STORYMIRROR

Sunanda Mohanty

Abstract Drama Inspirational

3  

Sunanda Mohanty

Abstract Drama Inspirational

ଜାତି

ଜାତି

2 mins
166

ସକାଳ ବୁଲା ବା ମର୍ଣିଂ ୱାକ ସହ ଭାବୁଥିଲେ ସୋମେଶ, ଭୁବନେଶ୍ୱରରେ କ୍ୱାଟର ଟିଏ ପାଇବା ପରେ ପରେ ବାପା ବୋଉଙ୍କୁ ନେଇଯାଇଥିଲା ସାଙ୍ଗରେ, ଆଉ ଆରାମ ଅୟସ ରେ ରଖିବା ପାଇଁ କାମବାଲୀ, ରଖିନେଇଥିଲା, ହେଲେ ବୋଉର ପ୍ରଥମ ପ୍ରଶ୍ନ ଥିଲା କି ଘର ତୋର ଝିଅ? ତୁ ପାଣିସ୍ପର୍ଶ ଜାତିଟି? ତାପରଦିନଠୁ ଆସିନଥିଲା କାମବାଲୀ, ଖାଲି ସେ ନୁହେଁ ଯିଏ ଯେତେବେଳେ ଘରକୁ ଆସିଲା ତା ଜାତି କଣ ପ୍ରଶ୍ନରେ ନିଜେ ଯେତିକି ସନ୍ତୁଳିତ ହେଲା ସୋମେଶକୁ ତାଠାରୁ ଅଧିକ ସନ୍ତୁଳିତ କଲା। ବାପାଙ୍କ ଗୋଟେ ଗୋଡ ଖରାପ, ତାହା ଆସ୍ତେ ଆସ୍ତେ ପାରାଲିଶସ୍ ଆଡ଼କୁ ଗତି କରୁଥିଲା, ତାଙ୍କ କଥା, ଘର କଥା ବୁଝୁ ବୁଝୁ ବୋଉ ନାକେଦମ୍ ହେଉଥିଲେ ବି କହାକୁ ଘରେ ରଖିବାକୁ ଦେଉନଥିଲା। ଏମିତିକି କ୍ଷୀରଵାଲା, ପରିବାଵାଲା, ମାଛଵାଲାଙ୍କ ଜାତି ସହ ସୋମେଶର ସାଙ୍ଗ ମାନଙ୍କ ଜାତି କଣ ବୋଲି ପଚାରିବା ପରେ ଅତିଷ୍ଠ ହୋଇ ସୋମେଶ ବପା ବୋଉଙ୍କୁ ତୁମ କୋଠକାରଣ ଗାଁରେ ରୁହ ଏଥର କହି ଛାଡ଼ିଦେଇ ଗଲା ପରେ ପରେ ସୁପ୍ରିତିକୁ କିପରି ଜୀବନ ସାଥି କରିବ ଚିନ୍ତାରେ ପଡ଼ିଗଲା। ବାପାଙ୍କ ରୋଗ ବଢ଼ି ଗଲା ଗାଁରେ, ପ୍ରଥମେ ପ୍ରଥମେ ଆଶ୍ୱାସନା ଦେଉଥିବା, ଭଲମନ୍ଦ ବୁଝୁଥିବା ଗାଁ ଗଣ୍ଡାଲୋକ ଓ ବନ୍ଧୁ ବାନ୍ଧବଙ୍କ ଯିବା ଆସିବା ଆସ୍ତେ ଆସ୍ତେ କମିଗଲା, ଏମିତିକି ବୋଉକୁ ବାପାଙ୍କ କାମ ସହ ସମସ୍ତଙ୍କର ମୁହଁ ଫେରାଇନେବା ଦୁଃଖର ପାହାଡ ଲଦି ହୋଇଯିବା ପରେ ସେ ଭାଙ୍ଗି ପଡୁଥିଲା ସେହି ସମୟରେ ସୋମେଶ ସୁପ୍ରିତୀ କୁ ନେଇ ପହଞ୍ଚିଲା ଗାଁରେ ଆଉ ସହରରୁ ବାପାଙ୍କ ସେବା ପାଇଁ ନର୍ସ ଜଣେ ଆଣିଛି କହି ବୋଉର ପ୍ରତିକ୍ରିୟା କଣ ଜାଣିବାକୁ ଚାହିଁ ବ୍ୟସ୍ତ ବିବ୍ରତ ହେଲା ଯେ, ସୁପ୍ରିତୀକୁ ନିଶ୍ଚୟ ବୋଉ ଏବେ ଜାତି କଥା ପଚାରିବା ଆରମ୍ଭ କରିଦେବ। ମାତ୍ର ସେପରି କିଛି ହେବା ପରିବର୍ତ୍ତେ ସୁ ପ୍ରିତୀକୁ ଦେଖି ବୋଉ ବହୁତ ଖୁସି ହେବା ସହ ତା କାମ ଦେଖି, ତୁ କୋଉ ଜନ୍ମରେ ମୋ ଝିଅ ଥିଲୁ କହି ସୁ ପ୍ରିତୀ କୁ ବୋହୁ କରିନେବାକୁ ଚାହିଁଲା ତ ବୋଉର ପରିବର୍ତ୍ତନ ସୋମେଶ ଓ ସୁପ୍ରୀତିଙ୍କ ସମସ୍ୟାର ସମାଧାନ ହୋଇଯାଇଥିଲା। ସୁପ୍ରୀତିର ଜାତି ଗ୍ରୋତ ଠିକଣା ନଜାଣି ତାକୁ କେମିତି ବୋହୁ କରିବା ପ୍ରଶ୍ନରେ, ବୋଉ କେବଳ କହୁଥିଲା ମଣିଷପଣିଆ ଓ ମାନବିକତା ହିଁ ମଣିଷର ଶ୍ରେଷ୍ଠ ଜାତି ଗୋତ୍ର ଓ ଠିକଣା ବୋଲି ବୋଉ ସୋମେଶ ପ୍ରଶ୍ନର ଉତ୍ତର ରଖିବା ପରେ, ସୁପ୍ରୀତି ଅନାଥାଶ୍ରମ ଝିଅ ବୋଲି ପରିଚୟ ଦେବାକୁ ସୋମେଶକୁ ଯେମିତି କଷ୍ଟ ହେଉନଥିଲା ବୋଉ ବି ସୁ ପ୍ରିତୀ ପରି ବୋହୁ ପାଇ ତା ମନରେ ଜାତିର ପ୍ରଶ୍ନ ନଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract