Nihar Ranjan pradhan

Comedy Classics Inspirational

3  

Nihar Ranjan pradhan

Comedy Classics Inspirational

ହେ ପ୍ରଭୁ ଦେଖା ଦେ ପୁଳେ ଟଙ୍କା ଦେ

ହେ ପ୍ରଭୁ ଦେଖା ଦେ ପୁଳେ ଟଙ୍କା ଦେ

5 mins
262


 

ଧନେଶ୍ୱର ବାବୁ ଆଜି କାଲି ଭାରି ବିରକ୍ତ ହେଉଛନ୍ତି , ହେବେନି ! କିହୋ ଘରକୁ ପଶୁପଶୁ ସ୍ତ୍ରୀ ତାଙ୍କର ତାଗିଦ କଲା ଭଳିଆ ହାତକୁ ହଲେଇ ହଲେଇ କହୁଛି ...କାଲି ଯେଉଁ ପରିବା ଆଣିଥିଲ ତା " ଅବସ୍ଥା ଦେଖିଛ କି ନାହିଁ ? ବାଇଗଣ ଟିକେ ଦେଖିକରି ଆଣିଥାନ୍ତ , ଅଧ କେଜି ଉପରୁ ପୋକା ବାହାରି ଗଲାଣି । ପୋଟଳ କଥା ନ କହିଲେ ଭଲ ,ଗୋଟେ ଦିନ ଭିତରେ ପାଚି ନାଲି ପଡ଼ିଗଲାଣି , ଟମାଟର ପଚି ବୋହି ଗଲାଣି ଆଉ ଛୁଇଁ ସବୁ ଶୁଖିଲା କୁ ଉପରେ ବୁଢ଼ା । ପାଟିରେ ପୁରାଇଲେ ମଞ୍ଜି ଗୁଡାକ ରଡ଼ ରଡ଼ ହୋଇ ଚରା ବାହାରୁଛି । ଖାଲି ଆଳୁ ଆଣିଲେ କଣ ଦୁଃଖ ଯିବ ? ' କିହୋ ସବୁ ପରିବା ସାଙ୍ଗରେ ଆଳୁଟା ଆଣିବା କଣ ନିହାତି ଦରକାର ? ତୁମେ ସିନା ଗରମ ଭାତ ସହିତ ଆଳୁ ଭର୍ତ୍ତା ଲଗାଇ ଖାଇଦେବ , ପିଲାଛୁଆ ସଂସାର ସେ କଣ ଖାଇବେ ? ସେହି ଆଳୁ ଭର୍ତ୍ତା !


""   ସ୍ତ୍ରୀ ଙ୍କ କଥା ନ ସରୁଣୁ ସାନ ନାତୁଣୀ ଆସି କହିଲା --- ଜେଜେ ଜେଜେ କାଲି ମୋ ଜନ୍ମ ଦିନ ମୋ ପାଇଁ ଗୋଟେ ଭଲ ଜାମା ଟେ ଆଣିବ ଆଉ ତା ସହିତ ଷ୍ଟ୍ରବେରି ଫ୍ଲେଭର ର ଗୋଟେ ବଡ଼ କେକ୍ । ନାତୁଣୀ କଥା ପଛେ ପଛେ ବଡ଼ ନାତି କହିଲା ---- କେତେଦିନ ହେଲାଣି ମୋତେ କହୁଛ ଘଣ୍ଟା ଦେବ ବୋଲି , ମୋର କାଲି ଘଣ୍ଟା ଦରକାର । ସମସ୍ତ ଙ୍କୁ ଦେଲା ବେଳକୁ ଦେବେ ଆଉ ମୋ କଥା ପଡିଲେ ତୁମେ ମୁହଁ ବୁଲେଇ ଚାଲିଯିବ ।


     ବଡ଼ ବୋହୂ କହିଲା --- ବାପା ଦୁଇଦିନ ହେବ ମୋତେ ଥଣ୍ଡା ଜ୍ୱର ଟା ଛାଡ଼ୁନି , ଆଜି ମୁଁ ସନ୍ଧ୍ୟାରେ ଡାକ୍ତର ପାଖକୁ ଯିବି । ଘର ଭିତରେ ତା ବୁଢ଼ୀ ମା " ଟା କାଶୀ କାଶୀ ଆସି କହିଲା -- ମୋ କାଶ ଔଷଧଟା ବି ସରିଯାଇଛି ,ଆଜି ଆଣିବୁ ଟି ? ମୁଣ୍ଡଟାକୁ ହଲାଇ ଧନେଶ୍ୱର ବାବୁ ହଁ ମାରିଲେ ।


     ବୁଢ଼ା ବାପା ଆସି କହିଲା ---- ଧନିଆ ରେ ମୋ ଅଫିମ ସରିବାକୁ ବସିଲାଣି ... ରାତିରେ ଭଲ ନିଦ ହେଉନି । ଏଥର ରାଣୀ ହାଟ ଛକରୁ କରିମ ଚାଚା ପାଖରୁ ଅଫିମ ଟା ଆଣିବୁ  । ପଚାଶ ଶହେ ଅଧିକ ନେଲେ ପଛେ ନେଉ , ନିଶାଟା ଜବର ହୁଏ ବୋଲି ସନିଆ କହୁଥିଲା ।


     ସାନ ଝିଅ କଲେଜ ଯାଉ ଯାଉ କହିଲା -- ବାପା , ମୋ ହିଲ ଟା ଛିଣ୍ଡି ଯାଇଛି ଆଉ ଏ ଚପଲ ପିନ୍ଧି ମୁଁ କଲେଜ ଯାଇପାରିବିନି .. ହିଲ ପାଇଁ ଟଙ୍କା ଚାରିଶହ ଦେବକୀ ନାହିଁ କହିଲ ?


    ଠିକ ଏହି ସମୟରେ ବଡ଼ ପୁଅ ଆସି କହିଲା --- ବାପା , ଧାନ ଗଛରେ ପୋକ ଲାଗିଲେଣି ଆଉ ଗ୍ରୋମୋର ସାର ବି ପଡିନି । ଟଙ୍କା ଦୁଇହଜାର ଯାହାବି ହେଲେ ଦରକାର ।


     ଏତେ କଥା ଶୁଣି ସନ୍ଧ୍ୟାରେ ବୁଢାର ମୁଣ୍ଡ କାମ କଲାନି ... ସବୁ ହିସାବ କରି ଦେଖିଲା ଟଙ୍କା ପାଞ୍ଚ ଛ" ହଜାର ରୁ କମ ଖର୍ଚ୍ଚ ହେବନି । କୋଉଠୁ ଏତେ ଟଙ୍କା ଆସିବ ? ଭଗବାନ ଙ୍କୁ ଡାକିଲେ କଣ ସେ ଶୁଣିବେ ? ସେ କାହିଁକି ଶୁଣିବେ ମୋ କଥା । ବାଧ୍ୟ ହୋଇ ଅତି ପ୍ରିୟ ବନ୍ଧୁ ନବଘନ କୁ ଫୋନ କଲା । ଟଙ୍କା ଛ " ହଜାର ଉଦ୍ଧାର ଦେବାକୁ କହିଲା । ନବଘନ ବି ହଁ ମାରି କାଲି ସକାଳେ ପୋଲ ତଳକୁ ଆସିବାକୁ କହିଲା । ଏଥର ବୁଢ଼ା ଟିକେ ଶାନ୍ତିରେ ନିଶ୍ୱାସ ମାରି ଶୋଇଲା ।


          ସକାଳେ ହାଟ କୁ ଯିବା ପୂର୍ବରୁ ସ୍ତ୍ରୀ ତାଙ୍କର ଲମ୍ବା ଚିଠାଟିଏ ବଢ଼ାଇଦେଲେ । ପନି ପରିବା ତେଜରାତି ସଉଦା ସାଙ୍ଗକୁ ମାଂସ ପାଞ୍ଚ କେଜି । ଏତେ ମାଂସ କଣ ହେବ ହୋ ? ମାଂସ ଅଧ କେଜି ହେଲେ ଚଳିବ । ପାଞ୍ଚ କେଜି କଣ ପାଇଁ ? ସ୍ତ୍ରୀ ତାଙ୍କ ମନ କଥା ଜାଣି ପାରିଲା କି କଣ , ତା ଆଡୁ କହିଲା ନାତୁଣୀ ଟାର ଜନ୍ମ ଦିନ .. ତା ସାଙ୍ଗ ସାଥି ଆସିବେ କଣ ଆଳୁଭର୍ତ୍ତା ଖାଇ ଯିବେ ? ବୁଢ଼ା ଏକବାରେ ଚୁପ !!"


         ପୋଲ ପାଖରେ ପହଂଚି ଘଣ୍ଟାଟି ହେବ ନବଘନ କୁ ଫୋନ କରୁଛି ହେଲେ ତା ଫୋନ ଲାଗୁନି କାହିଁକି ସେ ଜାଣେନି । କଣ କରିବ ? ପୁଣ ଦଶ କିଲୋମିଟର ସାଇକେଲ ନେଇ ସେ ନବଘନ ଘରକୁ ଯାଇ ଆସିପାରିବ । ନବଘନ ତ ଏମିତି ନୁହଁ , ସେ କହିଛି ମାନେ ଯାହା ବି ହେଲେ ସେ କଥା ରଖିବ । ଠିକ ଏହି ସମୟରେ ଧନେଶ୍ୱର ବାବୁଙ୍କର ଭିଣେଇ ଫକୀରା ଯାଉଥିଲା । ସେ ନିଜ ଶଳାକୁ ଦେଖି ସେଠାରେ ରହିଗଲା । ସବୁ କଥା ବୁଝିସାରି କହିଲା -- ନବଘନ ଘରକୁ ଯିବା ପାଇଁ ମୋ ଗାଡ଼ିରେ ଏତେ ତେଲ ନାଇଁ । ବାଟରେ ବି କୋଉଠି ତେଲ ଟାଙ୍କି ନାହିଁ । ପଛକୁ ଯାଇ ତେଲ ପକାଇ ଆସିବାକୁ ପଡିବ । ଆଉ ମୁଖ୍ୟ କଥା ହେଲା ମୋ ପାଖରେ ପଇସା ଟେ ନାହିଁ । ଯଦି ଟଙ୍କା ଶହେ ଦିଅନ୍ତ ତେବେ ମୁଁ ତେଲ ପକାଇ ଆସି ତୁମକୁ ନେଇ ନବଘନ ବାବୁଙ୍କ ଘରକୁ ଯାଆନ୍ତି ।


         ଧନେଶ୍ୱର ବାବୁ ଭାବିଲେ .. ଏଇ ଫକୀରା କୁ ଆଗରୁ ବହୁତ ଥର ଟଙ୍କା ଦେଇ ବୁଡିଛି । ପୁଣି ଆଜି ଦେଲେ ପାଇବି ତ ? କଣ କରିବି ? ଦେବି ନା ଦେବିନି ? ନା ଆଜି ଟଙ୍କା ଶହେ ନ ଦେଲେ ପାଞ୍ଚ ହଜାର ଟଙ୍କା କେମିତି ପାଇବି ? ଏହା ଭାବି ବୁଢ଼ା ନିଜ ଭିଣେଇଁ ହାତକୁ ଟଙ୍କା ଶହେ ବଢ଼ାଇ ଦେଲେ ।


     ଦିନ ଆସି ବାରଟା ବାଜିବାକୁ ବସିଲାଣି ... ଫକୀରା ର ଦେଖାନାହିଁ ... କୁକୁର ଟା ଆଜି ପୁଣି ତାକୁ ପଟି ମାରିଦେଲା । ସତରେ ଫକୀରା ତୁ ମହା ପଟିମରା । ବୁଢ଼ା ପକେଟ ଆଣ୍ଡାଳି ଦେଖିଲେ ମାତ୍ର ତିରିଶି ଟଙ୍କା ଅଛି । ଏତିକି ଟଙ୍କାରେ କଣ ହେବ । ମନେମନେ ଭଗବାନଙ୍କୁ ବହୁତ ଗାଳି କରି ମାଗିଲେ ---- ହେ ପ୍ରଭୁ ଦେଖା ଦେ " ପୁଳେ ଟଙ୍କା ଦେ । କିହୋ ଗାଳି କରି ମାଗିଲେ ନିଜ ସ୍ତ୍ରୀ ବି ଟଙ୍କାଟେ ଦେବନି ଆଉ ଭଗବାନ କାହିଁ ଶୁଣିବେ ୟାଙ୍କ କଥା  ।


     ତିରିଶି ଟଙ୍କାରେ ଆଳୁ କେଜିଏ କିଣି ଘରକୁ ଫେରିଲେ । କେଜିଏ ତ ନୁହଁ କେଜିଏ ରୁ ସତୁରି ଗ୍ରାମ କମ ଦେଲା ଦୋକାନୀ । କହିଲା କଣ ନୂଆ କିଣୁଛ ଆଳୁ କିଲୋ ପରା ବତିଶି ଟଙ୍କା ।

     ବୁଢ଼ା ବ୍ୟାଗରେ ଆଳୁ ପୁରାଇ ଘରକୁ ଫେରୁଥାଏ । ଜାଣିଥିଲା ତିରିଶି ଟଙ୍କାରେ ଆଳୁ ଛଡା ଆଉ କିଛି ମିଳିବନି । ଆଳୁ ଭର୍ତ୍ତା କରି ଆଜି ଦିନଟା ତାଙ୍କ ପରିବାରକୁ ଆଜଷ୍ଟ କରିବାକୁ ହେବ । ହେଲା ଏହି ଆଳୁ ଭର୍ତ୍ତା ଲାଗି ଆଜି ଘରେ ମହାଭାରତ ବି ସୃଷ୍ଟି ହେବାକୁ ଯାଉଛି ଏକଥା ତାଙ୍କୁ ଅଛପା ନଥିଲା । ହଠାତ ତାଙ୍କ ଉପରକୁ ଗୋଟେ କଳା ପଲଥିନ ପଡିଲା । କଣ ସତରେ ଭଗବାନ ମୋ ଡାକ ଶୁଣିଲେ । ସତରେ କଣ ଅ ଅରିକ୍ଷିତକୁ ଦଇବ ସାହା ହେଲେ । ଏହାଭାବି ବୁଢ଼ା ଧଡ଼କିନା ସାଇକେଲ ରୁ ଓଲେହି ପଡି ଜରି ପାଖକୁ ଧାଇଁଲା । ସାଇକେଲ ର ଷ୍ଟାଣ୍ଡ ମାରିନଥିବାରୁ ସାଇକେଲ ଟା ତଳେ ପଡ଼ିଗଲା ଆଉ ଆଳୁ ଗୁଡାକ ରାସ୍ତା ଉପରେ ଖେଳାଇ ହୋଇଗଲା ।

   

    ବୁଢ଼ା ଯାଇ ସେ ଜରି ଖୋଲି ଦେଖେତ .... !! ଛି ଛି , ସେକଥା ଆଉ କୁହନି  । କିଏ ଗୋଟା ଜରିରେ ମଳ ଭର୍ତି କରି କିଏ ତା ଉପରକୁ ପକାଇଥିଲା । ଏମିତି ଗନ୍ଧରେ ନାକଟା ଫାଟିଯାଉଥିଲା । ଛି ଛି ! ଶେଷରେ ଧନେଶ୍ୱର ବାବୁ କାହାର ଘୁଅ ଉଠାଇଲେ । ସାଇକେଲ ପାଖକୁ ଯାଇ ଦେଖିଲେ ରାସ୍ତା ରେ ଖେଳାଇ ହୋଇ ପଡ଼ିଥିବା ଆଳୁ ଗୁଡାକ ଉପରେ ଗାଡି ଚଢି ଭର୍ତ୍ତା ହୋଇଯାଇଥଲା । ସେପଟେ ଫୋନ ରିଙ୍ଗ ହେବାରୁ ବୁଢ଼ା ଦେଖିଲା ତାଙ୍କ ଶ୍ରୀମତୀ ଫୋନ କରିଛନ୍ତି । ଫୋନ ଉଠାଇବାକୁ ସାହସ ନଥିଲା ତାଙ୍କର ଆଉ ପ୍ରଭୁ ଙ୍କ ପ୍ରତି ପାଟିରୁ ଯେଉଁ ଦୁଇ ଚାରି ଅକ୍ଷୀରିଆ ଭାଷା ବାହାରୁଥିଲା ନ କହିବା ଭଲ ....

      କ୍ରମଶଃ ....



Rate this content
Log in

Similar oriya story from Comedy