Sasmita Das

Inspirational

2.3  

Sasmita Das

Inspirational

ସାଉଁଟା ଅନୁଭୂତି

ସାଉଁଟା ଅନୁଭୂତି

4 mins
666


ସନ୍ଧ୍ୟା ହେଲେ ବୋହୁ ନାତି କୁ ବସି ପଢାଏ ।ତେଣୁ ସରିତା ଙ୍କୁ ରୋଷେଇ କରିବାକୁ ହୁଏ । କାରଣ ରମାକାନ୍ତ ବାବୁ ରାତି ନଅଟା ବାଜିଲେ ଖାଆନ୍ତି ।ଏବେବି ତାଙ୍କ ଦେହ ଖରାପ ରହୁଛି ।ତେଣୁ ଠିକ ସମୟ ରେ ଖାଇବା ଓ ଅନ୍ୟାନ୍ୟ ସବୁକୁ ଜଗି ଥାଆନ୍ତି ସରିତା । ସରିତା ବି ଆଜି ଯାଏ କେବେ ବିଶ୍ରାମ ଟିକେ ପାଇନାହାନ୍ତି ପିଲା ଟି ଦିନରୁ ସେ କର୍ମ କରିବା ପରିସ୍ଥିତି ଖାପ ଖୁଆଇ ଚଳିବା ଶିଖି ଯାଇଛନ୍ତି। ଆରପଟୁ ବୋହୁ ର ପାଟି ଶୁଭୁଥିଲା ନାତି କୁ ଗେହ୍ଲେଇ କହୁଥିଲା ତୁ ଏ ହୋମ୍ୱୱର୍କ ସାରିଦେଲେ ତୋ ପାଇଁ ରିମୋଟ କାର ଆସିବ ନାତି ବି ଅଳି କରୁଥିଲା ଆଉ ଗୋଟେ ଚଷମା ଆଣିବ ଇତ୍ୟାଦି। ଏସବୁ ଶୁଣି ସରିତା ମନେ ମନେ ହସିଲେ । ମନେ ପଡ଼ିଲା ତାଙ୍କ ପିଲାଦିନ କଥା।

ପ୍ରଥମେ ସେ ଚାଟ ଶାଳି ଯାଉଥିଲେ ପଢିବା ପାଇଁ।ସକାଳ ହେଲେ ବୋଉ ନନା ତାଙ୍କ କାମରେ ବ୍ୟସ୍ତ ରହନ୍ତି। ସେ କିନ୍ତୁ ନିଜେ ନିଜେ ସିଲଟ ଖଡ଼ି ଧରି ବାହାରି ଯାନ୍ତି ଚାଟ ଶାଳି କୁ। ବେଣୁ ସାର ଭାରି ରାଗି । ଟିକେ ଟିକେ ଭୁଲ ହେଲେ ବେତ ରେ ପିଟି ପିଟି ଫଟେଇ ଦିଅନ୍ତି । ସରିତା ଭଲ ପଢ଼ୁଥଲେ ,ମାତ୍ର ପଣିକିଆ ଘୋଷି ମନେ ରଖି ପାରନ୍ତିନି । ବେଣୁ ସାର ପିଟି ପିଟି ଦେହରେ ଛକ କରିଦେଉଥିଲେ । ନନା କି ବୋଉ କେବେ ମନ ଦୁଃଖ କରନ୍ତିନି । ଜେଜେ ମା କିଂତୁ ଭାରି ଦୁଃଖ କରେ ବେଣୁ ସାର ଙ୍କୁ ଗାଳି ଦିଏ । ନନା କହନ୍ତି ଛାଟ ଖାଇଲେ ସିନା ପାଠ ହେବ। ଏମିତି ରେ ମାଇନର ସ୍କୁଲ ପଢ଼ା ସରିଲା । ହାଇ ସ୍କୁଲ ଟା ଟିକେ ଘର ଠାରୁ ଦୂର ଥିଲା । ଜେଜେ ମା କହୁଥିଲା ଝିଅ ଛୁଆ ଟା ଏତେ ବାଟ କଣ ପଢିବାକୁ ଯିବ ଘରେ କାମ ପାଇଟି ଶିଖିବ। ନନା କହିଲେ ପାଠ ଦି ଅକ୍ଷର ଶିଖିଲେ ଭଲ ପାତ୍ର ଟିଏମିଳିବ । ମୁଁ ମଧ୍ୟ ଭଲ ପଢ଼ୁଥିଲି ନନା ତୁ ଯେତେ ଯାଏ ଚାହିଁବୁ ପଢିବୁ ସରିତା ଭାରି ଖୁସି ହୋଇ ଯାଉ ଥିଲେ ନନା ଙ୍କ ଉପରେ। ମାଟ୍ରିକ ପରୀକ୍ଷା ପାଖେଇ ଆସୁ ଥାଏ । ହଠାତ ନନା ଙ୍କ ଦେହାନ୍ତ ହୋଇଗଲା । ଆକାଶ ଟା ଯେମିତି ତାଙ୍କ ପରିବାର ଉପରେ ଛିଣ୍ଡି ପଡିଲା ଭଳି ଲାଗିଲା। ନନା ତ ଥିଲେ ଘର ର ମେରୁଦଣ୍ଡ । ମେରୁଦଣ୍ଡ ଭାଙ୍ଗି ଗଲେ ଯାହା ଅବସ୍ଥା ହୁଏ । ସାନ ଭାଇ ଖୁବ ଛୋଟ ଥିଲା ସବୁ କିଛି ଯେମିତି ସରିତା ଙ୍କ ଉପରେ ଲଦି ହୋଇଥିଲା । ବୋଉ ତ ନନା ଙ୍କୁ ଝୁରି ଝୁରି ଦେହ ଖରାପ ହୋଇଗଲା ଜେଜେ ମା ତ ପୁରା ପୁରି କତରା ଲଗା ହୋଇଗଲା । ସେ ଆଉ ପରୀକ୍ଷା ଦେବେ କି ନା ଭାବି ପାରୁ ନଥିଲେ । ସ୍କୁଲ ସାର କିଂତୁ କହିଲେ ପରୀକ୍ଷା ଦେବା ପାଇଁ। ବୋଉ ବି ବାଧ୍ୟ କଲା । ପରୀକ୍ଷାରେ କିନ୍ତୁ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀ ରେ ପାସ କଲେ। ସରିତା କିନ୍ତୁ ଖୁସି ହୋଇ ପାରୁନଥିଲେ । କାରଣ ଯିଏ ଅଧିକ ଖୁସି ହୋଇଥାନ୍ତେ ସେ ତ ପାଖରେ ନ ଥିଲେ । ଆଗକୁ ଆଉ ପଢିବା ତ ସମ୍ଭବ ନଥିଲା । ଅର୍ଥ ର ଅଭାଵ ଓ ବୋଉ କୁ ସହଯୋଗ କରିବା ଟା ତ ମୁଖ୍ୟ ଥିଲା । ବୋଉ ବି ଯଦି ଚାହୁଁ ଥିଲା ପଢିବା ପାଇଁ ଆଗକୁ କିଛି ବାଟ ହିଁ ନଥିଲା ସମ୍ପର୍କୀୟ ମାନେ ସହଯୋଗ କରିବା ପରିବର୍ତ୍ତେ କହୁଥିଲେ ମୋ ବାହାଘର କରିଦେବା ପାଇଁ । ଯେମିତି ସେ ଗୋଟେ ବୋଝ । ସେସିଧା ସିଧା ମନା କରି ଦେଉଥିଲେ । ବୋଉ ବି ଅରାଜି ହେଉଥିଲା । ଘର ଠାରୁ ଆଠ ଦଶ କିଲୋମିଟର ଦୁରରେ ପ୍ରାଇଭେଟ କଲେଜ ଟି ଏ ଥିଲା ଯେଉଁଠି କି ଭଲ କଲେଜ ରେ ସିଟ ପାଇ ନ ଥିବା ପିଲାମାନେ ପଢ଼ନ୍ତି। ସରିତା ସ୍ଥିର କଲେ ସେଇଠି ପଢ଼ିବ ଯାହାକି ପଢି ହେବେ ଆଉ ଘରେ ବୋଉ କି ବି ସାହାଯ୍ୟ କରିହେବ । ଏସବୁ ଭିତରେ ଜେଜେ ମାଆ ବି ତାଙ୍କୁ ଛାଡି ଚାଲିଗଲେ । ସରିତା ବୁଝି ପାରୁ ନଥିଲେ ଭଗବାନ କଣ ସବୁ ଦୁଃଖ ତାଙ୍କ ଘର ପାଇଁ ରଖିଥିଲେ । ସ୍କୁଲରେ ପଢିଥିବା ରେବତୀ ଗପ ଟା ଯେମିତି ବାର ବାର ମନ ଭିତରକୁ ଚାଲି ଆସୁଥିଲା ଯଦି ବି ସେ ଜାଣିଥିଲେ ସେ ସବୁ ଅନ୍ଧ ବିଶ୍ୱାସ।

ସେ କଲେଜ ରୁ ଗ୍ରାଜୁଏସନ ଭଲ ନମ୍ବର ରଖି ପାସ କଲେ। ସେତେବେଳେ ଟିତର ଚାକିରୀ ଶୀଘ୍ର ମିଳି ଯାଉଥିଲା । ତାଙ୍କର ବି ଚକିରୀ ଟେ ନିହାତି ଆବଶ୍ୟକ ଥିଲା ।ତେଣୁ ବିଏଡ଼ ଟ୍ରେନିଂ ନେବା ପାଇଁ ସ୍ଥିର କଲେ। ଟ୍ରେନିଂ ବି ପାଇ ଗଲେ।ବୋଉ କହୁଥିଲା ହଷ୍ଟେଲରେ ରହିବା ପାଇଁ ସେ କିନ୍ତୁ ବୋଉ କୁ ଛାଡି ଯିବା ପାଇଁ ରାଜି ନ ଥିଲେ। ତେଣୁ ପ୍ରତିଦିନ ଯିବାଆସିବା କରୁଥିଲେ । ଟ୍ରେନିଂ ବେଳେ ବହୁତ କଷ୍ଟ କରିବାକୁ ପଡିଥିଲା । ଯାହାହେଉ ଟ୍ରେନିଂ ପରେ ପରେ ପୋଷ୍ଟିଂ ବି ମିଳିଗଲା । କିନ୍ତୁ ଦୂର ରେ ହେଲା ବୋଉ ଆଉ ସାନ ଭାଇ କୁ ନେଇ କି ଗଲେ ଚାକିରୀ ଜାଗାକୁ ବୋଉ ଟିକେ ରାଜି ନଥିଲା ଘର ଛାଡ଼ି ଯିବାପାଇଁ । ସରିତା ବୋଉ ପାଖରୁ ଅଲଗା ରହିବା ପାଇଁ ରାଜି ନୁହଁନ୍ତି । ଜିବନ ସାରା ବହୁତ କଷ୍ଟ କରିଛି । ଟାକୁ ଟିକେ ଆରାମ ଦରକାର । ତେଣୁ ବାଧ୍ୟ କରି ନେଲେ ସାଙ୍ଗ ରେ । ଚାକିରୀ ପାଇବା ପରେ ବହୁତ ପ୍ରସ୍ତାବ ଆସିଲା ବାହାଘର ପାଇଁ । ସରିତା ମୁହେଁ ମୁହେଁ ନାହିଁ କରନ୍ତି ସାନ ଭାଇ କିଛି ନ କରିବା ଯାଏ ସେ ବାହା ଫାହା ହେବେନି । ବୋଉ କିନ୍ତୁ କହେ ବୟସ ଗାଡିଯାଉଛି । ଗଡ଼ିଯାଉ ହେଲେ ମୁ ତୁମ୍ଭମାନଙ୍କୁ ଏମିତି ଛାଡି କୁଆଡେ ବି ଯିବନି

କିଛିଦିନ ପରେ ସାନ ଭାଇ ଚାକିରୀ ଟିଏ ପାଇଲା । ତାଙ୍କ ସ୍କୁଲ ର ପ୍ରଧାନ ଶିକ୍ଷକ ସରିତା ର କାର୍ଯ୍ୟ କଳାପ ରେ ବହୁତ ଖୁସି ଥିଲେ। ତାଙ୍କ ଭଣଜା ସହ ସରିତା କୁ ବିବାହ କରିବା ପାଈଁ ଚାହିଁଲେ ।। ରମାକାନ୍ତ ବାବୁ ବହୁତ ଭଲ ମଣିଷ ଥିଲେ। ତାଙ୍କ ପିଲାମାନେ ଯେତେବେଳେ ଭଲ ସ୍କୁଲ ଭଲ କୋଚିଂ ସେଣ୍ଟର ରେ ପଢିବା ପରେ ବହୁତ କିଛି ଦାବି କରନ୍ତି ସରିତା ନିଜ ଜୀବନ ର ଅନୁଭୂତି କହିଲେ ଶୁଣି ନଶୁଣିଲା ପରି ହୁଅନ୍ତି ନ ହେଲେ କୁହନ୍ତି ସେ ଯୁଗ ବା ବଦଳି ଗଲାଣି । ଏବେ 4ଜି ଇଣ୍ଟର୍ନେଟ ସମୟ। ଚୁପ ରହିବାକୁ ବାଧ୍ୟ । କାରଣ ଏମାନେ ନନା ଙ୍କ ସରିତା ନୁହନ୍ତି । କିଣା ପାଠ ର ଡିଗ୍ରୀ ହାସଲ କରିବା ପରେ ରୋଜଗାରକ୍ଷମ ନ ହେଉଣୁ ପୁଅ ଝିଅ ଦୁହେଁ ମନ ପସନ୍ଦର ସାଥି ବାଛି ବାହା ହୋଇଗଲେ । ଏବେ ନାତି ଟୋକା ଟା ପଢିବା ପାଇଁ ଲାଞ୍ଚ ଖୋଜୁଛି । ସତରେ କୁଆଡେ ଗଲା ସେ ବେଣୁ ସାର ଚାଟ ଶାଳୀ ଯେଉଁଠି ମୁଠାଏ ମୁଠି ଚାଉଳ ବଦଳରେ କେତେ ଭଲମଣିଷ ଗଢିଛନ୍ତି । ଆଜି ପିଲାମାନଙ୍କ ର କିଛି କରିବାର ନିଜ ର ଆଗ୍ରହ ନାହି ,ସହନଶୀଳତା ନାହିଁ ,କର୍ତ୍ତବ୍ୟବୋଧ ମନବୃତି ବି ନାହିଁ । ସେମାନେ ହେଲେ ପଇସା ରେ ଗଢାସ୍ୱାର୍ଥପର ମଣିଷ । ଭାବୁଥିଲେ ଗାଁ କୁ ବେଣୁ ସାର ଙ୍କ ବିଲୀନ ଚାଟ ଶାଳୀ କୁ ପୁଣି ଥରେ ଆରମ୍ଭ କରିବା ପାଇଁ ।


Rate this content
Log in

Similar oriya story from Inspirational