ହଜିଗଲା ସ୍ମୃତି ପାଇଁ
ହଜିଗଲା ସ୍ମୃତି ପାଇଁ
ସ୍ମୃତି ଲୋ !କାହିଁକି କେଜାଣି ତୁ ଆଜି ମୋର ଵେଶୀ ମନେ ପଡୁଛୁ, ତୋତେ ମୁଁ ଖୋଜୁଛି ଚାରିଆଡେ ଜନଗହଳି ଭିତରେ, ନିଶୂନ ରାତିର ଜହ୍ନର ଛାଇ ଆଲୁଅରେ ଆଉ ପାହାତିଂଆ ସପନରେ lଯେତେ ଖୋଜିଲେ ଵି ପାଉନି ତୋତେ lସଵୁଠି ଖାଲି ତୋରି ମୁଁହ ଦିଶିଯାଉଛି,ତୋର ସେଇ ଶୃତିମଧୁର କଥା କାନରେ ଖାଲି ପ୍ରତିଧ୍ୱନିତ ହେଉଛି. ତୁ କାହିଁକି ଏମିତି ଏକୁଟିଆ କରିଦେିଇ ଚାଲିଗଲୁ?ଦେଖ୍ ତୋ ଵିନା ମୁଁ କେମିତି ପଂଗୁ ପାଲଟି ଯାଇଛି! ମୋ ଜୀଵନର ଏକ ଉଦାସି ଅପରାହ୍ନରେ ତୁ ଭେଟିଥିଲୁ ମୋତେ l ଵଢେଇ ଥିଲୁ ଆତ୍ମିୟତାର ହାତ ଟେ ମୋ ଆଡେ lତୋର ସେନେହ ଭରା କଥା ଆଉ ଆପଣାର ଭାଵ ମୋତେ ଟାଣି ନେଲା ତୋ ପାଖକୁ l ତୋ ଭିତରେ ପାଇଥିଲି ଅତି ନିଜର ମନଟିଏ l ସତରେ ତୁ ଯେବେ ମୋ ଜୀଵନ ପରିଧି ଭିତରକୁ ପଶି ଆସିଲୁ, ମୋ ନିଶଦ୍ଦ ଇଲାକାରେ ଖେଳି ଉଠିଲା ହସର ଲହରୀ, ମୋ ନୀରବ ଜୀବନର ଉପତ୍ୟକାକୁ ଭାଷା ମୁଖର କରି ତୋଳିଲୁ ତୁ ଜୀଵନ ପ୍ରତି ଵୀତସ୍ପୃହ ମନରେ ତୁ ଯେମିତି ଜିଁଇଵାର ମୋହ ଭରି ଦେଲୁ lମୋ ଜୀବନର କେନ୍ଦ୍ର ଵିନ୍ଦୁ ପାଲଟି ଗଲୁ ତୁ . ତୁ ଥିଲୁ ମୋର ଏକାନ୍ତ ଆପଣାର lତୋତେ ଦେଖିଦେଲେ ମୁଁ ସଵୁ ଦୁଃଖ ଭୁଲିଯାଏ ମୋ ସୁଖ ଦୁଃଖ ହସ କାନ୍ଦ ସଵୁର ଭାଗିଦାର ଥିଲୁ ତୁ.ଅତି ସହଜରେ ମନର ଭାଷାକୁ ପଢି ନେଉଥିଲୁ ତୁ,ତୁ ମୋ ଠାରୁ ଭିନ୍ନ ଥିଲେ ବି ଆମେ ଦୁହେଁ ଥିଲେ ଅଭିନ୍ନ lତୋ ହାତ ଧରି ଵାଟ ଚାଲୁ ଚାଲୁ ଜୀବନଟା ଖୁବ୍ ସହଜ ଆଉ ସୁନ୍ଦର ଲାଗୁଥିଲା ମୋତେ lହଠାତ୍ ସେଦିନ ତୁ ମୋତେ କହିଲୁ ଜୀତା ଆ ଲୁଚକାଳି ଖେଳିବା lଆମେ ଦୁହେଁ ଖେଳିଲେ, ମୁଁ ଆଖି ଵୁଜିଲି ଆଉ ତୁ ଲୁଚିଲୁ,କେଉଁଠି ଲୁଚିଲୁ ଯେ ଆଜି ଯାଏଁ ଖୋଜି ଖୋଜି ପାଉନି ତୋତେ lଵିନା ମୁଁ ଏକା ଏକା ଵାଟ ଚାଲି ପାରୁନି ବାକି ତକ ବାଟ lତୋତେ ମୁଁ ଝୁରୁଛି ପ୍ରତିଟି ମୁହୂର୍ତ୍ତରେ .ତୋ ସ୍ମୃତିର ଭାଇରସ୍ ଗୁଡାକ ମୋ କୋଷକୁ ଖିନଭିନ କରି ସାରିଲେଣି. ମୁଁ ମରି ମରି ଵଚିଂଛି, କେବଳ ଖୋଜୁଛି ତୋତେ,ତୋରି ସାନ୍ନିଧ୍ୟ ଟିକେ l ମୋ ଚାରିପଟେ ଘେରି ରହିଛି ଖାଲି ଶୂନ୍ୟତା,ଆଉ ସେ ଶୂନ୍ୟତା ଭିତରେ ମୁଁ ବି ଗୋଟେ ମହାଶୂନ୍ୟ ପାଲଟି ଗଲିଣି.....