Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Subhalaxmi Das

Inspirational

5.0  

Subhalaxmi Das

Inspirational

ଇଚ୍ଛା ଶକ୍ତିର ଦୃଢ଼ତା

ଇଚ୍ଛା ଶକ୍ତିର ଦୃଢ଼ତା

2 mins
331



କୁହାଯାଏ , ଗରିବ ମାନଙ୍କୁ ସ୍ବପ୍ନ ଦେଖିବାର ଅଧିକାର ନଥାଏ । ସେମାନେ କେବେ ନିଜର ପ୍ରତିଷ୍ଠା, ସମ୍ମାନ ବିଷୟରେ ଚିନ୍ତା ବ କରିବା ଉଚିତ ନୁହେଁ । କିନ୍ତୁ ଏ ସବୁ ଶୁଣି ଶୁଣି ମୀନା ଦୃଢ ନିଶ୍ଚୟ କରିନେଇଥିଲା ଯେ , ସେ କେବେ ବି ସ୍ୱପ୍ନ ଦେଖିବା ଛାଡିବା ନାହିଁ । କେବେ ବି ନିଜ ଇଛା ଶକ୍ତି ଆଗରେ ଗରିବ ଉପାଧିକୁ ଆକଳନ କରି ନିଜ ପାରିବା ପଣିଆରେ ସନ୍ଦେହ କରିବ ନାହିଁ । ହଁ, ବିଳମ୍ବ ହେବ , କଷ୍ଟ ମଧ୍ୟ ହେବ । କିନ୍ତୁ ସେ ଜିତିବ ଓ ତାର ସ୍ବପ୍ନ ସାକାର ହେବ । 

ମୀନା ହେଉଛି ଗୋଟେ ଗରିବ ଦିନ ମଜୁରିଆ ପରିବାରରେ ଜନ୍ମିତା ତୃତୀୟ କନ୍ୟା ସନ୍ତାନ । ବାପା ମା ଦୁହେଁ ଦିନ ମଜୁରିଆ । ଦିନ ତମାମ ପରିଶ୍ରମ ପରେ ଯାହା ଆୟ ହୋଇଥାଏ, ସେଥିରେ ଗୋଟେ ଓଳି ଚୁଲି ଜଳିବା ମଧ୍ୟ କଷ୍ଟକର ହୋଇଯାଏ ସମୟ ସମୟରେ । ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଦୁଇ ଓଳି ଖାଦ୍ୟ ଯୋଗାଇବା କଷ୍ଟକର । ତୋର ଡାକ୍ତର ହେବାର ସ୍ୱପ୍ନ କୁ କେମିତି ସାକାର କରିବି ବୋଲି ବୁଝେଇ ଦେଇ ବାପା ସେଦିନ ତାର ପଢ଼ାରେ ଡୋରି ବାନ୍ଧି ଦେଇଥିଲେ । କିନ୍ତୁ ସେ କି ଚୁପ ହୋଇ ବସିବା ପିଲା । ପଞ୍ଚମ ଶ୍ରେଣୀ ବୃତ୍ତି ପାଇବା ପରେ ତାର ସେଇ ସ୍ବପ୍ନକୁ ଯେମିତି ଆଉ ଗୋଟାଏ ଡେଣା ମିଳିଗଲା । ଆହୁରି ଦୃଢ ଚେଷ୍ଟା ଓ ଅସୀମ ମନୋବଳ ସହିତ ସେ ବାପାଙ୍କୁ ଆଗକୁ ପଢିବାକୁ ସ୍କୁଲ ଛାଡିବାକୁ ଅନୁମତି ମାଗିଲା । ସଂଶୟ ମଧ୍ୟରେ ବାପା ହଁ ସିନା କରିଦେଲେ କିନ୍ତୁ ପାଠପଢା ଖର୍ଚ୍ଚ ଆସିବ କେଉଁଠୁ । ଏତିକି ବେଳେ ସରକାରଙ୍କର କନ୍ୟାସନ୍ତାନମାନଙ୍କ ପାଇଁ ଯେଉଁ ସବୁ ବ୍ୟବସ୍ଥା ରହିଛି ଜଣେ ଅଙ୍ଗନବାଡି ଦିଦି ଆସି ବୁଝାଇଦେଲେ ମୀନାକୁ । ସେହି ବ୍ୟବସ୍ଥାରେ ସ୍କୁଲ ରେ ନାମ ଲେଖାଇଦେଲେ । ମୀନା ନିଜ ଅଧ୍ୟବସାୟ ସହିତ ସ୍ୱପ୍ନର ପଥକୁ ପରିଷ୍କାର କରିଚାଲିଥାଏ ବାସ୍ତବତାର ରୂପ ଦେବାପାଇଁ । ପ୍ରଥମ ମାଇଲ ଖୁଣ୍ଟ ପୁର୍ଣ ସଫଳତାର ସହିତ ପାର କରିଗଲା ସେ । ଦଶମ ଶ୍ରେଣୀରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ନିଜର ନାମ ସହିତ । ଅନେକ ଶୁଭେଚ୍ଛା, ଶୁଭକାମନା ସହିତ ସାହାଯ୍ୟ ଓ ସଦୁପଯୋଗର ହାତ ମଧ୍ୟ ବଢ଼ିଆସିଲା । ଦ୍ୱାଦଶ ଶ୍ରେଣୀ ଦ୍ୱିତୀୟ ମାଇଲ ଖୁଣ୍ଟ ମଧ୍ୟ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାପରେ ପ୍ରକୃତ ଯୁଦ୍ଧ ଆରମ୍ଭ ହେଲା । ଡାକ୍ତରୀ ପ୍ରବେଶିକା ଉତ୍ତୀର୍ଣ୍ଣ କରି ଲକ୍ଷାଧିକ ଟଙ୍କାର ଆବଶ୍ୟକତା ନ ହେଲେ ମେରିଟରେ ଥାଇ ମଧ୍ୟ ସେ ନାମ ଲେଖା ସୂଚୀରୁ ବାଦ ପଡିଯିବ । ଏତିକି ବେଳେ ଜଣେ ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇଦେଇ ସର୍ବୋତ୍ତମ କଲେଜରେ ଡାକ୍ତରୀ ପଢିବାପାଇଁ ନାମ ଲେଖା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଦେଲେ । ଏସବୁ ସତେ ଯେମିତି ପାହାନ୍ତି ସ୍ବପ୍ନ ପରି , ମୀନା ବାପା ଆଗରେ ପୃଷ୍ଠା ଲେଉଟାଇ ଆନନ୍ଦଶ୍ରୁର କୃତଜ୍ଞତା ଜ୍ଞାପନ କରିଥିଲେ ସେହି ଭଦ୍ରବ୍ୟକ୍ତି ଜଣକୁ । ଜଣେ ମେଧାବୀ ଛାତ୍ରୀ ଯଦି ସେଦିନ ହାର ମାନି, ଦାରିଦ୍ରତାର କଷାଘାତ ତଳେ ଦବି ରହିଯାଇଥାନ୍ତା , ତେବେ ଏତେ ଦୂର ଆସିପାରିଥାନ୍ତା କେମିତି ?

    ସତରେ ଦୃଢମନା ହିଁ ସ୍ୱପ୍ନର ବାସ୍ତବତାର ଆଲୋକ ଦେଖିପାରିଥାଏ । ନିଜ ଇଛାଶକ୍ତି ଦୃଢଥିଲେ ଉପାୟ ଓ ସ୍ବପ୍ନ ସାକାର କରିବାର ସତପଥରେ ଅଗ୍ରସର ହେବାରେ ଶକ୍ତି ଓ ସାହାଯ୍ୟ ମିଳେ । ସ୍ୱୟଂ ଭଗବାନ ମଧ୍ୟ ଦୃଢ ଇଛାଶକ୍ତି ସମ୍ମୁଖରେ ପରାଜୟ ବରଣ କରିଛନ୍ତି ।


Rate this content
Log in

More oriya story from Subhalaxmi Das

Similar oriya story from Inspirational