Sunanda Mohanty

Inspirational Others

3  

Sunanda Mohanty

Inspirational Others

ହେରାପଞ୍ଚମୀ

ହେରାପଞ୍ଚମୀ

2 mins
186



ରୋଗୀଣା ସ୍ତ୍ରୀ'ର ସବୁ ଆଶା ଛାଡ଼ିଦେଇ ଅନ୍ୟମନସ୍କ ଭାବେ ପୁରୀ ରଥଯାତ୍ରା ସମୟରେ ଆନମନା ଭାବେ ଢେର ସାରା ରାତି ଯାଏଁ ବୁଲୁଥିଲେ ମଦନ ବାବୁ । ଗୁଣ୍ଡିଚା ମନ୍ଦିର ସଂଲଗ୍ନ ଏରିଆରେ ତ ହଠାତ ମନ୍ଦିର ଆଡୁ ଶଙ୍ଖ କାହାଳୀ ଘଣ୍ଟା ହୁଳହୁଳି ହରିବୋଲ ପ୍ରକମ୍ପିତ କରି ଆସୁଥିବା ବିମାନରେ ମାଆ ଲକ୍ଷ୍ମୀ ବିଜେ କଲେ । ବନ୍ଦ ହୋଇଗଲା ସବୁ ବାଦ୍ୟ ଆଉ ଭଙ୍ଗା ହେଲା ରଥର କାଠ । ଆଉ ଫେରିଗଲେ ଲକ୍ଷ୍ମୀ, ରାଗ ଶୁଝେଇ ଜଗନ୍ନାଥଙ୍କ ଉପରେ । ରଥ ଭାଙ୍ଗି ଦେଇ ସାନ୍ତ୍ୱନା ପାଇ ଫେରିଗଲେ ମହାମାୟୀ । ହେଲେ ସେଇ ଝାପସା ଆଲୋକ ଭିତରେ ମଦନ ବାବୁଙ୍କ ଗୋଡ଼ରେ ଯାହା ବାଜିଲା ଉଠେଇ ସାରି ଦେଖନ୍ତି ତ ଭରା ଭରା ନୋଟ ବଣ୍ଡଲ । କିଏ କୋଉ ଉଦ୍ଦେଶ୍ୟରେ ଆଣିଥିବ ଟଙ୍କା କୋଉ ଦରକାରରେ ଭାବି ଅନେକ ଚେଷ୍ଟା କଲେ ଫେରେଇବା ପାଇଁ ହେଲେ ପ୍ରମାଣ ତ ପ୍ରମାଣ, କେହି ବି ଆସି କହିଲେନି ମୋ ଟଙ୍କା ହଜିଛି ତ ଲୁହ ଭରା ଆଖିରେ ଲକ୍ଷ୍ମୀମାଆଙ୍କ ଦାନରେ ସ୍ତ୍ରୀଙ୍କୁ ଧରି ବଡ଼ ମେଡିକାଲରେ ଚିକିତ୍ସା କରେଇ ସ୍ତ୍ରୀ ସୁସ୍ଥ ହେଲେ ଓ ବଳି ପଡ଼ିଥିବା ଟଙ୍କାରେ ଭଲ ବେପାର ବି ଚାଲିଲାl

  ସ୍ୱାମୀ ସ୍ତ୍ରୀ ଦୁହେଁ ସେଇଦିନଠୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଠିକ ହେରାପଞ୍ଚମୀ ଦିନ ଆସିଥାନ୍ତି ଭରା ମନିପର୍ସ ନେଇ ଆଉ ସମସ୍ତଙ୍କ ଅଲକ୍ଷରେ ଅଜାଣତରେ ପକେଇ ଦିଅନ୍ତି ମନିପର୍ସ । ଲକ୍ଷ୍ମୀମାଆଙ୍କ ରଥରୁ କାଷ୍ଠ ଭଙ୍ଗା କାର୍ଯ୍ୟକ୍ରମ ବେଳେ ଆଉ ଫେରିଆସନ୍ତି । ଏହି ଆଶାରେ ଯେ ତାଙ୍କ ପରି କେହି ନିଶ୍ଚୟ ଲକ୍ଷ୍ମୀମାଆଙ୍କ ଦୟାରେ ଉପକୃତ ହୋଇପାରିବ ଆଉ ଆଜି ଜାଣିବାକୁ ନ ଚାହିଁ ବି ପାଗଳଟିଏ ମନିପର୍ସ ଉଠେଇ ଯେବେ ପାଇଛି ପାଇଛି,ତତେ ହଜେଇ ମୁଁ ଖୋଜୁଛି ଏଯାଏଁ ଆଜି ପାଇଛି କହି ଚିତ୍କାର କରୁଥିଲା, ତ ମଦନ ବାବୁ ପାଖକୁ ଯାଇ ଦେଖିଲେ । ପାଗଳକୁ ଆଉ ଚିହିଁଲେ ତାଙ୍କ ବସ ମାଲିକ ହରିବାବୁ ଯାହାକୁ କେତେ ନେହୁରା ହୋଇ କି ବି ସେ ପଇସାଟେ ଦେଇନଥିଲେ ତାଙ୍କ ସ୍ତ୍ରୀଙ୍କ ଆରୋଗ୍ୟ ପାଇଁ । ସେଇ ହରିବାବୁଙ୍କ ଏମିତି ଅବସ୍ଥା ଦେଖି ସେ ଛାଡ଼ିଯାଇନଥିଲେ ତାଙ୍କୁ ବରଂ ସନ୍ଧାନ ନେଇ ତାଙ୍କ ପରିବାର ସହ ଭେଟିଥିଲେ । ସ୍ତ୍ରୀ ଚାଲିଯାଇଥିଲେ ଏ ଭିତରେ, ପୁଅ କହୁଥିଲା ସବୁ ଟଙ୍କା ସହ ମନିପର୍ସ ହଜିଯାଇ । ତାଙ୍କର ଏ ଅବସ୍ଥା ମଦନ ବାବୁ କେବଳ କହିଥିଲେ, ମନିପର୍ସ ମୁଁ ପାଇ ତାଙ୍କୁ ଫେରାଇ ଦେଇଛି ଏଣିକି ସେ ଭଲ ହେଇଯିବେ । ପୁଅ ତାଙ୍କର ଆଶ୍ଚର୍ଯ୍ୟ ଚକିତରେ ଚାହିଁ କହୁଥିଲା, ଏତେ ବର୍ଷ ପରେ ମନିପର୍ସ କୋଉଠୁ ମିଳିଲା ? କିଛି ଉତ୍ତର ନଦେଇ ମଦନ ବାବୁ ଫେରିଆସିଥିଲେ ସତ ହେଲେ ତା ପରଠୁ ସେ ସେମିତି ପ୍ରତିବର୍ଷ ହେରାପଞ୍ଚମୀରେ ଟଙ୍କା ଭର୍ତ୍ତି ମନିପର୍ସ ଭିକାରୀ, ପାଗଳ ଭଳି ଦିଶୁଥିବା ବ୍ୟକ୍ତି ପାଇବା ଭଳି ପକେଇଦେଇ ଆସନ୍ତି । ମାଆ ମହାଲକ୍ଷ୍ମୀ ସମସ୍ତଙ୍କୁ ସାହା ହୁଅ ମାଆ କହି, ଆଉ ଏଥର ହରି ବାବୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଦେଖି ମଦନ ବାବୁ ଓ ତାଙ୍କ ସ୍ତ୍ରୀ ଖୁସିରେ ଘରକୁ ଫେରିଥିଲେ । ହରିବାବୁଙ୍କର ପୂର୍ବ କଥା ସବୁ ମନେପଡ଼ି ସେ ଯେବେ ଅନୁତପ୍ତ କହୁଥିଲେ ମଦନ ବାବୁ କହୁଥିଲେ, ନାହିଁ ଆଜ୍ଞା ମାଆ କମଳିନୀ ଯାହାର ସାହା l


Rate this content
Log in

Similar oriya story from Inspirational