STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ଜୀବନ

ଜୀବନ

2 mins
175

ଜୀବନରେ ପ୍ରତ୍ୟେକଟି ମଣିଷ କିଛି କଥା ଶିଖିଛି । କିଛି ଜାଣି ବି ଅଜଣା ହଉଛି । ହେଲେ ଏ ମଣିଷ ଜୀବନର ମାନେ କଣ କିଏ ଜାଣିଛି । ଗୋଟିଏ ଲୋକ ବାଟରେ ଯାଉ ଯାଉ ଥକି ଗଲା । ସିଏ ସେଇ ରାସ୍ତା ପାଖରେ ଥିବା ଗଛ ମୂଳରେ ବସିଲା । ତା ପରେ ତା ମନକୁ ପ୍ରଶ୍ନ ଆସିଲା କହିଲା । ଏ ଜୀବନର ମାନେ କଣ ? କଣ ପାଇଁ ଏ ଜୀବନ । ଏମିତି କିଛି ସମୟ ପରେ । ସେ ଗଛଟି ଶୁଣି ଶୁଣି କହିଲା । ବାଟୋଇ ଭାଇ କଣ ହେଇଛି । ମତେ କୁହ । ସେ ବାଟୋଇ କହିଲା । ଏ ଜୀବନର ମାନେ କଣ? ଗଛଟି ହସିଲା କହିଲା । ବାଟୋଇ ଭାଇ ଏ ଜୀବନର ମାନେ ବହୁତ । ତାର ତୁଳନା ନାହିଁ । ହେଲେ ଏ ଜୀବନର ଆୟୁଷ ପାଣି ଫୋଟକାଠୁ ବି କମ ଆୟୁଷ । 

  ସେ ବାଟୋଇ କହିଲା । ଜୀବନ କଣ? ତାର ମାନେ କଣ? ଏ ଜୀବନକୁ ଉପଭୋଗ କେମିତି କରିବା । ଗଛଟି ହସିଲା ଆଉ କହିଲା । ଜୀବନର ମାନେ । ଟିକିଏ ଖୁସି ଟିକିଏ ଭଲ ପାଇବା । ବିନା ସ୍ୱାର୍ଥରେ ଅନ୍ୟମାନଙ୍କ ସହ ଖୁସି ହେବା । ଠିକ୍ ମୋ ଭଳି । ବାଟୋଇ କହିଲା । ତୁମ ଭଳି କେମିତି । 

   ଗଛଟି କହିଲା । ମୁଁ କିଏ କୋଉଠୁ ଆସିଛି । ମୁଁ ନିଜେ ଜାଣିନି । ଯେବେ ମୁଁ ଦେଖିଲି ଏଇଟା ହିଁ ମୋ ଦୁନିଆ ବୋଲି ଭାବି ନେଇଛି । ବସନ୍ତ ଆସିଲେ ଫଳ, ଫୁଲ ପତତ୍ରରେ ମୋ ଦେହର ରଙ୍ଗ ବଦଳି ଯାଏ ।ସେତେବେଳେ କେତେ ପକ୍ଷୀ ଆସି ବସା ବାନ୍ଧନ୍ତି ।କିଚିରି ମିଚିରିରେ ମୋ କାନ ଫାଟି ଯାଏ।ଆଉ ସେଇ ଖୁସିରେ ମୁଁ ନିଜକୁ ଭୁଲିଯାଏ । ମୋର ଜୀବନର ସୁଖ ମିଳିଯାଏ । ମୁଁ ତାକୁ ମନ ଭରି ଉପ ଭୋଗ କରେ । ବସନ୍ତ ସରିଲେ କିଏ କୁଆଡ଼େ ହଜିଯାଆନ୍ତି । ଏଇ କଥା ଶୁଣି ବାଟୋଇ ଆଖିରେ ଲୁହ ଆସିଗଲା । ଆଉ ଜୀବନକୁ ଖୁସିରେ ବଞ୍ଚିବାକୁ ଲାଗିଲା ।  

 



Rate this content
Log in