Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ହୁମାୟୁନ

ହୁମାୟୁନ

2 mins
261



ଆଫଗାନିସ୍ତାନ ର ରାଜଧାନୀ କାବୁଲ ସହରର ଛୋଟିଆ ଗ୍ରାମଟି ରକ୍ଷା ପାଇଯାଇଥିଲା ତାଲିବାନୀଙ୍କ ଆକ୍ରମଣରୁ, ହୁଏତ ଗ୍ରାମବାସୀମାନେ ମାନିଯାଇଥିଲେ ତାଲିବାନୀମାନଙ୍କ ସମସ୍ତ ଦାବୀ କି କଣ କେଜାଣି ବୁଝୁନଥିଲା ସେକଥା ହୁମାୟୁନ, ଜାଣୁନଥିଲା ବି ଅନ୍ୟ କିଛି, ଯେତେବେଳେ ବିଶ୍ୱର ସବୁ ଦେଶ ଓ ଦେଶର ପ୍ରତ୍ୟେକ ରାଜ୍ୟ ଗୁଡିକର ସବୁ ମିଡ଼ିଆ ରେ ତାଲିବାନୀଙ୍କ ବର୍ବରୋଚିତ କାର୍ଯ୍ୟକଳାପର ଚିତ୍ରଣ ସହ, ଆଫଗାନିସ୍ଥାନରୁ ଫେରିଆସିଥିବା ଭାରତୀୟ ମହିଳାସାମ୍ବାଦିକ"ହୋଲି କାମେ" ଙ୍କର ତାଲିବାନୀମାନଙ୍କର ଆଫଗାନିସ୍ତାନ ମହିଳାମାନଙ୍କପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ବି ହୁମାୟୁନ ଅବଗତ ନଥିଲା, ହେଲେ, ଗାଁଗୋଟାକଯାକର 

 ସବୁ ଗାଈଗୋରୁଙ୍କୁ ନେଇ ଚରାଇ ଯିବା ପୁର୍ବରୁ ଓ ସନ୍ଧ୍ୟାପୁର୍ବରୁ ଗୋଠ ବହୁଡେଇଆଣି ପାଳି ଅନୁଯାଇ ବାବୁଘର ବୋଲି କହୁଥିବା କେତେଜଣଙ୍କ ଘରେ ଖିଆପିଆ ସାରି ଘରକୁ ଫେରିବା ସମୟ ଓ ଖାଦ୍ୟପେୟର ଅନିୟମିତତା ସନ୍ଦର୍ଶନ ରେ, କେତେକ ବାବୁଆଣୀ ବିଚଳିତ ହେଉଥିଲେ, କାରଣ କେବେ ଦୁଇଥର ମାଗୁନଥିବା ଖାଦ୍ୟ ଏଵେ ଦୁଇଥର ମାଗିବା ଓ ଖାଇନପାରି ଘରକୁ ନେଇଯିବା, ତଥା କାହାକୁ ଶାଢ଼ୀଖଣ୍ଡେ ଦିଅ ତ କାହାକୁ ପୁରୁଣା ବେଡ଼ସିଟ ମାଗୁଥିଲା, ଆଉ ବାର୍ଷିକ ଭତ୍ତା ବାଦେ ପଇସା ମାଗିବା କେତେକଙ୍କୁ ବିଚଳିତ କରୁଥିଲା ହୁମାୟୁନ ର ବ୍ୟବହାର lଦିନା କେତେ ସେହିପରି ବ୍ୟବହାର ରେ ହୁମାୟୁନ ପ୍ରତି କେହି କେହି ଦୟାରେ କେହି ତାର ଆବଶ୍ୟକତା ଥିବ ଭାବି କିଛି ମନେକରୁନଥିଲେ ବି କ୍ରମାଗତ ହୁମାୟୁନ ର ଏପରି ବ୍ୟବହାର ସନ୍ଦେହ ଦୃଷ୍ଟିରେ ଦେଖିଲେ ସମସ୍ତେ, କାରଣ ସମସ୍ତେ ଜାଣିଥିଲେ ଅନାଥ ହୁମାୟୁନର କେହି ନାହିଁ, ପୁଣି ନୁଆଁଣିଆ ଜରିଲଗା ଘରର କିଛି ଉର୍ନ୍ନତି ନକରି, ପରିବାର ଗଢିବା ଚିନ୍ତାନକରି ହୁମାୟୁନ କାହାପାଇଁ ଖାଦ୍ୟ ବାଳକେଇ ନେଇଯାଏ, କୋଉ ତାଲିବାନୀ ବା କୋଉ ସଂତ୍ରାସବାଦୀ ବା ଆତଙ୍କବାଦୀ ଙ୍କୁ ଆଣି ରଖିଛିକି ଭାବି ସେଦିନ କେତେକ ବାବୁ ବାବୁଆଣୀ ଅସମୟରେ ପହଂଚି ହୁମାୟୁନ ଘରେ ଯାହାକୁ ଦେଖିଲେ ସମସ୍ତେ ଆଖିକୁ ବିଶ୍ୱାସ କରିପାରିଲେନି l

   ସର୍ବଗୁଣସମ୍ପର୍ଣ୍ଣା ଝିଅଟିଏ ଥିଲା ହୁମାୟୁନ ଘରେ ଅବହେଳିତ ଅବସ୍ଥାରେ, ଆଫଗାନିସ୍ଥାନର ଖୋଦ କାବୁଲ ସହରର, ଡାକ୍ତରୀ ଛାତ୍ରୀଟିଏ ତାଲିବାନୀ ଆକ୍ରମଣ ରେ, ପିତାମାତା ଙ୍କ ସହ ସବୁକିଛି ହରାଇ ଲୁଚି କୌଣସିମତେ ଚାଲିଆସି ହୁମାୟୁନ ପାଖରେ ଆଶ୍ରିତ, ଗାଁ ଲୋକ ମାନେ ଯେତେ ନିର୍ଭୟ ପ୍ରତିଶ୍ରୁତି ଦେଲେ ବି ଝିଅଟି ଭଲ ପରିବେଶରେ, ହୁମାୟୁନକୁ ଛାଡି ରାହିବାକୁ ରାଜି ନଥିଲା, ଆଉ ଜୋରଜବରଦସ୍ତି ଯେବେ ତାକୁ ଗ୍ରାମବାସିମାନେ ନେଇଯାଇଥିଲେ, ହୁମାୟୁନ ତାଙ୍କ ଗୋଡ଼ତଳେ ପଡି ତା ସୁରକ୍ଷା ଭିକ୍ଷା କରୁଥିଲା l

  ପରବର୍ତ୍ତୀ ସମୟରେ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ଡାକ୍ତରଖାନାଟିଏ ଖୋଲି ଝିଅଟି ରୋଗୀ ସେବା କରିବା ସହ ହୁମାୟୁନ ସେଠାରେ ମୁଖ୍ୟ ଭୂମିକା ନିଭାଉଥିଲା, ଯିଏ ଯେଉଁଠି ସଂତ୍ରାସ ବା ଆତଙ୍କର ଶୀକାର ହେଉଥିଲେ, ତାଙ୍କୁ ଅଜଣାତରେ ନେଇ ଆସୁଥିଲା ଏହି ଗାଁର ଡାକ୍ତରଖାନାକୁ ସେବା ଯୋଗେଇ ସୁସ୍ଥ କରୁଥିଲା ଝିଅଟି ଆଉ ତା ପ୍ରରୋଚନା ଓ ସୁସଙ୍ଗଠିତ ନେତୃତ୍ୱ ରେ ଅଜଣାତ ରେ ସେହି ଗ୍ରାମରୁ ହିଁ ଆରମ୍ଭ ହେଉଥିଲା ଆଫଗାନିସ୍ଥାନ ର ମୁକ୍ତି ସ୍ବାଧୀନତା ଆନ୍ଦୋଳନ, ଯାହାର ମୁଖ୍ୟ ପୁରୋଧା ଥିଲା ହୁମାୟୁନ l



Rate this content
Log in

Similar oriya story from Abstract