ହତଭାଗ୍ଯ ରୁଦ୍ର
ହତଭାଗ୍ଯ ରୁଦ୍ର
--ପ୍ରତିମା ଏକ ମଧ୍ୟବିତ ଘରର ଝିଅ।ବାପ ଘରେ ସଭିଙ୍କୁ ସ୍ନେହ ଓ ଭଲ ପାଇବା ଦେଇ ହସ ଖୁସିରେ ଜୀବନ ବିତାଉଥିଲା ପ୍ରତିମା। ବାପା ଭାଇ ପରିବାର ଲୋକ ବେଶୀ ଖୁସି ଥିଲେ କାରଣ ପ୍ରତିମା ମା ହେବାକୁ ଯାଉଥିଲା। ମାତ୍ର ସ୍ବାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ପ୍ରତିମା ବାପଘରେ ରହୁଥିଲା। ସ୍ବାମୀଙ୍କ ସହ ଥିଲାବେଳେ ଅନ୍ତଃସତ୍ତ୍ବା ହୋଇଥିଲା।
--ହଠାତ ପ୍ରତିମା ଜୀବନରେ ବି କଳା ବାଦଲ ଘୋଟିଗଲା। କଳା ବାଦଲ ହଟିବା ଆଗରୁ ପ୍ରତିଭା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସବୁଦିନ ପାଇଁ ସଭିଙ୍କୁ ପର କରି ଆରପାରିକୁ ଚାଲିଗଲା।
--ମାଆର ଶବ ପାଖରେ ଚିତ୍କାର କରି କାନ୍ଦୁଥାଏ ସେଇ ନବଜାତ ଶିଶୁଟି। ସତେ ଯେମିତି ଡାକୁଥିଲା ମା... ଓ.. ମା ଉଠୁ ମତେ ଭୋକ ଲାଗିଲାଣି ପରା ଖାଇବାକୁ ଦେ। ଯେତେ କାନ୍ଦିଲେ କଣ ହେବ ତାର ମା କଣ ତାକୁ କୋଳେଇ ନେବ ନା ତାକୁ ଧରିବ?
--କିଛି ସମୟ ପରେ ଏକ ନର୍ସ ସେଇ ଶିଶୁକୁ କୋଳେଇ ନେଲା ପରେ ଶିଶୁର କାନ୍ଦ ବନ୍ଦହେଲା। ତାକୁ ଗେଲ କରି କହିଲେ ତୋ ମାଆ ମୋର ବାଲ୍ୟ ବନ୍ଧୁ। ସେ ପରମ ଶିବଭକ୍ତ ଥିଲା। ଲକ୍ଷେ ଶିବ ପୂଜି ତତେ ଜନ୍ମ ଦେଲା ସିନା ହତଭାଗିନୀଟା ମାଆ ସୁଖ ପାଇଲାନି । ଆଜିଠୁ ତୋ ନାମ ରୁଦ୍ର।
-- ହଁ ମୁଁ ତୋର ମାଉସୀ କିନ୍ତୁ ମୁଁ ତୋର ମାଆ ସାଜିବି ତତେ ମୋ ପୁତୁରା ନୁହେଁ ମୋ ପୁଅ ପରି ଲାଳନ ପାଳନ କରି ବଡ଼ କରିବି ଏବଂ ଭଲ ମଣିଷଟିଏ କରି ଗଢି ତୋଳିବି ।
--ତୁମେ ଠିକ କହିଛ, ଇଏ ଆମ ରୁଦ୍ର। ଆଜିଠୁ ଇଏ ଆମ ଜୀବନ । ଏହା କହି ଗେଲ କରିବାକୁ ଲାଗିଲେ ସ୍ବାମୀ-ସ୍ତ୍ରୀ ଦୁହେଁ । ଗୋଟିଏ ପଟେ ନବଜାତ ଶିଶୁର ହସ ହସ ମୁହଁ ଅନ୍ୟପଟେ ଜୀବନର ମୁକସାକ୍ଷୀ ସାଜିଥିବା ସାଙ୍ଗର ମୃତ ଦେହ । ଶେଷରେ ନିଜ ବନ୍ଧୁର ମୃତ ଶରୀରକୁ ଗାଡିରେ ଧରି ଚାଲିବାକୁ ଲାଗିଲେ ସ୍ମଶାନ ଅଭିମୁଖେ।
--ଆରେ ଏ କଣ ! ହଠାତ୍ ଶବାବାହୀ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ନଦୀକୁ ଖସିପଡିଲା। ଚାହୁଁ ଚାହୁଁ ଗାଡିଟି ଶ୍ରାବଣ ମାସର ଉଜାଣିଆ ଭରା ନଈ ସୁଅରେ ଭାସିଗଲା ବହୁ ଦୂରକୁ।
ଗାଡିଟି ଭାସି ଭାସି ଆସି ଶେଷରେ ଯୋବ୍ରା ଆନିକଟ ପାଖରେ ଲାଗିଲା।
--ଗାଡିଟି ଦେଖି ସମସ୍ତଙ୍କ କୌତୁହଳ। ଗାଡି ପାଖକୁ ଯାଇ ଜଙ୍ଗାବାଲାଟି ଦେଖିଲା ତା ଭିତରେ ଶିଶୁଟି ଅତି ଜୋରରେ କାନ୍ଦୁଛି। ଆଉ ଡେରି ନ କରି ସେ ଶିଶୁକୁ ଉଦ୍ଧାର କଲା । କୂଳକୁ ଆଣି ତାର ଚିକିତ୍ସା କରାଇଲା ।
--କେହି ଖୋଜାଖୋଜି ନ କରିବାରୁ ଭଲ ହେବା ପରେ ତାକୁ ସ୍ଥାନୀୟ ଅନାଥାଶ୍ରମରେ ଛାଡି ଦିଆଗଲା । ସମୟର ଗତି ସହ ପାଦ ମିଶେଇ ରୁଦ୍ର ବଡ଼ ହେବାକୁ ଲାଗିଲା ।
--ରୁଦ୍ର ତାର କୋଠରୀ କୋଣରେ ଟଙ୍ଗାଯାଇଥିବା ଗୋଟେ ସ୍ତ୍ରୀ ଲୋକର ଫୋଟୋ ପାଖରେ ଠିଆ ହୋଇ ତାର ମାକୁ ପ୍ରଶ୍ନ କରୁଥିଲା ମାଆ ତୁ ମତେ ଛାଡିକି ଚାଲିଗଲୁ କାହିଁକି? ଉପରେ ଥାଇ ମୋ ଅନ୍ତରର ଦୁଃଖ ତୁ କଣ କେବେ ଶୁଣି ପାରୁଛୁ ? ନା ମୁଁ କାହାକୁ କହି ପାରୁଛି । କାହାକୁ କହିବି,କିଏବା ଶୁଣିବ ମୋ ଅନ୍ତରର କଥା। ମୁଁ ଜାଣି ପାରୁନି ମୋର ଜନ୍ମ ତୋ ପାଇଁ ଅଭିଶାପ ନା ଆଶ୍ରିବାଦ। ଅଭିଶାପ ନିଶ୍ଚିତ ନଚେତ ମୁଁ ଜନ୍ମ ହେବା ମାତ୍ରେ ତୁ ମତେ କଣ ଛାଡିକି ଚାଲିଯାଇଥାନ୍ତୁ ନା ମତେ ତୋର ସ୍ନେହରୁ ବଞ୍ଚିତ କରିଥାନ୍ତୁ। ମୁଁ କଣ ଭୁଲୁକରିଥିଲି କାହିଁକି ମତେ ଅନାଥର ଉପାଧିରେ ଭୂଷିତ କରି ଚାଲିଗଲୁ ମୋର ଭୁଲ୍ ରହିଲା କୋଉଠି?
--ମୁଁ ଜାଣେ ତୁ ମୋ ପ୍ରଶ୍ନର ଉତ୍ତର ଦେବୁନି କି ମୋ ପ୍ରଶ୍ନର ଉତ୍ତର ତୋ ପାଖରେ ନାଇଁ।
--ମୁଁ କେବଳ ଅଭିଶପ୍ତର ଜୀବନ କଟାଉଥିବି ଜୀବନ ସାରା। ନିଜକୁ ଧିକାର କରୁଥିବି ଜୀବନସାରା,କାରଣ ମୋ ଜୀବନ ବା ଅଭିଶପ୍ତ,ମୁଁ ହତଭାଗା ମୋର ବା ଫଟା କପାଳ ମୋର ଭାଗ୍ୟରେ ଖୁସି ରହିଥାନ୍ତା ବା କିପରି?ତୋର ସ୍ନେହ ପାଇଥାନ୍ତି ବା କିପରି? ତୁ ଜାଣିଛୁ ମାଆ ତୋ କୋଳରେ ମଥା ରଖି ଜୀବନର ସବୁ ସୁଖ ଦୁଃଖକୁ କହିବାକୁ ବହୁତ ଇଚ୍ଛା ହୁଏ,ତତେ ଜାବୁଡି ଧରି କାନ୍ଦିବାକୁ ଇଛା ହୁଏ କିନ୍ତୁ କରି ପାରେନି। କେମିତି ବା ହେବ ସମ୍ଭବ? ମୁଁ ପରା ଗୋଟେ ହତଭାଗା ମୋତେ ସେଇ ସୌଭାଗ୍ୟ ମିଳିବ ବା କିପରି ମୁଁ ପରା ଗୋଟେ ହତଭାଗା !!