Sasmita Das

Tragedy

2.5  

Sasmita Das

Tragedy

କାଳିଆ ଭରସା

କାଳିଆ ଭରସା

3 mins
15.3K


ସନିଆ ବାପା ଯେଉଁଦିନ ଠାରୁ ଆରପାରି କୁ ଗଲା,ସେବେଠୁ ସନିଆ ମା ର ମୁଁହର ଭାଷା ଓ ଓଠରୁ ହସ କୁଆଡ଼େ ଯ଼େମିତି ଉଭେଇ ଯାଇଥିଲା lଚଳନ୍ତି ମୂର୍ତ୍ତି ପାଲଟି ଯାଇଥିଲା ସେ l ଗୋଟିଏ କୋଳର ଛୁଆ ,ଆଉ ସନିଆଟା ଠୁକୁ ଠୁକୁ ଚାଲୁଥିଲା ସେତେବଳେ l ଟିକି ଟିକି ଛୁଆ ଦିଟାଙ୍କୁ ନେଇ ସଂସାରରେ କିପରି ବଞ୍ଚିବ କିଛି ଉପାୟ ଦିଶୁ ନ ଥିଲା ତାକୁ l ହେଲେ କାଳିଆ ଠାକୁରଙ୍କୁ ତାର ଭାରି ଭରସା ଥିଲା  l ମନକୁ ଦୃଢ କଲା lମୂଲ ଲାଗିଲା,ପର ଘରେ ପାଇଟି କଲାl ଛୁଆଙ୍କ ପାଇଁ ଦେହକୁ କନା ଖଣ୍ଡେ ପେଟକୁ ଦାନା ଟିକେ ପାଠ ଦି ଅକ୍ଷର ପଢେ଼ଇ କେମିତି ମଣିଷ କରିବ ସେଇ ଚିନ୍ତା ତାକୁ ରହିଥିଲା ଦିନ ରାତି ଏକ କରି ଖଟୁଥିଲା ସେ l ପର ପାଖରେ ହାତ ପାତିଛି ସିନା ଛୁଆ ଙ୍କ ଅଭାବ କିଛି କରିନଥିଲା lନିଜେ ଉପାସ ରହିଛି ପଛେ ଛୁଆ ଙ୍କ ପେଟ ରୁ ଉଣା କରିନି,ନିଜେ ସାତ ସିଆଁ ପିନ୍ଧିଛି ହେଲେ ଛୁଆଙ୍କୁ ଚିରା ଫଟା ଦେଇନି lଛୁଆଙ୍କୁ ଦେଖିଲେ ତା ମନ  ଖୁସି ରେ ପୁରି ଉଠେ l ଭାବେ ମୋର ଜଗା ବଳିଆ  ଦିଟା ଥାଉ ଥାଉ ଏତେ ଚିନ୍ତା କାହିଁ l ସେମାନେ ବଡ ହେଲେ  ମୋ ଦୁଃଖ ନିଶ୍ଚୟ ଦୂର ହେବ lତା' ସ୍ୱପ୍ନ ପୁରଣ ହେଲାl ଦି ପୁଅ ବଡ ହେଲେ l ଜଣେ ସରକାରୀ ଚାକିରୀଟେ ପାଇଲା ଆଉ ଜଣେ ଭଲବ୍ୟବସାୟଟିଏ କଲାlଦୁହେଁ ଭଲ ପଇସା ରୋଜଗାର କଲେ lବୁଢ଼ୀ ବହୁତ ଖୁସି ହେଲା ଦିନେ ଦି ପୁଅଙ୍କୁ ଡାକି କହିଲା ବାପାରେ ମୋତେ ଟିକେ କାଳିଆ ପାଖକୁ ନିଅନ୍ତନି ଦୁହେଁ ହଁ ହାଁ ମାରିଲେ କିନ୍ତୁ ନେଲେନିl ଏମିତି ଏମିତି ଭିତରେ ଦୁହେଁ ବାହା ହେଲେ l ସଂସାର କଲେ l ହେଲେ ବୁଢୀକୁ କାଳିଆ ପାଖକୁ ନେଲେନି lବୁଢ଼ୀ ବି ବହୁବାର କହି କହି ଚୁପ୍ ରହିଲା lହେଲେ ମନଟା ତାର ସବୁବେଳେ ଦୁଃଖ ଥାଏ l ବୁଢ଼ୀ ଏବେ ଏବେ ବିଧବା ଭତ୍ତା ପାଉଛି l  ଭାବିଲା  ପଇସା  କିଛି କିଛି ବଂଚେଇ  ସାହି ଲୋକ ଙ୍କ ନହେଲେ କେବେ ଚାଲିଯିବ lକିନ୍ତୁ ବୋହୁ ମାନେ ସେତକ ବୁଢୀଠୁ ଛଡ଼େଇ ନିଅନ୍ତି l କୁହନ୍ତି ଘରେ ପରିବା ନାହିଁ ଚାଉଳ ନାହିଁ ଏମିତି ବାହାନା କରନ୍ତି lଖାଇବା ଠିକ୍ ରେ ଦିଅନ୍ତିନି ମୁଠେ lସମସ୍ତେ ଖାଇସାରିବା ପରେ କୁକୁର ଭଳି ମୁଠେ ଦିଅନ୍ତି lସକାଳରୁ ସଞ୍ଜ ଯାଏ ଖଟାନ୍ତି ବୋହୂମାନେ lପୁଅଙ୍କୁ ପାଳିବା ପାଇଁ ଜୀବନଟା ତ ଖଟି ଖଟି ଗଲା l ଆଉ ଯାହା ହାଡ ମାଂସ ଟିକେ ଥିଲା ବୋହୁମାନେ ଖଟେଇ ଖଟେଇ ମିଳେଇ ଗଲାଣି l କାହାକୁ କହିବ l ରାତିରେ ଶୋଇବା ବେଳେ କାଳିଆକୁ ଗୁହାରି କରେ ମୋତେ ଏତେ ଦୁଃଖ ଦେଇ ତୁ ଯଦି ଖୁସି ପାଉଛୁ ତାହେଲେ ମୁଁ ସହିବି l ବେଳେବେଳେ ସନିଆ ବାପା କଥା ବହୁତ ମନେପଡ଼େ l ଖାଇବା ପିନ୍ଧିବା କେଉଁଥିରେ ଊଣା କରି ନ ଥିଲା ଭାରି ଆଦର ରେ ରଖିଥିଲେ ଯେ ଅଧା ବାଟରୁ ଛାଡି ଚାଲି ଗଲେ କାହିଁକ l ବହୁତ କାନ୍ଦେ ଆଉ କିଏ ଅଛି ଯେ କାହାକୁ ମନ କଥା କହିବ l ପୁଅ ମାନେ ତ ପାଖ ମାଡନ୍ତିନି l ବୁଢୀର ଏଣିକି ଦେହ ଭଲ ରହୁନି ଔଷଧ ତ ଦୂରର କଥା l ବୋହୂ ମାନେ ତ ଆଡ ଆଖିରେ ଚାହାନ୍ତିଁନି l ସେଇଥିରେ ପୁଣି ଘୁଷୁରି ଘୁଷୁରି କାମ କରେ l ବୁଢ଼ୀ ମରିବା ଆଗରୁ କାଳିଆକୁ ଦେଖିବ ବୋଲି ଭାରି ଇଛା l ପୁଅ ମାନେ ତ ଶୁଣୁନାହାଁନ୍ତି l କାଳିଆକୁ କହେ ତୋ ଇଛା କେବେ ନେବୁ lଏମିତି ରେ ରଥଯାତ୍ରା ଆସିଲା ସାହିରୁ ସବୁ ଗାଡି କରି ପୁରୀ ଯାଉଅଛନ୍ତି l ବୁଢ଼ୀ ଭାରି ଇଛା ହେଲା l ଡରି ଡରି ବଡ ପୁଅ କୁ କହିଲା lପୁଅ କିଛି କହିବା ଆଗରୁ ବଡ ବୋହୁ ଆସି କହିଲା ତମର ଏତେ ବଳ ଅଛି ଏ ଭିଡ଼ରେ ଯିବ l ସାନ ବୋହୁ ବଡକୁ ଟାଣି ନେଇ କାନ ରେ କଣ କହିଲା ଯେ ବଡ ବୋହୁ ସଂଗେ ସଂଗେ ରାଜି ହୋଇଗଲା l କହିଲା ହଉ ବ୍ୟସ୍ତ ହୁଅନି ଯିବା l ସଙ୍ଗେ ସଙ୍ଗେ ସାନ ପୁଅ ଗାଡି ବୁଝିଲା l ଯିବା ପୂର୍ବ ରାତିରେ ବୁଢୀକୁ ଭାରି ଆଦରରେ ଖାଇବାକୁ ଦେଲେ l ସବୁବେଳେ ଚାଳିଆରେ ଶୋଉଥିବା ବୁଢ଼ୀକୁ ଘର ଭିତରକୁ ଡାକିଲେ l ବୁଢ଼ୀ ବୁଝି ପାରୁ ନ ଥିଲା ଏତେ ବଡ ପରିବର୍ତ୍ତନ କଣ ପାଇଁ l ବୋଧେ କାଳିଆ  ଠାକୁରେ  କଣ ଏମାନଙ୍କୁ ସଦ୍ ବୁଦ୍ଧି ଦେଲେ କି? ବୁଢ଼ୀ କିନ୍ତୁ କହିଲା ନାଇଁ ମା ମୋତେ ଏପଟେ ନିଦ ହେବନି l ମୁଁ ଚାଳିଘରେ ଶୋଇବି lବୁଢ଼ୀ ଚାଳିଆରେ କାଳିଆର ଫଟ ଥାଏ ,ବୁଢ଼ୀ ସବୁଦିନ ମୁଣ୍ଡିଆ ମାରି ଶୁଏ l ବୁଢ଼ୀ ଚାଲିଲା ଶୋଇବାକୁ l ପୁଅ ବୋହୂ ଙ୍କ ବିଚାର ପଡ଼ିଲା କେତେ ଲକ୍ଷ ମିଳିବ l ଆର ବର୍ଷ ତମିଳିଥିଲା ଦୁଇ ଲକ୍ଷ l ଏଥର ର ତ ଅଧିକ ମିଳିବ l ସାନ ବୋହୁ କହିଲା ପୂରା ଆମେ ରଥ ଆଗକୁ ଯିବା l ତୁମେ ମଉକା ଦେଖି ପେଲି ଦେବ ,ମୁଁ ତୁମ ପାଖେ ପାଖେ ଥିବି l ଏମିତି ଚକ୍ରାନ୍ତରେ ରାତି ପାହିଗଲା l ଭୋରୁ ଯେତେବେଳ ବଡ ପୁଅ ଯାଇ ଭାରି ସରାଗ ରେ ବୋଉ ବୋଉ ଡାକିଲା କିଛି ଉତ୍ତର ମିଳିଲାନି l ତା ପରେ ସାନପୁଅ ଡାକିଲା ବୋଉ ଏ ବୋଉ ଉଠ୍ l ଏମିତି ସରାଗ ଡାକ ବୁଢ଼ୀ ତା'ଜୀବନ ରେ କେବେ ଶୁଣି ନ ଥିବ l ବତା ତାଟି ଟେକି ଯେତେବଳେ ଭିତରକୁ ଗଲେ ବୁଢ଼ୀ ର  ଦେହରେ ଆଉ ପ୍ରାଣ ନ ଥିଲା କିନ୍ତୁ ହାତରେ ଜାବୁଡି ଧରି ଥିଲା ତାର କାଳିଆ ର ଫଟ ଟିକୁ l ଓଠ ରେ ସୁନ୍ଦର ହସଟିଏ lସେ ନିଶ୍ଚୟ  ରଥ ରେ ତା କାଳିଆକୁ ଦେଖିସାରିଛି lହେଲେ ପୁଅ ବୋହୁ ଯେମିତି ବୁଢୀ ମରିବାର ଖୁସି ଅନୁଭବ କରି ପାରୁ ନ ଥିଲେ ......


Rate this content
Log in

Similar oriya story from Tragedy