Kalpana Pradhan

Thriller

4.0  

Kalpana Pradhan

Thriller

ହାଥୀଖାଲ

ହାଥୀଖାଲ

3 mins
345


ସେ ଦିନ ଥିଲା ରଥଯାତ୍ରା, ଗାଁ ରେ ସମସ୍ତ ଲୋକ ପ୍ରାୟ ଯୋଗ ଦିଅନ୍ତି ସେହି ଯାତ୍ରା ରେ l ଏହା ଅନୁଷ୍ଠିତ ହୁଏ ଆମ ଗାଁ ର ଜଙ୍ଗଲ ସେପଟେ ଥିବା ଗଡଜାତ ଅଂଚଳ ରେ l ମୋତେ ହୋଇଥିଲା ଆଠ ବର୍ଷ, ବାବା ଘରେ ନଥାନ୍ତି ବହୁକଷ୍ଟ ରେ ଭଉଣୀ ଠୁଁ ଆଣିଲି ସେଠାକୁ ଯିବା ପାଇଁ ଅନୁମତି l

ସେଦିନ ମୋ ମନରେ କେତେକଣ ଭାବନା ଉଙ୍କି ମାରୁଥିଲା l

ପଡିଶା ଘର ନାନୀ ସହ ମୁଁ ବାହାରିଲି l ଶିଶୁ ମନ କେବେ ଘର ଲୋକଙ୍କ ବିନା କୁଆଡେ ଯାଇନି ପ୍ରଥମେ ଡର ଲାଗୁଥିଲା କିନ୍ତୁ ରଥ ଦେଖିବା ଆଗ୍ରହ ମନକୁ ପୁଲକିତ କରୁଥାଏ l ସେଠାରେ ପ୍ରାୟ ସନ୍ଧ୍ୟା ସମୟରେ ରଥ ଟଣା ହୁଏ l ଆମେ ଚାରିଟାରେ ଘରୁ ବାହାରିଲୁ ମୋତେ ଘରେ ଦଶ ଟଙ୍କା ଦେଇଥାନ୍ତି ଖର୍ଚ୍ଚ କରିବାକୁ l ଗାଁ ର ବି ବହୁତ ଛୋଟ ବଡ଼ ପିଲା ବଡ଼ ଲୋକ ମାନେ ଧାଡି ଲାଗିଥାନ୍ତି ଜଙ୍ଗଲକୁ l ମୁଁ ନାନୀ ଙ୍କୁ ପଚାରିଲି -ଆମେ ବି ଜଙ୍ଗଲ ଦେଇ ଯିବା?

ହଁ, ତୁ ଡରୁଛୁ କି ଡରନି ଏବେ ଜଙ୍ଗଲ ଚଲଚଞ୍ଚଲ l ବହୁତ ଲୋକ ଯିବା ଆସିବା କରନ୍ତି l ଗାଁ ର ସଡ଼କ ସରି ଆମେ ଜଙ୍ଗଲ ରେ ପ୍ରବେଶ କଲୁ l ମୁଁ ନାନୀ ଙ୍କ ପଛରେ ଚାଲୁ ଥାଏ l ବଡ଼ ସଂକୀର୍ଣ୍ଣ ପଥ, ଝଙ୍କାଳିଆ ବୃକ୍ଷ ରାଜି ରାସ୍ତା ରେ କଣ୍ଟା ବୁଦା ଗୁଡିକ ଯେପରି ବାଟ ଓଗାଳୁ ଥାନ୍ତି l ମୁଁ କେବେ ଏତେ ବାଟ ପାଦ ରେ ଚାଲିନି l କୁନି ପାଦ ମୋର ଥକି ଆସୁଥିବା ବେଳେ ବାଟ ବି ଆହୁରି କଠିନ ହୋଉଥାଏ l କେବଳ ଗୋଟିଏ ପାଦ ହିଁ ରହିବ ତାପାଖରେ ଏକ ବିରାଟ ଖାଲ l ବଡ଼ଲୋକମାନେ ବଡ଼ ସନ୍ତର୍ପଣ ଚାଲିଯାଉଥିଲେ l ନାନୀ ମୋତେ କହିଲେ ଟୁନି ଏ ହେଉଛି ହାତୀ ଖାଲ ମୋ ହାତ ଧରି ଧୀରେ ଏପଟକୁ ଡିଆଁ ମାରେ l ମୋ ପାଦ ଥରୁ ଥାଏ ବାବା ବୋଉ ଭଉଣୀ ସମସ୍ତେ ମନେପଡୁଛି, ଭାବୁଥିଲି କାହିଁକି ଅସିଲି l ସେ ଜାଗାଟି ଆହୁରି ଭୟ ଲାଗୁଥିଲା ସେଇ ଖାଲଟିକୁ ଚାହିଁଲେ l ଥରେ ଗଳି ପଡିଲେ ମୁକ୍ତି ର ବାଟ ନାହିଁ l ଯାହା ହେଉ ନାନୀଙ୍କ ସାହାଯ୍ୟ ରେ ସେପଟକୁ ଗଲି l ଆଉ ଅଳ୍ପ ବାଟ ଗଲାପରେ ଶୁଭିଲା ଜନ କୋଳାହଳ l ଯାତ୍ରା ଦେଖି ହଜି ଯାଇଥିଲା ମୋ ମନ l ଭଳି ଭଳି ପସରା, ସ୍ୱାଦିଷ୍ଟ ଖାଦ୍ୟ l ସେ ସମୟ ରେ ଦଶ ଟଙ୍କା    ବିନିମୟ ମିଳୁଥିଲା ଅନେକ ଜିନିଷ l ଯେତେବେଳେ ଟଙ୍କା ସରିଲା ନାନୀ କଥା ମୋ କାନ କୁ ଶୁଭିଲା ସେ କେତେବେଳୁ ମୋତେ କହୁଥିଲେ ଅନ୍ଧାର ହେଲାଣି ବାଟ ଦିସିବନି l

ଏଥର ଘର ଲେଉଟାଣି ବେଳ, ଯାତ୍ରା ବୁଲା ରେ ଭୁଲି ଯାଇଥିଲି ସେଇ ହାତୀଖାଲ ବିଷୟରେ l ସଞ୍ଜ ନଇଁ ଆସିଥାଏ ବାଟ ଦେଖିବା କଷ୍ଟ ହେଉଥିଲା l ନାନୀ ମୋତେ କହୁଥିଲେ ତୁ ମୋ କଥା ଶୁଣିଲୁନି ଏବେ ଜଲଦି ଜଲଦି ପାଦ ପକା ନହେଲେ...... l ସହଜେ ଜଙ୍ଗଲ ଅନ୍ଧାରୁଆ ରାସ୍ତା ସେପଟେ ସରୀସୃପ ଠୁଁ ଆରମ୍ଭ କରି ବନ୍ୟ ଜନ୍ତୁ ଙ୍କ ଭୟ ମୋ ଦେହ ଶୀତେଇ ଯାଉଥାଏ l ପ୍ରାୟ ଲୋକମାନେ ବାହୁଡ଼ିଗଲେଣି l ଆସିଲା ସେହି ହାତୀଖାଲ ଭୟରେ ପାଦ ଥୋଉ ଥୋଉ କାହୁଁ ଶୁଭିଲା ଏକ ଗର୍ଜନ l ଭାରସାମ୍ୟ ହରେଇ ଗାଳିପଡିଲି ଗାତକୁ! ସୌଭାଗ୍ୟ ବଶତଃ ଏକ ଚେର କୁ ଧରି ଲଟକି ଥାଏ l ସୁନ୍ଦର ଜମାଟି ମୋର କଣ୍ଟା ରେ ଲାଗି ଚିରି ଯାଇଥିଲା l କହୁଣୀ ଆଣ୍ଠୁ ଛିଣ୍ଡି ରକ୍ତ ବହିବାରେ ଲାଗିଥିଲା l ନାନୀ ବୁଝିପାରିଲେନି ସେ କ'ଣ କରିବେ l ମୁଁ କିନ୍ତୁ ମନେପକାଇଲି ମୋ ଭଉଣୀ କଥା - ଯେବେ ବି ତୁ କୌଣସି ବିପଦ ରେ ପଡ଼ିବୁ ନିଜ ଉପରୁ ବିଶ୍ୱାସ ହାରିବୁନି l କିଛି ସମୟ ଆଖିକୁ ବନ୍ଦ କରି ପ୍ରଥମେ ସ୍ଥିର ହେବୁ l ମୁଁ ବି ସେୟା କଲି l ଆଖି ଖୋଲିଲି ଦେଖିଲି ଗାତ ର କିଛି ଅଂଶ ଏମିତି ଅଛି ଯେଉଁ ଥିରେ ମୁଁ ଚେଷ୍ଟା କଲେ ଉପରକୁ ଆସିପାରିବି l ବାସ ସେଥିରେ ମୁଁ ସଫଳ ହେଲି ନାନୀ ବି ଦମ୍ଭ ର ସହ ମୋତେ ଜଗିଥାନ୍ତି l ଭାଗ୍ୟ କୁ ଆମ ଗାଁ ର ଦାଦା ଜଣେ ହାତରେ ଜଳୁଥିବା ଟାୟାର ଧରି ସେଠାରେ ପହଁଚିଲେ l ସେତେବେଳେ ରାତି ହୋଇଯାଇଥାଏ ତାଙ୍କ ସହ ଆମେ ଗାଁକୁ ଫେରିଲୁ l ମୋ ଅବସ୍ଥା ଦେଖି ଘର ଲୋକ ସେଇଦିନଠୁ ମୋତେ କେବେ ବି ଏକୁଟିଆ ଛାଡ଼ନ୍ତିନି l

ଏବେ ବି ସେ ମୁହୂର୍ତ୍ତ ମାନପଡିଲେ ଦେହମନ ରୋମାଂଚିତ ହୋଇଉଠେ ମୁଁ ଯଦି ତଳକୁ ଚାହାନ୍ତି ତେବେ.....


Rate this content
Log in

Similar oriya story from Thriller