Sunanda Mohanty

Abstract Classics Children

3  

Sunanda Mohanty

Abstract Classics Children

ହେ ନ୍ୟାୟଧିଶ

ହେ ନ୍ୟାୟଧିଶ

2 mins
167


   ଦିନଚର୍ଯ୍ୟା ଭିତରୁ ପୂଜା ପୂଜିରେ ଭିଷଣ ବ୍ୟାଘାତ ସୃଷ୍ଟି ହେଉଥିଲା ତ ଅନିମା ଆଶଙ୍କିତ ହେଉଥିଲେ. ଧାରାବାହିକ କାର୍ଯ୍ୟକଳାପ ଭିତରେ କୋଉଦିନ ଠାକୁର ପୂଜା ଠିକ ଠିକ କରି ପାରୁନଥିଲେ, କୋଉଦିନ ଜଣାଣ କରିବା ପାଇଁ ଠିକ କରି ସମୟ ବି ଦେଇପାରୁନଥିଲେ ତ ଠାକୁରଙ୍କ କରୁଣା ଉଣା ହେବନିତ ବୋଲି ଆଶଙ୍କା ବି କରୁଥିଲେ l

   ଏସବୁ ନକରି ପାରିବାର କାରଣ କିନ୍ତୁ ଯିଏ, ସେ ଏକ ଛୋଟ ଗୁଳୁଗୁଲିଆ ଟିକି ଝିଅ, ଅନିମାଙ୍କ ନାତୁଣୀ, ଛୁଟିରେ ମାଆ ବାପା ଙ୍କ ସଙ୍ଗେ ଅଜା ଘର ବୁଲି ଆସିଛି, ତା ଦାରୋଟି ଖନେଇ ଖନେଇ ଡାକ ଓ ଖେଳ କୌତୁକ ଭିତରେ ବୁଡିରହି ସବୁ ରୁଟିନ ଅବ୍ୟବସ୍ଥିତ ତଥାପି ମନ ତ ଖୁସି ନା 

   ସମସ୍ତେ ପୁରୀ ବାହାରିଲେ ଜଗନ୍ନାଥଙ୍କ ଦର୍ଶନ ହୋଇପାରିବ କି ନା ଭାବି ଅଠେଇଶ ରେ ଥିବା ଜଗନ୍ନାଥଙ୍କ ମନ୍ଦିରକୁ ଆଗ ଗଲେ ତ ପ୍ରଭୁଙ୍କର ପହୁଡ଼ ପଡିଥାଏ କିନ୍ତୁ ସଙ୍ଗେ ସଙ୍ଗେ କବାଟ ଖୋଲାହେଲା ଆଉ ସୁନ୍ଦର ଦର୍ଶନ ବି ହୋଇଗଲା ତ ମନ ଆନନ୍ଦ ଓ ପେଟ ପୁରିଗଲା ଯେମିତି, ତ ମୁଣ୍ଡିଆ ମାରି କହୁଥିଲେ ଅନିମା, ହେ ନ୍ୟାୟାଧୀଶ, ଦିଅ ମୋ ସ୍ୱାମୀ, ପୁଅ, ଝିଅ, ଜୋଇଁ, ବୋହୁ ଓ ଟିକି ନାତୁଣୀ ଟିକୁ ଶୁଭ ଆଶିଷ l

   ପୁରୀରେ ପହଂଚି ଦର୍ଶନ ଆଜି ଚାଲିଛି ଶୁଣି ଯେତିକି ଖୁସି ହେଲେ ଅନିମାଙ୍କ ସହ ତାଙ୍କ ପରିବାର, ଧାଡିରେ ଯିବା କଥା ଶୁଣି ଓ ଭାବି ସେତିକି ଭାଙ୍ଗି ପଡୁଥିଲେ ସେମାନେ, ହେଲେ ଧାଡି ଥିଲା ଜନଶୂନ୍ୟ, ଜଣେ ଅଧେ କାଁ ଭାଁ ଚାଲୁଥିଲେ ଧାଡିରେ ତ ସୁନ୍ଦର ଭଵେ ଅତିକ୍ରମ କଲେ ବାରିକେଟ ସେମାନେ,ଦର୍ଶନ କଲେ ପତିତପାବନଙ୍କୁ, କାଶୀବିଶ୍ୱନାଥଙ୍କୁ ଆଉ ବେଢ଼ା ତଥା ଭିତର ବେଢାରେ ଚତୁର୍ଦ୍ଧାଙ୍କୁ, ଛୋଟ ନାତୁଣୀ ଠାକୁରଙ୍କୁ ଶିଶୁସୁଲଭ ଭଙ୍ଗୀରେ ଟା ଟା ବାଏ ବାଏ କରୁଥିଲା ତ ତାକୁ ମୁଣ୍ଡିଆ ମାରିବାକୁ କୁହାଯାଇ ଶିଖାଉଥିଲେ ତା ବାପା ମାଆ କହୁଥିଲେ ମୁଣ୍ଡିଆ ମାର ଧନ ଯେମିତି ଜେଜେମା କରନ୍ତି ଘରେ, ତ ଛୁଆଟା ଢ଼ୋ କରି ମାରୁଥାଏ ମୁଣ୍ଡିଆ ଆଉ ଅନିମା ଡାକୁଥାନ୍ତି, ହେ ନ୍ୟାୟାଧୀଶ, ରକ୍ଷାକର ସଭିଙ୍କୁ, ଦୁଃଖ, ଯନ୍ତ୍ରଣା, ରୋଗ, ଶୋକ, ଦୁର୍ଦଶା ପରିହାର କରି ଶୁଭ ଆଶିଷ ପ୍ରଦାନ କର ପ୍ରଭୁ l


Rate this content
Log in

Similar oriya story from Abstract