ମୋ ଜୀବନ
ମୋ ଜୀବନ
ମୋ ଜୀବନର କାହାଣୀ ମୁଁ କଣ ବା ଲେଖିବି।। ମୋ ଜୀବନ କୀଟ ପତଙ୍ଗ ଠୁ ବି ହୀନ। ଜାଣିନି ଭଗବାନ କାହିଁକି ମତେ ଏ ଧରା ପୃଷ୍ଟା କୁ ଆଣିଛନ୍ତି। ହଁ ମୁଁ ଗୋଟିଏ ହତ ଭଗିନୀ ଟିଏ। କଣ ପାଇଁ ଜାଣିଛ। ମୋ ବୋଉ କହେ ମୁଁ ଯେତେବେଳେ ତା ଗର୍ଭ ରେ ଥିଲି ମୋ ବୋଉ ଦେହରେ ନିଆଁ ଲାଗିଯାଇଥିଲା। ସେତେବେଳେ ମୋ ବୋଉ ପୂରା ପୋଡି ଯାଇଥିଲା।। ମୋ ବାପାଙ୍କ ପାଖରେ ପ ଇସା ବି ନ ଥାଏ। ମୋ ଯେଯେମା ମୋ ଯେଯେବାପା, ଖୁଡୀ, ଦାଦା, ପିଉସୀ ମୋ ବୋଉ କଳା ବୋଲି ତାକୁ କେହି ଭଲ ପାଉନଥିଲେ।।ମୋ ବୋଉ ମରଣ ସହ ଲଢ଼େଇ କରୁଥାଏ ଡାକ୍ତରଖାନା ରେ। ମୁହଁ କୁ ଛାଡିଦେଲେ ଆଉ ଦେହ ର ସବୁ ଅଂଶ ପୋଡି ଯାଇ ଥାଏ। ଡାକ୍ତର ମାନେ ପାଖକୁ ଆସି ବାକୁ ଡରୁଥାନ୍ତି। ବୋଉ କୁ ଧରି ହେଉ ନ ଥାଏ। ବୋଉ କୁ କଦଳୀ ପତ୍ରରେ ଶୁଆଇ ଥାନ୍ତି। ଯାହାବି ହେଉ ବୋଉ କୁ ଡାକ୍ତର ଆସି ଦେଖିଲେ କହିଲେ। ଆମେ କିଛି କରିପାରିବୁ ନାହିଁ । ତାଙ୍କୁ ପ୍ରସବ କରାଇବା ବହୁତ କଷ୍ଟ। ମା କି ପିଲା ଦୁଇ ଜଣଙ୍କ ଭିତରୁ ଆମେ ଜଣକୁ ବଞ୍ଚେଇ ପାରିବୁ। ଡାକ୍ତର କ କଥା ଶୁଣି ବାପା ବହୁତ କାନ୍ଦୁଥାନ୍ତି। ଡାକ୍ତର ପଇସା ଜମା କରିବାକୁ କହିଲେ। ହେଲେ ବାପାଙ୍କ ପାଖରେ ପଇସା ନ ଥାଏ। ବାପା ଘରକୁ ଆସି ବୋଉ ର ଗହଣା ବନ୍ଦା ପକେଇଲେ। ପଇସା ନେଇ କି ଗଲେ। ଡାକ୍ତରଖାନାରେ ଜମା କରିଲେ। ସେତେବେଳ କୁ ତିନି ଦିନ ବିତି ଯାଇଥାଏ। ତାପରେ ବୋଉ କୁ ପ୍ରସବ ଯନ୍ତ୍ରଣା ହେବା ଆରମ୍ଭ ହୋଇ ଗଲା। ଯେତେବେଳେ କଷ୍ଟ ହେଉଥାଏ। ସେତେବେଳେ ବୋଉ ଦେହରୁ ମାଂସ ଗୁଡାକ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଥାଏ। ଡକ୍ଟର ମାନେ ଦେଖିଥାନ୍ତି ହେଲେ କରିବେ କଣ। ନା ଇଞେକସନ ଦେଇ ପାରିବେ ନା ମେଡିସିନ ବାସ ଭଗବାନ କୁ ସମସ୍ତେ ଡାକୁଥାନ୍ତି। ଡକ୍ଟର ଦେଖି କି କହିଲେ ପିଲାଟି ମରିଯାଇଛି। ସେଥିପାଇଁ ବେଶୀ କଷ୍ଟ ହେଉଛି।
ଏମିତି ପ୍ରସବ ଯନ୍ତ୍ରଣା ଦୁଇ ଦିନ ହୋଇ ଗଲାଣି । ଡକ୍ଟର କଟକ ପଠେଇବା ପାଇଁ ପେପର ରେଡିକରୁୁୁୁୁଥିବା ରେ ଡକ୍ତ୍ଟର ବ୍ୟସ୍ତ। ସେତେବେଳେ ମୁଁ ଜନ୍ମ ହେଲି। ଏତିକି ରେ ବି କଷ୍ଟ କମି ନ ଥାଏ। ଏଏତ କଷ୍ଟ ପରେ ଦୁନିଆ କୁ ମତେ ବୋଉ ନେଇ ଆସିଲା। ହେେଲେ ଜନ୍ମ ହେବା ପରେ। ମୁଁ କାନ୍ଦି ଲି ନାହିଁ। ଡକ୍ଟର କହିଲେ ପିଲାଟା ମରିଯାଇଛି। ହେଲେ ମୋ ବୋଉ ମାନୁ ନ ଥାଏ ।ଡକ୍ଟର କୁ ଵୋଉ କହିିିଲା ।ଗରମ ପାଣିରେ ତା ନାଡି ପକାନ୍ତୁ।ଡକ୍ଟର ସେଇ ଟା ହିଁ କରିଲେ। ତା ପରେ ମୁଁ ରା ଦେଇ କାନ୍ଦିଲିି। ମୋ ବୋଉ ଭାବିଥିଲା ପୁୁଅ ହୋଇ ଛି ଵୋଲି। ହେଲେ ସିିିଏ ଯାଣିଲା ତାର ଝିଅ ଟେ ହୋଇଛି ବୋଲି। ସିଏ ସେହି ଡାକ୍ତରଖାନା ରେ ଜଣକୁ ଦେଇ ଆସିଥିିଲା । ମୋ ବୋଉ ର ପ୍ରଥମ ପିଲା ବି ଝିିଅ ଥିିଲା । ମୁଁ ଥିିଲି ଦିତୀୟ ପିଲାା ସିଏ ସେଥିିିିପାଇଁ ଦେଇ ଆସିଥିଲା। ହେଲେ ମୋ ବାପା ସେ ଲୋକ ଘରୁୁଯାଇ ନେେଇ ଆସିିିିଥିଲେ । ତାପରେ ମୋ ବାପା ମୋ ପାଇଁ ମା ହୋଇ ଯାଇଥିଲେ। ମୋ ବୋଉ ଭଲ ହେଲା ପରେ। ତା ଜୀବନ ମୁୁଁ ହୋଇ ଗଲି।
