Debaprakash Sahoo

Inspirational

5.0  

Debaprakash Sahoo

Inspirational

ସିଏ ଗୋଟେ ଲେଖକ

ସିଏ ଗୋଟେ ଲେଖକ

2 mins
14.4K


କଅଣ ପାଉଚୁ ସେ ଲେଖା ଲେଖିରୁ ? କେଇଟା ଟଙ୍କା କମେଇବୁ ଏଇଥିରୁ ? ଆଜିକାଲି କିଏବା ଏସବୁ ପଢୁଛି ? ଏ ସବୁ ଛାଡ଼ିକି ଆଉ କଣ ଖଣ୍ଡେ ଧନ୍ଦା କରେ, ଅନ୍ତତ ନିଜେ ପେଟ ନିଜେ ପୋଷି ପାରିବୁ । ଏମିତି କିଏ କେତେ କଥା ଶୁଣେଇକି ଯାଉଚନ୍ତି । ତଥାପି ସେ ନିର୍ବିକାର ନିଶ୍ଚଳ । କାହାକୁ ବି ପ୍ରତିଉତ୍ତର କରୁନି,କରୁନି ବି ଅତୀତ ଭବିଷ୍ୟତର ବିଶ୍ଳେଷଣ। ଖାଲି ଯାହା ଲେଖି ଚାଲିଚି, କେହି ପଢ଼ୁ କି ନପଢ଼ୁ, କେହି ପସନ୍ଦ କରୁକି ନକରୁ ତାର ସେଥିରୁ ଯାଏ କେତେ ନା ଆସେ କେତେ ? ତାକୁ ହିଁ ତ ଲେଖିବାକୁ ପଡ଼ିବ ଦୀର୍ଘଦିନର ବାକିଥିବା ଇତିହାସ, ତାକୁ ହିଁ ତ ଭାଗିରଥୀ ସାଜି ଫେରେଇ ଆଣିବାକୁ ପଡ଼ିବ ମା ସାହିତ୍ୟ ଗଙ୍ଗାକୁ । କାହିଁକି ନା ସିଏ ଗୋଟେ ଲେଖକ ସିଏ ନିଜେ ବି ଜାଣିଚି ମଦ ନିଶାଠୁ ବି ବେଶି ମାରାତ୍ମକ ଏ ଲେଖିବାର ନିଶାଟା, ନିଦ ହଜେଇ ନିସ୍ତେଜ କରି ପକାଏ । ତଥାପି ସେ ଉପଭୋଗ କରେ ନିଜର ନିସ୍ତେଜ ପଣକୁ ।

ଲେଖକଟେ ପାଇଁ ଗର୍ବିତ ହୁଏ ଗାଁ ମାଟି, ଗର୍ବ କରେ ଜିଲ୍ଲା, ଗର୍ବ କରେ ରାଜ୍ୟ । କେତେ ଗାୟକ, କେତେ ନାୟକ, କେତେ ନେତା ଅଭିନେତା ନାଁ କମେଇ ଯାଆନ୍ତି ଲେଖକଟେ ପାଇଁ । ହେଲେ କେହି କଣ କେବେ ପଚାରି ବୁଝେ ? ତା ଘରେ କେଇ ଦିନକୁ ଥରେ ଚୁଲି ଜଳୁଚି, ଦିନକୁ କେଇ ଓଳି ସିଏ ଭାତ ପାଏ, କୋଉ ସ୍କୁଲରେ ପଢଉଚି ନିଜ ପିଲାଙ୍କୁ, ସେ କେମିତି କିଣୁଚି ନିଜ ରୋଗୀଣା ମା'ର ଔଷଧ । ଗୋଟେ ଫୁଲ ତୋଡ଼ା, ଖଣ୍ଡେ ଚାଦର, ଟଙ୍କା ପାଞ୍ଚଶହରେ ଭଳିଯାଏ ଲେଖକ । ଗଦ୍ ଗଦ୍ ହେଇପଡ଼େ ଦି ହଳ ଲୋକଙ୍କର ଚାରିଟା ତାଳି ଶୁଣି । କାହିଁକିନା ସିଏ ଗୋଟେ ଲେଖକ ।          

ନାଁ ତାକୁ ଜଣାଅଛି ପୁରସ୍କାର ପୁଳେ ହାତେଇ ନେବାର ଫନ୍ଦି କାରସାଦି । ନାଁ ତାର ଅଛି କିଛି ପାଇବାର ଆଶା । କିଛି ଯାତନା କିଛି ଯନ୍ତ୍ରଣା ଶୋଷ ଆଉ ଅବୋଶୋଷର ଶବ୍ଦ ଗୋଟେଇ ସେ ଲେଖି ଚାଲିଥିବ ଗୋଟେ ପରେ ଗୋଟେ ଜୀବନ୍ତ କାହାଣୀ । ସେ ଏମିତି ହିଁ ଲେଖୁଥିବ ଜରାଗ୍ରସ୍ତ ଦେହଟାରେ ଶେଷ ନିଶ୍ୱାସ ଥିବା ଯାଏଁ । କାହିଁକିନା ସିଏ ଗୋଟେ ଲେଖକ ।

         

 © ଦେଵପ୍ରକାଶ ସାହୁ


Rate this content
Log in

Similar oriya story from Inspirational