Parameswar Ojha

Tragedy Inspirational

4  

Parameswar Ojha

Tragedy Inspirational

ହାପି ଦିବାଲି

ହାପି ଦିବାଲି

5 mins
437


ରାତି ପାହିଲେ ଦିବାଲି ସାତ ଦିନ କମ୍ପାନୀ ଛୁଟି । କମ୍ପାନୀ ସାରା ସମସ୍ତଙ୍କ ମନରେ କାହିଁରେ କେତେ ଖୁସି । କିଏ କୋଉଠିକି ସବୁ ବୁଲିବାକୁ ଯିବେ ସବୁ ଯୋଜନା ଏବେଠୁ ସରିଲାଣି । କମ୍ପାନୀ ବୋନସ୍ ଟଙ୍କା ଏଥର ଡବଲ୍ ହୋଇଛି ଶୁଣିବାକୁ ମିଳୁଛି କମ୍ପାନୀରେ ଗତ ବର୍ଷ ଠାରୁ ଏ ବର୍ଷ ମୁନାଫା ଖୁବ୍ ଭଲ ହୋଇଛି । ତେଣୁ ସମସ୍ତ କର୍ମଚାରୀ ବେସ୍ ଉତ୍ସାହର ସହ ଚାହିଁ ରହିଛନ୍ତି ବୋନସ୍ ଟଙ୍କାକୁ । ବୋନସ୍ ମିଳିଲେ କିଏ କେତେ ପ୍ରୋଗ୍ରାମ କରିଛନ୍ତି । ନୂଆ ନୂଆ ଜିନିଷ ସବୁ କିଣିବେ କିଏ ମୋବାଇଲ୍ ଘଡ଼ି ଭଲ ଜୋତା ଘରୋଇ ସାମଗ୍ରୀ ଏମିତି ଅନେକ । ସାତ ଦିନ ବୁଲାବୁଲି ମଉଜ୍ ମସ୍ତି କରି ଖୁବ୍ ଉପଭୋଗ କରିବେ ପିଲା ସବୁ । ଏଥିପାଇଁ ସମସ୍ତଙ୍କର ଖୁବ୍ ଉତ୍କଣ୍ଠାପୂର୍ଣ୍ଣ ପ୍ରତୀକ୍ଷା ଦିବାଲୀ ଛୁଟି ଆଉ ଦିବାଲୀ ବୋନସକୁ ।

କିନ୍ତୁ ସୁରଜ୍ ମନ ମାରି ବସିଛି ଢେର୍ ଦିନ ହେବ, ଦିବାଲୀର ଛୁଟି ତା ମନରେ କିଛି ବି ଖୁସିର ପ୍ରଭାବ ପକାଇ ପାରିନି । ଚାହୁଁ ଚାହୁଁ ତା ଗୋଟିଏ ବୋଲି ଭଉଣୀର ବାହାଘର ଭାଙ୍ଗି ଯିବାକୁ ବସିଛି । ଘରେ ପକ୍ଷାଘାତ ରୋଗୀ ବାପା ସଯ୍ୟାଶାୟୀ ଘର ଚଳେଇବାକୁ ସେ ଏକୁଟିଆ । ଗୋଟିଏ ବୋଲି ଅଲିଅଳି ଭଉଣୀ ଚାନ୍ଦିନୀ । ଛୋଟ ବେଳୁ ସମସ୍ତଙ୍କର ସେ ଅତି ଗେହ୍ଲା ଖୁବ୍ ଗେଲ ବସରରେ ବଢ଼ିଛି । ଭଉଣୀ ଯେତେବେଳେ ଖେଳନା ବୟସରେ ଖେଳନା ମାଗିଛି ସେତେବେଳେ ସୁରଜ୍ ତାକୁ ଆକାଶର ଚାନ୍ଦ ତୋଳିଆଣି ଦେଇଛି । ଭଉଣୀ ପାଦରେ କଣ୍ଟା ଫୁଟିଲେ ସୁରଜ୍ ଛାତିକୁ କଷ୍ଟ ହୋଇଛି । ତାର ଦେହ ଅସୁସ୍ଥ ହେଲେ ୟାକୁ ଦୁର୍ବଳ ଲାଗିଛି । ଆଜି ଯେତେବେଳେ ସେଇ ଭଉଣୀର ବାହାଘର କେତେ ହଜାର ଟଙ୍କା ପାଇଁ ବାହାଘରଟି ଭାଙ୍ଗି ଯିବାକୁ ବସିଛି ସୁରଜ୍ କେମିତିବା ସହି ପାରିବ ? ନିଜକୁ ଧିକ୍କାର କରୁଛି ତା ଅପାରଗ ପଣ ପାଇଁ ନିନ୍ଦା କରୁଛି ନିଜ ଚାକିରୀ କି ସ୍ୱଳ୍ପ ଦରମା ପାଇଁ । ସତରେ ଯଦି କିଏ ତାକୁ ସବୁଦିନ ପାଇଁ କିଣି ନିଅନ୍ତା ୮୦ ହଜାର ଟଙ୍କା ବଦଳରେ ତେବେ ବି ସେ ବହୁତ ଖୁସି ହୁଅନ୍ତା । ଭଉଣୀର ଖୁସି ପାଇଁ ତାର ଯେତେ ପ୍ରକାର କଷ୍ଟ ସବୁ ନିଜ ଦେହରେ ଚନ୍ଦନ ପରି ଲିପି ଦେଇପାରେ ସେ ହସି ହସି । 

କିନ୍ତୁ ସେ ଆଜି ନିରୁପାୟ, ଯୋଉଠି ବନ୍ଧୁ ବାନ୍ଧବ ନିଜର ଆତ୍ମୀୟ ମାନେ ଟଙ୍କା ଦେବା ପାଇଁ ମୁହଁ ମୋଡ଼ି ଦେଲେ । ଏଠି କମ୍ପାନୀ ପିଲାଙ୍କୁ ଅଳ୍ପ ପରିଚିତ ସାଙ୍ଗମାନଙ୍କୁ ମାଗିବ କୋଉ ମୁହଁରେ ? କିଏ କୁଆଡୁ ସବୁ ଆସିଛନ୍ତି ହିନ୍ଦୀ ପିଲା ସବୁ, ସିଏ ଯେତିକି ସେମାନଙ୍କୁ ଚିହ୍ନିଛି ସେମାନେ ଖାଲି ଲାଭ ଖୋଜନ୍ତି, କାହାକୁ ସାହାଯ୍ୟ କରିବା ପ୍ରକୃତି କାହା ଠାରେ ବି ସେ ଦେଖିନି । କାହାର ବ୍ୟକ୍ତିଗତ ଜୀବନରେ କିଛି ଅଘଟଣ ଘଟିଲେ ତାଙ୍କର କଣ ଯାଉଛି ଯେ... । ହୋଇପାରେ କେତେ ଜଣ କିଏ ଦେଇ ପାରନ୍ତି ପାଞ୍ଚ କି ଦଶ ହଜାର ହୋଇପାରେ । କିନ୍ତୁ ତା'ର ଅଶି ହଜାର ଆବଶ୍ୟକ ଯେ .. । କୋଉଠୁ ଆଣିବ ଏତେ ପଇସା ? ସତରେ କଣ ତାର ପ୍ରିୟ ଭଉଣୀ ବାହାଘର ଏମିତି ଚାହୁଁ ଚାହୁଁ ଭାଙ୍ଗି ଯିବ ? ଗଳି ପଡ଼ିଲା ଦୁଇ ଆଖିରୁ ଗରମ ବହଳ ଲୁହ ଦୁଇ ଧାର । 

 

ବହୁତ ଖୋଜା ଖୋଜି ପରେ ଶେଷରେ ଭଲ ପ୍ରସ୍ତାବଟିଏ ଜୁଟିଛି । ରେଲୱେ ଚାକିରୀ କରିଛି ପୁଅଟି ଦୁଇ ଭାଇରେ ଏ ବଡ ପୁଅ । ସୁନ୍ଦର ପିଲାଟି..... ସୀମା ସାଙ୍ଗକୁ ଯୋଡି ଖୁବ୍ ସୁନ୍ଦର ଲାଗିବ । ସୁରଜ୍ ତା ସହ କଥା ହୋଇ ସାରିଛି ଖୁବ୍ ଭଲ ସ୍ୱଭାବର ପିଲାଟି । ସିଧା ସ୍ପଷ୍ଟ କଥା ତାର ' ମୁଁ କିଛି ଯୈାତୁକ ଚାହୁଁନି କି ସେ ବାବଦୀୟ କିଛି ବି ଉଦ୍ଦେଶ୍ୟ ନାହିଁ ମୋର । ଆପଣଙ୍କ ଭଉଣୀ ମୋର ପସନ୍ଦ ଆସିଛି । ଖାଲି ଯାହା ଘରେ ବାପା ବୋଉ ପରିବାର ସେମାନେ ସବୁ ଖାତିର ଆଉ ଷ୍ଟାଟସକୁ ଧ୍ୟାନ ଦିଅନ୍ତି ବାହାର ଲୋକ ଯଦି ଆମକୁ ଟିକେ ନିଚା ଦେଖାଇ କିଛି ବି କୁହନ୍ତି ସେମାନେ ବିଲକୁଲ ସହି ପାରିବେନି । ତେଣୁ ସେଥିପାଇଁ ସେମାନେ ଯୈାତୁକ ବାବଦ କିଛି ଟଙ୍କା ଚାହୁଁଛନ୍ତି । ଯଦି ଆପଣ ଦେଇ ପାରିବେ ତ କଥା ଆଗକୁ ବଢାନ୍ତୁ ନହେଲେ ମୁଁ ଆପଣଙ୍କ ସହ କୈାଣସି ବାହାନା କରି ମିଛ ପ୍ରତିଶ୍ରୁତି ଦେବାକୁ ଚାହେଁନା ... । 

ପୁଅଟିର ଏଇ ସିଧା ସଳଖ କଥାଟି ସୁରଜକୁ ଖୁବ୍ ପସନ୍ଦ ଆସିଥିଲା । ତା ଭଉଣୀ ଏଇ ପିଲାଟିକୁ ବାହା ହେଲେ ବହୁତ ଖୁସିରେ ରହିବ । ସୁରଜ୍ ସ୍ଥିର କଲା ବିଭାଘର ଏଇଠି ହିଁ ହେବ ଯାହା ଯେତିକି ଖର୍ଚ୍ଚ ହେଉ ପଛେ । କିନ୍ତୁ ଶାଶୁ ଶ୍ୱଶୁର ଯେ ହେବେ ତାଙ୍କ ସହ କଥା ହୋଇ ଟଙ୍କା ଯୋଗାଡ କଲା ବେଳକୁ ହାରାହାରି ଲକ୍ଷେ ଟଙ୍କା ଭଳି ଅଘଟ ହେଉଛି । ଶାଶୁ ଶ୍ୱଶୁରଙ୍କ କହିବା କଥା ଚେନ୍ ମୁଦି ଆଉ ଘରର ଆସବାବ ସଜ ସହ ନଗଦ ଟଙ୍କା ୬୦ ହଜାର ନେବେ ୟା ଠୁଁ କମ୍ ହେଲେ ତାଙ୍କ ମାନ ସମ୍ମାନ ଉପରେ ଆଞ୍ଚ ଆସିବ । 

ସୁରଜ୍ ପାଖରେ ମୋଟ ଅଢେଇ ଲକ୍ଷ ଥିଲା, ଆଉ କିଛି ଚିହ୍ନା ପରିଚିତ ଲୋକଙ୍କ ଠାରୁ କରଜ ନେଲା ଏମିତି ଏମିତି ତିନି ଲକ୍ଷ ପୁରା ହୋଇଗଲା । କିନ୍ତୁ ତା ଖର୍ଚ୍ଚବାଚ ହିସାବ କଲା ବେଳକୁ ଆହୁରି ଅଶି ହଜାର ଦରକାର ଟୁକୁରୁ ମୁକୁରୁ ହିସାବ କଲା ବେଳକୁ ପାଖାପାଖି ଲକ୍ଷେ ଟଙ୍କା । 

ବେଳକୁ ବେଳ ଭାଙ୍ଗି ପଡୁଛି ସୁରଜ୍ ତାର ଗୋଟିଏ ବୋଲି ଭଉଣୀର ବଡ ଧୁମ୍ ଧାମରେ ବାହାଘର କରିବ ବୋଲି ଟଙ୍କା ସବୁ ସଞ୍ଚୟ କରି ରଖିଥିଲା କିନ୍ତୁ ସେଇ ଟଙ୍କାରେ ଆଜି ଷାଠିଏ ପ୍ରତିଶତ କାମ ହୋଇ ପାରୁଛି ବାକି ଚାଳିଶି ପାଇଁ ସେ ଅସହାୟ । ଭଉଣୀ ଫୋନ୍ କରିଥିଲା ଆଉ ଟିକେ ପୂର୍ବରୁ, ତୁ କେବେ ଆସିବୁ ?, ସୁରଜ୍ ଉତ୍ତର ଦେଇଥିଲା - ତୁ ବ୍ୟସ୍ତ ହଅନା କିଛି ଗୋଟେ ବ୍ୟବସ୍ଥା କରି ଖୁବ୍ ଶୀଘ୍ର ଘରେ ଯାଇ ପହଞ୍ଚିବି । ଏଇ ଅଳ୍ପ ଦିନ ଭିତରେ । " 

ପାଣି ଗ୍ଲାସ୍ ପିଇ କି ଖଟ ଉପରେ ଗଡ଼ି ପଡ଼ିଲା । ଲୁହ ଭରା ଆଖିରେ ଛାତକୁ ବହୁତ ସମୟ ଚାହିଁ ଆଖି ବୁଜି ଦେଲା । ଭାବିଲା, ଆମର ଯୋଗ୍ୟତା ନାହିଁ କି କ୍ଷମତା ବି ନାହିଁ ରେଲୱେ ଚାକିରିଆ ଘରେ ବନ୍ଧୁ ବାନ୍ଧିବା । ଛାଡ ମନା କରିଦେବି .. ଆଉ କୋଉଠି ଦେଖିବାକୁ ମଧ୍ୟସ୍ତିକୁ ଜଣେଇ ଦେବି .. । 

×××××   ××××××  ×××××    ××××   ×××××

ରାତି ପାହିଲେ ଦିବାଲି.., ସବୁ ପିଲା ଖୁସିରେ ମସଗୁଲ୍ । କିଏ ଡ଼ିଜେ ବଜେଇ ନାଚିଲାଣି ତ ଆଉ କିଏ ବିଅର୍ ଭୋଡକା ଆଣି କାଲି ରାତିଠୁ ବୋବାଲ୍ ହେଲେଣି । କିନ୍ତୁ ସୁରଜ୍ ଭଉଣୀ କଥା ଭାବି ଖାଲି କାନ୍ଦୁଛି ଯେ କାନ୍ଦୁଛି, ତା ମନରେ ଟିକେ ବି ଖୁସି ନାହିଁ .. କାନ୍ଦି କାନ୍ଦି ଶୋଇ ପଡ଼ିଥିଲା କେତେବେଳୁ ସେ ଜାଣିନି । 

ସାଙ୍ଗ ବବ୍ଲୁ ଆସି ଡାକିଲା, " ଓ୍ବେ ସୁରଜ୍ ...ତୁ ଶୋୟା ହେ ଇଧର୍.... ଯା... ତୁ ତୋ କମ୍ପାନୀ ନେ଼ହିଁ ଗେୟା ଆଜ୍ ମିଠାଇ ଔର ବୋନସ୍ ମିଲା ସବକୋ, ତେରା କିତନା ହଜାର ଆୟା ହେ କ୍ୟା ପତା । ଲେ ଉଧର ରଖା ହେ ତେରା ମିଠାଇ କା ପ୍ୟାକେଟ୍ ଔର ବୋନସ୍ ଦେଖ୍ ଲେ ... ? "

ସୁରଜ୍ ଆଶ୍ଚର୍ଯ୍ୟ ହେଲା ସେ କମ୍ପାନୀ ଯାଇନି, ତା ମିଠା ଆଉ ବୋନସ୍ ଟଙ୍କା ବବ୍ଲୁ କେମିତି ଆଣିଲା ? ବୋନସ୍ ଆଉ ମିଠା ପାଇବାକୁ ଥିବା ପିଲାର ଅନୁପସ୍ଥିତିରେ କେବେ ତ ଅନ୍ୟ ପିଲାକୁ ଦିଅନ୍ତିନି ! 

ସୁରଜ୍ ମନ ଭଲ ନଥିଲା ତେଣୁ ଆଉ ଅଧିକ କିଛି ନ ଭାବି ସେ ଶୋଇ ପଡ଼ିଲା, ସନ୍ଧ୍ୟା ସମୟ କେତେ ହେବ ସେ ଜାଣିନି ଭୋକ ଜୋର୍ ସେ ଲାଗିବାରୁ ଭାବିଲା କମ୍ପାନୀରୁ ଆସିଥିବା ମିଠା କିଛି ଖାଇଦେବ । 

ମିଠା ପ୍ୟାକେଟ୍ଟି ବଢ଼ିଆ ସୁନ୍ଦର ହୋଇଥିଲା ଉପରେ ହାପି ଦିବାଲୀ ଲେଖା ହୋଇଥିଲା । ସେ ପ୍ୟାକେଟ୍ଟି ଖୋଲି ତା ଭିତରେ ମିଠା ଖାଇବ କଣ ତା ଭିତର ମୋଟା ଲଫାପା ଦେଖି ସେ ଆଶ୍ଚର୍ଯ୍ୟ ହେଲା । ଲଫାପା ଖୋଲି ଭିତରେ ଥିବା ଟଙ୍କା ଗଣିଲା ପୁରା ୬୦ ହଜାର ଟଙ୍କା ଥିଲା .. । ତା ଭିତରେ ଭଙ୍ଗା ହୋଇଥିବା ଆଉ ଗୋଟିଏ କାଗଜ ଖୋଲିଲା ସେଥିରେ ଲେଖା ଥିଲା " ତେରି ବେହେନ୍ ହାମାରୀ ବେହେନ୍ ନେହିଁ ହେ କ୍ୟା . ..? ଯା ଖୁସି ସେ ବେହେନ୍ କି ସାଦି ବନା ... ଯା କୁଛ୍ ଖା ପି ଲେ ...ଚାର୍ ଦିନ୍ ସେ କୁଛ୍ ଠିକ୍ ସେ ଖାୟା ନେହିଁ ହେ ତୁ .. । ହାପି ଦିବାଲି ୟାର୍... ।

ସୁରଜ୍ ଆଖି ସେତେବେଳେକୁ ଲୁହରେ ଉବୁଟୁବୁ ହେଉଥିଲା ।

ତା ଡ଼ିପାର୍ଟମେଣ୍ଟରେ ମୋଟ ଷାଠିଏ ପିଲା । ସେମାନେ ଏତେ ଉଦାର ହୋଇ ପାରନ୍ତି ସୁରଜ୍ ପ୍ରଥମଥର ପାଇଁ ଜାଣିଲା । ତାକୁ ଲାଗୁଥିଲା ସେ ଏକା ନୁହଁ ତା ଅଲିଅଳି ଭଉଣୀର ଆହୁରି ବି ଷାଠିଏ ଭାଇ ଅଛନ୍ତି । 

ସେ କବାଟ ଖୋଲି ବାହାରକୁ ଆସିଲା ସମସ୍ତେ ବାଣ ଫୁଟା ମୌଜମସ୍ତିରେ ଖୁବ୍ ଉପଭୋଗ କରୁଥିଲେ ଦିବାଲିକୁ । ସୁରଜ୍କୁ ଆଜିର ଦିବାଲି ବେଶ୍ ଖୁସି ଦେଇଥିଲା । 



Rate this content
Log in

Similar oriya story from Tragedy