ଗୁଟେ ଝି ଜୀବନର୍ ଦରଦ୍ କଥା
ଗୁଟେ ଝି ଜୀବନର୍ ଦରଦ୍ କଥା
ଝି ଜନମ୍ ହେଲେ କେନ୍ କେନ୍ ଘରକେ ମହାଲଖୀ ଆଏଲେ କହେସନ଼ ଆର୍ କେନ୍ କେନ୍ ଝି ଜନମ୍ ହେବା ବଲି ଜାନ୍ଲେ ମାଁ ର୍ ପେଟ୍ ଭିତ୍ରୁନ଼ ଟଁଟିକେ ଚିପି ଦେସନ୍ । ଝି ଇ ଦୁନିଅନେ ଖୁବ୍ ଦୁଖ୍ ପାଇସି ମାତର୍ ଝି ର୍ ଦୁଖକେ ବୁଝବାର୍ ଲୋକ୍ ଦୁନିଆନେ କମ୍ ଅଛନ୍ ।
ଘେନୁ ମୁହୁରିଆ ବେଲେ ଏରିଆର୍ ସଭେଁ ଜାନସନ୍ ।ବିହା ବରତନ୍ ପୁଜା ପାଠ୍ ଦେବି ଦେବ୍ତା ସବୁ ନେ ଘେନୁ ହାଜର୍ ।ମୁହୁରୀ ବଜେଇକରି ଲୁକର୍ ମନ୍ କେ ଘିନି ନେସି ଆର୍ କେନ୍ କେନ୍ ଚଉଲ୍ ପସେକ୍ ଦେଲ୍ ମୁଠେକ୍ ଟଁକା କେତେ ଦେଲେ ଗହଁଟେଇ କରି ଘରକେ ଆନସି ।ବଡା କଷ୍ଟେ ଘର୍ ପରିବାର୍ ଚଲସି । ଘରେ ୪ଟା ଟୁକେଲ୍ ପୋ ଗୁଟେ ଲାଗି ଜଗି ଜଗି ୪ ପୁରିଗଲା ହେଲେ ପୋ ଗୁଟେ ମହାପୁରୁ କୁଲେ ନେଇ ଦେଲେ ବୋଲି ବୁପ୍ରା ବଡା ଦୁଖ୍ ମନା ହେସି।ବଡଖା ଝି ମିନା ଭିଁ ଦେଇ ଖେବାର୍ ସମିଆଁ ହେଲାନା ,ହାତ୍ କେ ଦି ହାତ୍ କରିଦେଲେ ମୋର୍ ଚିନ୍ତା ଜାଏତା ଭାବସି ମାତର୍- ଏ ନିକି ଓପେ ନି ।
ଦିନେକ୍ ଘେନୁର୍ ଦେହେ ବିଗିଡି ଗଲା । ଝାଡା ପିସାବ୍ ବୁହି ଜାଉଥିଲା । ମିନା ପରା ପାଟିର୍ ଲୋକ୍ କେ କହି ଦେଖ୍ଲା ହସପତାଲ୍ ନେବାକେ ମାତର୍ କିହେ ଘର୍ କେ ଡୁଙ୍ଗି ନେଇଁ ଦେଖ୍ଲେ ।୧୦୮ ଏମ୍ବୁଲେନସ୍ କେ ଫୁନ୍ କରିକରି ମିନା ଆର୍ ତାର଼ ମାଁ ହସପତାଲ୍ ନେଲେ । ଡାକ୍ଟର୍ ଘେନୁର୍ କିଡନି ଖରାପ ହେଲାନା କଟକ୍ କେ ନିଅ ବଏଲେ ।ଦୁହି ମାଁ ଝିର୍ ସାଁହାସ ନି ଖେଟଲା ଘରକେ ଧରି ଆନ୍ଲେ ଗୁନିଆ ବଇଦ୍ କଲେ ।ଚେରି ମୁଲି ଓଷୋ କସା ନେ ଘେନୁର୍ ଦେହେ ଖଣେକ୍ ବନେ ହେଲା ମାତର୍ କବାର୍ ବୁତା ଆର୍ କରି ନି ପାର୍ଲା ନା । ମିନାର୍ ମାଁ ଭୁତିଭୁତା କରି କରି ମେଇ ପିଲାକେ ମଡ୍ ଫୁଟେକ୍ ଦେଉଥାଏ ।ମିନାର୍ ମାଁର୍ ଗୁଟେ ବଡ୍ ଚିନ୍ତା ଝି କେ ପଚିସ୍ ବଛର୍ ହେଇଗଲାନା ଦେହେ ତାର଼ ଉଗାଲ୍ ହେଇଗଲା ଜଲଦି ବିହା ବରତନ୍ କରି ଦେବାର଼ କଥା ମାତର଼ ଘରେ ପଏସା ପତର୍ ଅଭାବ୍ ନୁ ମିନାକେ ଆନ୍ଧ୍ର ପଠାଇଦେଲେ ପଡା ପାଟିର଼ ଲୋକ୍ ସନେ ।ସରଦାର୍ ନୁ କୁଡେ ହଜାର୍ ଟଁକା ବଏନା ଆନିକରି ମାଁ କେ ଧରାଇ ଦେଲା ବୁଆର୍ ଓଷୋ କଷା ଲାଗି ।ବିଦେସ୍ ନେ ଖଟି ଖେଇ ଗଲା ସକାଲ୍ ପାଏଲେ ମୁନସି ଡାକି ଆସେ ସଭେଁ ବାସି ମୁଠେକ୍ ଖେଇକରି କବାର୍ ନେ ଜିବାର ଟା ଆଏ ।କୁଇଲା ଚୁପା,ମାଏଟ୍ ବୁହା ,ଇଁଟା ବନା ସବୁ କାମ୍ କରେ । ମିନା ଖୁବ୍ କବାର୍ କରବାର୍ ଟୁକେଲ୍ ଆଏ ।ଇଁଟା ଭାଟିର୍ ମହାଜନ୍ ଭି ତାଖେ ବନେ ବଲୁଥିଲା ।ଖାଏବାକେ ଭି ଜିନିସ୍ ପତର୍ ପିନ୍ଧା ଉଡା ଲାଗି କପଡା ଲତା ଭି ଆନି ଦିଏ ।ମିନା ସୁତର୍ ଟୁକେଲ୍ ମହାଜନର୍ ଅସଲ଼ ରୁପ୍ କେ ନି ଜାନି ପାର୍ଲା ।ମହାଜନ୍ ମିନାକେ ଖରାପ୍ ବେଭାର୍ ଦେଖେଇ ବସ୍ଲା ।ଏକ୍ଲା ଟୁକେଲ୍ କିଛୁ କରି ନାଇଁ ପାରୁ ଥାଇ ।ମନାକଲେ ମହାଜନ୍ ମାଡ଼ ଦେଉଥିଲା ମିନାର୍ ଦେହେ ସନେ ଖେଲି ବସ୍ଲା । ମିନା ମରି ଜିବାକେ କେତେ ଥର୍ ଚାହୁଁ ଥିଲା ମାତର୍ ମୁହୁଁ ଆଗେ ତାର୍ ବୁଆର୍ ଦୁଖ ଭରା ଚେହେରା ଦିସିଜାଏ । ବୁଆର୍ ଦେହେ ପାହାର୍ ଜତନ଼ ଆର୍ ଟଁକା ଲାଗି ସବୁ କେ ସହି ନିଏ ।
ଦିଆଲି ସମିଆଁ ନେ ଘରକେ ଆସ୍ଲା ବୁଆର୍ ଦେହେ ଭି ଖଣେକ୍ ବନେ ହେଇଥାଏ । ବହେନ୍ ମନେ ଆଶ୍ରମ ଇସ୍କୁଲ୍ ନେ ରହିକରି ପାଠ୍ ଦୁଇ ଆଖର୍ ପଡୁଛନ୍ ମନ୍କେ ମନ୍କେ ଖଣେ ଉସତ୍ ହେଲା । ରାତିରେ ଖାନା ପିନା କରି କରି ସଭେଁ ସୁଇଲା ପରେ ମିନାକେ ବାଁତି ପେଙ୍ଗଲି ହେଇଗଲା ।ବାଁତି ନେଇ ନେଇଁ ଥେବ୍ଲାନା । ତାର଼ ମାଁ କେତେ ଏ ଉପେ କରି ଦେଖ୍ଲା ସବୁ ପାଏନ୍ ଫାଟିଗଲା ପଛେ ବାଁତି ନି ଥେବ୍ଲା ପଛେ ହସପତାଲ୍ କେ ନେଲେ ଡାକ୍ଟର ବାବୁ ବଏଲେ ମିନା ମାଁ ହେବା ।ମିନାର୍ ମାଁ ଇ କଥାକେ ସୁନ୍ଲାକେ ଗୋଡ୍ ଦୁଇ ପାହାଁ ପଛେକ୍ ଖସ୍ରି ଗଲା । ମୁହୁଁନୁ ପଦେକ୍ କଥା କହି ନି ପାର୍ଲା ।ଘରକେ ଆଏଲାକେ ମିନାକେ ତାର୍ ମାଁ ବୁଆ ଗୁଏଲ଼ ଗୁଏଲ୍ ପୁରେଇ ଦେଲେ ଆର୍ ତାର୍ ବୁଆ ବେଲା ଆମେ ଆର୍ ଇ ଗାଁ ଦୁଆରେ ତୋର୍ ଲାଗି ବାଟ୍ ଚାଲି ନାଇଁ ପାରୁ ଇ ମୁଗ୍ ନେ ଝିଟବାର୍ ଉଷୋ କେ ଆମର୍ ଦୁଇ ମାଏଝୀ ମୁନୁସ୍ କେ ଦେଇ ଦେ ନି ହେଲେ ତୁଇ ଖେଇ ଦେ କେତେ ଲାଜ୍ ଲଜନା କର୍ବୁ ଇନ୍ତା ଦିନ୍ ଦେଖବାର୍ ଆଗରୁ ମାଁ ଗଢିଆନ୍ କାଏଁଜ୍ ମୋର୍ ଜୀବନ୍ କେ ନାଇଁ ଧରିନେଲୁ ...
ମିନା ହେଲେ କାଏଁ କରବା ବୁଆ ମାଁ କେ କେନ୍ତା ମାରି ପାରବା କି ତାର୍ ଲାଗି ତାର଼ ବୁଆ ମାଁ କାଏଜେ ବାଟ୍ ଚାଲି ନି ପାର୍ବେ । ମଝା ରାତି ସଭେଁ ସୁଇଥିବାର୍ ସମିଆଁନେ ଘରୁ ଉଠିକରି ଗାଁର୍ ଗୁଡିକେ ଆସ୍ଲା- ମାଁ ଗୋ ..ମୋର୍ ବୁଆ, ମାଁ ବହେନ୍ କେ ତୁଇ ପନତ୍ ଢାପି ରଖିଥିବୁ ବଏଲା ଆର୍ ମୁଗନେ ଝିଡା ଓଷୋ କେ ଢୋକୋ ଢୋକୋ ପିଇଦେଲା ।