ଭଗବାନ ଯାହା କରନ୍ତି ପ୍ରାଣୀର ଭଲ
ଭଗବାନ ଯାହା କରନ୍ତି ପ୍ରାଣୀର ଭଲ
ଗୋଟିଏ ରାସ୍ତା ଦେଇ ଗୋଟିଏ ବାଟୋଇଟିଏ ଯାଉଥିଲା। ସିଏ ଚାଲି ଚାଲି ଥକି ପଡ଼ିବାରୁ। ସିଏ ଟିକିଏ ବିଶ୍ରାମ ନେବା ପାଇଁ ଚାହିଁଲା। ସିଏ ସେଇଠୁ ବସିବା ପାଇଁ ଏଏଣ ତେଣେ ବୁଲି ଜାଗା ଟିଏ ଦେଖିଲା। ତାକୁ ଗୋଟିଏ ଝଙ୍କାଳିଆ ବରଗଛ ଦେଖିଗଲା। ସିଏ ସେଇ ବରଗଛ ତଳେ ବସି ପଡ଼ିଲା। କହିଲା ଓଃ କି ଶାନ୍ତି ଲାଗୁଛି। ସିଏ ଟିକିଏ ଉପରକୁ ଅନାଇଲା। ଦେଖିଲା ନାଲି ନାଲି ହୋଇ ବର ଫଳ ଗୁଡ଼ିକ ପାଚିଯାଇଛି। ବହୁତ ସୁନ୍ଦର ବି ଦେଖାଯାଉଛି।ସେଇ ପାଖରେ ଦେଖିଲା ଗୋଟିଏ ଜାଗାରେ ପାଣିକଖାରୁ ଗଛଟିଏ ଦେଖିଲା। ଆଉ କହିଲା ହେ ଭଗବାନ ଇଏ କି ନ୍ୟାୟ ତୁମର। ଯାହାର ଅଣ୍ଟା ଭାଙ୍ଗି ଯାଇଛି ସଳଖି ଛିଡା ହେବାର ସକ୍ଷମ ନାହିଁ। ତାକୁ ତୁମେ 5 କିଲୋ ଓଜନ ର ଫଳ ଦେଇଚ। ଆଉ ଯିଏ 50କିଲୋ ଓଜନର ଫଳ ଧରି ପାରିବ। ତୁମେ ତାକୁ 5ଗ୍ରାମର ବି ଫଳ ଦେଇନ। କଣ ପାଇଁ ପ୍ରଭୁ ଇଏ କେମିତି ବିଚାର। ସେଇ ଟାଇମ ରେ ଗୋଟିଏ ଚଢ଼େଇ ସେ ଗଛରେ ବରଫଳ ଖାଉଥିଲା। ଖାଇବା ସମୟ ରେ ସେହି ଲୋକର ମୁଣ୍ଡ ଉପରେ ଗୋଟିଏ ବରଫଳ ଖସି ପଡିଲା।ସେହି ଲୋକ ଟି ଆହା ବୋଲି କହି ଗଛ ଉପରକୁ ଅନାଇଲା। ଦେଖିଲା ସେହି ପକ୍ଷୀଟି ତାକୁ ଚାହିଁଚି। ଏମିତି ହେଲା ପରେ। କିଛି ସମୟ ପରେ ସିଏ ଭାବିଲା। ଯଦି ଏଇ ବରଗଛରେ 5 କିଲୋ ଫଳ ଧରିଥାନ୍ତା। ମୋ ମୁଣ୍ଡ ଉପରେ ପଡିଥାନ୍ତା। ତା ହେଲେ କଣ ମୁଁ ବଞ୍ଚିଥାନ୍ତି। ସେଥିପାଇଁ କୁହନ୍ତି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ସିଏ ଏ ସଂସାର ଭାବି ଚିନ୍ତା କରିଚନ୍ତି। ଯେଉଁ ଥିରେ ଆମର ମଙ୍ଗଳ ହେବ।
