STORYMIRROR

Sunanda Mohanty

Abstract Romance Action

3  

Sunanda Mohanty

Abstract Romance Action

ଗୃହିଣୀ

ଗୃହିଣୀ

2 mins
137

ନିରଞ୍ଜନ ବାବୁ ଖୋଜୁଥିଲେ କ୍ୟାଲେଣ୍ଡର ,ଆଉ ପତ୍ନୀ ନିବେଦିତାଙ୍କ ପାଖରେ ,ସେଇଟା ଥିବାର ଦେଖି ବଡ଼ ବିରକ୍ତି ପ୍ରକାଶ କଲେ ,କାରଣଟା ,ସେ କୁଆଡେ ଆଜି ସଂକ୍ରାନ୍ତି ବୋଲି ଭୁଲି ଯାଇଥିଲେ ,ହସିଦେଲେ ନିବେଦିତା ଆଉ ଚିଡି ଉଠି ନିରଞ୍ଜନ ବାବୁ କହୁଥିଲେ ,ଏତେ ଭାଗ୍ୟବାନ ବୋଲି ନିଜକୁ ମନେ କରନି ,ତ ପତ୍ନୀ ନିବେଦିତା ଉଠି ଚାଲିଗଲେ

ସମସ୍ତଙ୍କର ନିଶା ଆଉ ପେଶା ଭିର୍ଣ୍ଣ ଭିର୍ଣ୍ଣ .ନିବେଦିତା ଗୃହିଣୀ ହେଲେ ବି କବିତା ଲେଖା ସାଙ୍ଗକୁ କ୍ଷୀର ,ସଉଦା ,ଫୋନ ରିଚାର୍ଜ ,ପୁଅ ଝିଅଙ୍କର ଘରକୁ ଆଗମନ କେବେ ଓ ଫେରିଲେ କେବେ ଇତ୍ୟାଦି ସବୁ ହିସାବ ବିଭିର୍ଣ୍ଣ ସ୍କେଚ ପେନରେ କ୍ୟାଲେଣ୍ଡରରେ ଗୋଲେଇ ମାରି ରଖନ୍ତି ଆଜି ନିରଞ୍ଜନ ବାବୁ ଚିଡ଼ିବାର କାରଣ ସଂକ୍ରାନ୍ତି ମନେ ନପଡ଼ିବାରୁ ନୁହେଁ ,ତାଙ୍କ ଇନକମ ଟ୍ୟାକ୍ସ ଫାଇଲ କାମ କରିବାରେ ଅସୁବିଧା ଏକରେ ପ୍ରିଣ୍ଟର ଖରାପ ଯୋଗୁଁ ପାସବୂକରେ ଠିକ ସେ ଦେଖାଯାଉନି ଦୁଇରେ ମେସେଜ ସବୁ ଡିଲିଟ ହୋଇଯାଇଛି ,ତିନିରେ ,ଅଫିସ ରେ ଅନ୍ୟ ଉପରେ ଅର୍ଥାତ କିରାଣୀ ଉପରେ ନିର୍ଭରଶୀଳ ହେବାକୁ ଚାହାନ୍ତିନାହିଁ ,ଚତୁର୍ଥରେ ,ପାସୱାର୍ଡ ଓ ଆଇଡି ଦେଇ ବଜାରରୁ କୋମ୍ପୁଟର ରୁ ବାହାର କରି ଆଣିବା ମତଲବରେ ନାହାନ୍ତି ,ପଞ୍ଚମରେ ଏ ବର୍ଷ ସେଭେନ୍ଥ ପେ ର ବାକିଆ ଦରମା ସହ ଗୋଟେ ଏରିଅର ମିଳିଥିଲା ତ ବାର୍ଷିକ ଆୟ ହିସାବ ମନେ ନାହିଁ ,ଖାଲି କାଗଜ କଲମ ନେଇ ଗାରେଇ ଚାଲିଛନ୍ତି ଆଉ ତୁଛାଟାକୁ ନିବେଦିତାଙ୍କ ଉପରେ ଗାରୁଗାରୁ .

ନିବେଦିତା ହସିଦେଲେ ,ଶୁଆ ,ଟମି କୁକୁର ,କକୀ ବିଲେଇଙ୍କ ଖାଇବା ବୁଝି ,ଠାକୁର ପୂଜା ସାରି ,ମନ୍ଦିର ଯାଇ ,ଆସିବା ଯାଏଁ ବି ନିରଞ୍ଜନ ବାବୁ ଲାଗିଛନ୍ତି ହିସାବରେ .ପାଖକୁ ଗଲେ ନିବେଦିତା ,ମାଗିଲେ କ୍ୟାଲେଣ୍ଡର ଆଉ ଚିଡି ଉଠୁଥିବା ସ୍ୱାମୀ ନିରଞ୍ଜନ ଙ୍କୁ ଉତ୍ତର ଦେଲେ ,କିଏ ଭାଗ୍ୟବାନ ,ତମେ ନା ମୁଁ ,ଜାଣିବାକୁ ହେଲେ ଦିଅ କ୍ୟାଲେଣ୍ଡର ।

ନିବେଦିତା ବର୍ଷ ତମାମ ତାରିଖ ଅନୁଯାୟୀ ନିରଞ୍ଜନ ବାବୁଙ୍କ ଦରମା ସହ ଯାହା ଯେତେବେଳେ ପାଇଛନ୍ତି ସବୁ କ୍ୟାଲେଣ୍ଡର ପଛପଟେ ଖାଲି ଟିପି ରଖିନାହାନ୍ତି ,ହିସାବ ବି ରଖିଛନ୍ତି ମୋଟ ଆୟ ଓ ବେୟ ବେୟ ତ ନୁହେଁ ,ସମୁଦାୟ ବାର୍ଷିକ ଆୟ ପାଇଯାଇ ନିରଞ୍ଜନ ବାବୁ ଧନ୍ୟ ହୋଇଗଲେ ,ନିବେଦିତା କହୁଥିଲେ କିଏ ଭାଗ୍ୟବାନ ,ତମେ ନା ମୁଁ ,ତଥାପି ନିରଞ୍ଜନ ବାବୁ କହୁଥିଲେ ,ଏମିତି ସବୁ ଘରଣୀମାନେ କରନ୍ତି ,କୋଉ ବଡ଼ କଥା ,ନିବେଦିତା ତଥାପି ରସିକତା କରୁଥିଲେ ନିରଞ୍ଜନ ବାବୁଙ୍କୁ ,କେତେଜଣ ଘରଣୀଙ୍କୁ ଦେଖିଛ ତେବେ ,ହେଲେ ନିରଞ୍ଜନ ବାବୁ କ୍ୟାଲେଣ୍ଡର ନେଇ ଲାଗିପଡ଼ିଥିଲେ ହିସାବରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract