Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Akshayakumar Dash

Inspirational

3  

Akshayakumar Dash

Inspirational

ହେରା ପଞ୍ଚମୀ

ହେରା ପଞ୍ଚମୀ

1 min
100


ସୀତା ବିବାହିତା । ସକାଳୁ ସକାଳୁ ଉଠି ଗାଧୋଇସାରି ଠାକୁର ପୂଜା କରୁଛି। ତାର ସାଙ୍ଗ ମାଲବିକା ଘରକୁ ଆସି କହିଲେ ସୀତା ତୁମ ଘରେ ହେରା ପଞ୍ଚମୀ ପର୍ବ ପାଳନ କର କି? ସୀତା କହିଲା ହେରା ପଞ୍ଚମୀ ନା ତ। ହେରା ପଞ୍ଚମୀ ଶ୍ରୀକ୍ଷେତ୍ର ପୁରୀରେ ପାଳନ କରାଯାଏ। ରଥରେ ଶ୍ରୀଜଗତନାଥ ମାଉସୀମା ମନ୍ଦିର ଗୁଣ୍ଡିଚା ଘରେ ଥିଲାବେଳେ ମା ଲକ୍ଷ୍ମୀ ଆସି ବଡ ଠାକୁର କଂ ଉପରେ ରାଗି ତାଙ୍କର ରଥର କାଠ ଭାଙ୍ଗି ଦେଇ ଯାଆନ୍ତି। ମାଲବିକା କହିଲା, ମା ଲକ୍ଷ୍ମୀ କଣ ପାଇଁ ରାଗନ୍ତି?ତେବେ ଶୁଣ, ସୀତା କହିଲା। ଶ୍ରୀ ଜଗନ୍ନାଥ ବର୍ଷକୁ ଥରେ ମାଉସୀମା ଘରକୁ ବୁଲିଯାନ୍ତି। ତାଙ୍କ ସହ ସୁଭଦ୍ରା ଓ ବଳଦେବ ରଥରେ ଯାଆନ୍ତି।

ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇଯିବାରୁ ମାତା କ୍ରୋଧିତ ହୋଇ ଶ୍ରୀ ଜଗନ୍ନାଥ ସ୍ୱାମୀ ଠିକ କରିନାହାନ୍ତି ବୋଲି ଭଉଣୀ ବିମଳାଙ୍କ ନିକଟରେ ନିଜର ଅଭିମାନ ଜଣନ୍ତି।ମାତା ବିମଳା ସମାଧାନର ବାଟ ବତାନ୍ତି। ବିମଳାଙ୍କ କହିବା କଥା ଲକ୍ଷ୍ମୀଙ୍କୁ ତୁମେ ଯାଇ ହେରା ନଜର ପକେଇ ଆସ, ଠାକୁର ତୁମ ପଛରେ ଫେରିବେ। ତାତ୍ପର୍ଯ୍ୟ ଏହିକି ମା ଲକ୍ଷ୍ମୀଙ୍କ ନଜର ଆଢୁଆଳରେ ସୂଚନା ଦେବ ମା କ୍ରୋଧିତ ବୋଲି। ସେଇଆ ହେଲା, ମା ,ଗୁଣ୍ଡିଚା ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ ନଦେଇ ନାକ ଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗି ଦେଇ ଆସି ହେରଗୌର ସାହି ଦେଇ ଫେରିଲେ। ମାଲବିକା ପ୍ରଶ୍ନ କଲା, ହେରାର ଅର୍ଥ କଣ ? ସୀତା କହିଲା, ହେରାମାନେ ଆଡ଼ ,ରୁସ, କ୍ରୋଧ ଅର୍ଥରେ ହେରା ପଞ୍ଚମୀ। ଆମ ଜଗନ୍ନାଥ ସଂସ୍କୃତି ହିଁ ଓଡ଼ିଆ ଘରର ରୀତି ନିତି ସଂସ୍କୃତି। ମାଲବିକା ଶୁଣି କହିଲା ,ବଡ଼ଠାକୁର ଙ୍କ ନିକଟରେ ମା ଲକ୍ଷ୍ମୀ ପୁଣି ମାନ କଲେ। ଏଠି ଠାକୁର ମଣିଷର ଲୀଳା ସମାନ।


Rate this content
Log in

More oriya story from Akshayakumar Dash

Similar oriya story from Inspirational