Sunanda Mohanty

Inspirational Others Children

3  

Sunanda Mohanty

Inspirational Others Children

ହସ

ହସ

1 min
295



ସେଦିନ ସ୍ପଟରେ ପହଁଚିଲା ବେଳକୁ ସାଙ୍ଗରେ ନା ପାଣି ନା ବିସ୍କୁଟ ନା କିଛି ଖାଦ୍ୟ ଥିଲା, ଆମକୁ ବି ଭୋକ ନଥିଲା ସତ ହେଲେ ସେଠାରେ ଥିବା ତାର ବାଡ଼ ଭିତରେ ଠେକୁଆ ପରିବାର ପଲଙ୍କୁ ଦେଖି ଟିକି ଝିଅ ଏତେ ଖୁସି ହେଲା ଯେ ସିକୁରିଟି ଗାର୍ଡକୁ ପଚାରିଲୁ । ସେ ବି କହିଲେ ଠେକୁଆ ମାନଙ୍କୁ ଯିଏ ଖାଦ୍ୟ ଦେବାକୁ ଚାହିଁବେ ଦେଇପାରିବେ, ହେଲେ ଦେବାକୁ ନା ନିଜ ପାଖେ କିଛି ଥିଲା ନା ପାଖାପାଖି କିଛି ମିଳୁଥିଲା । 

   ଠେକୁଆ ଥିବା ତାରବାଡ଼ ତଳକୁ କିନ୍ତୁ ସୁନ୍ଦର କଅଁଳ ନିର୍ମଳ ଦୁବଘାସ ଜାତୀୟ ଗୁଳ୍ମ ଥିଲା ତ ପ୍ରତ୍ୟକ କିଛି କିଛି ପକାଇଲୁ । ସେମାନେ ବି ସବୁ ଆନନ୍ଦରେ ତାକୁ ଖାଇଲେ ହେଲେ ଅନ୍ୟ କିଛି ଖାଦ୍ୟ ଦେଇନପାରି ମନସ୍ତାପରେ ଆଉ ଫୋଟୋ ଇତ୍ୟାଦି ଉଠେଇବାକୁ ଭଲ ଲାଗୁନଥିବା ବେଳେ, ଟିକି ଝିଅଟି ଖାଲି ଗାଡି ଭିତରକୁ ଯିବାକୁ ଇଂଗିତ ଦେଉଥାଏ l

   ଟିକି ଝିଅର ଉଦେଶ୍ୟ ବୁଝି ହେଉନଥାଏ । ଠେକୁଆମାନଙ୍କ ପ୍ରତି ଦୁର୍ବାର ଆକର୍ଷଣ ପରିବର୍ତ୍ତେ ଗାଡି ଭିତରକୁ ଯିବାକୁ ରାହା ଧରି କାନ୍ଦିବାର ଫଳ ସ୍ୱରୂପ ତାକୁ ନିଆଗଲା, ହୁଏତ ତାକୁ ଶୋଷ ହେଉଛି ପାଣି ବଟଲ ପାଇଁ ଜିଦି କରୁଛି । 

   ହେଲେ ଆଶ୍ଚର୍ଯ୍ୟର କଥା ଗାଡି ସିଟର ପଛପଟ ମୁଣିରୁ ଟିକିଝିଅ ବିସ୍କୁଟ ଅଧା ଫ୍ୟାକେଟ ଧରି ଠେକୁଆମାନଙ୍କ ନିକଟକୁ ଠୁକୁ ଠୁକୁ ପାଦରେ ଦଉଡି ଯାଇ ସେମାନଙ୍କୁ ବିସ୍କୁଟ ଦେବାକୁ ଉଦ୍ୟତ ହେଉଥିବାର ଦୃଶ୍ୟରେ ସମସ୍ତେ ସ୍ତମ୍ଭୀଭୂତ ଟିକି ଝିଅର ଆଈ କୋଳେଇ ନେଉଥିଲେ ତାକୁ ସସ୍ନେହରେ ହେଲେ ଟିକି ଝିଅ ବିସ୍କୁଟ ଦେଉଥିଲା ଠେକୁଆ ପରିବାରଙ୍କୁ ହସି ହସି, ସେ ହସରେ ସମସ୍ତେ ଚମତ୍କୃତ ହେଲେ l


Rate this content
Log in

Similar oriya story from Inspirational