ ଗୋଡ଼ ଲାଗେନା ତାର । କହେ ମୋ ନାତି ଆଇଚି । କାହାକୁ ଧରେଇ ଦିଏନା। ବାହାରକୁ ନେଲେ ବିଟିଆ ପୁଆ ଆଉ ମୋ ନାତି ଆଇଚି । ଜେଜେ ମା ବାପାଙ୍କୁ ବିଟିଆ ବୋଲି ଡାକନ୍ତି ଓ ବୋଉକୁ ରାଣୀ ଡ଼ାକେ। ଗାଁରେ ବୁଲି ବୁଲି ଗାଇ ଖୀର ଜୋଗାଡ଼ରେ ଲାଗିଯାଏ। ଖୁବ ଖୀର ପିଏଇଛି ଘିଅ ଦେଇଛି ଖାଇବାକୁ ଆଜି ବି ମୋର ମନରେ ମୋଜେଜିମା ଅଛି। ଘର ପିଣ୍ଡାରେ ବସି ଅପେକ୍ଷା କରିଥାଏ। ଘରୁ ଯେତେବେଳେ ଆସୁ ଭୁବନେଶ୍ୱର ଗାଁ ମୁଣ୍ଡକୁ ଆସି ଠିଆହୋଇ ମେଲାଣି ଦିଏ। ମୂଣ୍ତକୁ ଆଉଁସି ଦିଏ। ପିନ୍ଧି ଥିବା ଲୁଗା ଘୋଡ଼ାଇ ଦିଏ ନଜର ପଡ଼ିବ ନାହିଁ ବୋଲି। ଲଡୁ ଲୁଚେଇ ରଖି ଦେଇଛି ଖାଇବାକୁ ଖୀରସର ମିଶାଇ ପିଆଇଛି କିନ୍ତୁ ଆଜି ତାର ଅଭାବ ଆଉ ସେ ନାହିଁ। ମନେପକାଇ କାନ୍ଦୁଛି ଆଉଥରେ ତା କୋଳରେ ଆଉଜି କଥା ହେବାକୁ। ଫେରେଇ ଦିଅ କାଳିଆ ସାଆନ୍ତ ଅପେକ୍ଷା କରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational