STORYMIRROR

Dr Jharana Satapathy

Abstract Others

3.0  

Dr Jharana Satapathy

Abstract Others

ଗୃହିଣୀଙ୍କ ହାଲଚାଲ

ଗୃହିଣୀଙ୍କ ହାଲଚାଲ

1 min
953



ସବୁବେଳେ ରୋଷେଇ ରୋଷେଇ। କି କରୋନା ଆସିଲା ଆହୁରି ନିଜକୁ ଘରୋଣା କରିଦେଲା।ଆ ପାଇଁ ଏଇଟା ତା ପାଇଁ ସେଇଟା ଜଳଖିଆ ଏବଂ ରୋଷେଇ କରୁ କରୁ ସରି। ପୁଣି ଠିକ୍ ଟାଇମ ଅନୁସାରେ। ନା ଗୋଟିଏ ଜଳଖିଆ ଦୋକାନ ଖୋଲା ହେଲା ନା ଗୋଟେ ହୋଟେଲ।ସବୁ ଲକ୍ ଡାଉନ।ଟିକେ ବସିବା ପାଇଁ ଵି ଫୁରୁସତ ନାହିଁ ।ଖାଲି କାମ କାମ କାମ।


ଟିକେ ବସିଛି ନା ନାହିଁ କାମବାଲୀର ଫୋନ ଆସିଲା ମେଡମ ମୁଁ ଆଜିଠୁ ଆଉ କାମକୁ ଆସିବି ନାହିଁ।ତୁମ କାମ ତୁମେ ନିଜେ କର।କାଲି ମୋଦିଜୀ ପୁଣି ୨୧ ଦିନ ଲକ୍ ଡାଉନ ଘୋଷଣା କଲେ ଏ କରୋଣା ଭାଇରସ୍ ଲାଗି ଆଉ ପଦାକୁ ବାହାରିବାକୁ ଭୟ ଲାଗୁଛି। ଘରୁ ବାହାରିଵା କ୍ଷଣି ପୋଲିସ ନାନା କାରଣ ପଚାରୁଛି। ଆହୁରି ଚିନ୍ତାରେ ପଡିଗଲା ଏ ମଣିଷ ।


ଘରକାମ କେମିତି ହେବ ନିଜେ ରୋଷେଇ,ନିଜେ ବାସନ ମଜାମଜି,ଝାଡୁମରା ବାପରେ ବାପ୍।ମୁଣ୍ଡ ଚକର କାଟିଦେଉଛି।


କାଳେ ପଡୋଶୀ ଘରର ଚାକରାଣୀ ଆସିଥିବ ସିଏ କାମ ଚଳେଇଦେବ ଭାବି ତାଙ୍କ ଘରକୁ ଯିବା କ୍ଷଣି ସେମାନଙ୍କର ଅବସ୍ଥା ବି ସେୟା। ହେ ଭଗବାନ ଏବେ କରିବୁ କଣ? ଭାବିଲି ମୋର ନୁହେଁ ବର୍ତମାନ ସବୁ ଗୃହିଣୀମାନଙ୍କର ଅବସ୍ଥା ସେୟା ଵୋଧେ।


ଅଫିସ୍ ଯିବା ସମୟରେ ଆହୁରି ଟିକେ ଫୁରୁସତରେ ଥିଲି।ଯାହା ହେଲେ ବି ନିଜେ ରୋଷେଇ କରିବାଟା ବଞ୍ଚି ଯାଉଥିଲା।ନିଜେ ତ ଅଫିସ୍ କେଣ୍ଟିନରେ ଖାଉଥିଲି ମିଷ୍ଟେର ବି ତାଙ୍କ ଅଫିସ କେଣ୍ଟିନରେ ସେ ନିଜେ ଖାଇ ଦେଉଥିଲେ।ଆଉ ବାକି ମୋ ପୁଅ କଥା ସେ ନିଜେ ବାହାରକୁ ଯାଇ ତା ମନ ପସନ୍ଦର ବରଗର, ଚାଉମିନ, ପିଜା, ମମୋ,ଚିକେନ କେଉଁ ଦିନ କେଉଁଟା ଖୁସି ମନରେ ଖାଇଦିଏ। କରୋନା ଭାଇରସ ଲାଗି ବର୍ତ୍ତମାନ ସମସ୍ତଙ୍କର ଘରୁ ବାହାରକୁ ଯିବାକୁ ଲକ୍ଷ୍ମଣରେଖା ଟଣାଯାଇଛି।


ବାଲକୋନିରେ ଠିଆ ହୋଇ ସବୁ ସ୍ତ୍ରୀ ଲୋକଙ୍କର ଖାଲି ପ୍ରାୟ ସେହି ଗୋଟିଏ କଥା ।ଘର କାମକରି କରି ଥକିଗଲୁଣୁ।


ଏ ଲକ୍ ଡାଉନ କେଵେ ସରିବ ? ହେ ଭଗବାନ କୋରାନା ଭାଇରସରୁ ମୁକ୍ତି କେଵେ ମିଳିବ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract