STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Tragedy

ଗୁଜବ

ଗୁଜବ

2 mins
15.1K


ଦିନ ଦ୍ବିପହର, ଲୋକଙ୍କ ଚଳପ୍ରଚଳ ନାହିଁ । ସେଦିନ ରାଧାର ମା’ ବସିଥାଏ ରାସ୍ତାକଡ଼ରେ । ଶରୀର ଅର୍ଦ୍ଧ ଅନାବୃତ । ମୁଣ୍ଡରେ ତେଲନାହିଁ କି କୁଣ୍ଡା ମଧ୍ୟ ହୋଇନାହିଁ । କିପରି ବଡ଼ ନିରାଶ ଭାବନା ଭିତରେ ସେ ଝୁଲୁଥାଏ । ଏହିପରି ସେ ସ୍ଥାନେ ସ୍ଥାନେ ବସେ ନିରସରେ। ବସି ଭାବୁଥାଏ, ପେଟ ଚାଖଣ୍ଡକ ପୁରିବ କିପରି? କିପରି ଭୋକର ଜ୍ବାଳାରୁ ରକ୍ଷା କରିବା ତାର ଛୋଟିଆ ପରିବାରକୁ।

କିଛି ଖାଦ୍ୟପଦାର୍ଥ ଓ ପନିପରିବା ଚୋରି କରି ପେଟ ଚାଖଣ୍ଡକୁ ପୁରାଇବି ବୋଲି ବ୍ୟବସ୍ଥା କରିଥାଏ। ଦିନପରେ ଦିନ ଏହିପରି ଚୋରି କରି ଗଡ଼ିଚାଲେ। ସବୁ ସମୟରେ ଚୋରି କରି ପେଟ ଚାଖଣ୍ଡକୁ ପୁରେଇବା ସମ୍ଭବ ହୁଏନାହିଁ। ଅନେକ ଦିନ ଭୋକ ଉପାସରେ ଗଡ଼ିଚାଲେ କାରଣ ବଣ ପାହାଡ଼ରେ ଆଉ କିଛି ଖାଦ୍ୟପଦାର୍ଥ ମିଳୁନାହିଁ କି ଚାଷ ଜମି ମଧ୍ୟ ନାହିଁ। କାମ ମଧ୍ୟ କେହି ଦେଉନାହାନ୍ତି ।

ସବୁଦିନ ସମାନ ଯାଏନାହିଁ ନ୍ୟାୟରେ ଦିନେ ଗ୍ରାମରେ ଗୁଜବ ସୃଷ୍ଟି ହୁଏ । ରାଧାର ମା’ ଛୁଆ ଚୋରୀ କରି ନେଇଛି । ଗୁଜବ ଭୟଙ୍କର ରୂପ ଧାରଣ କରେ । ଜଣେ ଲୋକ ପ୍ରତିଶୋଧ ପରାୟଣ ହୋଇ ବାଡ଼ିରେ ପିଟିବାରେ ଲାଗିଥାଏ । ଏହା ଦେଖି ଆଖପାଖ ଟୋକା, ବୁଢ଼ା, ଛୁଆ ସବୁ ତାକୁ ଟେକା ପଥର ଓ ଛାଟରେ ମାରିବାକୁ ଲାଗିଲେ । ସତେ ଯେପରି କାହାର ଛୁଆକୁ ରାଧାର ମା ମାରିଦେଇଛି । କିଛିକ୍ଷଣପରେ ସଂକଟାପନ୍ନ ଅବସ୍ଥାରେ ସମସ୍ତେ ଛାଡ଼ିଦେଇ ଚାଲିଗଲେ ।

ପରେ ପରେ ହଜିଥିବା ଛୁଆଟି ମିଳିଗଲା । ଏକ ବାଳିକାର କାଖରେ ବୁଲୁଥିଲା ଦୀର୍ଘସମୟ ହେଲା । ବାଳିକାଟି ସେଠାରେ ଆସି ଛୁଆଟିକୁ ଧରି ପହଞ୍ଚିଲା ବେଳକୁ ସବୁ ସର୍ବନାଶ ହୋଇ ଯାଇଥିଲା । ସେତେବେଳକୁ ରାଧାର ମା’ ଉପରେ ମାଡ଼ ବର୍ଷଣ କମି ଯାଇଥିଲା ମାତ୍ର ଦରମଲା କରି ସାରିଥିଲା ।

ତା’ପରଦିନ ରାଧାର ମା’ ଏ ଦୁନିଆ ଛାଡ଼ି ଚାଲିଗଲା ଆରପାରିକୁ । ଅନାଥ ହୋଇଗଲା ରାଧା, ରାଧାର ବୟସ ସାତ କି ଆଠ ବର୍ଷ ହେବ । ‘ଗୁଜବ’ ଶବ୍ଦଟିକୁ ରାଧା ବୁଝି ପାରୁନଥାଏ । ବାରମ୍ବାର ପଚାରୁଥିଲା ମା କି କାହାର ବାଡ଼ିରୁ ଗୁଜବ ଚୋରି କରିଛନ୍ତି! ମା’କୁ ଲୋକମାନେ କାହିଁକି ମାରିଦେଲେ ।

ରାଧା ବାରମ୍ବାର ଭାବୁଥାଏ ଏହି ‘ଗୁଜବ’ ତ ମୁଁ ଖାଇନାହିଁ । ମା କି ଏକା ନିଜେ ଖାଇଦେଲେ? ରାଧା କାନ୍ଦୁଥାଏ... କାନ୍ଦୁଥାଏ...

ହାଏ ଗୁଜବ

ଗୁଜବ !

ଗୁଜଜବ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics