STORYMIRROR

Debaprakash Sahoo

Abstract

2  

Debaprakash Sahoo

Abstract

ହଁ ସିଏ ସ୍ୱପ୍ନ ଦେଖୁଥିଲା

ହଁ ସିଏ ସ୍ୱପ୍ନ ଦେଖୁଥିଲା

2 mins
3.1K


ସେ ଟାଣ କରୁଥିଲା ଟଳମଳ ପାଦକୁ, ଟାଣ କରୁଥିଲା ନିଜର ହାତ ମୁଠା । ଭୁଲି ଯାଉଥିଲା ବୟସର ଛାପ । ନିଘା ନଥିଲା ଦଦରା ଦେହଟାକୁ । ସିଏ ଆଜି ମାଡ଼ି ଚାଲିଚି ଆଗକୁ ହଁ ବହୁତ ଆଗକୁ । ନୁଆ କିଛି କରି ପାରିବାର ପ୍ରଚେଷ୍ଟାରେ, ନୁଆ କିଛି ଦେଖେଇ ପାରିବାର ନିଶାରେ । ଖଟେଇ ଦେଇଚି ନିଜର ସମସ୍ତ ବଳ ସମସ୍ତ କୌଶଳ । ଏମିତି କଣ କାହାକୁ ଭୋକ ହୁଏ ! ହଁ ଆଜି ତାକୁ ପ୍ରବଳ ଭୋକ ଡହ ଡହ ଭୋକ, ଇଜ୍ଜତ୍ କମେଇବାର ଭୋକ, ଅର୍ଥ କମେଇବାର ଭୋକ, ନିଜ ଇଛାରେ ଜିଁବାର ଭୋକ । ମନେ ପଡିଯାଉଚି ନାନା ପାଟେକରଙ୍କ ସେଇ କ୍ରାନ୍ତିକାରୀ ସଂଳାପ ‘ ହାଲାତ କୋ ଅପ୍ନା ଗୁଲାମ୍ ବନାଓଗେ ତୋ ସବ୍ ସାଲେ ଶେର୍ ସମଝକେ ସଲାମ୍ ଠୋକେଙ୍ଗେ, ହାଲାତ କା ଗୁଲାମ୍ ବନୋଗେ ତୋ ଲୋଗ୍ କୁତ୍ତା ସମଝକେ ଠୋକର୍ ମାରଙ୍ଗେ ‘। ସିଏ ଆଜି ଆଉ କାହାର ଗୁଲାମ୍ ହେଇକି ନାହିଁ, ମାଲିକ୍ ହେଇଯାଇଚି। ନିଜ ଦେହର ମାଲିକ୍ , ନିଜ ମନର ମାଲିକ୍ । ଦିର୍ଘ ଜୀଵନ କୁ ତନ୍ନ ତନ୍ନ କରି ଏତିକି ତ ନିଶ୍ଚିତ ବୁଝିଥିଲା ‘ଦୁନିଆରେ ସେଇମାନେ ହାରିଯାଆନ୍ତି, ଯିଏ ଏଠି ସ୍ୱପ୍ନ ଦେଖିବା ଶିଖିନି ‘। ହଁ ସିଏ ସ୍ଵପ୍ନ ଦେଖୁଥିଲା । ସେ ସେମିତି ହିଁ ମାଡ଼ି ଚାଲିଚି ।

ଚୁନ୍ ଚୁନ୍ ହେଇକି ଭାଙ୍ଗି ଯାଉଚି ଦୁର୍ଗମ ପଥର ଦମ୍ଭ । ଥକ୍କି ପଡିବାର୍ ନାଁ ନାହିଁ, ଯେମିତି ବାହାନା ସବୁକୁ ବାନ୍ଧିପକେଇ ଫୋପାଡ଼ି ଦେଇଚି କୋଉ ଗୋଟେ ଅନ୍ଧାରିଆ ଇଲାକାରେ । ଜଣେ ଶାୟର କହିଥିଲେ ‘ଠେହେରା ହୁଆ ପାନୀ ଠେହେରା ହୁଆ ଇନସାନ୍ ଦୋନୋ ସଢ଼୍ ଯାତେ ହେଁ ‘ ତାକୁ ଆଜି ରୋକିପାରୁନି ଲୋକଙ୍କ ଟାହି ଟାପରା, ଶୁଭୁନି ତାକୁ ଆତ୍ମୀୟ ମାନଙ୍କ ଆକୁଳତା । ସେ କେବଳ ଏତିକି ଦେଖି ପାରୁଥିଲା ଦୁରରୁ ବହୁ ଦୁରରୁ କୁହୁଡ଼ିଆ କାନ୍ଥର ସେପଟରୁ ଦେଖୁଥିଲା ଗୋଟେ ରଙ୍ଗୀନ ଦୁନିଆ, ତା ସ୍ଵପ୍ନର ଦୁନିଆ, ତା ନିଜର ଦୁନିଆ । ହଁ ସିଏ ସ୍ଵପ୍ନ ଦେଖୁଥିଲା ।

                  

© ଦେଵପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract