Pallabi Das

Thriller

3  

Pallabi Das

Thriller

ହତ୍ୟାର ରହସ୍ୟ

ହତ୍ୟାର ରହସ୍ୟ

3 mins
732



ମିହିର ଥକି ପଡ଼ି ବସି ଯାଇଚି ଗୋଟେ ବଡ଼ ଭଙ୍ଗା ଦୁର୍ଗର ସିମେଣ୍ଟ ଫାଟକକୁ ଆଉଜେଇ , ଧୀରେ ଧୀରେ ତାର ଶୋଷ ବଢ଼ି ଚାଲିଛି , କିନ୍ତୁ ପାଣି ଟୋପେ କୋଉଠି ମିଳୁନି ତାକୁ ନିଜର ଶୋଷ ମେଣ୍ଟାଇବାକୁ । ପାଣିର ଆଶାରେ ଆଖ ପାଖକୁ ବାରମ୍ବାର ଆଖି ବୁଲାଉଚି କିନ୍ତୁ କୋଉଠି ବି ପାଣିର ଆଭାସ ତାକୁ ମିଳୁନି । ବହୁତ୍ ଗୁଡ଼ାଏ ବାଟ ଦୌଡ଼ି ଆସିଥିବାରୁ ସେ ଶୋଷିଲା ସହ ଅଣନିଃଶ୍ଵାସୀ ଧୀରେ ଧୀରେ ଅନୁଭବ କରୁଛି । ଦୀର୍ଘ କିଛି ଦିନ ହବ ପୋଲିସ୍ ଠାରୁ ନିଜକୁ ଲୁଚେଇବାକୁ ଖାଲି ଦୌଡ଼ି ବୁଲୁଚି ସେ , ଜାଣି ପାରୁନି କେମିତି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବ । ଧୀରେ ଧୀରେ ସୂର୍ଯ୍ୟ ଅସ୍ତ ହବାକୁ ଲାଗିଛନ୍ତି ଆଉ ମିହିର ଭାବୁଚି ଆଜି ରାତିଟା ଏଇ ଦୁର୍ଗ ରେ ବିତେଇବ ବୋଲି , ପୁଣି ଭାବୁଚି ବିନା ପାଣି ଆଉ ଖାଦ୍ୟରେ କେତେ ଦିନ ବା ବଞ୍ଚିବ ସେ ! ଶରୀର ଧୀରେ ଧୀରେ ନିସ୍ତେଜ ହୋଇ ଧରାଶାୟୀ ହବାକୁ ଉଦ୍ୟତ ହଉଚି ତଥାବି ନିଜକୁ କଠୋର କରି ବସେଇରଖିଛି ସେ । ଆଖି ବୁଝିଲା ବେଳକୁ , ଭୋକ ଉପାସ ରେ ପ୍ରାଣବାୟୁ ଉଡିଗଲା ପରି ଲାଗୁଛି ସେଥିରେ ପୁଣି ଦେଖିବାକୁ ପାଉଛି ଅରୁଣିମା ପରି ବେଶରେ ଆସି ତା ପ୍ରାଣକୁ ସାଥିରେ ନବାକୁ ଚେଷ୍ଟା କରୁଛି । 

ଅରୁଣିମା ମିହିରର ଆତ୍ମାକୁ ବହୁତ୍ ବୁଝାଉଛି ,” ବହୁତ୍ ହୋଇଗଲା ମିହିର , ଏଥର ଜିଦି ଛାଡ଼ି ଦେଇ ମୋ ସାଥିରେ ମୋ ଦୁନିଆକୁ ଚାଲିଆସ “। କିନ୍ତୁ ମିହିର କିଛି ଶୁଣୁନି , ଆଖି ଖୋଲି କହୁଛି – “ନା ଅରୁ, ତମ ହତ୍ୟାକାରୀକୁ ନଧରିବା ଯାଏ ମୁଁ ଏମିତି ବଞ୍ଚିରହିଥିବି ଆଉ ନିତି ତମେ ଆସୁଥିବ ମୋ ନିଦରେ ମତେ ସତେଜ ଆଉ ସଜାଗ କରିବାକୁ” । ଅରୁ ଓରଫ୍ ଅରୁଣିମା ମିଶ୍ର, ପ୍ରାୟ ଦୁଇ ମାସ ତଳେ ହତ୍ୟାର ଶିକାର ହୋଇଥିଲା , ଆଉ ତା ହତ୍ୟା ପାଇଁ ତା ସ୍ଵାମୀକୁ ଅରୁଣିମାର ପରିବାର ଲୋକ ଦାୟୀ କରିଥିଲେ । କୋଟି କୋଟି ସମ୍ପତ୍ତିର ମାଲିକ ମିହିର ବି ନିଜ ପ୍ରାଣ ପ୍ରିୟା ସ୍ତ୍ରୀକୁ ବଞ୍ଚାଇ ପାରିଲାନି । କେମିତି କେଜାଣି ମୃତ୍ୟୁର ପ୍ରମାଣ ତକ ଚିଲେଇ ଚିଲେଇ ତାକୁ ଦୋଷୀ ସାବ୍ୟସ୍ତ କରୁଥିଲେ । ମିହିର କିଛ଼ି ବୁଝି ନ ପାରି ପ୍ରଥମେ ଭାବିଥିଲା ପୋଲିସ୍ ହାତରେ ଧରା ଦେଇ ଦବ ,କିନ୍ତୁ ପୁଣି ଭାବିଲା ଜେଲ୍ ରେରହି ତା ଅରୁଣିମାର ଦୋଷୀକୁ କେମିତି ଧରିବା ସେଥିରେ ପୁଣି ତା ସାଥିରେ ଠିଆ ହବାକୁ କେହି ନାହାନ୍ତି ନା ଅରୁଣିମାର ପରିବାର ନା ନିଜର ପରିବାର । ସେଥିପାଇଁ ଦିର୍ଘ ଦୁଇ ମାସ ଧରି ସେ ଲୁଚି ଛପି ତା ରୁର ହତ୍ୟାକାରିକୁ ଖୋଜି ବୁଲୁଚି । ଆଜି ହଠାତ୍ କାହିଁକି କେଜାଣି ତାକୁ ତା ପରିବାର ଆଉ ଅରୁଣିମା ପରିବାର ଉପରେ ବହୁତ୍ ସନ୍ଦେହ ହଉଛି । ଅରୁଣିମା ମିଶ୍ର ଯେ ଅଶୋକ ମିଶ୍ରଙ୍କ ପାଳିତ କନ୍ୟା ସେ ଭଲ ଭାବରେ ଜାଣିଥିଲା । ଆଉ ଅଶୋକ ମିଶ୍ର ତାଙ୍କ ମରିବା ପୂର୍ବରୁ ନିଜର ସବୁ ସମ୍ପତ୍ତିକୁ ସବୁ ଛୁଆଙ୍କ ଭିତରେ ସମାନ ଭାବରେ ବାଣ୍ଟି ଦେଇଥିଲେ । ସ୍ତ୍ରୀ ଆଉ ନିଜ ଛୁଆଙ୍କ ବାରଣ ସତ୍ତ୍ୱେ ବି ଅଶୋକ ମିଶ୍ର ଅରୁଣିମାକୁ ବହୁତ୍ କିଛି ସମ୍ପତ୍ତିର ଉତ୍ତର ଦାୟୀ କରିଦେଇ ଚାଲି ଯାଇଥିଲେ ଆଉ ଯଦି ଅରୁଣିମାକୁ କିଛି ହୁଏ ତେବେ ନୋମିନି ରୂପେ ନିଜ ସ୍ତ୍ରୀ ଙ୍କୁରଖି ଥିଲେ । 

ଏବେ ଅରୁଣିମା ମୃତ୍ୟୁ ପରେ , ସବୁ ସଂପତ୍ତି ଅଶୋକ ବାବୁଙ୍କ ସ୍ତ୍ରୀ ଙ୍କ ନାମରେ ହୋଇଯାଇଛି । କେଜାଣି କାହିଁକି ମିହିରକୁ ବହୁତ୍ ସନ୍ଦେହ ହେଲା ଅରୁଣିମାର ସାବତ ମାଆ ଉପରେ । ତା ବାଦ ନିଜର ଧନ ସମ୍ପତ୍ତିର ମାଲିକାନା ବି ଅରୁଣିମାକୁ ମିହିର କରିଦେଇଥିଲା ,ବୋଧହୁଏ ସେଥିପାଇଁ ତା ଜୀବନଟି ଗଲା ଆଉ ତା ସାଥିରେ ଅରୁଣିମା ଭିତରେ ବଢ଼ୁଥିବା ତାଙ୍କ ଶିଶୁଟିର ମୃତ୍ଯୁ ହୋଇଥିଲା । ମିହିର ଧୀରେ ଧୀରେ ଜାଣି ପାରୁଛି କେମିତି ତା ଅରୁର ମୃତ୍ଯୁ ରେ ତାର ସବୁଠୁ ବିଶ୍ୱସ୍ତ ଲୋକ ମାନେ ସାମିଲ୍ ହୋଇଛନ୍ତି ଆଉ ମିଳିଥିବା ପ୍ରମାଣ ଭିତରେ ଥିବା ତାର କିଛିଟା ଜିନିଷ ଯାହା କି ତା ଛଡ଼ା ଆଉ ତା ପରିବାର ଛଡା ଆଉ କେହି ହାତ ମାରନ୍ତିନି ସେଡା ସବୁ ମୃତ୍ୟୁ ସ୍ତଳ ରେ ପହଁଞ୍ଚିବା ରହସ୍ୟ ଜାଣି ପାରୁଥିଲା । ଅରୁଣିମାର ଔଷଧ ରେ ନିଜ ପରିବାରର ଲୋକ କେହି ବିଷ ମିଶିଥିବା କଥା ବି ଏବେ ତା ମୁଣ୍ଡରେ ପଶୁ ଥିଲା । ମୁଣ୍ଡ ତାର ପାଗଳ ପରି ହଉଥିଲା ନିଜ ଘର ଲୋକ ମାନଙ୍କୁ କେମିତି ଶାସ୍ତି ଦବ ବୋଲି , ଯୋଉ ମାନଙ୍କୁ ଅରୁଣିମା ଏତେ ଭଲ ପାଉଥିଲା ସେମାନଙ୍କୁ ଏତେ କଷ୍ଟ କେମିତି ଦବ ବୋଲି । ଆଖି ଦିଟାକୁ ବନ୍ଦ କରି ପୁଣି ଥରେ ଅରୁଣିମାର ପରି ରୂପକୁ ଦେଖିଦେଇ କହିଦେଲା , “ପ୍ରସ୍ତୁତ ରୁହ ଅରୁ , ମୁଁ ଆସିବି ପୁଷ୍ପକ ବିମାନରେ ତମକୁ ନେଇ ପୁଣି ଆଉ ଗୋଟେ ଦୁନିଆ ଯିବାକୁ “। ଥରିଲା ଥରିଲା ଗୋଡ଼ରେ ଠିଆ ହୋଇ ସେ ଚାଲିବାକୁ ଲାଗିଲା ପୋଲିସ୍ ଷ୍ଟେସନ୍ ଅଭିମୁଖେ । ଆଜି ତାର ସବୁ କଷ୍ଟର ଉପସମ ଘଟିଛି ଆଉ ତା ସାଥିରେ ତା ଅରୁର ଆତ୍ମାକୁ ଯ ଶାନ୍ତି ମିଳିବ ସେଥିପାଇଁ ସେ ତାର ସବୁ କଷ୍ଟକୁ ପଛରେ ପକେଇ ଆଗକୁ ମାଡ଼ି ଚାଲିଛି ।




Rate this content
Log in

Similar oriya story from Thriller