STORYMIRROR

Shaktiprava Mishra

Tragedy Inspirational

3  

Shaktiprava Mishra

Tragedy Inspirational

ହାତ

ହାତ

2 mins
547


                                        

      ସେଦିନ ଦୁହେଁ ଦୁହିଙ୍କ ହାତକୁ ଧରି ଫଟୋ ଉଠାଇବା ପରେ ରାକେଶ କହିଲେ, ମୋ ହାତକୁ ଫଟୋରେ ବି ଛାଡୁନ ତୁମେ। ହସିଦେଇ ଜିତା କହିଲା, ଛାଡ଼ିଦେବି ? ତୁମ ପୁରୁଷ ଜାତିକୁ ବିଶ୍ବାସ ଅଛି ? ମୁଁ ଧରିଛି ବୋଲି ତୁମେ ବାଟରେ ଅଛ।

    ଫେସ୍ ବୁକ୍ ରେ ଫଟୋଟିକୁ ଅପ୍ଲୋଡ୍ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ଜିତା। ପୁରା ଫୋଟୋଟି ଆସୁନଥିଲା ୱାଲ ରେ ।ରାକେଶ୍ ପୁଣି କହିଥିଲେ, ତୁମର ହସହସ ଫଟୋଟିକୁ ଦିଅ। ମୋ ଅଧା କଟା ଫଟୋରୁ କିଛି ଦୃଶ୍ୟ ନ ହେଲେ ବି ଲୋକେ ଜାଣିନେବେ ତୁମେ ସମ୍ଭାଳିଥିବା ଏଇ ହାତଟି ତୁମ ସ୍ବାମୀଙ୍କର ବୋଲି।

           ଆଜି ବି ସେ ଫଟୋଟିକୁ ଦେଖିଲେ ଘଡିଏ ଅଟକିଯାଏ ଜିତା ।ମନେପଡିଯାଏ ଅତୀତର ସ୍ମୃତି ।ସେ ସମୟରେ ଅନେକ ଥର ସିଏ ଭାବିଛି ଅପ୍ରିୟ ହେଲେ ବି ଏହାହିଁ ଦିନେ ସତ୍ୟରେ ପରିଣତ ହେବ । କ୍ୟାନ୍ସର ରୋଗରେ ପୀଡିତ ରାକେଶ ତାକୁ ଏକୁଟିଆ କରି ଏ ସଂସାରରୁ ବିଦାୟ ନେଇଯିବେ ଆଉ ସେ ରହିଯିବ ଅସହାୟ ନାରୀଟିଏ ସାଜି । ରାକେଶ ଯେମିତି ତା ମନକଥା ବୁଝିନେଇ କୁହନ୍ତି ଜିତା , ଏ ଦେହଟା ତୁମକୁ ଧୋକା ଦେଇପାରେ କିନ୍ତୁ ମୋ ଆତ୍ମା ଯେଉଁଠି ଥିଲେ ବି ତୁମର ହୋଇ ରହିଥିବ । ରାକେଶଙ୍କର ଏମିତି କଥାକୁ ସେତେବେଳେ ଜିତା ଆଦୌ ଗୁରୁତ୍ୱ ଦେଉନଥିଲା । ତାର ବିଶ୍ୱାସ ଥିଲା ଦେହ ଗଲେ ସବୁ ଗଲା । ତା ମନ ରଖିବାକୁ ରାକେଶ ତାକୁ କେବଳ ବୁଝେଇ ଚାଲିଛନ୍ତି ।

            ପାହାଡ଼ ଭଳି ଜୀବନଟା ଏବେ ଆଁ କରି ଜିତାଆଡ଼େ ଚାହିଁରହିଥିଲା । ଅସହାୟ ଘେରରେ ଯେତେବେଳେ ସେ ବାଟବଣା ହେଉଥିଲା ଆଖିବୁଜି କିଛି ସମୟ ଉପରକୁ ହାତଟେକି ଅପେକ୍ଷା କରୁଥିଲା କାହାର ସ୍ପର୍ଶଲାଭ ଆଶାରେ । ଧୀରେ ଧୀରେ ସବୁ ଅଡ଼ୁଆ ସୂତା ଫିଟିଯାଇ ରାସ୍ତା ସଫା ହେଇଯାଉଥିବାର ଅନୁଭବ ଦିନକୁ ଦିନ ତା ମନର ବିଶ୍ୱାସକୁ ଦୃଢ କରିଦେଥିଲା ଯେ ଦୁନିଆ ଆଖିରେ ସିନା ରାକେଶ ମୃତ କିନ୍ତୁ ଜିତାପାଇଁ ସେ ସବୁବେଳେ ଜୀବନ୍ତ ।

       ରାକେଶ ନଥିଲେ କଣହେଲା ତାଙ୍କ ପ୍ରେମ ଆଉ ବିଶ୍ୱାସର ହାତଟି ଏବେବି ଜିତା ପାଖରେ ଅଛି । ସେତିକି ସମ୍ବଳ ତା ପାଇଁ ଯଥେଷ୍ଟ ତାର ବାକି ଜୀବନ କାଟିଦେବାକୁ ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shaktiprava Mishra

Similar oriya story from Tragedy