STORYMIRROR

Sunanda Mohanty

Inspirational Thriller Others

2  

Sunanda Mohanty

Inspirational Thriller Others

ହିରୋ

ହିରୋ

1 min
151


ଦୁଇ ବୁଢା ବୁଢ଼ୀ ସେଦିନ ରାସ୍ତାରେ ଚାଲୁ ଚାଲୁ ଅସୁସ୍ଥ ହୋଇ ପଡିଲେ କିଛି କରିବା ପୁର୍ବରୁ ଦୁହେଁ ରାସ୍ତାରେ ଶୋଇ ଯାଇଥିଲେ । ଦଉଡି ଆସିଲେ ପୋଲିସ ନେଇଗଲେ ହସ୍ପିଟାଲ, ସେବା କଲେ ନର୍ସ, କରୋନା ଜାଣିବି । ପରିଚିତ ସହାୟ ନିଜ ଲୋକ କେହି ପାଖରେ ନଥିଲେ ବି ଠିକ ଭାବେ ସ୍ୱାସ୍ଥ୍ୟର ଯତ୍ନ ନେଲେ ଡାକ୍ତର l

   ପୁଅ ବୋହୁ ଝିଅ ଜୋଇଁ ଆଉ ବୁଢା ବୁଢ଼ୀଙ୍କ ଭାଇ ଭଉଣୀମାନେ ଯିଏ ଯୋଉଠି ଥିଲେ ଖବର କାଗଜ ପଢି ଜାଣିବାକୁ ପାଇଲେ ଦୁହିଁଙ୍କୁ କରୋନା ଡରଭୟର କବଳିତରେ କେହି ଆସିନଥିଲେ ହେଲେ କରୋନା ଯୋଦ୍ଧାମାନଙ୍କ ଯୋଗୁଁ ଦୁହେଁ ଭଲ ହୋଇ ଘରକୁ ଫେରିବା ପରେ ନିଜ ଲୋକମାନଙ୍କର ହତାଦର ଓ ଟୀକ୍କା ଟିପ୍ପଣୀ ଅସହ୍ୟ ହୋଇଥିଲା, ତ ଦୁହେଁ ସେମାନଙ୍କ ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତି କରୋନା ରୋଗୀ ଓ କରୋନା ଯୋଦ୍ଧାଙ୍କ ସହାୟତା ପାଇଁ ଦାନ କରିଦେଇଥିଲେ ନିର୍ଦ୍ୱନ୍ଦରେ lଖାଲି ସେତିକି ନୁହେଁ ମୃତ୍ୟୁ ପୁର୍ବରୁ ନିଜର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟ ଦାନ କରିଯାଇଥିଲେ ସେହି କରୋନା ଯୋଦ୍ଧାମାନଙ୍କ ପାଇଁ, ଯାହା ଫଳରେ ସେ ଦୁହିଁଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଅଙ୍ଗ ପ୍ରତ୍ୟେଙ୍ଗର ପ୍ରତିରୋପଣରେ ଅନ୍ୟର ମୁଁହରେ ହସ ଫୁଟି ପାରିବ l

  ତାଙ୍କର ଏହି ଅବଦାନ ପାଇଁ ବୁଢାଙ୍କୁ ହିରୋ ଉପାଧିରେ ଭୂଷିତ କରାଇଥିଲେ, ରାଜ୍ୟ ସରକାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational