STORYMIRROR

CHINMAYEE PRADHAN

Tragedy Inspirational Others

2  

CHINMAYEE PRADHAN

Tragedy Inspirational Others

ହଁ ହଁ ତୁ ବଞ୍ଚିବୁ

ହଁ ହଁ ତୁ ବଞ୍ଚିବୁ

2 mins
181

କାହିଁକି...? କାହିଁକି...? କାହିଁକି ପ୍ରଭୁ? ତାକୁ ଏ ସଂସାରର ଆଲୋକ ଦେଖାଇଲ...? କେମିତ ସେ ଏ ସଂସାରରେ ରହିବ ? ଯେଉଁଠି ଛ' ମାସର ଶିଶୁ କନ୍ୟାକୁ ଏ ମାଂସ ଲୋଭୀ ନର ରାକ୍ଷସ ଛାଡୁନି।ତିନି ବର୍ଷର ଛୁଆକୁ ମଣିଷରୁପି କୁକୁରମାନେ ଝୁଣି ଖାଇଯାଉଛନ୍ତି। ଯେଉଠି ୧୫/୧୬ ବର୍ଷର ବାଳିକା ସୁରକ୍ଷିତଭାବେ ଘରକୁ ଫେରିପାରୁନି। ଯେଉଠି ୫୦/୬୦ ବର୍ଷର ବିବାହିତ ମହିଳା ସୁରକ୍ଷିତ ନୁହେଁ।ଯୋଉଠି ନିଜ ଆତ୍ମୀୟ ଲୋକଙ୍କୁ ଦେଖିଲେ ଡର ଲାଗେ। ସେଇଠି ସେଇ ନର୍କରେ ସେ ବଞ୍ଚିବ କେମିତି ?ବଞ୍ଚିବ କାହିଁକି ? ସେ କଣ ହେଇପାରିବ ରାଣୀ ଶୁକଦେଇ ନା ହେଇ ପାରିବ ଝାନ୍ସୀରାଣୀ ଲକ୍ଷ୍ମୀବାଇ ? ନା ସେ ହେବ ଇତିଶ୍ରୀ, ବେବିନା, ନୀର୍ଭୟା...? ଯେଉଁମାନଙ୍କର ଅତୃପ୍ତ ଆତ୍ମା ଆଜିବି ଘୁମୁରି କାନ୍ଦୁଛି ଟିକେ ନ୍ୟାୟ ପାଇଁ।ତେବେ କେବେ ଜନ୍ମନେବେ ଓଡିଶାରେ ସ୍ବଜ୍ଜନ ପରି ହୀରୋ...?କେବେ ମିଳିବ ତାଙ୍କୁ ନ୍ୟାୟ....?

ନା....ନା... ମୁ ତାକୁ ବେବିନା ହେବାକୁ ଦେବିନି।ନା ତାକୁ ଇତିଶ୍ରୀ ହେବାକୁ ଦେବିନି।ଏ ପଶୁ ମାନଙ୍କ ହାତରେ ନିର୍ଯ୍ୟାତିତା ହେଇ ମରିବା ଅପେକ୍ଷା ଚାଲ ମୁଁ ତତେ ମୋ ନିଜ ହାତରେ ମାରିଦେବି। ଅନ୍ତେ ଟିକେ ଶାନ୍ତିରେ ତ ମରିପାରିବୁ।

ନା...କାନ୍ଦେନା....କାନ୍ଦେନା....ମୋ ଧନ...ମୋ ସୁନା।ତୁ କଣ ମରିପାରିବୁ?ତୋ ଠାରୁ ତ ଏ ଜଗତ ସୃଷ୍ଟି।ତୁ ତ ସୃଷ୍ଟିର ମୁଳ।ତତେ ମାରିଦେଲେ ଏ ପୃଥିବୀରେ ମଣିଷ ସତ୍ତା ରହିବ କିପରି ?ତାହେଲେ କଣ ଏ ପୃଥିବୀ ଧ୍ବଂସ ପାଇଯିବ। ହେଲେ ଏଇ କଥା ଏ ସମାଜ ବୁଝି ପାରୁନି କେମିତି?ସେ ଯାହା ଠାରୁ ସୃଷ୍ଟି ହୋଇଛି ସେ ବି ଜେଣ ନାରୀ।ସେଇ ନାରୀ ଯଦି ତାକୁ ଗର୍ଭରେ ଧରି ନଥାନ୍ତା ସେ ଆଜି ଏ ପୃଥିବୀରେ ନଥାନ୍ଥା।

  ଯଦି ସେଇଦିନ ସୀତା ପ୍ରତିବାଦ କରିଥାନ୍ତେ ଯେଉଦିନ ତାଙ୍କୁ ଅଗ୍ନୀପରୀକ୍ଷା ଦେବାପାଈ ପଡିଥିଲା।ଯଦି ସେଇଦିନ ଦ୍ରୌପଦୀ ପ୍ରତିବାଦ କରିଥାନ୍ତେ ଯେଉଁଦିନ ତାଙ୍କୁ କୁରୁସଭା ତଲେ ବସ୍ତ୍ରହରଣ କରାଗଲା।ଯଦି ସେଇଦିନ ସେ ପ୍ରଶ୍ନ କରିଥାନ୍ତେ ପାଣ୍ଡବମାନଙ୍କୁ କେଉଁ ଅଧିକାରରେ ତାଙ୍କୁ ବାଜିଲଗଲା। ତାହେଲେ ହୁଏତ ଆଜି ଶହ ଶହ ସୀଥା କି ଦ୍ରୌପଦୀଙ୍କ ଇଜ୍ଜତ ଲୁଟାଯାଇନଥାନ୍ତା।

  ବାସ୍.....ବହୁତ ହେଇଗଲା।ଆଉ ନୁହେଁ, ଆଉ ନୁୁହେଁ।ମୋ ଧନକୁ ମୁ ମାରିବିନି। ହଁ ସେ ବଞ୍ଚିବ ଏଇ ସମାଜରେ।ଆଉ ସାମ୍ନା କରିବ ଏଇ ନରରୂପୀ ରାକ୍ଷସମାନଙ୍କ ସହ।ଆଉ ଲଢିବ ସେ ଏଇ ପିଶାଚମାନଙ୍କ ବିରୋଧରେ। ସେ ସାଜିବ ଦୁର୍ଗା, ସେ ସାଜିବ ମହାକାଳୀ।

  ହେ ନାରୀ ସମାଜ...ଜାଗ୍ରତ ହୁଅ...ଉଠ...।ବହୁତ ହେଇଗଲା ସହିବା।ସ୍ବର ଉତ୍ତୋଳନ କର।ରାକ୍ଷାସ ମାନଙ୍କୁ ନାଶ କରିବାକୁ ଧାରଣ କର ଅସ୍ତ୍ର।ତୁମେ ହିଁ ତିଆରି କର ନୂଆ ଆଇନ।ତୁମେ ହିଁ ସୃଷ୍ଟିକର ଗୋଟିଏ ନୂଆ ପୃଥିବୀ।କଳଙ୍କହୀନ ରାକ୍ଷାସ ବିହୀନ ନୂଆ ପୃଥିବୀ।ହଁ ହଁ ନୂଆ ପୃଥିବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy