ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ହିରୋ

ହିରୋ

3 mins
7.2K


ମୂଳ ହିନ୍ଦୀ : ହରିଶ୍ଚନ୍ଦ୍ର ଶାକ୍ୟ

ଭାଷାନ୍ତର : ଶରତ କୁମାର ରାଉତ

ବବଲୁ ଆସିଛି ଫିଲ୍ମ ନିର୍ମାଣ ଅଫିସକୁ । ଖବର କାଗଜରେ ବିଜ୍ଞାପନ ପଢି ହିରୋ ବନିବାର ଅସୁମାରି ଆଶାରେ ଆବେଦନ କରିଥିଲା ଓ ଇଣ୍ଟରଭିୟୁ ପାଇଁ ଡକରା ପାଇଥିଲା । ନିର୍ମାତା ବବଲୁକୁ ତାଙ୍କର ମୁକ୍ତିଲାଭ କରି ନ ଥିବା ପ୍ରଥମ ଫିଲ୍ମର ଚିତ୍ର ଦେଖାଇବା ପରେ କହିଲେ, “ଆପଣ କେତେ ଦେଇପାରିବେ ? ଆପଣଙ୍କ ଡୋନେଶନ ହିସାବରେ ଆପଣଙ୍କୁ ଫିଲ୍ମରେ ଭୂମିକା ଦିଆଯିବ । “ ... ତେବେ ଫିଲ୍ମ ତିଆରି ପରେ ସବୁ କଳାକାରଙ୍କ ପଇସା ସୁଧ ସହ ଫେରାଇ ଦେବେ ବୋଲି ସେ ଭରସା ଦେଲେ ।

ଟଙ୍କା କଥା ସୂନୁ ବବଲୁ କିଛି ସମୟ ନୀରବି ଗଲା । ଘରର ଉତ୍କଟ ଆର୍ଥିକ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲା । ତା’ର ବଡବାପା ଷଡଯନ୍ତ୍ର କରି ତା’ ବାପାଙ୍କଠାରୁ ସମସ୍ତ ଜମି ନେଇ ଯାଇଥିବା ବେଳେ ତାଙ୍କର ଥିଲା ମାତ୍ର ତିନିଗୁଣ୍ଠ ଜମି । ସେଥିରେ ଗାଁ ମହାଜନର କରଜ ଲଦାଥିଲା ବାପାଙ୍କ ଉପରେ । ଏତେ ସମସ୍ୟା ସତ୍ତ୍ଵେ ବାପା ଚାହୁଁଥିଲେ ବବଲୁର ସୁଖ । ବବଲୁ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ । ପୁଣି ବବଲୁ ଦୃଢ ନିଶ୍ଚିତ ଥିଲା ଯେ , ଦିନେ ସେ ନିଶ୍ଚୟ ଷ୍ଟାର କଳାକାର ପାଲଟିଯିବ- ତା’ ପାଖରେ ବିଡାବିଡା ଟଙ୍କା , କାର , ବଙ୍ଗଳା ସବୁକିଛି ହୋଇଯିବ । ଆଉ ସେତେବେଳେ ସେ ସହଜରେ ବାପାଙ୍କ କରଜ ଶୁଝିଦେବ ଓ ମା’ ବାପାଙ୍କୁ ସୁଖରେ ରଖିବ ! ....ଏଣୁ ସେ ଦଶହଜାର ଟଙ୍କା ଦେବାକୁ ନିର୍ମାତାଙ୍କୁ ପ୍ରତିଶ୍ରୁତି ଦେଲା ।

ଷ୍ଟାର କଳାକାର ହେବାର ଭୁତ ସବାରଥିବା ବବଲୁର ରଙ୍ଗୀନ କଥା ଶୁଣି ବାପା ଆତ୍ମହରା ହୋଇପଡିଲେ । ଗାଁ ଲୋକେ ଏ କଥା ଶୁଣି ତାକୁ ଉତ୍ସାହ ଓ ପ୍ରେରଣାରେ ପୋତି ପକେଇଲେ । ପୁଅର ଖୁସିରେ ଖୁସି ଶ୍ୟାମଲାଲ ନିଜର ମୂଲ୍ୟବାନ ତିନି ଗୁଣ୍ଠ ଜମି ବନ୍ଧା ରଖି ରାତାରାତି ନେଇଆସିଲେ ଦଶହଜାର ଟଙ୍କା । ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ଅନୁସନ୍ଧାନରେ ଗାଁକୁ ଆସିଥିବା ଥାନାବାବୁ ଗାଁ ମୁଖିଆଙ୍କ ସହ ବିଭିନ୍ନ ଆଲୋଚନା ବେଳେ ବବଲୁ ଫିଲ୍ମରେ ହିରୋ ହେବା କଥା ଶୁଣିଲେ । କିନ୍ତୁ ବବଲୁ ଓ ଶ୍ୟାମଲାଲ ଦଶ ହଜାର ଟଙ୍କା ନେଇ ନିର୍ମାତାଙ୍କ ପାଖକୁ ଆଗ୍ରା ଯାଇଥିବା ଶୁଣି ଥାନାବାବୁ ନୀରବ ହୋଇଗଲେ । ସେ ଖିଆଲ କରି ମୁଖିଆଙ୍କୁ କହିଲେ , ‘ ମୁଁ ଭଲ ଭାବେ ଜାଣିଛି, ଆଗ୍ରାରେ ଘନଶ୍ୟାମ ଦଶ ନାମକ ଜଣେ ବ୍ୟକ୍ତି ଫିଲ୍ମରେ କଳାକାର କରେଇ ଦେବାକୁ କହି ବହୁ ଯୁବକ , ଯୁବତୀଙ୍କୁ ଠକିଛି । ତେବେ ଇୟେ ବାପ ପୁଅ ସେଇ ଟାଉଟର ହାବୁଡରେ ପଡିଯାଇ ନାହାନ୍ତି ତ !.... ’

ବବଲୁ ଓ ଶ୍ୟାମଲାଲ ଗାଁକୁ ଫେରି ଥାନାବାବୁଙ୍କକଥା ଶୁଣିଲେ । ଶ୍ୟାମଲାଲ ଦ୍ଵନ୍ଦରେ ପଡିଥିଲେ ହେଁ ବବଲୁ ଧୌର୍ଯ୍ୟ ଧରିବାକୁ ଆଶ୍ଵାସନା ଦେଇଥିଲା ଓ ନିର୍ମାତା ତଥା ନିଜ ଭାଗ୍ୟ ଉପରେ ଭରସା ରଖିଥିଲା ।

ନିର୍ମାତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଠିକ୍ ସମୟରେ ଚିଠି ପାଇଥିଲା ବବଲୁ ଓ ଶୁଟିଂ ପାଇଁ ପହଞ୍ଚିଥିଲା ଆଗ୍ରାରେ । ଲଗାତାର ଚାରିଦିନ ଧରି ଚାଲିଲା ଶୁଟିଂ । ଭଲ ଅଭିନୟ ପାଇଁ ନିର୍ମାତାଙ୍କ ଦ୍ଵାରା ସେ ପ୍ରଶଂସିତ ହେଲା ।

ଏହାପରେ ମଧ୍ୟ ଦୁଇଥର ଫିଲ୍ମ ଶୁଟିଂ ହୋଇଥିଲା ଓ ସବୁଥର ବବଲୁକୁ ଡକା ଯାଇଥିଲା । କିନ୍ତୁ ଏହାର ଦୁଇ ମାସ ଅତିକ୍ରାନ୍ତ ହୋଇଥିଲେ ବି ଆଉ କୌଣସି ଖବର ବବଲୁ ପାଇ ପରି ନ ଥିଲା । ଶେଷକୁ ଅନନ୍ୟୋପାୟ ହୋଇ ବବଲୁ ପହଞ୍ଚିଥିଲା ଆଗ୍ରାରେ । ତାକୁ ସୂଚନା ଦିଆଯାଇଥିଲା ଯେ , ଫିଲ୍ମର ହିରୋଇନ୍ ତା’ର ପ୍ରେମିକ ସହ ଫେରାର ହୋଇଯିବାରୁ ଆଉ ଫିଲ୍ମ ପୂର୍ଣାଙ୍ଗ ହେବ ସମ୍ଭବ ନୁହେଁ ।

ଦଶ ହଜାର ଟଙ୍କା କ୍ଷତି ପାଇଁ ବବଲୁର ଘର ଅବସ୍ଥା ଶୋଚନୀୟ ହୋଇଗଲା । ଚାଷଜମି କେଇ ଗୁଣ୍ଠ ବନ୍ଧା ରହିଥିଲା । ଆଉ ପେଟ ପୋଷିବାକୁ ଗ୍ରାଜୁଏଟ ବବଲୁ ମଜୁରି ଖଟିବାକୁ ବାଧ୍ୟ ହୋଇଥିଲା ।

ବେଳେବେଳେ ଗାଁର ପିଲା ବବଲୁକୁ ହିରୋ.... ହିରୋ.... କହି ପରିହାସ କରୁଥିଲେ । ସବୁ କଥା ଜାଣି ମଧ୍ୟ ପଚାରୁଥିଲେ, ‘ କେତେବାଟ ଗଲାରେ ତୋ’ ଫିଲ୍ମ ? ‘ ଏତିକିବେଳେ ତା’ର ଇଜ୍ଜତ , ଯୋଗ୍ୟତା , ଜ୍ଞାନ-ଗରିମା ଉପରେ ଧୂଳି ଜମି ଯାଉଥିଲା ।

ବବଲୁ ସିନା ଫିଲ୍ମରେ ହିରୋ ହୋଇ ପାରି ନ ଥିଲା , ହେଲେ ସେ ନିଜ ହୃଦୟର ହିରୋ ଅବଶ୍ୟ ହୋଇଥିଲା । ଦିନେ ତା’ ଜୀବନରେ ସୁଖର ଦିନ ନିଶ୍ଚୟ ଆସିବ ଓ ସେ ଜଣେ ଷ୍ଟାର ହିରୋ ପାଲଟିଯିବ ବୋଲି ତା’ ଭିତରେ ଦୃଢ ଧାରଣା ଥିଲା । ଏହି ଆଶା ଓ ବିଶ୍ଵାସ ନେଇ ସେ ନିଜର ନିତିଦିନିଆ ଜୀବନ ବିତାଇ ଚାଲିଥିଲା ।



Rate this content
Log in

Similar oriya story from Classics