STORYMIRROR

Sunanda Mohanty

Drama Romance Tragedy

3  

Sunanda Mohanty

Drama Romance Tragedy

ଗୋପାଳ

ଗୋପାଳ

2 mins
349


  କିଏ କହେ ହୁଣ୍ଡା ତ କିଏ କହେ ବାଇଆ, କହ୍ନେଇଙ୍କ ମୂର୍ତ୍ତୀ ଦେଖେଇ କିଏ ଯଦି କହେ ଦେଖ ଦେଖ ଇଏ ହିଁ ଗୋପାଳ ତ ଗାମୁଛା କାମୁଡି କଣେଇ ଚାହିଁ ଲାଜୁଆ ଆଖିରେ ହସି ଦେଇ ଗୋପାଳ ଲାଗିଯାଏ ତା କାମରେ l

   ଯାହା ଦୁଆରେ ଘର ଛାତ ପଡିବା ପାଇଁ ହେଉ ବା ଅନ୍ୟ କିଛି ଘର ତୋଳା ପାଇଁ ଗୋଡି, ଇଟା କି ବାଲି ଟ୍ରକ କି ଟ୍ରାକ୍ଟର ଲାଗେ, ସେଠି ପହଞ୍ଚିଯାଏ ଗୋପାଳ, ତା କାମ ସେ, ବୋହିବ ସେ ସବୁ, ହେଉ ତଳକୁ ଅବା ଦି ତାଲା ଅବା ତିନି ତାଲାକୁ, ତା ଛଡ଼ା ଆଉ ଅନ୍ୟ କାମ ସେ କରିପାରେନା କି କଣ କେଜାଣି? 

   ଗୋଟେ ଏରିଆର ଦୁଇ ଚାରୋଟି ଘରେ ବେଳ ଅବେଳ ରେ ପହଂଚି ଆରମ୍ଭ କରେ ବୁହା,, ଥରକୁ ଥର ମାଗେ ଚା ଜଳଖିଆ, ପାନ, ସଫଳପୁଡିଆ, ନମିଳିଲେ ଦଶ କି କୋଡିଏ ମାଗିନେଇ ପାନ, ସଫଳ ପୁଡିଆ ଆଣି ଆସୁଛି କହି ଅନ୍ୟ ଘରେ, ଏସବୁ କଥା ସମସ୍ତେ ଜାଣନ୍ତି କିନ୍ତୁ ବୋହିବା ଭଳି କଷ୍ଟ କାମ କରୁଥିବାରୁ ତା ପାଇଁ କି ରାତି କି ଦିନ ସବୁରି ଘର ଖୋଲା l

   ତାଠୁ କଥା ସଂଗ୍ରହ କରି ତା ଜୀବନ ଶୈଳୀରୁ କିଛି କିଛି ଜାଣନ୍ତି ସମସ୍ତେ, ପରିବାର କହିଲେ ବାପା ମାଆ, ସ୍ତ୍ରୀ ଓ ତାର ଦୁଇ ଝିଅ, ସେ ବାହା ହୋଇ ଦୁଇଝିଅଙ୍କ ବାପା ବୋଲି ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି, ସେ ଵି ଲାଜେଇ ଯାଏ. ପ୍ରତିଦିନ ବାପା ହାତକୁ ଶହେ ଟଙ୍କା ଦେଲେ, ତାପାଇଁ ଘର କବାଟ ଖୋଲା ହୁଏ, ସେ ମଧ୍ୟ ସେତକ ଆଗ ଯୋଗାଡ଼ କରି, ବାକି ପଇସାରେ ହୋଟେଲ ରେ ଖାଇ, ଥଣ୍ଡା ପିଇ ପାଖାପାଖି ଦଶ କି ବାର କିଲୋମିଟର ଚାଲି ଗାଁ ରେ ପହଞ୍ଚେ, ବାପାଙ୍କୁ ପଇସା ଦେଇ ସାରିଲେ ବୋଉ ତାର ଖାଇବାକୁ ଦେଇ ସୋରିଷ ତେଲ ରେ ରସୁଣ ପକାଇ ଫୁଟେଇ ପୁଅକୁ ତାର ମାଲିସ କରିପକାଏ ବୁହେ ଆଉ ସ୍ତ୍ରୀ ଗୁରେଇ ପଚାରେ ଆଜି କଣ ଖାଇଥିଲ? l

  ଗୋପାଳ ବଜ଼ାର ରେ ବିଭିର୍ଣ୍ଣ ଜାଗାରେ ଥାକ ଦେଖି କାମ କରି ଭଲ ଖାଏ, ଜଳଖିଆ ଦୋକାନ କୁ ଭାରରେ ପାଣି ବୋହି ପୁରୀ ଡାଲମା ମିଠା, ହୋଟେଲର ବାସନ କୁସନ ଧୋଇକି ଅରୁଆ ଭାତ ଡାଲି ମାଛ ବେସର କୋଉଦିନ ଚୁଙ୍ଗୁଡ଼ି କୋଉଦିନ ଚିକେନ ଵି ଖାଏ ତ ଗୁରେଇ କୁହେ ମୋ ପାଇଁ ଆନନ୍ତନି?, ଲାଜେଇ ଯାଏ ଗୋପାଳ, ଯେମିତି ଲାଜେଇ ଯାଇଥିଲା ବାହାଘର ପରେ ଗୁରେଇ କୁ ପ୍ରଥମ ଦେଖି, ଯେମିତି ଲାଜେଇ ଥିଲା ବଡ଼ଝିଅ ଜନ୍ମ ହେବା ପରେ ପୁଣି ପୁଣି ଦ୍ୱିତୀୟ ଝିଅର ବାପା ହେବା ପରେ ପରେ l

  ସେଦିନ ମାଣବସା ଗୁରୁବାର ପୂର୍ବ ଦିନ ବୁଧବାର ଯୋଗୁଁ ସଭିଙ୍କ ଘର ଦ୍ୱାର ଲିପା ପୋଛା ଝୋଟି ଚିତା ବେଳେ ବାବୁଘରେ ଛାତ ପଡୁଥିବାରୁ ଭାତ ସାଙ୍ଗକୁ ଚୁଙ୍ଗୁଡ଼ି ସରସର ଡାଲମା ଓ କୋବି ତରକାରୀ ଢେର, ସଭିଏଁ ଖାଇସାରି ଵି ବଳକା, ରାତି ପାହିଲେ, ମାର୍ଗଶିର ଗୁରୁବାର ତ ବାବୁ ସଭିଙ୍କୁ ବାଣ୍ଟିବାକୁ ଲାଗିଲେ ଲୋକ ଲଗେଇ, ପଲିଥିନ ଅଣେଇ, ଗୋପାଳ ଭାରି ଖୁସି l

 ସାଇକେଲ ଟିଏ ବାପା କିଣିଦେଇଥିଲେ ଯେ କିଏ ସବୁ ଛଡାଇ ନେଲେ ଗୋପାଳଠୁ, ତ ଥଣ୍ଡା ପିଇ ପିଇ ଚାଲି ଚାଲି ଢେର ରାତିରେ ଘରେ ପହଁଚିଲା ଗୋପାଳ, କବାଟ ସେପଟୁ ବାପାଙ୍କ ହାତ, ଶହେ ଟଙ୍କା ବଢ଼େଇ କବାଟ ଖୋଲିଲା ପରେ ଗୋପାଳ କାନ୍ଧରୁ ଗାମୁଛା ବନ୍ଧା ଚୁଙ୍ଗୁଡ଼ି ଡାଲମା କାଢି ବୋଉ ହାତକୁ ବଢ଼େଇ ଲାଜ ଲାଜ ହୋଇ ଗୁରଇ ପାଇଁ କହି ଦେବା ବେଳକୁ, ପଲିଥିନ ଫିଟି ଘର ସାରା ଡାଲମା, ଚୁଙ୍ଗୁଡ଼ି ଏଠି ସେଠି, କୋଉଦିନ କିଛି କହୁନଥିବା ବୋଉ କହୁଥିଲା, କଣ କଲୁରେ ଲଷ୍ମୀଛଡ଼ା, ଧଡପଡ କରି ଗୁରେଇ ଗୋଟେଇ ରଖୁଥିଲା, ଆଉ ଲାଜେଇ ଯାଉଥିଲା ଗୋପାଳ l


Rate this content
Log in

Similar oriya story from Drama