ଗୋଲାପର ଗର୍ବ
ଗୋଲାପର ଗର୍ବ
ଗୋଟିଏ ବଗିଚାରେ ବହୁତ ଫୁଲ ଗଛ ଲଗା ହୋଇଥିଲା। ବିଭିନ୍ନ ପ୍ରକାରର ଫୁଲ। ବହୁତ ରଙ୍ଗ, ବେରଙ୍ଗର ଫୁଲ।ସେହି ବଗିଚାରେ ବହୁତ ବଡ଼ ଆମ୍ବ ଗଛଟିଏ ଥିଲା। ସେଥିରେ ଗୋଟିଏ ବାଇଚଢେଇ ବସା ବାନ୍ଧି ରହୁଥିଲା। ସେହି ବାଇଚଢେଇ ଗୋଟିଏ ଧଳା ଗୋଲାପକୁ ଭଲ ପାଇ ବସିଲା। ସେ ଗୋଲାପକୁ ସବୁବେଳେ କହୁଥିଲା। ଗୋଲାପ ମୁଁ ତତେ ବହୁତ ଭଲପାଏ। ହେଲେ ସେ ଗୋଲାପଟି ବହୁତ ସୁନ୍ଦର ଥିଲା ବୋଲି ତା ପ୍ରେମ ଗ୍ରହଣ କରୁନଥିଲା। ସିଏ ଏମିତି ବାଇଚଢେଇ ସବୁଦିନ କହୁଥାଏ। ଗୋଲାପ ମୁଁ ତତେ ବହୁତ ଭଲ ପାଏ। ଗୋଟିଏ ଦିନ ଗୋଲାପ କହିଲା। ହଉ ବାଇଚଢେଇ ତୁ ଯଦି ମତେ ପ୍ରେମ କରୁଛୁ ମତେ ଲାଲ କରିଦେ ।ବାଇଚଢେଇ କହିଲା ମୁଁ ଲାଲ କରିଦେଲେ। ତୁ ମତେ ଭଲପାଇବୁ। ସେଇଠୁ ବାଇଚଢେଇ ଜୋରରେ ଉଡିଗଲା। ତା ପରେ ବାଇଚଢେଇ ଜୋରରେ ଉଡି ଆସି ଗୋଲାପ ଗଛର କଣ୍ଟାରେ ବାଡେଇ ହେବାକୁ ଲାଗିଲା। ତା ଦେହରେ ରକ୍ତ ବାହାରିଲା ପରେ ଧଳା ଗୋଲାପର ପାଖୁଡ଼ା ଉପରେ ମେଲେଇ ଦେଲା। ବାସ ଏମିତି କରିଚାଲିଲା। ତା ଦେହରେ ସବୁ ରକ୍ତରେ ଧଳା ଗୋଲାପକୁ ଲାଲ କରିଦେଲା। ସେଇଠୁ ଗୋଲାପ ବୁଝିପାରିଲା। ବାଇଚଢେଇଟି ତାକୁ କେତେ ପ୍ରେମ କରୁଥିଲା। ତାକୁ ଶେଷରେ ଲଭ କରୁଚି ବୋଲି ଗୋଲାପ କହିବାକୁ ଗଲା ବେଳକୁ ସିଏ ମରିଯାଇଥିଲା।
କେବେ କାହା ଲଭ ସହ ଖେଳିବନିି। ସମୟ ଆସିବା ଆଗରୁୁ ବୁଝିିିିଯିିବା ଦରକାର । ନହେଲେ ସମୟ ସରିିିଯାଇଥିବ...ହାତରେ କିଛି ନ ଥିିବ।
