Priyaranjan Biswal

Tragedy Fantasy Others

4  

Priyaranjan Biswal

Tragedy Fantasy Others

ଗୋପ ନାରୀ

ଗୋପ ନାରୀ

5 mins
213



       ପୁରୀ ଜିଲ୍ଲାର ଗୋପ ବ୍ଲକରେ ଜଗନ୍ନାଥ ମହାବିଦ୍ଯାଳୟ ଅବସ୍ଥିତ। ଭଲ ପାଠ ପଢା ପାଇଁ ଏହି ମହାବିଦ୍ଯାଳୟ ଓଡିଶା ବିଖ୍ଯାତ। ତେଣୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଏହି ମହାବିଦ୍ଯାଳୟରେ ପାଠ ପଢିବାକୁ ଆସିଥାନ୍ତି। ୨୦୧୫ ମସିହା କଥା। ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପିଲା ପାଠ ପଢିବାକୁ ଏହି ମହାବିଦ୍ଯାଳୟରେ ନାମ ଲେଖାଇଲେ। କିଛିଦିନ ମଧ୍ଯରେ ଛାତ୍ରଛାତ୍ରୀମାନେ ପରସ୍ପରକୁ ଜାଣିବା ସହ ନିଜ ନିଜ ମଧ୍ଯରେ ବନ୍ଧୁତା ସ୍ଥାପନ କଲେ। କିଛି ଛାତ୍ର ଓ ଛାତ୍ରୀଙ୍କ ରହିବା ପାଇଁ ଛାତ୍ରାବାସର ମଧ୍ଯ ସୁବିଧା ଥିଲା। ତେବେ ନୂଆ ନୂଆ ମହାବିଦ୍ଯାଳୟର ନାମ ଲେଖାଇ ଥିବା ପୁଅ ଝିଅ, ଏମିତି ଏକ ବୟସ ଓ ସମୟ ଦେଇ ଗତି କରୁଥିଲେ ଯେଉଁ ସମୟରେ ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷିତ ହେବା ଏକ ସ୍ୱଭାବିକ କଥା। ତେବେ ପୁଅ ମାନେ ନୂଆ ନୂଆ ଝିଅ ମାନଙ୍କୁ ଦେଖି ସେମାନଙ୍କ ସହ ମିଶିବା ସହ ବନ୍ଧୁତା ସ୍ଥାପନ ଆରମ୍ଭ କରିଦେଲେ। କିଛି ପିଲା ତ ନିଜ ପାଇଁ ନିଜର ମନର ମାନସୀ ମାନଙ୍କୁ ବାଛି ତାଙ୍କୁ ନିଜ ଜୀବନର ଲକ୍ଷ ବୋଲି ମନେକରି ସେମାନଙ୍କୁ କିପରି ପ୍ରେମ ନିବେଦନ କରିବେ ସେଥିପାଇଁ ଉପାୟ ପାଞ୍ଚିବାକୁ ଆରମ୍ଭ କଲେ। 


       କିଛି ଦିନ ବିତିଯିବା ପରେ ଜଗା ଠିକ୍ କଲା ସେ ତାର ସହପାଠିନୀ ରାଧିକାରଣୀ କୁ ନିଜ ହୃଦୟର କଥା କହିବ, ଅର୍ଥାତ ପ୍ରେମ ନିବେଦନ କରିବ। ରାଧିକାର ଘର ସେହି ଗୋପ ବ୍ଲକରେ। ହେଲେ ଜଗା ପ୍ରେମ ନିବେଦନ କରିବାକୁ ସାହସ ଯୋଗାଡ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇ ନିଜ ହୃଦୟର କଥାକୁ ନିଜ ହୃଦୟ ପଞ୍ଜୁରୀରେ ଚାପି ରଖୁଥିଲା। ହେଲେ ଜଗାର ମନ କଥା ଧିରେଧିରେ ଯେତେବେଳେ ତାର ସାଙ୍ଗମାନେ ଜାଣିବାକୁ ପାଇଲେ, ସେମାନେ ଜଗାକୁ ପ୍ରେମ ନିବେଦନ କରିବାକୁ ସାହସ ପ୍ରଦାନ କଲେ। ଥରେ ମହାବିଦ୍ଯାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଥାଏ, ସମସ୍ତେ ଏହି ଶିବିରକୁ ସଫଳ କରିବାକୁ ଆପ୍ରାଣ ଉଦ୍ଯମ କରୁଥାନ୍ତି। ଏହାରି ଭିତରେ ଜଗା ସୁଯୋଗ ଉଣ୍ଡି ରାଧିକାକୁ ପ୍ରେମ ନିବେଦନ କଲା, ମାତ୍ର ରାଧିକା ଜଗାର ପ୍ରେମ ନିବେଦନକୁ ପ୍ରତ୍ଯାଖାନ କରି ସେଠାରୁ ଚାଲିଗଲା। ବିଚରା ଜଗା କାନ ମୁଣ୍ଡ ଆଉଁସି ମନର ଦରଦ ମନରେ ଲୁଚେଇ ରହିଲା। ତାକୁ କଷ୍ଟ ହେଉଥିଲେ ମଧ୍ଯ ସେ ଏହି କଷ୍ଟକୁ କାହାରି ଆଗରେ ପ୍ରଷ୍ଫୁଟିତ ହେବାକୁ ଦେଲା ନାହିଁ।


       ସବୁ ମହାବିଦ୍ଯାଳୟ ପରି ଏହି ମହାବିଦ୍ଯାଳୟରେ ମଧ୍ଯ ରାଜନୀତିର ଅନେକ ପ୍ରଭାବ ପରିଲକ୍ଷିତ ହୁଏ। ହେଲେ ଅନ୍ଯ ମହାବିଦ୍ଯାଳୟ ଠାରୁ ଏ ମହାବିଦ୍ଯାଳୟର ରାଜନୀତି ଟିକିଏ ଅଲଗା। କାରଣ ଅନ୍ଯ ମହାବିଦ୍ଯାଳୟରେ ଛାତ୍ରଛାତ୍ରୀ ରାଜନୀତି କରୁଥିବା ବେଳେ ଏ ମହାବିଦ୍ଯାଳୟର ଅଧ୍ଯାପକ ଓ ଅଧ୍ଯାପିକାମାନେ ରାଜନୀତି କରୁଥିଲେ। କ୍ଷମତାର ଲଢେଇରେ ବିଚରା ଛାତ୍ରଛାତ୍ରୀମାନେ ବଳି ପଡୁଥିଲେ। ଅଧ୍ଯାପକ ଓ ଅଧ୍ଯାପିକା ସେମାନଙ୍କ‌ ସୁବିଧା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଗୋଷ୍ଠିରେ ଭାଗକରି ନିଜର କୁତ୍ସିତ ଯୋଜନାକୁ ଫଳବତୀ କରୁଥିଲେ। ତେବେ ଏହି ଛାତ୍ରଛାତ୍ରୀ ଗୋଷ୍ଠୀ ମଧ୍ଯରୁ କିଛି ଏମିତି ବି ଗୋଷ୍ଠୀ ଥିଲେ ଯେଉଁମାନେ କୌଣସି ନିର୍ଦ୍ଧିଷ୍ଟ କ୍ଷମତା କେନ୍ଦ୍ରକୁ ସହଯୋଗ ନକରି ସମୟ ଓ ପରିସ୍ଥିତି ଅନୁସାରେ ନିଷ୍ପତି ନେଉଥିଲେ। ଏମାନଙ୍କର ନିରପେକ୍ଷ ନୀତି ଓ ବିଚକ୍ଷଣ ବିଦ୍ଧିମତା ଯୋଗୁଁ ଏମାନେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ। ଯଦିବା କେହିି ଏମାନଙ୍କ ଉପରେ ଅସନ୍ତୁଷ୍ଟ ହେଉଥିଲେ, ସେମାନେ ଖୋଲା ଖୋଲି ବିରୋଧ କରିପାରୁ ନଥିଲେ। ଏହିପରି ଏକ ଗୋଷ୍ଠୀରେ ଗୋବିନ୍ଦ, ସମର, ସଙ୍କେତ, ମନୋଜ, ରୁଦ୍ର, ରାଧିକା, ସୁରେଖା, ପୂଜା, ଅର୍ଚ୍ଚନା ଥିଲେ। ଏମାନେ ମହାବିଦ୍ଯାଳୟର ସବୁ କାର୍ଯ୍ଯକ୍ରମରେ ନେତୃତ୍ୱ ନେଇ ତାକୁ ସୁଚାରୁ ରୂପେ ସମ୍ପାଦନ କରୁଥିଲେ। ଏମାନଙ୍କ ମଧ୍ଯରେ ଅତି ନିବିଡ ବନ୍ଧୁତା ଥିଲା। ଖାଇବା, ବୁଲିବା, ବିଭିନ୍ନ କାର୍ଯ୍ଯ କରିବା ସବୁ ଏମାନେ ପରସ୍ପର ସାଙ୍ଗ ହୋଇ କରୁଥିଲେ। ଅବଶ୍ଯ ଏଭଳି ଗୋଷ୍ଠୀକୁ ଭାଙ୍ଗିବା ପାଇଁ ଅନେକ କୁଚକ୍ରୀ ବିଭିନ୍ନ ଷଡଯନ୍ତ୍ରରେ ସର୍ବଦା ଲିପ୍ତ‌ ରହୁଥିଲେ। ମାତ୍ର ବାରମ୍ବାର ସେମାନେ ଏଥିରେ ବିଫଳ ହେଉଥିଲେ। କାରଣ ଏମାନଙ୍କ ବନ୍ଧୁତ୍ୱ ଏକ ଶାସ୍ୱତ ଓ ବିଶ୍ୱାସରେ ଭରା ବନ୍ଧନରେ ବାନ୍ଧି ହୋଇଥିଲା। ସୁଖରେ, ଦୁଃଖରେ, ଭଲରେ ମନ୍ଦରେ ଏମାନେ ପରସ୍ପର ସହ ସର୍ବଦା କାନ୍ଧରେ କାନ୍ଧ ମିଶାଇ ଠିଆ ହେଉଥିଲେ। 


      କିଛି ଦିନ ପରେ ସଙ୍କେତର ସରକାରୀ ଚାକିରୀ ହୋଇଗଲା। ମାତ୍ର ସେ ମଝିରେ ମଝିରେ କ୍ଲାସ କରିବାକୁ ଆସେ। ତେବେ ଏହାରି ଭିତରେ ସଙ୍କେତ ଓ ରାଧିକା ମଧ୍ଯରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହା ସମ୍ପର୍କରେ ତାଙ୍କ ଗୋଷ୍ଠୀର ଅନ୍ଯ ସଦସ୍ଯ ଓ ସଦସ୍ଯା ମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କେବଳ ଗୋଷ୍ଠୀର ସଦସ୍ଯ ସଦସ୍ଯା କାହିଁକି, ମହାବିଦ୍ଯାଳୟର ଅନ୍ଯ କୌଣସି ଛାତ୍ରଛାତ୍ରୀ, ଅଧ୍ଯାପକ, ଅଧ୍ଯାପିକା ତଥା କର୍ମଚାରୀମାନେ ବି ସେମାନଙ୍କ ପ୍ରେମ ସମ୍ପର୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ରହିଥିଲେ। ପ୍ରକୃତରେ କହିବାକୁ ଗଲେ ରାଧିକା ଓ ସଙ୍କେତ ସମସ୍ତଙ୍କ ଠାରୁ ନିଜର ପ୍ରେମ ସମ୍ପର୍କକୁ ଲୁଚେଇ ରଖିବାରେ ସମର୍ଥ ହୋଇଥିଲେ। କେବଳ ମଳୟକୁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାଥିଲା, ମଳୟ ହେଉଛି ରାଧିକା ଓ ସଙ୍କେତର ଜଣେ ସହପାଠୀ। ଯିଏକି ରାଧିକା ଓ ସଙ୍କେତଙ୍କ ମଧ୍ଯରେ ଯୋଗସୂତ୍ର ରୂପେ କାର୍ଯ୍ଯ କରୁଥିଲା। ମାନେ ରାଧିକା ଆଉ ସଙ୍କେତଙ୍କ ପ୍ରେମରେ ମଧ୍ଯସ୍ଥତା କରୁଥିଲା ମଳୟ। ତେବେ ସମୟ କ୍ରମେ ଦିନେ ଜଣେ ଅଧ୍ଯାପିକା ରାଧିକା ଓ ସଙ୍କେତକୁ କ୍ଲାସ ସମୟରେ ମହାବିଦ୍ଯାଳୟ ଠାରୁ ଦୂରରେ ଏକତ୍ର ବୁଲୁଥିବାର ଦେଖିବା ପରେ, ସେମାନଙ୍କ ଉପରେ ସନ୍ଦେହ କରି ସିଏ ମହାବିଦ୍ଯାଳୟର ଅଧ୍ଯକ୍ଷ, ଅନ୍ଯ ଅଧ୍ଯାପକ, ଅଧ୍ଯାପିକା ତଥା କର୍ମଚାରୀ ଏବଂ ତାଙ୍କ ଗୋଷ୍ଠୀର ଅନ୍ଯ ସଦସ୍ଯ ମାନଙ୍କୁ ଅବଗତ କରିଥିଲେ। ତେବେ ଏ କଥା ଶୁଣିବା ପରେ ମହାବିଦ୍ଯାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଏକ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ପ୍ରାୟ ସମସ୍ତେ ରାଧିକା ଓ ସଙ୍କେତର ସମ୍ପର୍କକୁ ନେଇ ଫୁସ୍ ଫାସ୍ ହେବା ଆରମ୍ଭ କରିଦେଇଥିଲେ। ତେବେ କଥାଟା ଯେବେ ରୁଦ୍ର କାନରେ ପଡିଲା, ସିଏ ସିଧା ସିଏ ଏ ବିଷୟରେ ସଙ୍କେତକୁ ପଚାରିବାରୁ ସଙ୍କେତ କହିଲା ନା ନା ସେମିତି କିଛି ବି ନାହିଁ, ଏସବୁ ମିଛ ଏବଂ କେବଳ କପୋଳକଳ୍ପିତ ଛଡା ଅନ୍ଯ କିଛି ନୁହେଁ। ଯେହେତୁ ସଙ୍କେତ ଉପରେ ରୁଦ୍ରର ଅଗାଧ ବିଶ୍ୱାସ ଥିଲା, ତେଣୁ ସେ ସଙ୍କେତ ଓ ରାଧିକା ସପକ୍ଷରେ ଯୁକ୍ତି ବାଢି ସମସ୍ତ ଅଧ୍ଯାପକ, ଅଧ୍ଯାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନଙ୍କ ମୁହଁ ବନ୍ଦ‌ କରିବାରେ ସମର୍ଥ ହେଲା। କିଛି ଦିନ ପରେ ସବୁ କିଛି ଶାନ୍ତ ପଡିଗଲା।



       ପାଠପଢା ସାରି ସମସ୍ତେ ମହାବିଦ୍ଯାଳୟ ଛାଡି ନିଜ ନିଜ ଜୀବନରେ ଆଗକୁ ବଢିବାକୁ ଆରମ୍ଭ କଲେ। ହେଲେ ଏ ଗୋଷ୍ଠୀର ସଦସ୍ଯମାନଙ୍କ ମଧ୍ଯରେ ଥିବା ନିବିଡ ବନ୍ଧୁତ୍ୱ ସମ୍ପର୍କ ଅକ୍ଷୁର୍ଣ୍ଣ ରହିଲା। କିନ୍ତୁ ତିନି ବର୍ଷ ପରେ ହଠାତ୍ ଦିନେ ରୁଦ୍ର ଶୁଣିବାକୁ ପାଇଲା ଯେ ସଙ୍କେତ ଓ ରାଧିକାଙ୍କର ବାହାଘର ହେବାକୁ ଯାଉଛି। ପ୍ରଥମେ ତ ରୁଦ୍ର ଏହାକୁ ବିଶ୍ୱାସ କରିପାରିଲାନି, କିନ୍ତୁ ପରେ ବିଶ୍ୱାସ କରିବାକୁ ବାଧ୍ଯ ହେଲା। ଏବଂ ବନ୍ଧୁତ୍ୱରେ ଏତେବଡ ଧୋକା ଖାଇବା ପରେ କାହାକୁ କିଛି ନକହି ନୀରବ ରହିବାକୁ ନିଷ୍ପତି ନେଲା। କିଛିଦିନ ପରେ ସଙ୍କେତ ରୁଦ୍ରକୁ କଲ୍ କରି କିଛି କହିବାକୁ ଚାହିଁ ମଧ୍ଯ‌ କହିପାରୁ ନଥିଲା। ଶେଷରେ ରୁଦ୍ର ନିଜ ଆଡୁ ସଙ୍କେତକୁ କହିଲା ମୁଁ ଜାଣେ ତୁମର ଓ ରାଧିକାର ବାହାଘର ହେବାକୁ ଯାଉଛି। ସେଥିରେ ମୋର କିଛି ଅସୁବିଧା ନାହିଁ, କିନ୍ତୁ ଗୋଟିଏ ପ୍ରଶ୍ନର ଉତ୍ତର ମୁଁ ଖୋଜି ପାଉନି, ଆଉ ସେଇଟା ହେଲା ଆମର ଏତେ ନିବିଡ ସମ୍ପର୍କ ଭିତରେ କଣ ଏମିତି ଅଭାବ ରହିଗଲା ଯେ ତୁମେ ଏତେବଡ କଥା ଗୋଟେ ଲୁଚେଇ ରଖିଥିଲ। ସଙ୍କେତ ଉତ୍ତର ଦେଲା ମତେ ଭୟ ଲାଗୁଥିଲା କାଳେ ଆମ ସମ୍ପର୍କ ବିଷୟରେ ଜାଣିବା ପରେ ତୁମେମାନେ ମୋ ସହ ସମ୍ପର୍କ ତୁଟେଇ ଦେବ। ସେହି ଭୟରେ ମୁଁ କାହାକୁ କିଛି କହି ନଥିଲି। ରୁଦ୍ର କହିଲା ଠିକ୍ ଅଛି ତେବେ ତୁମକୁ ଯାହା ଠିକ୍ ଲାଗିଲା ତୁମେ କଲ, ଏଥିରେ ମୋର ବା କଣ କହିବାର ଅଛି। ଆମ ବନ୍ଧୁତାର ଭଲ ଫଳ ମିଳିଲା। କିଛି ଦିନ ପରେ ରାଧିକା ରୁଦ୍ରକୁ ଫୋନ କରି ନିଜ ବାହାଘର ବିଷୟରେ ଜଣେଇଲା, ତେବେ ରୁଦ୍ର କହିଲା ହଁ ମୁଁ ଜାଣିଛି, ରାଧିକା ପଚାରିଲା କେମିତି ଜାଣିଲ? ରୁଦ୍ର ଉତ୍ତର ଦେଲା ମୁଁ ଜାଣିଛି, କିନ୍ତୁ କେମିତି ଜାଣିଲି? କେଉଁଠୁ ଜାଣିଲି? ସେ ସବୁ ବିଷୟରେ କହିବା ପାଇଁ ମୁଁ ବାଧ୍ଯ ନୁହେଁ। ଏହାପରେ କଲ୍ କାଟି ଦେଲା। ରାଧିକା ଏ ବିଷୟରେ ମଳୟକୁ ଜଣାଇବାରୁ ମଳୟ ରୁଦ୍ରକୁ ଫୋନ୍ କରି ବୁଝାଇବାକୁ ପ୍ରୟାସ କଲା ମାତ୍ର ସେ ଏଥିରେ ବିଫଳ ହେଲା।ରୁଦ୍ର ଏ ସମସ୍ତ କଥା କଥା ସମରକୁ ଜଣାଇଲା‌। ଆଉ ରୁଦ୍ରକୁ ବୁଝାଇବାରେ ବିଫଳ ହୋଇ ମଳୟ ଗୋବିନ୍ଦକୁ ଫୋନ୍ କରି ରୁଦ୍ରକୁ ବୁଝାଇବାକୁ କହିଲା। ମାତ୍ର ଗୋବିନ୍ଦ କିପରି ରୁଦ୍ରକୁ ବୁଝାଇ ପାରିଥାନ୍ତା ? କାରଣ କୋଉଠି ନା କୋଉଠି ରୁଦ୍ର ନିଜ ସ୍ଥାନରେ ଠିକ୍ ଥିଲା। କିଛି ଦିନ ପରେ ରାଧିକା ଓ ସଙ୍କେତର ବିବାହ ହେଲା। ସମସ୍ତେ ବିବାହକୁ ଗଲେ ସତ ମାତ୍ର ତାଙ୍କ ସହ ଥିବା ଆଗର ସେ ନିବିଡ ବନ୍ଧୁତ୍ୱ ଆଉ ଆଗ ପରି ରହିଲା ନାହିଁ। 


      ନିବିଡ ସମ୍ପର୍କ ମଧ୍ଯରେ ଜାଣିଶୁଣି କିଛି କଥା ଲୁଚେଇବା କଣ ଧୋକା ନୁହେଁ ? କ'ଣ ସମ୍ପର୍କରେ ତିକ୍ତତା ଆସିବ ଭାବି କିଛି କଥା ଲୁଚେଇ ରଖିବା ଭୁଲ୍ ନୁହେଁ‌। କଣ ବନ୍ଧୁମାନଙ୍କ ଠାରୁ ଏତେବଡ ଏକ ସତ୍ଯ ଲୁଚାଇ ରଖିବା ସ୍ୱାର୍ଥପରତା ନୁହେଁ? କଣ ନିବିଡ ବନ୍ଧୁତ୍ୱକୁ ହରାଇବା ଭୟରେ ନିଜର ଅତି ପ୍ରିୟ ବନ୍ଧିମାନଙ୍କୁ ଠକିବା ଯୁକ୍ତି ସଙ୍ଗତ ? ତେବେ ଏହି କାହାଣୀରେ ଦୋଷ କାହାର ? କ'ଣ ସଙ୍କେତ ଓ ରାଧିକା ନିଜ ପ୍ରେମ ସମ୍ପର୍କ ବିଷୟରେ ନିଜର ପ୍ରିୟ ବନ୍ଧୁମାନଙ୍କ ଠାରୁ ଲୁଚାଇ ରଖି ଠିକ୍ କରିଛନ୍ତି ? କ'ଣ ବାସ୍ତବରେ ଏ କାହାଣୀରେ ରୁଦ୍ରର କିଛି ଭୁଲ୍ ଅଛି ? କ'ଣ ରୁଦ୍ର ନିଜର ବନ୍ଧୁମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରିବା ଭୁଲ? ଏପରି ପରିସ୍ଥିତିରେ ସମର , ଗୋବିନ୍ଦ, ମନୋଜ‌ ତଥା ଗୋଷ୍ଠୀର ଅନ୍ଯ ସଦସ୍ଯ/ ସଦସ୍ଯା ମାନଙ୍କର ଭୂମିକା କ'ଣ ହେବା ଆବଶ୍ଯକ?


     








Rate this content
Log in

Similar oriya story from Tragedy